spot_img
Home Blog Page 6492

ବାଲେଶ୍ୱର ଉପ-ନିର୍ବାଚନ: ପ୍ରାକ୍ ନିର୍ବାଚନୀ ହିଂସା; ୨ ବିଜେଡି କର୍ମୀଙ୍କୁ ବିଜେପିର ମରଣାନ୍ତକ ଆକ୍ରମଣ…

ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କ ଆକ୍ରମଣରେ ୨ ଜଣ ବିଜେଡ଼ି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଚାନ୍ଦିପୁର ପଞ୍ଚାୟତର ସମିତି ସଭ୍ୟ ଶମ୍ଭୁ ଦଳେଇ ଓ ଚାନ୍ଦିପୁର ବିଜେଡି ପିଏସ ମେମ୍ବର ସଞ୍ଜୟ କୁମାର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି ।

ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି ରାତିରେ ଚାନ୍ଦିପୁରର ପୁର୍ବୀ ହୋଟେଲରେ ସମିତିସଭ୍ୟ ଶମ୍ଭୁ ଦଳେଇ ବସିଥିବାବେଳେ, ୧୫ରୁ ୨୦ ଜଣ ବିଜେପି କର୍ମୀ ହୋଟେଲ ଭିତରକୁ ପସିଥିଲେ । ହୋଟେଲର ମ୍ୟାନେଜର ବାରଣ କରିବାରୁ ତାଙ୍କୁ ମାଡ଼ମାରି ରୁମ୍‌ ଭିତରକୁ ପସି ଶମ୍ଭୁ ଦଳେଇ ଓ କୁନା ଗିରିଙ୍କୁ ଆକ୍ରମଣ କରିଥିଲେ ।

ଏଥିସହିତ ସେମାନଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନଙ୍କ ଦ୍ୱାରା ଗୁପ୍ତି ଓ ଖଣ୍ଡାରେ ଆକ୍ରମଣ କରାଯାଇଥିବାରୁ ଶମ୍ଭୁ ଓ କୁନାଙ୍କର ପେଟରେ ଗଭୀର ଆଘାତ ଲାଗିଛି ।

KKRକୁ ବିଜୟୀ କଲା ଦିନେଶ କାର୍ତ୍ତିଙ୍କ କ୍ୟାଚ୍

ଆବୁଦାବି: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଜଦିଓ ଦିନେଶ କାର୍ତ୍ତିକ ବ୍ୟାଟିଂରେ ଜିରୋ କରି ଆଉଟ ହୋଇଯାଇଥିଲେ, କିନ୍ତୁ ୱିକେଟ୍ ପଛରେ ସେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ । କାର୍ତ୍ତିକ ୱିକେଟ୍ ପଛରେ ଚାରିଟି କ୍ୟାଚ୍ ଧରିଥିଲେ । କିନ୍ତୁ ଏଥିରେ ସେ ବେନ୍ ଷ୍ଟୋକ୍ସଙ୍କ କ୍ୟାଚ୍ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାର୍ତ୍ତିକ ବେନ ଷ୍ଟୋକ୍ସଙ୍କୁ ଆଉଟ ରାଜସ୍ଥାନକୁ ଏକ ବଡ଼ ଝଟକା ଦେଇଥିଲେ।

ବେନ ଷ୍ଟୋକ୍ସ ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ଯାଇ ରାଜସ୍ଥାନ ରୟାଲ୍ସ ପାଇଁ ୧୧ ଟି ବଲରୁ ୧୮ ରନ୍ ସଂଗ୍ରହ କରି ଦୁଇଟି ଚ୧କା ଓ ଗୋଟିଏ ଛକା ମାରିଥିଲେ। ଆଉ ତାଙ୍କ ସହ ଥିବା ଷ୍ଟିଭ୍ ସ୍ମିଥ ମଧ୍ୟ ଭଲ ପଦର୍ଶନ କରିଥିଲେ । ଏବଂ ଏହାସହ ରୟାଲ୍ସ ବିଜୟ ଅଭିମୁଖେ ଆଗେଇ ଚାଲିଥିଲା । କମିନ୍ସଙ୍କ କିନ୍ତୁ କାର୍ତ୍ତିକଙ୍କ କ୍ୟାଚ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାପରେ ବେନ୍ ଷ୍ଟୋକ୍ସଙ୍କୁ ନିରାଶ ହୋଇ ପାଭିଲିୟନକୁ ଫେରିଥିଲେ ।

