spot_img
Home Blog Page 6484

ଆମେରିକା ରାଷ୍ଟ୍ରପତି ପାଇଁ ଲଢେଇ ଜାରି, ଫଳାଫଳକୁ ବିଶ୍ୱବାସୀଙ୍କ ଅପେକ୍ଷା

ୱାଶିଂଟନ : 2020ରୁ କାହାର ଚାଲିବ ହ୍ବାଇଟ ହାଉସରେ ରାଜୁତି ? ଆମେରିକା କରୁଛି ଭାଗ୍ୟ ନିର୍ଣ୍ଣୟ  । ଡୋନାଲ୍ଡ ଟ୍ରମ୍ପ ବନାମ  ଜୋ ବିଡେନ  ସମୟ ଗଡିବା ସହ ବଢ଼ୁଛି ଉତ୍କଣ୍ଠା । ଖାଲି ଆମେରିକା ନୁହେଁ  । ସାରା ବିଶ୍ୱର ନଜର ରହିଛି ହ୍ୱାଇଟ ହାଉସ ଦୌଡ଼ ରହିଛି । ତେଣୁ କାହାକୁ ବିଜୟ ଟିକା ପିନ୍ଧାଇବେ 33 କୋଟି ଜନତା ? କିଏ ହେବ ୪୬ ତମ ମାର୍କିନ ରାଷ୍ଟ୍ରପତି ? ତାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି ।

ଆମ ଦେଶର ସମୟ ଅନୁସାରେ ଅପରାହ୍ନ ୩ଟା ୩୦ରୁ ଆମେରିକାରେ ଭୋଟିଂ ଆରମ୍ଭ ହୋଇଛି । ମେଲ-ଇନ୍‌ ବାଲଟ ମାଧ୍ୟମରେ ଆଗୁଆ ମତଦାନ କରିଛନ୍ତି ପ୍ରାୟ ୧୦ କୋଟି ଭୋଟର । ତେବେ ମତଦାନ ପୂର୍ବରୁ ଆସିଛି ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ । ଯାହା ବିଡେନଙ୍କ ପଲ୍ଲା ଭାରି ରହିଛି  ବୋଲି ଦର୍ଶାଉଛି । କିନ୍ତୁ  ଶେଷ ମୂହୁର୍ତ୍ତରେ ଟ୍ରମ୍ପଙ୍କ ପ୍ରତି ସମର୍ଥନ ବଢ଼ିପାରେ ବୋଲି ମଧ୍ୟ  ଆକଳନ କରାଯାଉଛି  । ବିଶେଷ କରି ୮ଟି ରାଜ୍ୟର ଫଳାଫଳ ଶେଷ ମୁହୂର୍ତ୍ତରେ ବଦଳିପାରେ  । ଗତ ଥର ପରି ଇଲେକ୍ଟୋରାଲ ଭୋଟର ଯେପରି ପୋଷ୍ଟାଲ ଭୋଟିଂରେ ବହୁ ଆଗୁଆ ଥିବା ଡେମୋକ୍ରାଟ ପାର୍ଥୀ ହିଲାରୁ କ୍ଲିଣ୍ଟନକୁ ଧୂଳି ଚଟାଇଥିଲେ ଏଥର ମଧ୍ୟ ସେପରି କିଛି ହୋଇପାରେ ବୋଲି ଆଶା କରାଯାଉଛି  । କାରଣ ଗତଥର ପୋଷ୍ଟାଲ ଭୋଟିଂରେ ହିଲାରୁ ବହୁ ଆଗରେ ଥିବା ସତ୍ତ୍ବେ ମତଦାନ ଦିବସରେ ରିପବ୍ଲିକାନ ସମର୍ଥକ ବହୁ ପରିମାଣରେ ଭୋଟ ଅଜାଡି ଦେଇଥିଲେ  । ଏଥର ମଧ୍ୟ ସେପରି କିଛି ହୋଇପାରେ ବୋଲି କୁହାଯାଉଛି ।

