ଭଦ୍ରକ: ବେକାର ଯୁବକଙ୍କୁ କାମ ଯୋଗାଇବାକୁ ମନରେଗା ଯୋଜନା କରାଯାଇଛି । ହେଲେ ଏଠି କାମ ବଦଳରେ ଘରେ ବସୁଛନ୍ତି ଗାଁର ଯୁବକ । ରାସ୍ତା କାମ ପାଇଁ ବାହାରୁ ଆସି କାମ କରୁଛନ୍ତି ଦିନ ମଜୁରିଆ । ପ୍ରତି ଗାଁର ପକ୍କା ରାସ୍ତା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଆସୁଥିଲେ ସୁଦ୍ଧା ଏହା ହଡ଼ପ ହେଉଥିବା ଅଭିଯୋଗ ହୋଇଛି ।

ମନରେଗା ଯୋଜନାରେ ରାସ୍ତାକାମ ପାଇଁ ଆସିଛି ଟଙ୍କା । ହେଲେ ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାମ । ଯୋଜନାରେ ବି କାମ ପାଉନାହାନ୍ତି ଲୋକେ । ବିନା ଜବକାର୍ଡଧାରୀଙ୍କୁ ନେଇ ଚାଲିଛି ବେଆଇନ ରାସ୍ତାକାମ । ଭଦ୍ରକ ତିହିଡି ବ୍ଲକ ଅଧିନ ବୋଡକ ପଞ୍ଚାୟତର ଭଞ୍ଜନଗର ସ୍କୁଲ୍ ଖଳାଗଡିଆ ଜେନା ସାହି ରାସ୍ତା ପାଇଁ ୩ ମାସ ପୂର୍ବରୁ ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଥିଲା । କିନ୍ତୁ କାର୍ଯ୍ୟ ନହେବାରୁ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟକରେ ଅଭିଯୋଗ କରିଥିଲେ । ଖବର ବ୍ଲକ ଅଧିକାରୀମାନେ ଜାଣିବା ପରେ ତରବରିଆ ଭାବେ କାମ କରିଛନ୍ତି । ଏପରିକି ବାହାର ପଞ୍ଚାୟତରୁ ଲୋକଙ୍କୁ ଡାକି କାମ କରିବା ସହ ଟ୍ରାକ୍ଟର ଯୋଗେ ମୋରମ ଓ ମେଟାଲ ପକାଇଛନ୍ତି ।

ସେପଟେ କରୋନା କାଳରେ ଦିନ ମଜୁରିଆ କାମ ପାଉନଥିବା ବେଳେ ବ୍ଲକ ଅଧିକାରୀମାନେ ଜବକାର୍ଡ ନଥିବା ଲୋକଙ୍କ ଦ୍ୱାରା କରାଉଛନ୍ତି ରାସ୍ତା କାମ । ତେବେ ଗ୍ରାମବାସୀ ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାରୁ ସେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଅଧିକାରୀଙ୍କୁ ଦାୟିତ୍ୱ ଦେବେ ବୋଲି କହିଛନ୍ତି । ତୁରନ୍ତ ଏଭଳି ବେଆଇନ ରାସ୍ତା କାମକୁ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।


ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କୋଭିଡ଼ କଟକଣା ମଧ୍ୟରେ ୨ଟି ନିର୍ବାଚନମଣ୍ଡଳୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା, ସାନିଟାଇଜେସନକୁ ବ୍ୟାପକ ଗୁରୁତ୍ୱ ଦିଆଯାଇଛି । ତିର୍ତ୍ତୋଲରେ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ୩୭୩କୁ ବୃଦ୍ଧି କରାଯାଇଛି । ଏହି ନିର୍ବାଚନମଣ୍ଡଳୀର ୨,୩୭,୨୮୨ ଜଣ ଭୋଟର ମତଦାନ କରିବେ । ପୂର୍ବରୁ ବୁଥ ଗୁଡିକ ଯେଉଁଠି ରହିଥିଲା, ସେଠାରେ ରହିଛି । ତିର୍ତ୍ତୋଲ ୫ଟି ସ୍ଥାନରେ ବୁଥକୁ ନିକଟସ୍ଥ ବିଲ୍ଡିଂକୁ ସ୍ଥାନ୍ତାନ୍ତରିତ କରାଯାଇଛି ।ଅନୁରୂପଭାବେ ବାଲେଶ୍ୱରରେ ମଧ୍ୟ ୩୪୬ ବୁଥ ପ୍ରସ୍ତୁତ ହୋଇଛି ।ସେଠାରେ ମୋଟ ୨,୩୦,୨୯୭ ଜଣ ଭୋଟ୍ ଦେବେ । ୧୨ଟି ସ୍ଥାନରେ ବୁଥକୁ ନିକଟସ୍ଥ ବିଲ୍ଡିଂକୁ ସ୍ଥାନ୍ତାନ୍ତରଣ କରାଯାଇଛି ।














