ଗ୍ରେଟର ହାଇଦ୍ରାବାଦ ମତଦାନ ଶେଷ; ୧୫୦ ଡିଭିଜନରେ ମତଦାନ

ହାଇଦ୍ରାବାଦ: ଶେଷ ହୋଇଛି ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନ । ଏ ନେଇ ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିଲା । ନିର୍ବାଚନରେ ତ୍ରିକୋଣୀୟ ଲଢେଇ ହୋଇଛି  । ଟିଆରଏସ, ବିଜେପି ଓ ଏଆଇଏମଆଇଏମ  ମଧ୍ୟରେ କଡା ଟକ୍କର ହେଉଛି   ।  ୪ଟି ଜିଲ୍ଲାରେ ୧୫୦ ଡିଭିଜନରେ ମତଦାନ କେନ୍ଦ୍ର ହୋଇଥିଲା  । ନଗର ନିଗମ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି  ।

କାରଣ ଏହି ନିର୍ବାଚନ ଫଳାଫଳ ହିଁ ରାଜ୍ୟରେ ବିଜେପିର ଭବିଷ୍ୟତ ଧାର୍ଯ୍ୟ କରିବ  । ଗତ ୨୦୧୬ ନିର୍ବାଚନରେ ଟିଆରଏସ ୯୯ , ଏଆଇଏମଆଇଏମ  ୪୪ଟି ଆସନ ଜିତିଥିଲା  । ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା  । ମାତ୍ର ୪ଟି ଆସନ ଜିତିଥିଲା ବିଜେପି । ଏଥର ବିଜେପି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରଦାର ପ୍ରଚାର କରିଛି । ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହାଇଦ୍ରାବାଦରେ ପ୍ରଚାର କରିଥିଲେ  ।

Leave a Reply