ସେହିପରି  ପୂର୍ବରୁ ଟ୍ରମ୍ପ ଡେମୋକ୍ରାଟିକ ପାର୍ଟି ବିରୋଧରେ ବାରମ୍ବାର ଜାଲିଆତି ଅଭିଯୋଗ ଆଣିଛନ୍ତି । କିନ୍ତୁ ଏନେଇ ଟ୍ରମ୍ପ କୌଣସି ପ୍ରମାଣ ଉପସ୍ଥାପନା କରିପାରିନାହାନ୍ତି । ଏମିତିରେ ନିର୍ବାଚନ ଜିତିବା ହିଁ ଏହା ପଛରେ ଟ୍ରମ୍ପଙ୍କର ମୂଳ ଅଭିସନ୍ଧି ବୋଲି ସ୍ପଷ୍ଟ ହୋଇଯାଇଛି । ବିଜୟ ପାଇଁ ଜାତିଆଣ ପ୍ରସଙ୍ଗକୁ ମଧ୍ୟ ହତିଆର କରିଛନ୍ତି ଟ୍ରମ୍ପ । ବିଡେନ ଜାତିଆଣ ମନୋଭାବ ରଖୁଥିବା ଦର୍ଶାଇ ତାଙ୍କୁ ଭୋଟ ନ ଦେବାକୁ ଆଫ୍ରିକୀୟ ଆମେରିକୀୟଙ୍କୁ ନିବେଦନ କରିଛନ୍ତି ଟ୍ରମ୍ପ ।ଅପରପକ୍ଷରେ ତଥାପି ହ୍ବାଇଟହାଉସରେ ଏଥର ରାଷ୍ଟ୍ରପତି ବଦଳିବେ ବୋଲି ଅନୁମାନ କରାଯାଉଛି  । ବିଶେଷ କରି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବୈଦେଶିକ ନୀତି ପ୍ରଭାବିତ ହୋଇଥିବା ବେଳେ ଚୀନ ଓ ଋଷ ଭଳି ରାଷ୍ଟ୍ର ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ଅଛନ୍ତି  । ଜୋ ବିଡେନ ରାଷ୍ଟ୍ରପତି ହେଲେ ସେମାନଙ୍କ ପାଇଁ କିଛି ଟା ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି  । ତେବେ ଭାରତ ଓ ଆମେରିକା ଭିତରେ ବନ୍ଧୁତା ବା ସମ୍ପର୍କ ଭଲ ରହିଛି  । ତେଣୁ ଯିଏ ବି ରାଷ୍ଟ୍ରପତି ହେଲେ ବିଶେଷ କିଛି ସଂପର୍କ ସମୀକରଣ ଭାରତ ପାଇଁ ବଦଳିନପାରେ ବୋଲି ଆଶା କରାଯାଉଛି  ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ନିର୍ବାଚନଗୁଡିକରେ ମତଦାନ ଶେଷ ହେବା ପରେ ସେହି ରାତିରେ ହିଁ ଫଳାଫଳ ଘୋଷଣା କରାଯାଉଥିଲା । ମାତ୍ର ଏଥର କିଛି ରାଜ୍ୟରେ ବାଲଟ୍‌ ଖୋଲାଯାଇ ନ ଥିବାରୁ ଭୋଟ ଗଣନାରେ ବିଳମ୍ବ ହେବ । ତେବେ ନିର୍ବାଚନରେ ଏହି ଦୁଇ ନେତାଙ୍କ ଭିତରୁ ଯିଏ ମଧ୍ୟ ଜିତନ୍ତୁ । ଏଥର କିନ୍ତୁ ଏହି ହାର-ଜିତରୁ ରେକର୍ଡ ସୃଷ୍ଟି ହେବ । ଟ୍ରମ୍ପ ଯଦି ହାରନ୍ତି ତା’ହେଲେ ଜର୍ଜ ବୁଶ୍‌ ସିନିୟରଙ୍କ ପରେ ସେ ହେବେ ଦ୍ବିତୀୟ ଥର କ୍ଷମତାରୁ ବଞ୍ଚିତ ହୋଇଥିବା ଦ୍ବିତୀୟ ଆମେରିକୀୟ ନେତା । ସେହିଭଳି ବିଡେନ ଜିତିଲେ ସେ ହେବେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ।

 

 

ନିର୍ବାଚନ ମଇଦାନକୁ ଓହ୍ଲାଇବେନି କି ପ୍ରଚାର କରିବେନି, ବଡ଼ ଆଶା ରଖିଥିଲା ବିଜେପି !

କୋଲକାତା: ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ​​ଶାସନରେ ଥିବା ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ, ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇପାରେ ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୌରଭ ଗାଙ୍ଗୁଲି ଏବେ ସୁଦ୍ଧା ମନ ବଳାଇ ନାହାନ୍ତି ।  ସୌରଭ ବିଜେପି ନେତୃତ୍ୱଙ୍କୁ ସିଧା ସଳଖ କହିଛନ୍ତି ଯେ, ସେ ରାଜନୀତି ମଇଦାନକୁ ଓହ୍ଲାଇବାକୁ ଚାହୁଁନାହାନ୍ତି କିମ୍ବା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର ମଧ୍ୟ କରିବେ ନାହିଁ । ତେବେ ଏବେ ସୁଦ୍ଧା ଗାଙ୍ଗୁଲିଙ୍କଠାରୁ ସିଧାସଳଖ କୌଣସି ବିବୃତ୍ତି ଆସିନାହିଁ ।

ଏକ ନିର୍ଦ୍ଦିଷ୍ଟ ଇଂରାଜୀ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସୌରଭ ଗାଙ୍ଗୁଲି ଗତ ମାସରେ ବିଜେପିକୁ ସ୍ପଷ୍ଟ କରିଛନ୍ତି, ସେ ସକ୍ରିୟ ରାଜନୀତିରେ ଯୋଗଦେବାକୁ ଚାହୁଁନାହାଁନ୍ତି । ବିସିସିଆଇ ମୁଖ୍ୟ ଭାବରେ ସେ ତାଙ୍କ ଦାୟିତ୍ୱକୁ ନେଇ ଖୁସି ଅଛନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗାଙ୍ଗୁଲି ମନା କରିବା ପରେ ଦଳ ତାଙ୍କ ଉପରେ ମତ ବଦଳାଇବା ପାଇଁ ଚାପ ପକାଇ ନାହିଁ । କିନ୍ତୁ ବିଜେପି ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ନେଇ ଅନେକ ବଡ଼ ଆଶା ଥିଲା ବୋଲି ସୂଚନା ମିଳିଛି ।

amit-shah-ganguly

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଅଭୁତ ପୂର୍ବ ପ୍ରଦର୍ଶନ, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଚକିତ କରିିଦେଇଛି । ଏଥର ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଜୋରଦାର ପ୍ରୟାସ ଚାଲିଛି । ତେଣୁ ଦଳ ଏମିତି ଏକ ଚେହେରା ଖୋଜୁଛି, ଯିଏ ମମତା ବାନାର୍ଜୀଙ୍କୁ କଡ଼ା ଟକ୍କର ଦେଇପାରିବ । ଏଥିପାଇଁ ବିଜେପି ସୌରଭ ଗାଙ୍ଗୁଲିଙ୍କ ଉପରେ ବଡ଼ ଆଶା ରଖିଥିଲା । ଗତ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଗାଙ୍ଗୁଲି ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ପରେ ଗାଙ୍ଗୁଲି ନିଜେ ଏହି ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଥିଲେ ।

