କଳା ପତାକା ଦେଖି ଚିହିଁକି ଉଠିଲେ ଏହି ବିଜେପି ନେତା, କହିଲେ ଏମିତି କଥା…

1 min read

ଅମ୍ୱାଲା: ହରିୟାଣା ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଚାଷୀଙ୍କ ଆକ୍ରୋଶ ଏବେ ଶୀର୍ଷରେ ରହିଛି । ଆନ୍ଦୋଳନ ପାଇଁ ଦିଲ୍ଲୀ ଆସିବାକୁ ଚାହୁଁଥିବା ଚାଷୀମାନଙ୍କ ସହ ହରିୟାଣା ସରକାର ଯେଉଁ ଭଳି ଭାବେ ବ୍ୟବହାର କଲେ ତାହାକୁ ଚାଷୀମାନେ ଅତି ନିନ୍ଦନୀୟ ବୋଲି କହିଥିଲେ । ସେହିଭଳି ହରିୟାଣା ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ସାରା ଦେଶରେ ଚାଷୀ ବିରୋଧୀ ପଦକ୍ଷେପ ବୋଲି ବିଚାର କରାଗଲା । ତେବେ ଏବେ ପୁଣି ଥରେ ହରିୟାଣା ନେତା ତଥା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରତନଲାଲ୍ କଟାରିଆ ଚାଷୀଙ୍କୁ ଅପମାନ କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଘଟଣା ଏହା ଯେ, ମନ୍ତ୍ରୀ ରତନଲାଲ୍ କଟାରିଆ ଆଜି ଅମ୍ୱାଲାରେ ପହଞ୍ଚିଥିଲେ । ୫-୬ଟି ସ୍ଥାନରେ ତାଙ୍କର କାର୍ଯ୍ୟକ୍ରମ ରହିଥିବା ବେଳେ ଏଗୁଡିକ ମଧ୍ୟରେ ସବୁଠାରୁ ପ୍ରମୁଖ କାମ ଥିଲା ଅମ୍ୱାଲାରେ ରେଲୱେ ବ୍ରିଜ୍ ନିର୍ମାଣ କରିବା । ସେଠାରେ ମନ୍ତ୍ରୀ ପହଞ୍ଚିବା ପରେ ଚାଷୀମାନେ ବଡ ସଂଖ୍ୟାରେ ଉପସ୍ଥିତ ରହି ତାଙ୍କୁ ବିରୋଧ କରିଥିଲେ । କଳା ପତାକା ଦେଖାଇବା ସହ କେନ୍ଦ୍ର ସରକାର ଓ କଟାରିଆଙ୍କ ବିରୋଧରେ ବୟାନବାଜି କରିଥିଲେ । ଏହାପରେ କଟାରିଆ ବିରକ୍ତି ଭାବ ଦର୍ଶାଇ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଏକ ଭୁଲ୍ ମନ୍ତବ୍ୟ ରଖିଥିଲେ ।

 

ସେ କହିଥିଲେ ଯେ, ଯଦି ବିରୋଧ କରିବାର ଥିଲା ଓ କଳା ପତାକା ଦେଖାଇବାର ଥିଲା ତେବେ ଅନ୍ୟ କେଉଁଠାରେ ମରିଲେନି । ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ସେ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଅନ୍ୟପକ୍ଷରେ କୃଷକମାନେ ସ୍ପଷ୍ଟ କରିଛନ୍ତି ଯେ କୌଣସି ଅପଶଦ୍ଦ ଆମ ଉପରେ ପ୍ରଭାବ ପକାଇ ପାରିବ ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ବିରୋଧ ଜାରି ରଖିବୁ ।

Leave a Reply