ଯେତେବେଳେ ବେନ୍ ଷ୍ଟୋକ୍ସଙ୍କ ୱିକେଟ୍ ଗଲା ସେତେବେଳେ ରାଜସ୍ଥାନର ଦଳ ୨ ଓଭରରେ ଗୋଟିଏ ୱିକେଟ୍ ପରେ ୨୭ ରନ୍ କରିଥିଲା। ଷ୍ଟୋକ୍ସଙ୍କ ୱିକେଟ୍ ଯିବା ପରେ ରାଜସ୍ଥାନର ୱିକେଟ୍ ଯିବା ଆରମ୍ଭ ହୋଇଥିଲା । ରୟାଲ୍ସର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେମାନେ ୬୦ ରନ୍‌ରୁ ଟୁର୍ନାମେଣ୍ଟରୁ ବାଦ ପଡିଥିଲେ । କେବଳ ଏତିକି ନୁହେଁ, ପଏଣ୍ଟ ଟେବୁଲରେ ରୟାଲ୍ସ ଆଇପିଏଲର ୧୩ ତମ ସିଜନ୍ ଶେଷ କରିଛି ।

ରାଜ୍ୟପାଳ ଗଣେଣୀ ଲାଲଙ୍କୁ କରୋନା, ଟ୍ୱିଟ୍ କରି ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ କରୋନା ସଂକ୍ରମିତ ହୋଇଛନ୍ତି । ତେବେ କେବଳ ସେ ନୁହେଁ ତାଙ୍କ ଧର୍ମପତ୍ନୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ‘ରାଜ୍ୟପାଳ ଓଡିଶା’ ଟ୍ୱିଟର ଆକାଉଣ୍ଟରୁ ସୂଚନା ଦିଆଯାଇଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣେଶୀ ଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପରେ ଚିନ୍ତାପ୍ରକଟ କରିଛନ୍ତି । ଟ୍ୱିଟରରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସଂକ୍ରମଣ ନେଇ ସୂଚନା ଦେବା ସହ ତାଙ୍କ ଚିକିତ୍ସାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଏହାସହ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ଖୁବ୍ ଶୀଘ୍ର ସ୍ୱାଭାବିକ ହେଉ ବୋଲି ସେ କାମନା କରିଛନ୍ତି ।

ଦେଶରେ ୨୪ ଘଣ୍ଟାରେ ୪୫,୨୩୦ ନୂଆ ସଂକ୍ରମିତ, ଆଉ ୪୯୬ ଜୀବନ ଗଲା

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୪୫ ହଜାର ୨୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା  ୮୨ ଲକ୍ଷ ୨୯ ହଜାର ୩୧୩ ଥିବାବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୨୨ ହଜାର ୬୦୭ରେ ପହଞ୍ଚଛି  । ଦେଶରେ କରୋନା ଆକ୍ଟିଭ କେସ୍ ୫ଲକ୍ଷ ୬୧ହଜାର ୯୦୮ ଥିବା ବେଳେ ୭୫ଲକ୍ଷ ୪୪ହଜାର ୭୯୮ଜଣ ସୁସ୍ଥ ହେଲେଣି ।

ଦୈନିକ ସଂକ୍ରମଣରେ କେରଳ ଓ ଦିଲ୍ଲୀ ଆଗରେ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ୧୬ ଲକ୍ଷ ୮୩ ହଜାର ୭୭୫ ଥିବା ବେଳେ ମୃତ୍ୟୁସଂଖ୍ୟା ୪୪,୦୨୪ ରହିଛି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮ ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୭ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୧,୧୫୨ ରହିଛି ।

ଗତ ପାଞ୍ଚ ଦିନ ମଧ୍ୟରେ ଦିଲ୍ଲୀରେ କରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ର, କେରଳର ମଧ୍ୟ ସମାନ ପରିସ୍ଥିତି ରହିଛି। ମୁମ୍ବାଇରେ ସ୍ଥାନୀୟ ଟ୍ରେନ୍ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ଏବଂ ଲୋକମାନେ ବାହାରକୁ ଯିବା ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନ ଏଥିପାଇଁ ଅନେକ ପ୍ରସ୍ତୁତି ଚଳାଇଛି।

୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା… ୪ ମୃତ, ୩୦ଆହତ

ଅନୁଗୁଳ/ଆନନ୍ଦପୁର: ଅନୁଗୁଳ କିଆକଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଇନୋଭା ଉପରେ ଯାତ୍ରୀବାହୀ ବସ୍ ଚଢିଗଲା । ଘଟଣା ସ୍ଥଳରେ ୨ମୃତ, ୩୦ଆହତ । ସମସ୍ତ  ଆହତଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତରଙ୍କୁ ବୁର୍ଲା ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ବୁର୍ଲା ଯାଉଥିଲା ।

ତେବେ କିଆକଟା ଛକରେ ଥୁଆ ହୋଇଥିବା ଏକ ଇନୋଭା ଗାଡି ଉପରେ ବସଟି ଭାରସ୍ୟାମ ହରାଇ ଚଢିଯିବା ସହ ଓଲଟିପଡିଥିଲା । ଇନୋଭାରେ ଥିବା ୨ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ୩୦ଜଣ ଯାତ୍ରୀ ଆହାତ ହୋଇଛନ୍ତି  । ଇନୋଭାଟି ଅନୁଗୁଳରୁ ବଲାଙ୍ଗୀର ଯାଉଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଜୋକନାଳି ଗାଁର ଲିପୁନ୍ ନାୟକ ଓ ସଂଜୀବ ଘଡେଇ । ଗତକାଲି ବିଳମ୍ବିତ ରାତିରେ ଟ୍ରକ୍ ଚକା ପମ୍ପଚର ହେବାରୁ ଉଭୟ ଗାଡି ଅଟକାଇ ଚକା ବଦଳାଉଥିଲେ  । ଏହି ସମୟରେ ପଛପଟୁ ଏକ ଟ୍ରକ୍ ଆସି ଧକ୍କା ଦେଇ ଲିପୁନ ଓ ସଂଜିବଙ୍କ ଉପରେ ଚଢିଯାଇଥିଲା  । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି  । ଘଟଣାରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍  ଡ୍ରାଇଭରକୁ ଅଟକ ରଖିଛି ପୋଲିସ୍  ।

 

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ କ୍ୱାରେଣ୍ଟାଇନରେ WHOର ମୁଖ୍ୟ

ନୂଆଦିଲ୍ଲୀ: କ୍ୱାରେଣ୍ଟାଇନରେ ଗଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଂଗରୋଧରେ ଅଛନ୍ତି WHO ମୁଖ୍ୟ ଟେଡ୍ରସ୍ ଆଧାନମ୍ । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି  । ସେ ନିଜ ପରୀକ୍ଷା କରାଇବା ସହ ଘରେ ରହି କାମ କରୁଛନ୍ତି । ଏଥି ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜର ପରୀକ୍ଷା କରାଇବା ସହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏବେ ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉନି, କିନ୍ତୁ ସେ ନିଜ ସୁରକ୍ଷାଗତ କାରଣରୁ ସଂଗରୋଧରେ ଥିବା କହିଛନ୍ତି । କରୋନା ଜୀବାଣୁ ସାରା ବିଶ୍ୱରେ ୬୦ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛନ୍ତି। ଏଥି ସହିତ, ଡିସେମ୍ବର ୨୦୧୯ରେ ପ୍ରଥମେ ଦେଖାଦେଇଥିବା ଏହି ଭୂତାଣୁ ଯୋଗୁଁ ବିଶ୍ୱରେ ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱ ସଂଗରୋଧ ସପକ୍ଷରେ ଯୁକ୍ତି ବାଢିଥିବାବେଳେ WHO ପ୍ରଥମେ ପ୍ରଥମେ ଏହାକୁ ଗ୍ରହଣ କରୁନଥିଲା । ମାତ୍ର ପରେ ଲକଡାଉନ୍ ଓ ସଟଡାଉନର ସକରାତ୍କ ପ୍ରତିକ୍ରିୟା ଦେଖିବା ପରେ ଏହାକୁ ଗ୍ରହଣ କରାଯାଯାଇଥିଲା । ବିଗତ ଦିନରେ WHO ମୁଖ୍ୟ ଡ଼ ଟେଡ୍ରସ ଲକଡାଉନ୍ କଟକଣାକୁ ଅତ୍ୟଧିକ କୋହଳ ନକରିବା ପାଇଁ ୟୁରୋପୀୟ ଦେଶଗୁଡିକୁ ପରାମର୍ଶ ଦେଇଥିଲେ ।