Sourabh Ganguli Mamata Banarjee

ରିପୋର୍ଟ ଅନୁଯାୟୀ, ସୌରଭ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଭଲ ରାଜନୈତିକ ସମ୍ପର୍କ ରହିଛି । ଗାଙ୍ଗୁଲିଙ୍କୁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ସଭାପତି କରିବା ପଛରେ ମମତା ବାନାର୍ଜୀଙ୍କ ସମର୍ଥନ ଥିଲା ବୋଲି କୁହାଯାଏ । ଖାଲି ସେତିକି ନୁହେଁ, ଗାଙ୍ଗୁଲି ବିସିସିଆଇର ସଭାପତି ହେବା ପରେ ଅମିତ ଶାହାଙ୍କ ସହ ମଧ୍ୟ ତାଙ୍କର ଘନିଷ୍ଠତା ବଢ଼ିଛି । ଅକ୍ଟୋବର ୨୦୧୯ରେ, ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରିବାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରମୁଖ ଭୂମିକା ରହିଥିଲା । ସେବେଠାରୁ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

କରୋନା ପରବର୍ତ୍ତୀ ଚିକିତ୍ସାରେ ଆୟୁର୍ବେଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ

ଭୁବନେଶ୍ୱର : କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଖାଦ୍ୟ ଏବଂ ବ୍ୟାୟାମ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ଅବଗତ କରାଯାଇଛି । ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଡାକ୍ତର ଜିତେନ୍ଦ୍ର ସାମଲ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ।ଡାକ୍ତର ଜିତେନ୍ଦ୍ର କହିଛନ୍ତି ଯେ, କୋଭିଡ ସଂକ୍ରମଣରୁ ମୁକ୍ତ ହେବା ପରେ ଡାଲି ଜାତୀୟ ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଡାଲି ହିଁ ଗରିବ ଲୋକର ମାଂସ ସଦୃଶ । ଚଣା ତଥା ସବୁ ପ୍ରକାର ଶାଗ ଖାଇବାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ତଟକା ଫଳ ଖାଇବା ସହ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା କାଢା ସେବନକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଘରେ ମିଳୁଥିବା ଅଦା, ଡାଲଚିନ,ତୁଳସୀପତ୍ର, ତେଜପତ୍ର, ମିଶ୍ରି ଇତ୍ୟାଦିକୁ ବ୍ୟବହାର କରି କାଢା ପ୍ରସ୍ତୁତ କରାଯାଇପାରିବ  ବୋଲି ଡାକ୍ତର କହିଛନ୍ତି । ସେହିପରି ଉତ୍ତମ ଖାଦ୍ୟ ସହ ବ୍ୟାୟାମ ଓ ପ୍ରାଣାୟମକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Institute Of Life Science BBSR Warned About Second Wave Of Covid19

ଶ୍ୱାସକୁ ବାହାର କରିବା ପ୍ରକ୍ରିୟା କପାଳଭାତି ଏବଂ ନେବା ପ୍ରକ୍ରିୟାକୁ ପ୍ରାଣାୟମ ବୋଲି କୁହାଯାଇଥାଏ । ଏହାକୁ ବାଦ୍ ଦେଲେ ସକାଳୁ ସୂର୍ଯ୍ୟ ନମସ୍କାର କରିବା ଦେହ ପାଇଁ ବହୁତ ଉପାଦେୟ ବୋଲି ଡାକ୍ତର ଜିତେନ୍ଦ୍ର ସାମଲ କହିଛନ୍ତି । ଅଧିକାଂଶ ବ୍ୟକ୍ତି ମାନସିକ ଚାପରେ ରହିଥିବାରୁ ଯୋଗାଭ୍ୟାସ ଏବଂ ଉତ୍ତମ ଖାଦ୍ୟ ସେମାନଙ୍କୁ ସୁସ୍ଥତା ଆଡକୁ ନେବ । ଜ୍ୱର, କାଶ,ଛିଙ୍କ ଇତ୍ୟାଦି ଶୀତଦିନେ ହୋଇଥାଏ । ତେଣୁ ଶୀତ ଦିନେ ସମସ୍ତେ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି ।

ବେଆଇନ ଯାନବାହନ ଚଳାଚଳରେ ଲାଗିବ ରୋକ୍, ସରକାରଙ୍କ ପକ୍ଷରୁ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ‌ ଗଠନ

