spot_img
Home Blog Page 6488

ମାଟି ତଳୁ ୫୦ ଫୁଟ ଉପରକୁ ଆପେ ଆପେ ଉଠିଗଲା ବୋର ୱେଲ

ଅନୁଗୁଳ: ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ହେଲେ ନ ଦେଖିଲା ଯାଏ କେହି ସହଜରେ ବିଶ୍ୱାସ କରି ପାରିବେ ନାହିଁ ଯେ ମାଟି ତଳୁ ୫୦ ଫୁଟ ଉପରକୁ ଏକ ବୋର ୱେଲ ଉଠି ଯାଇଛି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ଗ୍ରାମରେ ।  ଘଟଣାରୁ ପ୍ରକାଶ ଯେ ବାଲିପଟ୍ଟା ଗ୍ରାମର ସ୍ୱର୍ଗତ ଜିଲ୍ଲା ପରିଷଦ ସଭ୍ୟ ତାଙ୍କ ଘର ପଛ ପଟ ବଗିଚାରେ ଦେଢବର୍ଷ ପୂର୍ବେ ଏକ ବୋର୍‌ୱ୍ୱେଲ୍ ଖୋଳିଥିଲେ । ଏହି ବୋର୍‌ୱେଲ୍‌ର ଗଭୀରତା ୩ ଶହ ଫୁଟ ରହିଥିଲା ।

ବୋର୍‌ୱେଲ୍ ଭିତରକୁ ୨ଶହ ଫୁଟ ପର୍ଯ୍ୟନ୍ତ କେସିଙ୍ଗ୍ ପାଇପ ପଶିଥିଲା । ତେବେ ରବିବାର ଦିନ ସନ୍ଧ୍ୟାରେ କିଛି ଶ୍ରମିକ ବଗିଚାରେ ପାଣି ଦେଉଥିବା ବେଳେ ହଠାତ ପାଣି ବନ୍ଦ ହୋଇଯାଇଥିଲା । ତେବେ ଶ୍ରମି୍‌କ ମାନେ ବୋରୱେଲ ପାଖକୁ ଆସି ଦେଖିବାରୁ ଏହି ବୋର୍‌ୱେଲ୍ ଭିତରକୁ ଯାଇଥିବା କେସିଙ୍ଗ୍ ପାଇପ୍ ମଧ୍ୟରୁ ପ୍ରାୟ ୫୦ ଫୁଟ ପାଇପ୍ ହଠାତ ରପରକୁ ଉଠି ରହିଥିବା ଦେଖିବାକୁ ପାଇଥିଲେ ।

ଘଟଣାଟି ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମବାସୀ ଏହା ଏକ ଅଲୌକିକ ଘଟଣା ଭାବି ଦେଖିବାକୁ ଭିଡ଼ ଜମାଇଥିଲେ ।  ତେବେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଭିତରେ ପାଣି କିମ୍ବା ଗ୍ୟାସର ପ୍ରେସର ଯୋଗୁଁ ଏହା ହୋଇଥାଇ ପାରେ ବୋଲି କୁହା ଯାଇଛି ।

କିଏ ହେବ ଆମେରିକାର ଆଗାମୀ ରାଷ୍ଟ୍ରପତି ? ଟ୍ରମ୍ପ-ବିଡେନ କଡ଼ା ଟକ୍କର, ରାତି ପାହିଲେ ଅଗ୍ନି ପରୀକ୍ଷା

ଆମେରିକା: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଶକ୍ତିଶାଳୀ ରାଷ୍ଟ୍ରର ନିର୍ବାଚନ ଉପରେ ରହିଛି ବିଶ୍ୱବାସୀଙ୍କ ନଜର । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ହେଉଛି କଡା ଟକ୍କର । ପୁଣି ଥରେ କ୍ଷମତାକୁ ଫେରିବାକୁ ପୁରା ଦମ ଲଗାଇଛନ୍ତି ଟ୍ରମ୍ପ । ନିଜ ଶାସନ ସମୟର ସଫଳତାକୁ ଆଧାର କରି ତାଙ୍କୁ ଭୋଟ ଦେବାକୁ ଆମେରିକାବାସୀଙ୍କୁ ଅପିଲ କରିଛନ୍ତି ଟ୍ରମ୍ପ ।