‘ବାବା କା ଢାବା’ କୁ ଭାଇରାଲ କରିଥିବା ଗୌରବ ୱାସନଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ୟୁଟ୍ୟୁବ୍ ବ୍ଲଗର୍ ଗୌରବ ୱାସନ୍, ଦିଲ୍ଲୀର ମାଲବ୍ୟ ନଗରରେ ଜଣେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ କରିଥିଲେ । ନିକଟରେ ‘ବାବା କା ଢାବା’ ର ଭିଡିଓ ପୋଷ୍ଟ କରିଥିଲେ ଗୌରବ ୱାସନ୍ । ଗୌରବ ଅନଲାଇନ୍ ସ୍କାମ କରୁଥିବା ନେଇ ଲୋକମାନେ ଅଭିଯୋଗ କରିବା ପରେ ସେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସେୟାର କରିଛନ୍ତି । ତଥାପି, ଲୋକେ ଆଉ ତାଙ୍କୁ ବିଶ୍ୱାସ କରୁନାହାନ୍ତି । ଗୌରବ ତାଙ୍କ ଅଫିସିଆଲ ପେଜକୁ ଫେସବୁକରେ ପୋଷ୍ଟ କରି ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସେୟାର କରିଛନ୍ତି ।

ଥାବା ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସହାୟତା ପାଇଁ ସଂଗ୍ରହ ହୋଇଥିବା ଅର୍ଥର ଗୌରବ ଅପବ୍ୟବହାର କରିଛନ୍ତି । ଏହା ସହ ଠକେଇ, ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ମଧ୍ୟ କରାଯାଇଛି । ଗୌରବଙ୍କ କହିବା ଅନୁସାରେ, ଯେଉଁମାନେ ‘ବାବା କା ଢାବା’ ପାଇଁ ଦାନ କରିଛନ୍ତି ସେମାନେ ଲିଙ୍କକୁ ଯାଞ୍ଚ କରିପାରିବେ ।

କିନ୍ତୁ ଲୋକେ ଆଉ ତାଙ୍କ ଉଦ୍ଦେଶ୍ୟ ନେଇ ସନ୍ଦେହ କରୁଛନ୍ତି। ଜଣେ ୟୁଜର କମେଣ୍ଟ ଦେଇଛନ୍ତି ଯେ, ତାଙ୍କ ପ୍ରଥମ ଭିଡିଓରେ ସେ ୨୦ ଲକ୍ଷରୁ ଅଧିକ ଦାନ ଦାବି କରିଥିଲେ କିନ୍ତୁ ବର୍ତ୍ତମାନ ସେ ଦୁଇ ଲକ୍ଷ ଦାନ କରିବା ନେଇ କହିଛନ୍ତି । ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଯେ, ଗୌରବ ନିହାତି କିଛି ହେରଫେର କରିଛନ୍ତି । ଅନ୍ୟ କିଛି ଜଣ ଏହାକୁ ଅଣ-ପ୍ରଫେସନାଲ ବ୍ୟାଙ୍କ ଷ୍ଟେଟମେଣ୍ଟ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ, ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ,ଜଣେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ କରିଥିଲେ ଗୌରବ । ମହାମାରୀ ହେତୁ ସେ ତାଙ୍କ ବ୍ୟବସାୟରେ ଅନେକ କ୍ଷତି ହୋଇଥିଲା । ଜୀବନଯାବନ କରିବାରେ ଅନେକ ଅସୁବିଧା ହେଉଥିଲା । କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ସାହାଯ୍ୟର ହାତ ବଢାଇଥିଲେ । ଏବେ ବାବା କା ଢାବାରେ ଭିଡ଼ ଜମୁଛି ।

ସାରୁଅ ଜମି କେଳେଙ୍କାରୀ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ଓଟିଭିର ଚିଫ୍ ଫାଇନାନ୍ସିଆଲ ଅଫିସର….

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ୨ ଦିନିଆ ରିମାଣ୍ଡରେ ଗଲେ ଓଡିଶା ଇନଫ୍ରାଟେକ ଲିମିଟେଡ୍ ନିର୍ଦ୍ଦେଶ ତଥା ଓଟିଭିର ଚିଫ୍ ଫାଇନାନ୍ସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀ  । ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ଗିରଫ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲୁ  । ଏବେ ଏହି କ୍ରମରେ ୨ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

  ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ ଘଟଣାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ EOW ଏନେଇ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜେରା କରିଥିଲା । ପ୍ରାଥମିକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇପିସି ଧାରାର ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ଖ ଲାଗିଛି  ।