ଭୁବନେଶ୍ୱର: ରାଜରାସ୍ତାରେ ବେଧଡକ ଚାଲୁଛି ବେନିୟମ ଯାନବାହାନ । ନମ୍ବର ନାହିଁ କି ପରମିଟ୍‌ ବି ନାହିଁ । ପରିବହନ ନିୟମର ହେଉଛି ଖୋଲାଖୋଲି ଉଲଂଘନ । ସପ୍ତାହକ ମଧ୍ୟରେ ଜବତ ହେଲାଣି ୮ ଯାତ୍ରୀବାହୀ ବସ୍ । କରୋନା କାଳରେ ଚାଲିଛି ବେନିୟମ ବସ୍‌ କାରବାର । ବିନା ପରମିଟ୍‌, ବିନା ଟିକସ ଏପରିକି ବିନା ନମ୍ବରରେ ରାଜରାସ୍ତାରେ ଗଡୁଛି ଯାତ୍ରୀବାହୀ ବସ୍ । ପରିବହନ ବିଭାଗର ସବୁ ନିୟମକୁ କରାଯାଉଛି ଖୋଲାଖୋଲି ଉଲଂଘନ ।

 

ଏସବୁକୁ ଧରିବାକୁ ଗଠିତ ହୋଇଛି ଜଏଣ୍ଟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ନିୟମିତ ଜାରି ରହିଛି ଚଢଉ । ସପ୍ତାହକ ମଧ୍ୟରେ ଧରାପଡିଲାଣି ୮ଟି ଯାତ୍ରୀବାହୀ ବସ୍‌ । ପୂର୍ବରୁ ୩ଟି ବସ୍‌ ଧରାପଡିଥିବା ବେଳେ ସେମାନଙ୍କ ଠାରୁ ୭ଲକ୍ଷରୁ ଅଧିକ ଟଙ୍କାର ଚାଲାଣ କଟାଯାଇଛି । ଏବେ ପୁଣି ଧରାପଡିଛି ୫ଟି ବସ୍‌ । ଆରଟିଓ-୧ ଦ୍ୱାରା ୩ଟି ଓ ଆରଟିଓ-୨ ଦ୍ୱାରା ଆଉ ୨ଟି ବସ୍‌ ଜବତ ହୋଇଛି । ଟ୍ୟୁରିଷ୍ଟ ପରମିଟ୍‌ରେ ଆନ୍ଧ୍ରରୁ ଓଡିଶା ଯାତାୟତ କରୁଥିବା ବସ୍‌ ସହିତ ରାଜ୍ୟ ଭିତରେ ଚଳାଚଳ କରୁଥିବା ବସ୍‌ ମଧ୍ୟ ଏଥିରେ ସାମିଲ ରହିଛି ।

 

ସେପଟେ ପରିବହନ ବିଭାଗ ପକ୍ଷରୁ ଜାରି ରହିଥିବା ଚଢଉକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏପରିକି ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ଏହି ଚଢଉକୁ ବହୁ ପୂର୍ବରୁ କରିବା ଉଚିତ ଥିଲା ବୋଲି ମତ ଦେଇଛନ୍ତି । ଗାଡିର କାଗଜପତ୍ର ସଠିକ୍‌ ନଥାଇ ଚଳାଚଳ ଦ୍ୱାରା କେବଳ ସରକାରଙ୍କ ରାଜସ୍ୱ ହାନୀ ହେଉଛି ଏହା ନୁହେଁ ବରଂ ଯାତ୍ରୀ ମଧ୍ୟ ଅସୁରକ୍ଷିତ । କେବଳ ଯାତ୍ରୀବାହୀ ବସ୍‌ ନୁହେଁ ବରଂ ମାଲବାହୀ ବା ଭାରୀଜାନ କ୍ଷେତ୍ରରେ ମଧ୍ୟ ଅନୁରୁପ ଅଭିଯୋଗ ରହିଛି ।

ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ, ଭଙ୍ଗା ଚାଳ ଘରେ ବିତୁଛି ଜୀବନ

ସାଲେପୁର: ଗରିବ ହିତାଧିକାରୀଙ୍କ ପାଇଁ ରହିଛି ଅନେକ ସରକାରୀ ଯୋଜନା । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳେ ଯୋଗୁଁ ଏହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ପଞ୍ଚାୟତରୁ ବ୍ଲକ ଦୌଡି ଦୌଡି ନୟାନ୍ତ ହେବା ପରେ ବି ମିଳିନି ଖଣ୍ଡିଏ ଘର । ବାଧ୍ୟ ହୋଇ ଭଙ୍ଗା ଚାଳ ଘରେ ବିତୁଛି ୪ ପ୍ରାଣୀଙ୍କ ଜୀବନ ।

ଦେଖନ୍ତୁ ଏହି ଘରଟିକୁ । ବାଉଁଶ ଓ ମାଟିର କାନ୍ଥ ଉପରେ ଚାଳ ଛପର । ସାମାନ୍ୟ ପବନରେ ସତେଯେମିତି ଉଡ଼ିଯିବ । ଚାଳରେ ସ୍ଥାନେ ସ୍ଥାନେ କଣା । ଏହି ଘରେ ରୁହନ୍ତି ନାରାୟଣ ଜେନାଙ୍କ ୪ ଜଣ ସଦସ୍ୟ । ଗାଁ କୁ ସ୍ୱଚ୍ଛ ଓ ବାହ୍ୟ ମଳମୁତ୍ର ଘୋଷଣା କରି ପ୍ରଶାସନ ମାରିଛି ବୋର୍ଡ । ହେଲେ ଗରୀବ ହିତାଧିକାରୀଙ୍କୁ କିନ୍ତୁ ମିଳୁନି ଅଧିକାର । ଘର ଖଣ୍ଡିଏ ପାଇଁ ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ଗରୀବ ନାରାୟଣଙ୍କ କଥା କାହାରି କାନରେ ବାଜୁନି ।