Trump

ଆମେରିକାବାସୀଙ୍କୁ ଟ୍ରମ୍ପ କହିଛନ୍ତି, ଆପଣ ଯଦି ଆପଣଙ୍କ ପରିବାର ଓ ଦେଶର ସୁରକ୍ଷା ଚାହୁଁଛନ୍ତି ତେବେ ମୋତେ ଭୋଟ ଦିଅନ୍ତୁ । ଆମେରିକାର ଜୀବନ ଶୈଳିକୁ ବଞ୍ଚାଇ ରଖିବାକୁ ହେଲେ ମୋତେ ଜିତାଇବାକୁ ପଡିବ । କରୋନା ମୁକାବିଲା, ଜଳ ବାୟୁ ପରିବର୍ତ୍ତନ, ଅର୍ଥନୀତିର ବିକାଶକୁ ମୁଦ୍ଦା କରି ଭୋଟ ମାଗିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସେପଟେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ ଟ୍ରମ୍ପଙ୍କ ବିଫଳତାକୁ ମୁଦ୍ଦା କରି ମୈଦାନକୁ ଓହ୍ଲାଇଛନ୍ତି । କରୋନାକୁ ରୋକିବାରେ ଟ୍ରମ୍ପ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବିଡେନ । ଟ୍ରମ୍ପଙ୍କ ବୈଦେଶିକ ନୀତି, ବର୍ଣ୍ଣ ବୈଷମ୍ୟ, ଅର୍ଥନୀତି ଭଳି ପ୍ରସଙ୍ଗକୁ ସମାଲୋଚନା କରି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଜୋ ବିଡେନ । କିଛି ଦିନ ତଳେ ପ୍ରେସିଡେନସିଆଲ ଡିବେଟ ସରିଥିବା ବେଳେ ଜୋ ବିଡେନଙ୍କ ପ୍ରଦର୍ଶନ ଭଲ ଥିଲା ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ତେବେ ବିଡେନ୍‌ଙ୍କ ଭାଷଣ ମତଦାନକୁ ପ୍ରଭାବିତ କରିବାରେ ସଫଳ ହୋଇନପାରେ ବୋଲି କୁହାଯାଉଛି ।

ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୫୨୭ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କୁମୁଛି କରୋନା ସଂକ୍ରମଣ । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ । ରାଜ୍ୟରେ ଆଜି ପୁଣି ୧୫୨୭ କରୋନା ସଂକ୍ରମତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ୨ ଲକ୍ଷ ୭୯ ହଜାର ୦୯୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ମୟୂରଭଞ୍ଜରୁ ୪୫, ସୁନ୍ଦରଗଡ଼ରୁ ୧୨୭, ସୋନପୁରରୁ ୯୯, କେନ୍ଦୁଝରରୁ ୪୪, ବଲାଙ୍ଗିରରୁ ୪୨, ବରଗଡ଼ରୁ ୫୬, ଯାଜପୁରରୁ ୬୦, ଅନୁଗୁଳରୁ ୭୦, ନବରଙ୍ଗପୁରରୁ ୭୩, ବାଲେଶ୍ୱରରୁ ୧୨୭, ଜଗତସିଂହପୁରରୁ ୮୯, କଳାହାଣ୍ଡିରୁ ୩୬, ନୟାଗଡ଼ରୁ ୨୬, କେନ୍ଦ୍ରାପଡ଼ାରୁ ୪୧, ସମ୍ବଲପୁରରୁ ୪୧, ପୁରୀରୁ ୪୬, ଝାରସୁଗୁଡ଼ାରୁ ୨୨, ନୂଆପଡ଼ାରୁ ୧୦୪, ଭଦ୍ରକରୁ ୪୧, ଢ଼େଙ୍କାନାଳରୁ ୪୪, କୋରାପୁଟରୁ ୩୪, ମାଲକାନାଗିରିରୁ ୩୨, କନ୍ଧମାଳରୁ ୨୩, ଗଜପତିରୁ ୬, ସୋନପୁରରୁ ୨୮, ଗଞ୍ଜାମରୁ ୨୦, ଢ଼େଙ୍କାନାଳରୁ ୨୧, ବୌଦ୍ଧରୁ ୧୬, ଦେଓଗଡ଼ରୁ ୧୩, ରାୟଗଡ଼ାରୁ ୧୫, ନବରଙ୍ଗପୁରରୁ  ୨୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

