ବାପାଙ୍କ ଜନ୍ମଦିନରେ ବିବାହ କରିବେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡର ବିଶିଷ୍ଟ ଗୀତିକାର ଉଦିତ ନାରାୟଣ ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଉଦିତଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି । ଆଦିତ୍ୟ ନାରାୟଣ ଆଜି ତାଙ୍କ ବାପା ଉଦିତ ନାରାୟଣଙ୍କ ଜନ୍ମଦିନ ଅବସରରେ ଏକ୍ସ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବଂ ବାପାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଇଁ ବୋହୂ ଆଣିବାକୁ ଯାଉଛନ୍ତି। ଆଜି ଆଦିତ୍ୟ ବାପା ଉଦିତ ନାରାୟଣ ଏବଂ ତାଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆଦିତ୍ୟ ଏବଂ ଶ୍ୱେତାଙ୍କ ବିବାହ ସମ୍ପର୍ଣ୍ଣ ହେବ । ତେବେ ଏନେଇ ଆଦିତ୍ୟ ନାରାୟଣଙ୍କ ବିବାହର ରୀତିନୀତି ଆରମ୍ଭ ହୋଇସାରିଛି।

ଆଦିତ୍ୟ ଦୀର୍ଘ ଦିନ ଧରି ଶ୍ୱେତା ଅଗରୱାଲଙ୍କ ସହ ରିଲେସନସିପରେ ଥିଲେ  । ଯାହା ଆଦିତ୍ୟ ନାରାୟଣଙ୍କ ଦ୍ୱାରା ପ୍ରକାଶ ଯାଇଥିଲା। ତେବେ ଶ୍ୱେତା ଅଗ୍ରୱାଲଙ୍କ ସହ ଆଦିତ୍ୟ ନାରାୟଣଙ୍କ ଫଟୋ ଏବେ ଖୁବ ଭାଇରାଲ ହୋଇଛି । କିନ୍ତୁ ଏହାପରେ ଦୁହେଁ ନିଜ ସମ୍ପର୍କ ଉପରେ ନୀରବ ରହିଥିଲେଲେ। ତେବେ ନିକଟରେ ଆଦିତ୍ୟ ଖୋଲାଖୋଲି ଭାବେ ନିଜ ପ୍ରେମ ବ୍ୟକ୍ତ କରି ଶ୍ୱେତାଙ୍କୁ ବିବାହ କରିବା କଥା କହିଥିଲେ ।

ସୂଚନା ଯୋଗ୍ୟ ଯେ, ଶ୍ୱେତା ଅଗ୍ରୱାଲ ଜଣେ ବଲିଉଡ ଅଭିନେତ୍ରୀ ଯିଏ କି ଟିଭି ଜଗତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଶ୍ୱେତା ଅଗ୍ରୱାଲ ବାବୁଲ କି ଦୁଆଏଁ ଲେତି ଯା, ଶାଗୁନ୍, ଏବଂ ଦେଖୋ ମଗର ପ୍ୟାରରେ ନଜର ଆସିଛନ୍ତି । ସେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ରାଘବେନ୍ଦ୍ରଙ୍କ ସହ ଡେବ୍ୟୁ କରିଥିଲେ ଏବଂ ସେ ଆଉ ଏକ ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିସାରିଛନ୍ତି । ଏହି ଚଳଚ୍ଚିତ୍ରଟି ମୁଖ୍ୟ ଅଭିନେତା ଭାବରେ ଆଦିତ୍ୟ ନାରାୟଣଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା  । ଏହି ଚଳଚ୍ଚିତ୍ରଟିକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ।

Leave a Reply