ଇଏ ହେଉଛି କଟକ ଜିଲ୍ଲା ସାଲେପୁର ପାଟଣା ଗାଁର ଦୃଶ୍ୟ । ଦିନମଜୁରିଆ ନାରାୟଣ ବଡ଼ କଷ୍ଟରେ ନିଜ ପରିବାର ଚଳାନ୍ତି । ପୁଅ ଝିଅ କାମ ନପାଇ ଘରେ ବସିଛନ୍ତି । ଘର ଖଣ୍ଡିଏ କରିବାକୁ ସମ୍ବଳ ନଥିବାରୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକଥର ଆବେଦନ କରିଛନ୍ତି । ଏନେଇ ସରପଞ୍ଚ ବି କ୍ୟାମେରା ଆଗରେ କିଛି କହିବାକୁ ନାରାଜ ।

ଗରିବଙ୍କ ପାଇଁ ରହିଛି ଅନେକ ସରକାରୀ ଯୋଜନା । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଏହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ ।

ସାରୁଅ ଜମି କେଳେଙ୍କାରୀ : ରାଜ୍ୟସଭା ଏମପି ଅମର ପଟ୍ଟନାୟକଙ୍କୁ ଭେଟିଲେ ପ୍ରଭାବିତ

ଭୁବନେଶ୍ୱର: ସାରୁ ଜମି କେଳେଙ୍କାରୀ ଘଟଣାରେ ମୂଳ ଜମି ମାଲିକମାନେ ବିଜେଡି ନେତା ତଥା ରାଜ୍ୟ ସଭା ଏମପି ଡ ଅମର ପଟ୍ଟନାୟକଙ୍କୁ ଭେଟିଛନ୍ତି ।  ସାରୁଆ ଜମି ଚଞ୍ଚକତା ପ୍ରକ୍ରିୟାରେ ଜମି ହରାଇଥିବା ଲୋକ ମାନେ ହେଲେ ସେହି  ଗ୍ରାମର ଦୀନବନ୍ଧୁ ମଲ୍ଲିକ,ହୁଲୁରି ପାହଡସିଂ,ସନାତନ ପାହାଡ଼ ସିଂହ,ଦଇତାରୀ ମଲ୍ଲିକ,ପ୍ରଭାତ କୁମାର ମଲ୍ଲିକ । ଓଡ଼ିଶା  Infratech ଦ୍ଵାରା ଜମି କେଲେଙ୍କରୀ କରାଯାଇ ଉପରୋକ୍ତ ନିରୀହ ଲୋକଙ୍କୁ ବାସହରା କରାଯାଇଛି ।

Illegal Boundary Constructed By OTV In Sarua Demolished By Khordha Dist Administration

ସେମାନେ ମୁଖ୍ୟତଃ  ହରିଜନ ଓ ଆଦିବାସୀ ଲୋକ ଓ ଗରିବ ଶ୍ରେଣୀର ହୋଇଥିବାରୁ ଏମାନଙ୍କୁ ମାମଲାରେ ସଂପୃକ୍ତ କରାଯାଇନାହିଁ । ଅଥବା ନୋଟିସ୍ ମଧ୍ୟ କରାଯାଇନାହିଁ ।  ଏମାନଙ୍କ ପାଖରେ ଅର୍ଥ ବଳ ନ ଥିବାରୁ ଏମାନଙ୍କ କଥା କେହି ଶୁଣୁ ନ ଥିଲେ । ତେଣୁ ସେମାନେ ବିଜେଡି ନେତା ଅମର ପଟ୍ଟନାୟକ ଙ୍କୁ ଭେଟିଥିବା ଜଣାପଡିଛି । ଏହାପରେ ଏମାନଙ୍କ କଥା କିପରି କୋର୍ଟ ରେ ପହଞ୍ଚିବ ଓ ଏମାନଙ୍କ ପାଇଁ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି  ରାଜ୍ୟ ସଭା ଏମପି ଅମର ପଟ୍ଟନାୟକ । ଏଥିପାଇଁ ଯାହା ଖର୍ଚ୍ଚ ହେବ, ଅମର ବହନ କରିବେ ବୋଲି କହିଛନ୍ତି ।  ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ଏହି ପ୍ରଭାବିତମାନେ ନ୍ୟାୟ ପାଇବେ ବୋଲି ଅମର ଆଶାବାଦୀ ଅଛନ୍ତି ।

ଭାରତୀୟ ଅର୍ଥନୀତିରେ ଦ୍ରୁତ ପ୍ରଗତି, କେନ୍ଦ୍ର ସରକାରଙ୍କ ପ୍ରୟାସ ଫଳପ୍ରଦ: ସୀତାରମଣ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦ୍ରୁତ ପ୍ରଗତି ଘଟୁଛି । ଦେଶର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ କରିବାକୁ ସରକାରୀ ସ୍ତରରେ ହୋଇଥିବା ପ୍ରୟାସ ଫଳପ୍ରଦ ହେଉଛି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅବସରରେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ସହ ଜିଏସ୍‌ଟି ସଂଗ୍ରହ ବଢିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ସଂକଟ ଯୋଗୁଁ ସାରା ବିଶ୍ୱରେ ଅର୍ଥନୀତି ପ୍ରଭାବିତ ହୋଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେବେ ଅନ୍‌ଲକ୍‌ ଆରମ୍ଭ ହେବା ପରେ ଧିରେ ଧିରେ ଏଥିରେ ସୁଧାର ଆସୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