ଅଭାବ ଅନଟନ କାରଣରୁ ଦମ୍ପତିଙ୍କ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ଯାଜପୁର ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ଅଭାବନୀୟ ଘଟଣା । ଅଭାବ ଅନଟନ କାରଣରୁ ଦମ୍ପତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ । ପତ୍ନୀଙ୍କ ମୃତ୍ୟୁ ଘଟଥିବା  ସ୍ଥଳେ ସ୍ୱାମୀ ଅଳ୍ପକେ ବର୍ତି ଯାଇଛନ୍ତି । ବିରିପଟା ଗ୍ରାମର ଶ୍ରୀକାନ୍ତ ମିଶ୍ର  ଜଣେ ଦିନ ମଜୁରିଆ । କିନ୍ତୁ କରୋନା ପାଇଁ କାମଧନ୍ଦା ବନ୍ଦ ହୋଇ ଯାଇଥିବାରୁ  ଅଭାବ ଅନଟନ ଭିତରେ ଦିନ କାଟୁଥିଲେ । ଫଳରେ ଘରେ ଅଶାନ୍ତି ଲାଗି ରହିଥିଲା । ପ୍ରତିଦିନ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ତେବେ ଗତକାଲି କୌଣସି କାରଣରୁ ସ୍ୱାମୀ ବିଷ ପିଇବାକୁ ଉଦ୍ୟମ କରିଥିଲେ ।  ଏହା ଦେଖି ପତ୍ନୀ ତାଙ୍କ ଠାରୁ ବିଷ ବୋତଲ ଛଡାଇ ନେଇ ନିଜେ ପିଇ ଦେଇଥିଲେ ।  ଉଭୟଙ୍କୁ ସ୍ଥାନୀୟ ଲୋକ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ହୋଇଛି । ତେବେ ଶ୍ରୀକାନ୍ତ ଅଳ୍ପକେ ମୃତ୍ୟୁମୁଖରୁ ବଂଚି ଯାଇଛନ୍ତି । ମଙ୍ଗଳପୁର ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ରାତି ପାହିଲେ ବିହାରରେ ଦ୍ୱିତୀୟ ପର୍ଯାୟ ମତଦାନ, କାହାର ରହିବ ପଲ୍ଲା ଭାରି

ବିହାର: ରାତି ପାହିଲେ ବିହାର ବିଧାନସଭାର ଦ୍ୱିତୀୟ ପର୍ଯାୟ ମତଦାନ । ଏହି ପର୍ଯ୍ୟାୟ ବିହାରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମତଦାନ ବୋଲି କୁହାଯାଉଛି । କାରଣ ଏହି ପର୍ଯ୍ୟାୟରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପାର୍ଥୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ନୀତିଶ ସରକାରର ୪ ମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ରହିଛି । ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ଆସନରୁ ଲଢୁଛନ୍ତି । ଏହି କ୍ଷେତ୍ରରେ ଅଧିକ ମାତ୍ରାରେ ଜାତିବାଦ ରାଜନୀତି କରାଯାଏ ବୋଲି ସବୁବେଳେ ଚର୍ଚ୍ଚାରେ ରହିଥାଏ ।

Bihar Election

ଗତଥର ମଧ୍ୟ ଏହି ଆସନରୁ ତେଜସ୍ୱୀ ଜିତିଥିବା ବେଳେ ଏଥର ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଅନୁମାନ କରାଯାଉଛି । ଏହି ଆସନରୁ ୧୯୯୫, ୨୦୦୦ରେ ଲାଲୁ ପ୍ରସାଦ ଯାଦବ ନିର୍ବାଚନ ଜିତିଥିବା ବେଳେ ୨୦୦୫ରେ ରାବିଡି ଦେବୀ ମଧ୍ୟ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୧୦ରେ ରାବିଡି ଦେବୀ ଏହି ଆସନରୁ ନିର୍ବାଚନ ହାରିଯାଇଥିଲେ । ବିଜେପିର ସତିଶ କୁମାର ଏହି ଆସନକୁ କବ୍‌ଜା କରିଥିଲେ ।

