ବର-କନ୍ୟା ବେଶରେ ଝଟକୁଛନ୍ତି ଆଦିତ୍ୟ-ସ୍ୱେତା, ଦେଖନ୍ତୁ ବିବାହର କିଛି ଫଟୋ

ମୁମ୍ବାଇ: ବିବାହ ବନ୍ଧନରେ ବନ୍ଧିହେଲେ ଆଦିତ୍ୟ ନାରାୟଣ ଆଉ ତାଙ୍କ ପ୍ରେମିକା ସ୍ୱେତା ଅଗରୱାଲ । ବିବାହ ପରେ ସେମାନଙ୍କ ପ୍ରଥମ ଫଟୋ ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଆଦିତ୍ୟ  ତାଙ୍କ ପ୍ରେମିକା ସ୍ୱେତାଙ୍କ ହାତ ଧରିଥିବା ନଜର ଆସିଛନ୍ତି । ବର ସାଜିଥିବା ଆଦିତ୍ୟ ଏବଂ କନ୍ୟା ସ୍ୱେତାଙ୍କ ଜୋଡ଼ିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ତେବେ ବର କନ୍ୟା ବେଶରେ ଦୁହେଁ ବହୁତ ସୁନ୍ଦର ଲାଗୁଛନ୍ତି । ସ୍ୱେତା ଗୋଟିଏ ହଲକା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ କୁନ୍ଦନର ଗହଣା ପିନ୍ଧିଛନ୍ତି ।ସେହିଭଳି ଆଦିତ୍ୟ ମଧ୍ୟ ଏକ କ୍ରିମ ରଙ୍ଗର ସେରୱାନୀ, ମୁଣ୍ଡରେ ପଗଡ଼ି, ଗଳାରେ କୁନ୍ଦନର ହାର ପିନ୍ଧିଛନ୍ତି । ଏହାସହ ସେ ହଳଦୀଆ ରଙ୍ଗର ଏକ ଚସମା ପିନ୍ଧିଛନ୍ତି  ।

ଆଦିତ୍ୟଙ୍କ ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଛି । ତେବେ ବିବାହରେ ବାପା ଉଦତ୍ ନାରାୟଣ ମାଆ ଦୀପା ନାରାୟଣ ଏବଂ ପୂରା ପରିବାର ମଜାମସ୍ତିରେ ନଜର ଆସିଛନ୍ତି ।

ପୁଅ ବିବାହରେ ଉଦିତ ନାରାୟଣଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ଉଦିତ ପୁଅର ବିବାହରେ ନାଚୁଥିବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ  ଆଦିତ୍ୟଙ୍କ  ମା ଦୀପା ନାରାୟଣ ମଧ୍ୟ ପୁଅକୁ ଆଶିର୍ବାଦ ଦେଉଥିବାର ଦେଖାଯାଇଛି । ସମସ୍ତ ବରଯାତ୍ରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଥିଲା ।

ଆଦିତ୍ୟଙ୍କ ବାପା ଉଦିତ ନାରାୟଣ ମଧ୍ୟ ତାଙ୍କ ପୁଅର ବିବାହ ଉତ୍ସବରେ ଖୁବ୍ ଖୁସି ନଜର ଆସିଛନ୍ତି। ହାଲୁକା କମଳା ରଙ୍ଗର ଶେରୱାନିରେ ଉଦିତ ଖୁବ୍ ଭଲ ଲାଗୁଥିଲେ । ଏହାପୂର୍ବରୁ ଆଦିତ୍ୟଙ୍କ ହଳଦୀ ଏବଂ ସଙ୍ଗୀତର ଭିଡିଓ ଭାଇରାଲ ହୋଇଥିଲା। ଏଗୁଡ଼ିକରେ ମଧ୍ୟ ଆଦିତ୍ୟ ଭୟଙ୍କର ଥରିଥିବାର ନଜର ଆସିଥିଲେ। ସେହି ଭିଡ଼ିଓ ଗୁଡ଼ିକରେ ସେ ମଧ୍ୟ ନାଚୁଥିବାର ନଜର ଆସିଥିଲେ ।

Leave a Reply