Anurag- Sitaraman

ଆଗାମୀ ବର୍ଷ ସୁଦ୍ଧା ଦେଶର ଅର୍ଥନୀତି ଏକ ସମ୍ମାନଜନକ ସ୍ଥିତିକୁ ଫେରି ଆସିବାରେ ସକ୍ଷମ ହେବ ବୋଲି ସେ ଆଶା ପ୍ରକଟ କରାଯାଉଛି । ଅର୍ଥନୈତିକ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉନ୍ନତି ପାଇଁ ସହାୟତା ଘୋଷଣା ହୋଇଛି । ମନରେଗା ଯୋଗୁଁ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି । ଲୋକଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସୁଛି । ତେଣୁ ଆଗାମୀ ବର୍ଷରେ ଏକ ଭଲ ଆଶା କରାଯାଇପାରେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ତେବେ ଏହା ପୂର୍ବରୁ ଅନୁରାଗ ଠାକୁର ମଧ୍ୟ ଅର୍ଥନୀତିରେ ସୁଧାର ଆସୁଥିବା ନେଇ କହିଥିଲେ । ଏକ ସାକ୍ଷାତକାରରେ ସେ ସୂଚନା ଦେଇଥିଲେ ଯେ, କେନ୍ଦ୍ର ସରକାର ସବୁବେଳେ ଲୋକଙ୍କ ସାଥିରେ ରହିଛନ୍ତି । ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଟି ଯେପରି ସବୁ ସରକାରୀ ବ୍ୟବସ୍ଥାର ଲାଭ ଉଠାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ସରକାର ଏଥିପ୍ରତି ତତ୍ପର ଅଛନ୍ତି । ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି କିଛି ଆଇଟମ୍ ଉପରେ ସରକାର ଖର୍ଚ୍ଚ କରିବାକୁ ଯାଉଛନ୍ତି ଯାହା ଛୋଟ ବ୍ୟବସାୟୀଙ୍କୁ ସିଧାସଳଖ ଲାଭ ଦେବ ।

Anurag- Sitaraman

ଅର୍ଥନୀତି ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉଛି । ଆଲୋଚନା ସ୍ୱାଭାବିକ ଭାବରେ ହେବ କିନ୍ତୁ ଏହାର ପ୍ରତିଫଳନ ବହୁତ ବଡ଼ ରହିବ । ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ୮୦ କୋଟି ଲୋକଙ୍କୁ କରୋନା ସମୟରେ ୮ ମାସ ପାଇଁ ମାଗଣା ଶସ୍ୟ ଦିଆଯାଇଛି । ଏହାସହ ଗରିବ ଶ୍ରେଣୀର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୮ ହଜାର କୋଟି ଟଙ୍କା ପଠାଯାଇଛି । ଖାଲି ସେତିକି ନୁହେଁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି ।

ଫୋପାଡ଼ିବାକୁ ପଡ଼ିବ ନାହିଁ ଘରୁ ବାହାରୁ ଥିବା ବର୍ଜ୍ୟବସ୍ତୁ, ୪୫ ଦିନରେ ପ୍ରସ୍ତୁତ ହେବ କମ୍ପୋଷ୍ଟ

କେନ୍ଦୁଝର: ପୁନର୍ବିନିଯୋଗ ହେବ କଠିନ ବର୍ଜ୍ୟବସ୍ତୁ । ୪୫ ଦିନରେ ପ୍ରସ୍ତୁତ ହେବ କମ୍ପୋଷ୍ଟ । ଖତ ଆକାରରେ ମାର୍କେଟରେ ହେବ ବିକ୍ରି । ଏଣିକି ଏଣେ ତେଣେ ଆଉ ଫୋପାଡ଼ିବାକୁ ପଡ଼ିବ ନାହିଁ ଘରୁ ବାହାରୁ ଥିବା ବର୍ଜ୍ୟବସ୍ତୁ । କାରଣ କେନ୍ଦୁଝର ପୌର ପରିଷଦ ପକ୍ଷରୁ ନିଆଯାଇଛି ଏକ ନିଆରା ପଦକ୍ଷେପ ।

ମୁନିସିପାଲଟିରୁ ଦୈନିକ ବାହାରୁ ଥିବା ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଏକତ୍ର କରିବା ପାଇଁ ଆରମ୍ଭ ହୋଇଛି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର । ଆଉ ଏଥିପାଇଁ ୨୦ ମହିଳା ସ୍ବଚ୍ଛ ସାଥୀ ନିୟୋଜିତ ହୋଇଥିବା ବେଳେ ଆବର୍ଜନାକୁ ପଚାଇ ପ୍ରସ୍ତୁତ କରୁଛନ୍ତି କମ୍ପୋଷ୍ଟ ଖତ ।

ସ୍ୱଚ୍ଛ ସାଥୀମାନେ ସଂଗୃହିତ ବର୍ଜ୍ୟବସ୍ତୁକୁ ପ୍ରଥମେ ପୃଥକୀକରଣ କରି ଅଦରକାରୀ ପଦାର୍ଥକୁ ଅଲଗା କରିଥାନ୍ତି । ପରେ ଏଥିରେ ଏକ ତରଳ ପଦାର୍ଥ ମିଶାଇ ୪୫ ଦିନ ଏକ କୁଣ୍ଡରେ ରଖିଥାନ୍ତି । ଏଥିରୁ ଜୀବାଣୁ ମୁକ୍ତ ହେବା ପରେ ଏହା କମ୍ପୋଷ୍ଟରେ ପରିଣତ ହୋଇଥାଏ ।