Bihar Assembly Election With Out Lalu Prasad Yadav

ପୁଣି ୨୦୧୫ରେ ତେଜସ୍ୱୀ ଯାଦବ ଏହି ଆସନରେ ବିପୁଳ ସମର୍ଥନ ସହ ବିଜୟ ହାସଲ କରିଥିଲେ । କିନ୍ତୁ ସେତେବେଳେ ରାଜନୈତିକ ସମୀକରଣ ଭିନ୍ନ ଥିଲା । କଂଗ୍ରେସ ଓ ଜେଡିୟୁର ସମର୍ଥନରେ ଆରଜେଡିର ତେଜସ୍ୱୀ ବିଜୟୀ ହୋଇଥିଲେ । ଏଥର କିନ୍ତୁ ସ୍ଥିତି ସମାନ ନାହିଁ । ଜେଡିୟୁ ଏବେ ବିଜେପି ମିଶି ଏଥର ଜେତସ୍ୱୀଙ୍କୁ ଟକ୍କର ଦେଉଛି । ତେଣୁ ତେଜସ୍ୱୀ ନିର୍ବାଚନରେ ଜିତିବେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ଏତେ ସହଜ ବିଜୟ ନୁହେଁ ବୋଲି ରାଜନୀତିଜ୍ଞ ମାନେ ମତଦେଇଛନ୍ତି ।

Bihar Election

ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ମୈଦାନରେ ୧ ହଜାର ୪୬୩ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧ ହଜାର ୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୧ ହଜାର ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ପ୍ରାୟ ୨ କୋଟି ୮୫ ଲକ୍ଷ ଭୋଟର ।

ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ୪୬ ଓ ଜେଡିୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫, ବୈଶାଳୀର ୪, ଶିବହାରର ୩, ଶରନର ୧୦, ବେଗୁସରାଇର ୭, ଗୋପାଳଗଞ୍ଜର ୬, ଦରଭଙ୍ଗାର ୫, ସିଓ୍ୱାନର ୮, ମଧୁବନିର ୫, ସୀତାମାଢିର ୪, ମୁଜାଫରପୁରର ୫ଟି ଆସନରେ ଭୋଟିଂ ହେବ । ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନ ମଧ୍ୟରୁ ଜେଡୟୁ ୩୦, ଆରଜେଡି ୩୩, କଂଗ୍ରେସ ୭ଟି ଓ ଏନଡିଏକୁ ୨୨ଟି ଆସନ ମିଳିଥିଲା ।

ଦୁର୍ଗାପାଲ୍ଲୀ ରୋଡକୁ ହୀରାକୁଦ ଡ୍ୟାମ ନକ୍ସାରେ ନିର୍ମାଣ କରୁଛି ସମ୍ବଲପୁର ମହାନଗର ନିଗମ

ସମ୍ବଲପୁର: ସମ୍ବଲପୁରରେ ନିର୍ମାଣ ହେବ ଦ୍ଵିତୀୟ ହୀରାକୁଦ ଡ୍ୟାମ । ଆଉ କିଛିଦିନ ପରେ ସମ୍ପୂର୍ଣ ଭାବରେ ଜନସାଧାରଣଙ୍କ ପାଇଁ ଲୋକାର୍ପଣ ହେବ । କଥାଟି ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ସତ । ସମ୍ବଲପୁରରେ ହେଉଛି ୨ୟ ହୀରାକୁଦ ଡ୍ୟାମ । ନିର୍ମାଣରେ ଲାଗିଛନ୍ତି ଶ୍ରମିକ । ଖୁବ ଶୀଘ୍ର ଏହାର ହେବ ଲୋକାର୍ପଣ । ପୁରା ହୀରାକୁଦ ଡ୍ୟାମର ଅବିକଳ ନକଲ ନକ୍ସାରେ ଚାଲିଛି ନିର୍ମାଣ । ଏହା କୌଣସି ଡ୍ୟାମ୍ ନୁହେଁ ବରଂ ସମ୍ବଲପୁର ମହାନଗର ନିଗମର ୨ୟ କାର୍ଯ୍ୟାଳୟ । ସମ୍ବଲପୁରରୁ ବୁର୍ଲା ଓ ହୀରାକୁଦ ସହରକୁ ସଂଯୋଗ କରୁଥିବା ଦୁର୍ଗାପାଲି ରୋଡ଼ ନିରମାଣ ଚାଲିଛି କାର୍ଯ୍ୟାଳୟ ।

