ମାନିଲେନି ଚାଷୀ, ୩ରେ ପୁଣି ଆଲୋଚନା

ନୂଆଦିଲ୍ଲୀ: ବିଫଳ ହେଲା ଚାଷୀ ଓ କେନ୍ଦ୍ର ସରକାରଙ୍କ ଆଲୋଚନା । ନିଜ ଜିଦ୍‌ରେ ଅଟଳ ଚାଷୀ, ସରକାରଙ୍କର କୌଣସି ପ୍ରସ୍ତାବରେ ରାଜି ହୋଇନାହାନ୍ତି । ଫଳରେ ସାଢେ ୩ଘଣ୍ଟା ଧରି ଚାଲିଥିବା ବୈଠକ ବିଫଳ ହୋଇଛି  । ଆସନ୍ତା ୩ତାରିଖରେ ଆଉ ଥରେ ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଜିର ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ  ।

ବୈଠକରେ ପ୍ରେଜେନଟେସନ  ମାଧ୍ୟମରେ ଆନ୍ଦୋଳନକାରୀ ଚାଷୀଙ୍କ ପ୍ରତିନିଧିକୁ ସରକାର ବୁଝାଇବାକୁ ଚେଷ୍ଟା କରିଥିଲେ  । ଏମଏସପି ଓ ମଣ୍ଡି ପୂର୍ବଭଳି ଲାଗୁ ରହିବ  । ଏହି ଆଇନ ଅନୁସାରେ କେବଳ ଚାଷୀ ହିଁ ନିଜ ସାମଗ୍ରୀକୁ ଅନ୍ୟ ସ୍ଥାନରେ ବିକ୍ରି କରିବାର ସ୍ୱାଧିନତା ପାଇବେ  । ଏଥିରେ ଚାଷୀଙ୍କର ରୋଜଗାର ବଢିବା ସହ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଲାଭ ହେବ  । କିନ୍ତୁ ସରକାରଙ୍କ ଏଭଳି ପ୍ରୟାସ ଫେଲ ମାରିଛି  । ଚାଷୀଙ୍କର ଏକମାତ୍ର ଜିଦ୍ କେନ୍ଦ୍ର ସରକାର ଆଇନକୁ ପ୍ରତ୍ୟାହାର କରନ୍ତୁ  । ନହେଲେ ଆନ୍ଦୋଳନ ଜାରି ରହିବ  ।

ପୂର୍ବଠାରୁ ଆନ୍ଦୋଳନକୁ ବିସ୍ତାର କରାଯିବ ବୋଲି ଚାଷୀ କହିଛନ୍ତି  । ସେପଟେ ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ କହିବା କଥା ଆଲୋଚନା ଅନେକ ମାତ୍ରାରେ ସଫଳ ହୋଇଛି  । ଆହୁରି ଅଧିକ ଆଲୋଚନା ପାଇଁ ଆସନ୍ତା ୩ରେ ପୁଣି ଥରେ ବୈଠକ ବସିବ  ।

Leave a Reply