ଯାହାକୁ କିଲୋଗ୍ରାମ ପ୍ରତି ୨୦ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଏହାଦ୍ୱାରା ପୌରପାଳିକା ସ୍ୱଚ୍ଛ ଓ ପରିଷ୍କାର ହେବାରେ ସହାୟକ ହେବା ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ ।

ପୂର୍ବରୁ ଜିଲ୍ଲାରେ ଏଭଳି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ରହିଥିବା ବେଳେ ଏଥିରୁ ପ୍ରସ୍ତୁତ କମ୍ପୋଷ୍ଟକୁ ଏବେ ବଜାରରେ ବିକ୍ରି କରାଯାଉଛି ।

କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା କେଉଁ ବର୍ଗ ଅଧିକ ସତର୍କ ରହିବା ଆବଶ୍ୟକ, ଜାଣନ୍ତୁ ….

ଭୁବନେଶ୍ୱର:  କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ମାଧ୍ୟମରେ ସଚେତନତା କରାଯାଇଛି ।

ଏହି କ୍ରମରେ କଟକସ୍ଥିତ ଏସସିବି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ମଙ୍ଗଳବାର ରାଜ୍ୟବାସୀଙ୍କୁ ଉଦବୋଧନ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କୋଭିଡରୁ ମୁକ୍ତ ହେବା ପରେ ଦୁର୍ବଳ ଲାଗିବା, ଦେହବଥା କିମ୍ବା ମୁଣ୍ଡବିନ୍ଧା ହେବା, ସ୍ୱାଦ କମିଯିବା ଇତ୍ୟାଦି ଦେଖାଦେବ । ସେହିପରି ଯେଉଁମାନଙ୍କର ଛାତିରୋଗ ରହିଛି, ସେମାନେ ଧଇଁସଇଁ ହୋଇ ପଡିବେ । ସେହିପରି କେତେକ ଅବସାଦ ଆଡକୁ ଗତି କରିଥାଆନ୍ତି । ମନୁଷ୍ୟମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ ।କେତେକଙ୍କ ନିକଟରେ ଗ୍ୟାସଷ୍ଟ୍ରିକ୍ ଏବଂ ଭୋକ କମିବା ପରି ଲକ୍ଷଣ ଦେଖାଦେଇଥାଏ । ଅବଶ୍ୟ କୋଭିଡରୁ ସୁସ୍ଥ ହୋଇଥିବା ସମସ୍ତ ରୋଗୀଙ୍କ କ୍ଷେତ୍ରରେ ଏହା ଦେଖା ଯାଇ ନ ଥାଏ । କୋଭିଡ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅମ୍ଳଜାନ ଆବଶ୍ୟକ କରୁଥିବା ୧୫ ପ୍ରତିଶତ ଏବଂ ଆଇସିୟୁରେ ଥିବା ୫ ପ୍ରତିଶତ ରୋଗୀଙ୍କ ନିକଟରେ ଉପରୋକ୍ତ ଲକ୍ଷଣ ଦେଖାଦେଇଥାଏ । ସେହିପରି ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ କ୍ୟାନସର ଥିବା ରୋଗୀ ସାମାନ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

covid

ସେହିପରି ଏଥିରୁ ସତର୍କ ରହିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା, ବ୍ୟାୟାମ କରିବା, ଧୂମ୍ରପାନ ଏବଂ ମଦ୍ୟପାନ କରିବାରୁ ବିରତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ମଦ୍ୟପାନ ଏବଂ ଧୂମ୍ରପାନ ଶରୀରକୁ ବହୁତ କ୍ଷତି କରିଥାଏ । ସେହିଭଳି କୋଭିଡରୁ ସୁସ୍ଥ ହେବା ପରେ କୌଣସି ବ୍ୟକ୍ତି ନିଜ ପରିଜନଙ୍କ ପାଖରେ ରହୁଛନ୍ତି । ମିଳାମିଶା କରୁଛନ୍ତି । ଏହା କ’ଣ ଅନ୍ୟମାନଙ୍କୁ ବିପଦରେ ପକାଇବ ନାହିଁ କି ବୋଲି ଡାକ୍ତର ଜୟନ୍ତ ପଣ୍ଡାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, କେବଳ ବ୍ୟକ୍ତିବିଶେଷ ନୁହଁନ୍ତି । ଡାକ୍ତରମାନେ ମଧ୍ୟ ଏହି ମାନସିକତାର ଶୀକାର ହୋଉଛନ୍ତି । ସାଧାରଣତଃ କୋଭିଡ ଭୂତାଣୁ ୧୦ ଦିନ ସଂକ୍ରମଣ ପରେ ଦୁର୍ବଳ ହୋଇ ଯାଇଥାଏ । ତେଣୁ ଅନ୍ୟ ଲୋକଙ୍କ ସହ ମିଶିବାରେ କୌଣସି ଅସୁବିଧା ନାହିଁ ।

ବିହାର ମହାଭାରତର ଦ୍ୱିତୀୟ ଯୁଦ୍ଧ, ଅପରାହ୍ନ ୩ଟା ସୁଦ୍ଧା ୪୪.୫୧%; ତେଜସ୍ୱୀ-ତେଜ୍‌ଙ୍କ ଭାଗ୍ୟ ପରୀକ୍ଷା