ଯାହାକି ପୁରାପୁରି ହୀରାକୁଦ ଡ୍ୟାମର ନକ୍ସାରେ ନିର୍ମିତ ହୋଇଛି । ତେବେ ଏଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି । କେବଳ ସମ୍ବଲପୁର ବା ଓଡିଶା ନୁହଁ ସମ୍ପୂର୍ଣ ଭାରତ ବିଖ୍ୟାତ ହୀରାକୁଦ ଡ୍ୟାମ । ସୁଦୀର୍ଘ ମାଟିବନ୍ଧ ରେ ନିର୍ମିତ ଏହି ହୀରାକୁଦ ଡ୍ୟାମ ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେପଟେ ସମ୍ବଲପୁର ମହାନଗର ନିଗମର ଏହି ନବ ନିର୍ମିତ କୋଠାକୁ ଯେ କେହିବି ଦେଖିଲେ ସେ ହୀରାକୁଦ ଡ୍ୟାମ ଦେଖିବା ସଦୃଶ୍ୟ ମନେ ହେବ ।

ସାରୁଅ ଦୁର୍ନୀତିର ହିସାବ ମାଗୁଛି କ୍ରାଇମବ୍ରାଞ୍ଚ, ଚଞ୍ଚକତା କରି ଶିବଙ୍କ ନାଁରେ କିଣା ଯାଇଥିଲା ପାଖାପାଖି ଶହେ ପ୍ଲଟ୍

ଭୁବନେଶ୍ୱର: ଦଳିତଙ୍କ ଜମି ହଡପ୍‌ର ମାଷ୍ଟରମାଇଣ୍ଡ କିଏ ? ଡ୍ରାଇଭର୍ ରବୀନ୍ଦ୍ର ସେଠୀ କିଣିଥିବା ଜମି ଓଡ଼ିଶା ଇନଫ୍ରାଟେକ ଖାତାକୁ କେମିତି ଗଲା ? ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କ ଠାରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ଦୁଇଦିନିଆ ରିମାଣ୍ଡର ପ୍ରଥମ ଦିନରେ ମାରାଥନ୍ ଜେରା କରିଛି ଅର୍ଥନୈତିକ ଅପରାଧ ଶାଖା ।  ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଗିଙ୍କ ଜମି ଦୁର୍ନିତିର ଅନେକ ଗୁମର ଖୋଲିଛନ୍ତି ମନୋରଂଜନ । ଆଇନ କହୁଛି, ଅନୁସୂଚିତ ଜାତି ଜନଜାତିର ଲୋକଙ୍କ ଜମିକୁ ଅନ୍ୟ କେହି କିଣି ପାରିବେ ନାହିଁ । ହେଲେ ରବୀନ୍ଦ୍ର ସେଠୀ କିଣିଥିବା ଜମି, ଓଡିଶା ଇନଫ୍ରାଟେକର ମାଲିକାନାକୁ ଯାଇଛି । ଆଉ ସେହି ପ୍ରମାଣକୁ ଆଧାର କରି କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ ବଢୁଛି ।

ସେପଟେ ମନୋରଂଜନଙ୍କ ପରେ ଆଜି ପାଳି ପଡ଼ିଛି ଓଡିଶା ଇନଫ୍ରାଟେକ୍‌ର ଆଉ ଜଣେ ଅଧିକାରୀଙ୍କର । ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ଓଡ଼ିଶା ଇନଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ଶିବ ପ୍ରସାଦ । ଦେଖନ୍ତୁ ଏ ଦସ୍ତାବିଜ୍‌କୁ । ପାଖାପାଖି ଶହେ ପ୍ଲଟ୍‌ର ପାୱାର ଅଫ୍ ଆଟର୍ଣ୍ଣିଂ ରହିଛି ଶ୍ରୀଚନ୍ଦନଙ୍କ ନାଁରେ । ସୂଚନା କହୁଛି, ଦଳିତଙ୍କ ଜମି ହଡ଼ପ୍‌ର ଏ ଥିଲେ ଅନ୍ୟତମ ସୂତ୍ରଧର । ସେପଟେ ସାରୁଅ ଜମି ଦୁର୍ନିତି ଅସଲ କଥା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ।