ଏସସି/ଏସଟି ଆକ୍ଟର ୩ (୧) (ଜି) (କ୍ୟୁ) ଧାରାରେ ମାମଲା ହୋଇଥିଲା । ସାରୁଅରେ ହାଲୁରୀ ପାହାଡ଼ସିଂଙ୍କ ଠାରୁ ଓଡ଼ିଶା ଇନ୍‌ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ହାଲୁରୀ ପାହାଡ଼ସିଂ ଅନୁସୂଚିତ ଜାତି ବର୍ଗର । ତାଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି । ସ୍ୱଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ଓଟିଭି ଦର୍ଶାଇଥିଲା । ଗରିବ ଅନୁସୂଚିତ ଜାତିର ଲୋକଙ୍କ ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା ।

ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଗତ ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା । ଶେଷରେ ଗତକାଲି ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ନିର୍ଦ୍ଦେଶକ ତଥା ଓଟିଭିର ଚିଫ୍‌ ଫାଇାନାନ୍‌ସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତକ ଅପରାଧ ଶାଖା ଗିରଫ କରିଛି ।

କୋଭିଡ କଟକଣାରେ ରାଜଧାନୀରେ ଆଜିଠୁ ଖୋଲିଲା ସମସ୍ତ ଆହାର କେନ୍ଦ୍ର

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀରେ ଆହାର କେନ୍ଦ୍ର ବନ୍ଦ ଥିଲା । ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ବିଏମସି ନିଷ୍ପତ୍ତି ନେଇଛି । ପୂର୍ବରୁ ଡ଼ାକ୍ତରଖାନା ପାଖରେ ଥିବା ୫ଟି ଆହାର କେନ୍ଦ୍ର ଖୋଲା ଥିଲା । ବାକି ୭ଟି ଆହାର କେନ୍ଦ୍ର ବନ୍ଦ ହୋଇ ରହିଥିଲା । ଏବେ ସେସବୁ ଖୋଲିବ । ରାଜଧାନୀରେ ସଂକ୍ରମଣର ମାତ୍ର ଏବେ ଅପେକ୍ଷାକୃତ ଭାବେ ଯଥେଷ୍ଟ କମିଛି । ସେରୋ ସର୍ଭେଲାନ୍ସ ଟେଷ୍ଟ କହୁଛି, ରାଜଧାନୀରେ ୫୦ ପ୍ରତିଶତଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇସାରିଛି ।

ଏଣୁ ସଂକ୍ରମଣ ଏବେ ବ୍ୟାପିବା ନେଇ ଆଶଙ୍କା ମଧ୍ୟ କମିଛି । ବିଏମସି ଏସବୁ ପ୍ରସଙ୍ଗ ଉପରେ ବିଚାର କରି ଆହାର କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନେଇଛି । ବିଏମସିର କହିବା କଥା ଯେ, ରାଜଧାନୀରେ ସଂକ୍ରମଣ ଅଧିକ ଥିବା ବେଳେ ଆଗତଙ୍କ ସଂଖ୍ୟାକୁ ରୋକ୍ କରି ରଖାଯାଇଥିଲା । କମ୍ ଲୋକେ ବାହାରୁ ରାଜଧାନୀ ଆସୁଥିଲେ, ତେଣୁ ବିନା ଆହାର କେନ୍ଦ୍ରରେ କାମ ଚଳି ଯାଉଥିଲା । ମାତ୍ର ଏବେ ଯାତାୟାତ ସ୍ୱାଭାବିକ ହେବା ପରେ ଆହାର କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

OnePlus Nord vs Google Pixel 4a: ଜାଣନ୍ତୁ କଣ ରହିଛି ଦାମ ଓ ଫିଚର୍ସ

ନୂଆଦିଲ୍ଲୀ: ଭାରତରେ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ମଧ୍ୟରୁ ଗୋଟେ ହେଉଛି One Plus Nord (ୱାନ୍ ପ୍ଲସ୍ ନର୍ଡ) । ଏହା ବ୍ୟତୀତ ଏହି ଫୋନରେ କ୍ୟାମେରା, ଡିସପ୍ଲେ , ବ୍ୟାଟେରୀ ଏବଂ ଆପ୍ ପର୍ଫମାନ୍ସରେ ମଧ୍ୟ ଏହା ବହୁତ ଭଲ । ନର୍ଡକୁ ଚ୍ୟାଲେଞ୍ଜ ଦେବାକୁ ନିକଟରେ ଗୁଗୁଲ ପିକ୍ସେଲ 4a ଲଞ୍ଚ କରିଛି । ପିକ୍ସେଲ 4aର ହାଇଲାଇଟ୍ ଫିଚରକହିବାକୁ ଗଲେ , ଏଥିରେ ସିଙ୍ଗିଲ ରିୟର କ୍ୟାମେରା ରହିଛି । ଯାହା ପ୍ରତ୍ୟେକ ପିକ୍ସେଲ ସ୍ମାର୍ଟଫୋନରେ ରହିଛି ।

