ଶତ୍ରୁ ସୁଡଙ୍ଗରେ ଭାରତୀୟ ବୀର

1 min read

ନୂଆଦିଲ୍ଲୀ: ସୈତାନ ଶତ୍ରୁର ସନ୍ଧାନକୁ ଜୋରଦାର କରିଛି ଭାରତୀୟ ସେନା । ଗୁଳିରେ ଧୂଳି ଚଟାଇବା ପରେ ମଧ୍ୟ ଆତଙ୍କୀଙ୍କ ଅନୁସନ୍ଧାନକୁ ଆଖି ଆଢୁଆଳକୁ ଠେଲି ଦେଇନାହାଁନ୍ତି ଭାରତୀୟ ବୀର ଯବାନ । ନଗରୋଟା ଏନକାଉଣ୍ଟରରେ ପଡୋଶୀ ଶତ୍ରୁ ପାକିସ୍ତାନର ୪ ଆତଙ୍କବାଦୀକୁ ବିଚ୍ ରାସ୍ତାରେ ଉଡାଇଦେଇଥିଲେ ଭାରତୀୟ ସୈନିକ । କିନ୍ତୁ ଏହା ପରେ ମଧ୍ୟ ଶତ୍ରୁର ପିଛା ଛାଡିନି ଭାରତ । ଯେଉଁ ସୁଡଙ୍ଗ ଦେଇ ପାକିସ୍ତାନରୁ ଭାରତ ଆସିବାରେ ସକ୍ଷମ ହୋଇଥିଲେ ଏହି ୪ ସୈତାନ, ଆଉ ସେହି ସୁଡଙ୍ଗର ଅନୁସନ୍ଧାନକୁ ଜୋରଦାର କରିଛି ସେନା ।

ଜଣେ ଶୀର୍ଷ ସ୍ତରୀୟ ସେନା ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସୈନିକ ଉକ୍ତ ସୁଡଙ୍ଗର ୨୦୦ ମିଟର ପର୍ଯ୍ୟନ୍ତ ଭିତରକୁ ଯିବାରେ ସକ୍ଷମ ସାଜିଛନ୍ତି । ପାକିସ୍ତାନର ଯେଉଁ ସ୍ଥାନରୁ ସୁଡଙ୍ଗର ଆରମ୍ଭ ହୋଇଥିଲା, ସେହି ପର୍ଯ୍ୟନ୍ତ ଭାରତୀୟ ସୁରକ୍ଷା ବଳ ପହଁଚି ପାରିଛନ୍ତି । ଯେଉଁଦିନ ନଗରୋଟା ଠାରେ ୪ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ଏନକାଉଣ୍ଟର କରିଥିଲେ, ଠିକ ତାହାର ପୂର୍ବଦିନ ଏହି ସୁଡଙ୍ଗ ଦେଇ ଭାରତ ସୀମାକୁ ପ୍ରବେଶ କରିଥିଲେ ଏହି ଆତଙ୍କୀ ।

ଭାରତ-ପାକ ସୀମାରେ ୧୫୦ ମିଟର ଲମ୍ବର ଏକ ସୁଡଙ୍ଗ ଥିବା ପ୍ରଥମେ ପରିଲିଖିତ କରିଥିଲା ଜମ୍ମୁ କାଶ୍ମୀର ଶାମ୍ବା ସେକ୍ଟର ୨୨ ନମ୍ବର ସୁରକ୍ଷା ବଳ । ଏହାପରେ ଏହାର ପତ୍ତା ଲଗାଇଥିଲା ସୁରକ୍ଷା ବାହିନୀ । ସୁରକ୍ଷାବଳର କହିବା ମୁତାବିକ, ନଗରୋଟା ଅନକାଉଣ୍ଟରରେ ନିହତ ହୋଇଥିବା ୪ ଆତଙ୍କବାଦୀ ଏହି ସୁଡଙ୍ଗର ବ୍ୟବହାର କରି ଭାରତ ଆସିବାରେ ସକ୍ଷମ ହୋଇଥିଲେ । କାରଣ ନଭେମ୍ବର ତୃତୀୟ ସପ୍ତାହରେ ସେହିପରି ସେନାର ଗୁଳିରେ ପ୍ରାଣ ହରାଇଥିବା ଆତଙ୍କୀଙ୍କ ମୋବାଇଲ ଫୋନରୁ ମିଳିଥିଲା ସୁଡଙ୍ଗର ସନ୍ଧାନ ।

ସେହିପରି ଏନକାଉଣ୍ଟର ସମ୍ବନ୍ଧରେ ସୂଚନା ଦେଇ ବର୍ଡର ସିକ୍ୟୁରିଟ ଫୋର୍ସ(ବିଏସଏଫ) ଡିଜି ରାକେଶ ଆସ୍ଥାନାଙ୍କ କହିଛନ୍ତି, ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନରୁ ସୁଡଙ୍ଗ ବାବଦରେ ମିଳିଛି ସୁରାକ । ଯାହାର ବିଶ୍ଲେଷଣ ଜାରି ରହିଛି । ଶାମ୍ବା ସେକ୍ଟର ୨୨ ନମ୍ବରରୁ ମିଳିଥବା ସୁଡଙ୍ଗ ସହ ଏହି ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହିଥିଲେ ରାକେଶ ଆସ୍ଥାନା । ଏବଂ ପରିଶେଷରେ ସୁରକ୍ଷା ବଳ ସୁଡଙ୍ଗର ୨୦୦ ମିଟର ପର୍ଯ୍ୟନ୍ତ ଭିତରକୁ ଯାଇ ସତ୍ୟର ସନ୍ଧାନ କରିଛି ।

Leave a Reply