ଦଳିତଙ୍କ ଜମି ହଡ଼ପ୍‌ କରି ସାରୁଅରେ ଓଡ଼ିଶା ଟେଲିଭିଜନ୍ ନେଟୱର୍କ ସ୍ଥାପନ କରୁଥିଲା ଟିଭି ଦୁନିଆର ସାମ୍ରାଜ୍ୟ । କେତେବେଳେ ମିଡିଆର ଚାପରେ ତ କେତେବେଳେ ରାଜନୈତିକ ଷଡ଼ଯନ୍ତ୍ରରେ ଆଦିବାସୀଙ୍କ ଲୁହଲହୁ ଲୁଚି ଯାଉଥିଲା ଅଭାବି ମଣିଷର ଜମି ତଳେ । ହେଲେ ଏବେ ସତ ପଦାକୁ ଆସିଛି । ଖୋଲିଛି ବୈଜୟନ୍ତ ଓ ଜଗିମଙ୍ଗତ ପଣ୍ଡାଙ୍କ ଅସଲ ମୁଖା । ଆଉ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି କରିଛନ୍ତି ଷଣ୍ଢୁଆଶୀ ଆକ୍ରମଣ ।

ସେପଟେ ସାରୁଅ ଜମି ଦୁର୍ନୀତି ପଦାକୁ ଆସିବା ପରେ ସାରା ରାଜ୍ୟରେ ଦଳିତ ତାତିଛନ୍ତି । ଖୋଲିଛି ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଅସଲ ଚେହେରା । ଏବେ ମିଡିଆକୁ ଢାଲ କରି ପଣ୍ଡା ଦମ୍ପତି ଖସି ଯିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚରେ କଂପାନୀର ବଡ଼ ମାଛ ପଡ଼ିବା ପରେ ଏବେ ଅନ୍ୟ କର୍ମଚାରୀଙ୍କ ହୃଦକଂପନ ଆରମ୍ଭ ହୋଇଯାଇଛି ।

ଏହି ସବୁ ପ୍ଲାନ ସହିତ Airtel ଦେଉଛି Disney+Hotstar VIP ସବସ୍କ୍ରିପସନ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ କମ୍ପାନୀ Airtel ନିଜ କଷ୍ଟମର୍ସଙ୍କୁ Disney+ Hotstar VIP ର ସବସ୍କ୍ରିପସନ ଦେବା ଆରମ୍ଭ କରିଛି । ମୋବାଇଲ ୟୁଜର୍ସ ବ୍ୟତୀତ କମ୍ପାନୀ ଏୟାରଟେଲ ବ୍ରଡବ୍ୟାଣ୍ଡ ପ୍ଲାନ ସହିତ Disney+ Hotstar VIPର ପ୍ଲାନ ଦେଉଛି ।

୯୯୯ ଟଙ୍କାରେ Airtel XStream Entertainment Broadband Plan ସହିତ ଏହି ଅଫର ପ୍ରଦାନ କରୁଛି । ୧୪୯୯ ଟଙ୍କା ପ୍ଲାନ ସହିତ Disney+ Hotstar ର ଫ୍ରି ସବସ୍କ୍ରିପସନ ପ୍ରଦାନ କରିବ । ଏହା ବ୍ୟତୀତ ୩୯୯ ଟଙ୍କା ସହିତ ମଧ୍ୟ ଏହି ସବସ୍କ୍ରିପସନ ମିଳିପାରିବ ।

