ବାପାକୁ ଝିଅର ହତ୍ୟା ଧମକ, ସେହେଲା ରସିଦଙ୍କ ବିରୋଧରେ ମାମଲା…

ଜେଏନୟୁର ପୂର୍ବତନ ଛାତ୍ର ସଂସଦ ଉପାଧ୍ୟକ୍ଷ ସେହେଲା ରସିଦଙ୍କ ସତ କଣ । ତାଙ୍କ ବାପା ଅବଦୁଲ ରସିଦ ସୋରାଙ୍କ ସାଂଘାତିକ ଅଭିଯୋଗ ପରେ ଏବେ ଚାରିଆଡେ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅବଦୁଲ ରସିଦ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କାଶ୍ମୀର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଝିଅ ସେହେଲା ରସିଦ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରି ପୋଲିସ ସୁରକ୍ଷା ଦାବି କରିଛନ୍ତି ।

ଏଥିସହ ଆତଙ୍କବାଦୀଙ୍କୁ ଫଣ୍ଡି କରୁଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କରେ ସେହେଲା ଅଛନ୍ତି ବୋଲି ବାପା ଅବଦୁଲ ଅଭିଯୋଗ କରିଛନ୍ତି। ଏଥିପାଇଁ ୩ କୋଟି ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ସେହେଲା ରସିଦ । ତାଙ୍କ ବାପାର ଚରିତ୍ର ଭଲ ନଥିବା ବେଳେ ମା ଓ ଭଉଣୀଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଏପଟେ ସେହେଲା କାଶ୍ମୀର ପଲିଟିକ୍ସରେ ସକ୍ରିୟ ରାଜନୀତି ଆରମ୍ଭ କରିବା ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ବାପା ।

ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ସେହେଲା କାହିଁକି କାଶ୍ମୀର ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ପଛରେ ବଡଧରଣର ଆର୍ଥିକ କାରବାର ହୋଇଥିବା ଅଭିଯୋଗ ହୋଇଛି । ସେହେଲାଙ୍କ ବ୍ୟାଙ୍କ ଆକାଉଣ୍ଟର ତନାଘନା କରିବାକୁ ମଧ୍ୟ ବାପା ଅବଦୁଲ ଦାବି କରିଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ସେହେଲା ରସିଦ ।

Leave a Reply