Vivo V20 Pro 5G ସ୍ମାର୍ଟ ଫୋନ ହେଲା ଲଞ୍ଚ, ଜାଣନ୍ତୁ ଏହାର କଣ ରହିଛି ଦାମ୍

1 min read

ନୂଆଦିଲ୍ଲୀ: ଭିଭୋ ଆଜି ଭାରତରେ ତାହର ଲ୍ୟାଟେଷ୍ଟ ସ୍ମାର୍ଟଫୋନ୍ ଭିଭୋ V20 ପ୍ରୋ 5G ଲଞ୍ଚ କରିଛି । ଏହି ଫୋନର ମୂଲ୍ୟ ହେଉଛି ୨୯,୯୯୦ ଟଙ୍କା । ଏହି ଫୋନ୍ 8 ଜିବି RAM ଏବଂ 128 ଜିବି ଷ୍ଟୋରେଜ୍ ସହିତ ଲଞ୍ଚ ହୋଇଛି । ଏବଂ ଏହାର ବିକ୍ରି ଆଜିଠୁ ଆରମ୍ଭ ହୋଇ ଯାଇଛି । ଫୋନରେ ଦୁଇଟି ସେଲଫି ଏବଂ ୩ଟି ରିୟର କ୍ୟାମେରା ସେଟଅପ୍ ଅଛି । ସ୍ନାପଡ୍ରାଗନ୍ ପ୍ରୋସେସର୍ ସହିତ ସଜ୍ଜିତ ଏହି ଫୋନକୁ କମ୍ପାନୀ ଭାରତ ପୂର୍ବରୁ ଥାଇଲ୍ୟାଣ୍ଡରେ ଲଞ୍ଚ କରିଥିଲା । ସେବେଠାରୁ ଉପଭୋକ୍ତାମାନେ ଭିଭୋ ଫୋନକୁ ବହ ଅପେକ୍ଷା କରିଥିଲେ । ତେବେ ଆସନ୍ତୁ ଜାଣିବା ଭିଭୋର ଏହି ନୂତନ ସ୍ମାର୍ଟଫୋନରେ କ’ଣ ବିଶେଷତ୍ୱ ?

ଭିଭୋ V20 ପ୍ରୋର ଫିଚର

ଏହି ଫୋନରେ 1080×2400 ପିକ୍ସେଲ ରେଜୋଲୁସନ ସହିତ ୬.୪୪-ଇଞ୍ଚର HD + AMOLED ଡିସପ୍ଲେ ରହିଛି । 8 ଜିବି RAM ଏବଂ 128 ଜିବି ଷ୍ଟୋରେଜ୍ ସହିତ ଏହି ଫୋନରେ, ଆପଣ ସ୍ନାପଡ୍ରାଗନ୍ 765G SoC ପ୍ରୋସେସର ପାଇପାରିବେ । ଭିଭୋର ଏହି ନୂଆ ସ୍ମାର୍ଟଫୋନ୍ ଆଣ୍ଡ୍ରୋଏଡ୍ 11 ଉପରେ ଆଧାର କରି Funtouch OS 11ରେ କାମ କରିଥାଏ ।

ଫଟୋଗ୍ରାଫି ପାଇଁ ଏହି ଫୋନରେ ତିନୋଟି ପଛ କ୍ୟାମେରା ଅଛି । ଏଥିରେ ୬୪ ମେଗାପିକ୍ସେଲ କ୍ୟାମେରା ଏବଂ ୨ ମେଗାପିକ୍ସେଲ ମୋନୋକ୍ରୋମ ସେନସର ସହିତ ୮ ମେଗାପିକ୍ସେଲ କାକା ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଅନ୍ତର୍ଭୁକ୍ତ । ସେଲଫି ପାଇଁ, ଏହି ଫୋନରେ ଆପଣ ୪୪ ମେଗାପିକ୍ସେଲ କ୍ୟାମେରା ସହିତ ୮ ମେଗାପିକ୍ସେଲ ସେକେଣ୍ଡାରୀ ସେନସର ମଧ୍ୟ ପାଇବେ ।

ଫୋନକୁ ଚାର୍ଜ ରଖିବାକୁ ଏଥରେ 4000MAH ବ୍ୟାଟେରୀ ରହିଛି । ଏହି ଫୋନ୍ ଏକ ୩୩ ୱାଟ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ସହିତ ଆସିଥାଏ । ଏହି ଫୋନରେ ଆପଣ 5G, 4G LTE, ୱାଇ-ଫାଇ, ଜିପିଏସ୍ ଏବଂ USB ଟାଇପ୍-ସି ପୋର୍ଟ ଭଳି ବିକଳ୍ପ ପାଇପାରିବେ ।

Leave a Reply