କଇଁଛ ଚିପସ ଦାମ ଦୁଇ ଲକ୍ଷ ଟଙ୍କା !

1 min read

ନୂଆଦିଲ୍ଲୀ: ଗୋଟିଏ କେଜି କଇଁଛ ଚିପ୍ସକୁ ୫ହଜାର ଟଙ୍କା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ଏକ ଏମିତି ପ୍ରଜାତୀର କଇଁଛ ଯହାର ଚିପ୍ସର ଦାମ ରହିଛି ୫ ହଜାର ଟଙ୍କା । କିନ୍ତୁ ଏହା ବିଦେଶରେ ପହଞ୍ଚିଲା ବେଳକୁ କିଲୋଗ୍ରାମ ପିଛା ହୋଇଯାଏ ୨ ଲକ୍ଷ ଟଙ୍କା । ଏହି କଇଁଛ ଚିପ୍ସକୁ ଜାନପୁରୀ ବଂସାରୀର ଚିପ୍ସ ମଧ୍ୟ କୁହାଯାଇଥାଏ । ଜାନପୁରୀ-ବଂସାରୀର ସ୍ୱତନ୍ତ୍ର ଚିପ୍ସ ୟୁପିର ଇଟାୱା ଏବଂ ପଶ୍ଚିମବଙ୍ଗରେ ପ୍ରସ୍ତୁତ ହେଉଛି । ଜାନପୁର-ବଂସାରୀ ହେଉଛି ଏକ ସ୍ଥାନ, ଏହି ସ୍ଥାନର ନାଁ ଅନୁସାରେ କଇଁଛର ତିନୋଟ ସ୍ୱତନ୍ତ୍ର ପ୍ରଜତୀକୁ ଜାନପୁର-ବଂସାରୀ କୁହାଯାଏ । ଏହା ସବୁଠୁ ଅଧିକ ଇଟାୱାରେ ମିଳିଥାଏ । ଏହି ଅଞ୍ଚଳ ଜାତୀୟ ଚାମ୍ବଲ ଶତାବ୍ଦୀରେ ଆସୁଛି । ତଥାପି ବହୁ ସଂଖ୍ୟକ କଇଁଛ ଏଠାରୁ ଚୋରା ଚାଲାଣ କରୁଛନ୍ତି।

କଇଁଛର ପେଟରୁ ପ୍ରସ୍ତୁତ ହୁଏ ଚିପ୍ସ

ପରିବେଶବିତ୍ ତଥା ଗଙ୍ଗା ଅଭିଯାନ ସହ ଜଡିତ ରାଜୀବ ଚୌହାନ ଏହି ଚୋରା ଚାଲାଣ ବିଷୟରେ ପ୍ରକାଶ କରି କହିଛନ୍ତି ଯେ, ଚମ୍ୱଲ ନଦୀ ପାଖରେ ଥିବା ଆଗ୍ରାର ପିନହାଟ ଏବଂ ଇଟାୱାସ୍ଥିତ ଜିନପୁରୀ ଏବଂ ବଂସାରୀରେ  ନୀଲସୋନିଆ ଗ୍ୟାଙ୍ଗଟିସ୍ ଏବଂ ଚିତ୍ରା ଇଣ୍ଡିକା ଭଳି ତିନୋଟି ଏମିତି ପ୍ରଜାରତୀର କଇଁଛ ଅଛନ୍ତି ଯେଉଁଥିରୁ ଚିପ୍ସ ପ୍ରସ୍ତୁତ କରାଯାଇଥାଏ । କଇଁଛର ପେଟର ଚର୍ମକୁ ପ୍ଲାଷ୍ଟ୍ରନ୍ କୁହାଯାଏ  । ଏହି ପ୍ଲାଷ୍ଟ୍ରନରୁ ଚିପ୍ସ ତିଆରି କରାଯାଏ  । ପ୍ରଥମେ ପ୍ଲାଷ୍ଟ୍ରନ କାଟି ଅଲଗା କରାଯାଇଥାଏ ଏବଂ ଏହାକୁ ପାଣିରେ ଫୁଟାଯାଇ ଶୁଖାଯାଏ  । ଏହା ପରେ ଏହାକୁ ପଶ୍ଚିମବଙ୍ଗ ଦେଇ ବିଦେଶ ପଠାଯାଇଥାଏ । ଗ୍ରୀଷ୍ମ ଋତୁରେ ପ୍ଲାଷ୍ଟ୍ରନ୍ ଚିପ୍ସ ତିଆରି ହୁଏ,କିନ୍ତୁ  ଶୀତଦିନେ ଜୀବନ୍ତ କଇଁଛ ଚୋରା ଚାଲାଣ କରାଯାଏ, କାରଣ ଶୀତଦିନେ ଚୋରା ଚାଲାଣ କରିବାରେ କୌଣସି ଅସୁବିଧା ନାହିଁ ।

ଥାଇଲ୍ୟାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରରେ ଏହି ଚିପ୍ସ କିଲୋଗ୍ରାମ ୨ ଲକ୍ଷ ଟଙ୍କା ବିକ୍ରି କରାଯାଇଥାଏ

ରାଜୀବ ଚୌହାନଙ୍କ ଅନୁସାରେ, ସ୍ଥାନୀୟ ଚୋରା ଚାଲାଣକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ କଇଁଛମାନଙ୍କୁ ଧରି ଚିପ୍ସ କରନ୍ତି ସେମାନେ ନିଲସୋନିଆ ଗ୍ୟାଙ୍ଗଟିସ୍ ଏବଂ ଚିତ୍ରା ଇଣ୍ଡିକା କଇଁଛର ଚିପ୍ସକୁ କିଲୋଗ୍ରାମ ପିଛା ୫ହଜାର ବିକ୍ରି କରିଥାନ୍ତି । ତେବେ ଏହି ଚିପ୍ସ ଗୁଡ଼ିକୁ ଇଟାୱାରୁ ଥାଇଲାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରକୁ ଚୋରା ଚାଲଣ କରାଯାଇଥାଏ । ଚୋରା ଚାଲଣକାରୀଙ୍କ ଅନୁଯାୟୀ ଏହି ଚିପ୍ସ ଗୁଡ଼ିକ ବିଦେଶରେ ପହଞ୍ଚିବା ପରେ କଲୋଗ୍ରାମ ପିଛା ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ତେବେ ଗୋଟିଏ କିଲୋ ଗ୍ରାମ କଇଁଛରୁ ୨୫୦ ଗ୍ରାମର ଚିପ୍ସ ପ୍ରସ୍ତୁତ କରାଯାଇଥାଏ ।

Leave a Reply