ସାଧାରଣ ଲୋକଙ୍କ ଗାଡ଼ିକୁ ମାଓବାଦୀଙ୍କ ଟାର୍ଗେଟ, ବିସ୍ଫୋରଣରେ ଉଡ଼ିଲା ଗାଡ଼ି

1 min read

ମାଲକାନାଗିରି: ଛତିଶଗଡ଼-ମାଲକାନାଗିରି ସୀମାରେ ମାଓ ତାଣ୍ଡବ । ଛତିଶଗଡ଼ର ବିଜାପୁରରେ ସାଧାରଣ ଲୋକଙ୍କ ଗାଡ଼ିକୁ ଟାର୍ଗେଟ କରିଛି ମାଓ ସଂଗଠନ  ।  ଆଇ ଇ ଡି ବିସ୍ଫୋରଣରେ ଉଡ଼ିଲା ଗାଡ଼ି । ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ମୋହମ୍ମଦ ଇକବାଲ ଓ ବଲରାମ ପ୍ରଧାନ ଆହତ ହୋଇଛନ୍ତି । ବାସାଗୁଡ଼ା ସ୍ଥିତ ଏକ ଡାକ୍ତରଖାନାରେ ଉଭୟଙ୍କର ଚିକିତ୍ସା ଚାଲିଛି ।

 

ବାସାଗୁଡ଼ା ଥାନାରୁ ମାତ୍ର ୨ କିଲୋମିଟର ମଧ୍ୟରେ ମାଓବାଦୀ କରିଛନ୍ତି ଏବଳି ବିସ୍ଫୋରଣ  ।  ଘଟମାସ୍ଥଳରେ ପୋଲିସ ପହଞ୍ଚିଥିବାବେଳେ ଏସପି କମଲୋଚନ କଶ୍ୟପ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ସେହିପରି ଗଙ୍ଗାଲୁରରେ ଆସିଛି ଏକ ଦୁଃଖଦ ଖବର । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଗାଁରେ ଶବ ଫୋଫାଡ଼ି ଦେଇଥିବା ଖବର ମିଳୁଛି । ଏନେଇ ଥାନାରେ କୌଣସି ମାମଲା ହୋଇନଥିବାବେଳେ  ପୋଲିସ  ପାଖରେ ସୂଚନା ଥିବା ଗଙ୍ଗାଲୁର ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave a Reply