ବିହାର: ବିହାର ମହାଭାରତର ମଙ୍ଗଳବାର ଦ୍ୱିତୀୟ ଯୁଦ୍ଧ ଚାଲିଛି । ନୀତୀଶ ହେବେ ପାସ୍, ନା ତେଜସ୍ୱୀଙ୍କୁ ତାଜ୍ ? ୧୭ ଜିଲ୍ଲାର ୯୪ ଆସନରେ ଚାଲିଛି ଘମାସାନ୍ ମତଦାନ । ଅପରାହ୍ନ ୩ଟା ସୁଦ୍ଧା ୪୪.୫୧ ପ୍ରତିଶତ ମତଦାନ ହୋଇଛି । କାହା ସପକ୍ଷରେ ଯିବ ଭୋଟରଙ୍କ ମତ ? ତେବେ ଏନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରୁ ମତଦାନ କରିଛନ୍ତି । ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ ଓ ରାବିଡ଼ି ଦେବୀ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ମତଦାନ ପରେ ବିହାରରେ ପରିବର୍ତ୍ତନର ଗଙ୍ଗା ବହୁଛି ବୋଲି ରାବିଡ଼ୀ ଦେବୀ କହି ଥିବା ବେଳେ ବନ୍ୟା ଓ କରୋନା ମଧ୍ୟରେ ବିହାର ଖରାପ ଦିନ ଦେଇ ଗତି କରୁଛି ବୋଲି କହିଛନ୍ତି ତେଜସ୍ୱୀ କହିଛନ୍ତି । ସେପଟେ ରାଘୋପୁରରୁ ଏଲଜେପି ନେତା ଚିରାଗ ଲଢ଼ୁଥିବା ବେଳେ ସେ କହିଛନ୍ତି ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି ନୀତିଶ ।

ଦ୍ୱିତୀୟ ପର୍ଯ୍ୟାୟରେ ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ୪୬ ଓ ଜେଡିୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଏହି ପର୍ଯ୍ୟାୟରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ରାଘବପୁରରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ସତୀଶ କୁମାର । ସେହିଭଳି ହାସନପୁରରେ ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ୍‌ପ୍ରତାପ ଯାଦବଙ୍କ ସହ ହେଉଛି ଜେଡିୟୁର ରାଜ କୁମାର ରାୟଙ୍କ ଲଢେଇ । ବାଙ୍କିପୁରାରେ କଂଗ୍ରେସ ପ୍ରାର୍ଥୀ ଲଭ୍ ସିହ୍ନା ଓ ବିଜେପିର ନିତିନ ନବୀନଙ୍କ ମଧ୍ୟରେ ହେଉଛି କଡା ଟକ୍କର ।

Lalu Nitish

ସେହିଭଳି ପାଟନା ସାହିବରୁ ବିଜେପିର ନନ୍ଦ କିଶୋର ଯାଦବ, ହଥୁଆ ବିଧାନସଭା ଆସନରୁ ଜେଡୟୁ ବିଧାୟକ ରାମସେବକ ସିଂହ ଓ ମଧୁବନ ଆସନରୁ ବିଜେପି ପ୍ରାର୍ଥୀ ରାଣା ରଣଧୀର ନିଜର ଭାଗ୍ୟ ପରୀକ୍ଷା ଦେଉଛନ୍ତି ।

ତେବେ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଅନ୍ୟ ୧୧ ରାଜ୍ୟରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ । ମଧ୍ୟପ୍ରଦେଶରେ ୧୯ ଜିଲ୍ଲାର ୨୮ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ଅପରାହ୍ନ ୩ଟା ସୁଦ୍ଧା ୫୬.୭୯ ପ୍ରତିଶତ ମତଦାନ ହୋଇଛି । ରାଜ୍ୟର ୯ ହଜାର ୩୬୧ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ନିର୍ବାଚନ ମୈଦାନରେ ମୋଟ ୩୫୫ ପ୍ରାର୍ଥୀ ରହିଛି । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ୧୩ ହଜାର ୧୧୫ ବାଲଟ ଯୁନିଟ୍, ୧୩ ହଜାର ୧୧୫ କଣ୍ଟ୍ରୋଲ ଯୁନିଟ୍ ଓ ୧୪ ହଜାର ୫୦ ଭିଭିପ୍ୟାଟ୍‌ ଯୋଗାଇ ଦିଆଯାଇଛି । କରୋନା କଟକଣା ପାଇଁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ ପ୍ରକ୍ରିୟା ।

Kamal Nath

ସେହିପରି ଉତ୍ତରପ୍ରଦେଶର ୭ଟି ଆସନ, ଗୁଜୁରାଟର ୮ରେ ଉପନିର୍ବାଚନ ଚାଲିଛି ।  କର୍ଣ୍ଣାଟକ, ଓଡ଼ିଶା, ଝାଡ଼ଖଣ୍ଡ ଓ ନାଗାଲାଣ୍ଡର ଦୁଇଟି ଲେଖାଏଁ ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ଏହାସହ ତେଲଙ୍ଗାନା, ଛତିଶଗଡ଼ ଓ ହରିଆଣାରେ ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟିଂ ହେଉଛି । ଉତ୍ତରପ୍ରଦେଶର ୭ ବିଧାନସଭା ଆସନରେ ୮୮ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଗୁଜରାଟର ୮ଟି ଆସନରେ ୮୧ ପ୍ରାର୍ଥୀ ରହିଛନ୍ତି ।