IIFL ଲୁଟ୍‌ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

1 min read
IIFL

କଟକ: କଟକ ନୂଆସଡ଼କ IIFL ଫାଇନାନ୍ସ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଦୁଇ ଜଣକୁ ମିଶାଇ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଛି । ପୂର୍ବରୁ ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟକୁ ଗିରଫ କରିସାରିଛି କମିଶନରେଟ ପୋଲିସ ।

IIFL Gold Loot Case, Police Arrested Former Security Guard

ଏହି ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କଠାରୁ ଏଯାଏଁ ୧୦ କିଲୋ ସୁନା ଗହଣା ଉଦ୍ଧାର ହୋଇସାରିଛି । ଏହା ସହିତ ୭ ଲକ୍ଷ ଟଙ୍କା, ତିନୋଟି କାର, ତିନୋଟି ମୋଟର ସାଇକେଲ ଜବତ କରିଛି ପୋଲିସ । ମାଣପୁରମର ଦୁଇଟି ବ୍ରାଞ୍ଚରୁ ୬ କିଲୋ ୭ ଶହ ସୁନା ମିଳିଥିଲା । ସଂସ୍ଥାରୁ ଠାବ ହୋଇଥିବା ସମସ୍ତ ସୁନା ପୋଲିସ ହେପାଜତରେ ରହିଛି ।

IIFL Gold Loot Case, Police Arrested Former Security Guard

ସୂଚନାଯୋଗ୍ୟ, ଲୁଟ୍‌ ହେବାର ମାତ୍ର ୬ ଦିନରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । କଟକ ଡିସିପିଙ୍କ ନେତୃତ୍ୱରେ ହୋଇଥିଲା ତଦନ୍ତ । ପ୍ରେସମିଟ୍‌ କରି ସୂଚନା ଦେଇଥିଲେ ପୋଲିସ କମିଶନର । ଲୁଟ୍‌ର ପର୍ଦ୍ଦାଫାସ କରିଥିବାରୁ ଡିସିପିଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୋଲିସ କମିଶନର ।

ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟାଙ୍କ୍‌ ଲୁଟ୍‌ ପଛର ମୁଖ୍ୟ ସୂତ୍ରଧର ଥିଲେ ସେହି ବ୍ୟାଙ୍କର କର୍ମଚାରୀ ଲାଲା ଅମ୍ରିତ ରାୟ । ଏହି ଲୁଟ୍‌ ପଛରେ ମୁଖ୍ୟତଃ ୪ ଜଣ ସମ୍ପୃକ୍ତ ଥିଲେ । କିନ୍ତୁ ବାହାରେ ରହି ଲୁଟ୍‌କୁ ପରିଚାଳନା କରୁଥିଲେ ଆଉ ଜଣେ ବ୍ୟକ୍ତି ରଞ୍ଜନ ବେହେରା । କିଶନ ନଗର ଅଞ୍ଚଳରେ ରଞ୍ଜନ ବେହେରାଙ୍କର ଘର । ଲାଲା ଅମ୍ରିତ ରାୟ ଏବଂ ରଞ୍ଜନ ବେହେରା ହେଉଛନ୍ତି ପିଲା ବେଳର ସାଙ୍ଗ । ଦୁହେଁ ମିଳିତ ଭାବରେ ପ୍ଲାନ୍‌ କରି ଏହି ଲୁଟ କରିଥିବା ଜଣାପଡ଼ିଛି ।

IIFL Gold Loot Case, Police Arrested Former Security Guard

ତେବେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ବ୍ୟାଙ୍କର ସବୁ ସୁରକ୍ଷା ବ୍ୟବସ୍ଥା ଅକାମି ରହିଥିଲା । ବନ୍ଧୁକଧାରୀ ସୁରକ୍ଷାକର୍ମୀ ଛୁଟିରେ ଥିଲେ, ସିସିଟିଭି କ୍ୟାମେରା ଖରାପ ଥିଲା, ଆଲାରାମ କାମ କରୁନଥିଲା, ଡିଜିଟାଲ ଲକର ମଧ୍ୟ ଖରାପ ହୋଇପଡ଼ିଥିଲା । ବ୍ୟାଙ୍କ କର୍ମଚାରୀ ଅମ୍ରିତ ରାୟ ଆଗରୁ ବ୍ୟାଙ୍କର ଅନ୍ୟ ଗୋଟିଏ ବ୍ରାଂଚରୁ ଏକ କିଲୋ ସୁନା ଲୁଟ୍ କରିଥିବା କଥା ମଧ୍ୟ ତଦନ୍ତରୁ ଜଣାପଡିଛି ।

Leave a Reply