ମୋବାଇଲ ୟୁଜର୍ସଙ୍କ କଥା କହିବାକୁ ଗଲେ ୩୯୯ ଟଙ୍କାର ପ୍ରିପେଡ ୟୁଜର୍ସଙ୍କୁ Disney+ Hotstar VIP ର ସବସ୍କ୍ରିପସନ ଦିଆଯିବ । ଏହା ବ୍ୟତୀତ ୪୦୧ ଟଙ୍କା ପ୍ଲାନରେ ମଧ୍ୟ ଏହି ଅପସନରେ ରହିଛି । ଏହି ପ୍ଲାନ ସହିତ ୩୦ ଜିବି ଡାଟା ଏବଂ ୨୮ ଦିନର ଭାଲିଡିଟି ମଧ୍ୟ ମିଳିବ ।

ପୋଷ୍ଟପେଡ ୟୁଜର୍ସଙ୍କ ପାଇଁ ନୂଆ ଅଫର ରହିଛି ଯାହା କେବଳ ହାତ ଗଣତି କଷ୍ଟମରସଙ୍କୁ ମିଳିବ । ୪୯୯ଟଙ୍କା ବା ତାଠାରୁ ଅଧିକ ପୋଷ୍ଟପେଡ ପ୍ଲାନ ସହିତ କମ୍ପାନୀ Disney+Hotstar ର ସବସ୍କ୍ରିପସନ ପ୍ରଦାନ କରୁଛି ।

୪୪୮ ଟଙ୍କା ପ୍ଲାନ ସହିତ ପ୍ରତିଦିନ ୩ଜିବି ଡେଟା ଏବଂ ୨୮ ଦିନର ଭାଲିଡିଟି ପ୍ରଦାନ କରାଯିବ । ଏହା ସହିତ ଅନଲିମିଟେଡ କଲ ଏବଂ ପ୍ରତିଦିନ ୧୦୦ ଏସଏମଏସ ଫ୍ରି ରହିଛି । ଏହା ସହିତ ବର୍ଷେ ପାଇଁ Disney+ Hotstar ସବସ୍କ୍ରିପସନ ମଧ୍ୟ ରହିଛି ।

୫୯୯ ଟଙ୍କା ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ମିଳୁଛି ଏବଂ ଏହାର ଭାଲିଡିଟି ୫୭ ଦିନ ରହିଛି । ଏହା ସହିତ ବର୍ଷେ ପାଇଁ Disney+ Hotstar ସବସ୍କ୍ରିପସନ ମିଳିବ । Airtel ର ୪୯୯ ଟଙ୍କା ପୋଷ୍ଟପେଡ ପ୍ଲାନ ସହିତ ଏକ ବର୍ଷ ପାଇଁ Amazon Prime ର ସବସ୍କ୍ରିପସନ ଦିଆଯାଏ । ଏହି ସବୁ ପ୍ଲାନ ବ୍ୟତୀତ ୯୯୯ ଏବଂ ୧୫୯୯ ଟଙ୍କା ପ୍ଲାନ ସହିତ Amazon Prime ର ସବସ୍କ୍ରିପସନ ମଧ୍ୟ ଦିଆଯାଏ ।

ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନରେ ପାକିସ୍ତାନକୁ ଭାରତର ତୀବ୍ର ବିରୋଧ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ଷେତ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ଲଢେଇ ଜାରି ରହିଛି । ବିଶ୍ୱର ସବୁ ସଂସଦକୁ ନେଇ ଗଠନ ହୋଇଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ପାକିସ୍ତାନ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର ଅଧ୍ୟକ୍ଷ ହେବା ପାଇଁ ନିର୍ବାଚନ ଲଢୁଥିବା ବେଳେ ଭାରତ ଏହାକୁ ବିରୋଧ କରିଛି । ଆତଙ୍କବାଦ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କରିଛି  ଭାରତ ।

