ଅସହାୟଙ୍କ ନିକଟରେ ପହଞ୍ଚି ଜମିରେ ଧାନ କାଟିଲେ ଆଇଟିବିପି ଯବାନ

1 min read

ଭଦ୍ରକ: ଯବାନ କଲେ ସହାୟତା । ଅସହାୟଙ୍କ ନିକଟରେ ପହଞ୍ଚି ଜମିରେ ଧାନ କାଟିଲେ ଆଇଟିବିପି ଯବାନ । ତାଙ୍କ ସହ ଭଦ୍ରକ ଜିଲ୍ଲା ତିହିଡିର ଜୀବନ ଜ୍ୟୋତି ସଙ୍ଗଠନର ସଦସ୍ୟ ବି ଏହି କାମରେ ସାହାଯ୍ୟ କରିଛନ୍ତି । ତିହିଡି ରାଜନଗର ପଞ୍ଚାୟତର ଗଦି ଅଞ୍ଚଳର ଜଣେ ଅସହାୟ ମାଆ ଝିଅଙ୍କୁ ସାହାଯ୍ୟ କରିଛନ୍ତି ଯବାନ । ଅସହାୟ ପରିବାର ଜମିରେ ଧାନ ଚାଷ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ଧାନ କାଟି ପାରୁନଥିଲେ । ନିଜେ ମାଆ ଓ ଆଇନ ପାଠପଢୁଥିବା ଉଚ୍ଚଶିକ୍ଷିତା ଝିଅ, ବହୁ କଷ୍ଟରେ ଧାନଚାଷ କରିଥିଲେ । ଏହି ଖବର ଜାଣିବାକୁ ପାଇଥିଲେ ତିହିଡି ଅଞ୍ଚଳର ଆଇଟିବିପି ଯବାନ ଜ୍ୟୋତିର୍ମୟ ପାଣ୍ଡବ । ନିଜେ ଯବାନ ଓ ଜୀବନ ଜ୍ୟୋତି ସଙ୍ଗଠନର ସଦସ୍ୟ ଆସି ମାଆ ଓ ଝିଅଙ୍କୁ ସାହାଯ୍ୟ କରିଛନ୍ତି ।

ଆର୍ଥିକ ଅବସ୍ଥା ଏତେଟା ଠିକ ନଥିବାରୁ ପ୍ରଭାତୀ ପିଲାଙ୍କୁ ଟିଉସନ କରିବା ସହ ନିଜେ ଧାନ ଚାଷ କରିଛନ୍ତି । ନିଜ ପାଖରେ ପଇସା ନ ଥିବାରୁ, ଜମିରେ ଲୋକ ଲଗାଇ ପାରିନଥିଲେ । ତେଣୁ ବହୁ କଷ୍ଟରେ ନିଜେ ଧାନ ଚାଷ କରି ଏବେ ଧାନରେ ବାଉଁଶ ଦେଇ ଧାନ କାଟୁଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା ନାରୀ ଅଟନ୍ତି । ଟ୍ୟୁସନ କରି ସେ LAW (ଆଇନ ବିଦ୍ୟା) ପାସ କରିଛନ୍ତି । ଆଉ ବର୍ତ୍ତମାନ ସେ ନିଜକୁ ଜଣେ ସୁଦକ୍ଷ ଓକିଲ ଭାବେ ଉଭା ହେବା ଦିଗରେ ପ୍ରଚେଷ୍ଟା କରୁଛନ୍ତି ।

ଏହି ଖବର ଜାଣିବା ପରେ ତିହିଡି ଅଞ୍ଚଳର ଆଇଟିବିପି ଯବାନ ଜ୍ୟୋତିର୍ମୟ ପାଣ୍ଡବ ଓ ତିହିଡିର ଜୀବନ ଜ୍ୟୋତି ସଙ୍ଗଠନ ଉକ୍ତ ଜମିରେ ପହଞ୍ଚି ଧାନ କାଟିଥିଲେ । ଯାହାକି ସେ ଝିଅର କଷ୍ଟ ହାଲକା କରିବାରେ ସହାୟତା ହୋଇଥିଲା । ବାପା ଛେଉଣ୍ଡ ଝିଅ ନିଜେ ସଂଘର୍ଷ କରି ଧାନ କାଟିବା ଯାହାକି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଏଥିସହ ତାଙ୍କୁ ଏହି ଧାନ କଟାରେ ସାହାଯ୍ୟ କରିଥିବା ଆଇଟିବିପି ଯବାନ ଓ ଜୀବନ ଜ୍ୟୋତି ସଙ୍ଗଠନର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସହ ସରକାରୀ ଆର୍ଥିକ ସହାୟତା ମିଳିପାରିଲେ ଓକିଲାତି କରିବା ଲକ୍ଷ ପୂରଣ ହେବ ବୋଲି ପ୍ରଭାତୀ କହିଛନ୍ତି ।

Leave a Reply