OnePlus Nord(ୱାନ୍ ପ୍ଲସ୍ ନର୍ଡ)  vs Google Pixel 4a (ଗୁଗୁଲ୍ ପିକ୍ସେଲ୍ 4a)

ଗୁଗୁଲ୍ ପିକ୍ସେଲ୍ 4a କେବଳ ଗୋଟିଏ କନଫିଗିରେସନ ଏବଂ ଗୋଟିଏ ରଙ୍ଗରେ ଉପଲବ୍ଧ । ଏଥିରେ ୧୨୮ ଜିବି ଷ୍ଟୋରେଜ୍ ସହିତ ୬ ଜିବି ରାମ୍ ରହିଛି । ଏବଂ ଏହାର ଦାମ ହେଉଛି । ୩୧,୯୯୯ ଟଙ୍କା । ଅନ୍ୟ ପଟେ, ୱାନ୍ ପ୍ଲସ୍ ନର୍ଡ (OnePlus Nord)ରେ ୬ ଜିବି RAM ଏବଂ ୬୪ GB ଷ୍ଟୋରେଜ୍ ର ଫୋନ୍ ୨୪,୯୯୯ରୁ ଆରମ୍ଭ ହୁଏ, ୮ଜିବି RAM ଏବଂ ୧୨୮ GB ଷ୍ଟୋରେଜ୍ ପାଇଁ ୨୭,୯୯୯ ଟଙ୍କାରେ ଉପଲବ୍ଧ । ଏବଂ ୧୨ ଜିବି RAM ଏବଂ ୨୫୬ GB ଷ୍ଟୋରେଜ୍ ପାଇଁ ଏହାର ଦାମ ୨୯,୯୯୯ ଟଙ୍କା । ଏହି ଫୋନ୍ ତିନୋଟି ରଙ୍ଗରେ ଉପଲବ୍ଧ ରହିଛି । କିନ୍ତୁ ଏଥିମଧ୍ୟରୁ କିଛି କେବଳ ସ୍ୱତନ୍ତ୍ର ଭ୍ୟାରିଏଣ୍ଟରେ ଉପଲବ୍ଧ ହେବ ।

କ୍ୟାମେରା-

OnePlus Nord(ୱାନ୍ ପ୍ଲସ୍ ନର୍ଡ)

  • ମେନ୍ କ୍ୟାମେରା: ୪୮ ମେଗାପିକ୍ସଲ, f/୧.୭୫, ଅପ୍ଟିକାଲ
  • ଅଲ୍ଟ୍ରା ୱାଇଡ୍ କ୍ୟାମେରା – ୮ ମେଗାପିକ୍ସେଲ
  • ମାକ୍ରୋ କ୍ୟାମେରା – ୨ ମେଗାପିକ୍ସେଲ
  • ଗଭୀର କ୍ୟାମେରା – ୫ ମେଗାପିକ୍ସେଲ
  • ସେଲଫି କ୍ୟାମେରା – ୩୨ ମେଗାପିକ୍ସେଲ (f /୨.୪୫)

 

Google Pixel 4a (ଗୁଗୁଲ୍ ପିକ୍ସେଲ୍ 4a)

 

  • ମ୍ୟାନ୍ କ୍ୟାମେରା – ୧୨.୨ ମେଗାପିକ୍ସେଲ, f / ୧.୭
  • ସେଲ୍ଫି କ୍ୟାମେରା – ୮ ମେଗାପିକ୍ସେଲ f / ୨.୦

 

ବ୍ୟାଟେରି ବିଷୟରେ କହିବାକୁ ଗଲେ ୱାନ୍ ପ୍ଲସ୍ ନର୍ଡରେ ୪,୧୧୫mAh ଓ ଗୁଗୁଲ୍ ପିକ୍ସେଲ୍ 4aରେ ୩,୧୪୦mAh ପାୱାର ରହିଛି  ।