ଯେପର୍ଯ୍ୟନ୍ତ ଆତଙ୍କବାଦ ସମସ୍ୟାକୁ ପାକିସ୍ତାନ ମୁଳୋତ୍ପାଟନ ନକରିଛି ସେ ପର୍ଯ୍ୟନ୍ତ ଭାରତ ପକ୍ଷରୁ ବିରୋଧ ଜାରି ରହିବ ବୋଲି ଭାରତୀ  ଚେତାବନୀ ଦେଇଛନ୍ତି । ପାକିସ୍ତାନ ସହ ପର୍ତ୍ତୁଗାଲ, ଉଜବୈକିସ୍ତାନ ଓ କାନାଡା ମଧ୍ୟ ଏହି ନିର୍ବାଚନ ଲଢୁଛନ୍ତି । ପାକିସ୍ତାନକୁ ବିରୋଧ କରିବା ପାଇଁ ଭାରତ  ପର୍ତ୍ତୁଗାଲ କିମ୍ବା ଉଜବୈକିସ୍ତାନକୁ ସମର୍ଥନ ଦେଇପାରେ । ସୂଚନାଯୋଗ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ଏକ ଟିମ୍ ୨୦୬ ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକ ୧ ନଭେମ୍ବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

କୋଭିଡ୍‌ ମହାମାରୀ କାରଣରୁ ଚଳିତ ଥର ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଛି । ଭାରତ ପକ୍ଷରୁ ଓମ୍‌ ବିର୍ଲା ଏହି ବୈଠରେ ନେତୃତ୍ୱ ନେଇଛନ୍ତି ।

ପାକିସ୍ତାନକୁ ବଡ଼ ଝଟ୍‌କା, ୧୮୩ ଜଣଙ୍କ ଭିସା ରଦ୍ଦ କଲା ଫ୍ରାନ୍ସ

ଫ୍ରାନ୍ସ: ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ପାକିସ୍ତାନକୁ ଝଟକା । ଫ୍ରାନ୍ସ ସରକାର ପାକିସ୍ତାନର ୧୮୩ ଜଣଙ୍କ ଭିସାକୁ ରଦ୍ଦ କରିବା ସହ ଦେଶ ଛାଡି ଯିବାକୁ କହିଛନ୍ତି । ଭିସା ରଦ୍ଦ ହୋଇଥିବା ଲୋକଙ୍କ ଭିତରେ ପୂର୍ବତନ ଆଇଏସଆଇ ପ୍ରମୁଖ ଶୁଜା ପାଶାଙ୍କ ଭଉଣୀ ମଧ୍ୟ ଥିବା ଜଣାପଡିଛି ।

Emmanuel Macron

ଏବେ ପାକିସ୍ତାନ ରାଷ୍ଟ୍ରଦୁତ ଏନେଇ ଫ୍ରାନ୍ସ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କ ଭିସାକୁ ରଦ୍ଦ ନକରି ଫ୍ରାନ୍ସରେ ରହିବାକୁ ଅନୁମତି ଦିଆଯାଉ । ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନକୁ ନେଇ ବିବାଦ ଜାରି ରହିଥିବା ବେଳେ ସେଠାରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇଛି । ଏଥିସହ ମୁସଲିମ ସମ୍ପ୍ରଦାୟକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟକୁ କଡା ନିନ୍ଦା କରାଯାଇଛି । ନିନ୍ଦା କରିଥିବା ଦେଶ ଭିତରେ ପାକିସ୍ତାନ ଥିବା ବେଳେ ଫ୍ରାନ୍ସ ସରକାର ଏବେ ପାକିସ୍ତାନ ନାଗରିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଫ୍ରାନ୍ସକୁ ଏହି ଘଟଣାରେ ନିନ୍ଦା କରିଛନ୍ତି ।‌

Knife-attack-france

୧୮୩ ଜଣ ପାକିସ୍ତାନୀ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ନେଇ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନେଇଛି ଫ୍ରାନ୍ସ । ସୂଚନା ଅନୁଯାୟୀ, ଶୁଜା ପାଶାଙ୍କ ଭଉଣୀଙ୍କୁ ପ୍ୟାରିସରେ ରହିବାକୁ ଅନୁମତି ଦେବା ପାଇଁ ଫ୍ରାନ୍ସରେ ଥିବା ପାକିସ୍ତାନୀ କନସୁଲେଟ୍ ଏକ ଆବେଦନ କରିଛି, କାରଣ ସେଠାରେ ସେ ତାଙ୍କ ଶାଶୁଙ୍କ ସେବା କରୁଛନ୍ତି ।

Knife-attack-france