ପଶୁ ହତ୍ୟା ନକରି ବି ଖାଇ ପାରିବେ ମାଂସ; ସିଙ୍ଗାପୁର ହୋଟେଲରେ ଆରମ୍ଭ ହେଲା ବିକ୍ରି…

ସିଙ୍ଗାପୁର: ନୂଆ ପ୍ରକାରର ମାଂସ ପ୍ରସ୍ତୁତି ହେବା ଆରମ୍ଭ ହୋଇଛି । ଜନ୍ତୁଙ୍କ ମାଂସ ସେଲ୍ କୁ ବ୍ୟବହାର କରି ଏହି ମାଂସ ତିଆରି କରାଯିବ । ସିଙ୍ଗାପୁର ଏଭଳି ମାଂସ ପ୍ରସ୍ତୁତ କରିବା ପାଇଁ ଏକ ଆମେରିକୀୟ କମ୍ପାନୀକୁ ଅନୁମତି ଦେଇଛନ୍ତି । କମ୍ପାନୀର ନାମ ହେଉଛି ଇଟ୍ ଜଷ୍ଟ୍ । କମ୍ପାନୀ ଲ୍ୟାବରେ ମାଂସ ପ୍ରସ୍ତୁତ କରିବ । ତେବେ ଏହି ମାଂସ ଆମେ ଖାଉଥିବା ମାଂସଠାରୁ ଢେର ଗୁଣରେ ଅଧିକ ଲାଭଦାୟକ ଓ ସ୍ୱାସ୍ଥ୍ୟକର । ପ୍ରାଥମିକ ପର୍ଯ୍ୟାୟରେ ଏହି କମ୍ପାନୀ କୁକୁଡା ମାଂସ ପ୍ରସ୍ତୁତ କରିବା ନେଇ ସିଙ୍ଗାପୁର ସରକାରଙ୍କଠାରୁ ଅନୁମତି ନେଇଛି । ସାଧାରଣତଃ ମଣିଷ ଶରୀର ପାଇଁ ମାଂସ ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣର କାର୍ଯ୍ୟ କରେ ଏକଥାକୁ କେହି ଅଣଦେଖା କରିପାରିବେ ନାହିଁ । ତେଣୁ ମଣିଷ ମାଂସ ଖାଇବାରେ ବିଶ୍ୱାସ କରେ ।

ସେହିଭଳି ମାଂସର ବହୁଳ ମାତ୍ରାରେ ଆହରଣ କରିବା ଦ୍ୱାରା ବହୁ ସଂଖ୍ୟାରେ ଜନ୍ତୁଙ୍କୁ ମାରିବାକୁ ପଡ଼ିଥାଏ । ଏବେ ଏଭଳି ଏକ ପଦ୍ଧତିରେ ମାଂସ ପ୍ରସ୍ତୁତ କରିବା ସଫଳ ହେଲେ ମାତ୍ରାଧିକ ଜୀବହତ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ, ସାମାଜିକ ସନ୍ତୁଳନ ରକ୍ଷା କରିବା ପାଇଁ  ଲ୍ୟାବ୍ ପ୍ରସ୍ତୁତ ମାଂସ ଅଧିକ ମାତ୍ରାରେ ସହାୟକ ହେବ । ତେବେ କିଭଳି ପ୍ରସ୍ତୁତ ହେବ ସେନେଇ ସମ୍ପୂର୍ଣ୍ଣ ବିବରଣୀ ନଥିଲେ ମଧ୍ୟ ଏକ ସମ୍ୱକ୍ ଧାରଣା ଦେଇଛି କମ୍ପାନୀ । ଏହି ମାଂସ ମାଂସପେଶୀର ଟିସୁ କିମ୍ୱା ସେଲ୍ ବ୍ୟବହାର ଦ୍ୱାରା ପ୍ରସ୍ତୁତ ହେବ । ଏହା ଅଧିକ ପୁଷ୍ଟିକର ଓ ସ୍ୱାସ୍ଥ୍ୟ ଉପଯୋଗୀ ବି ହେବ । ସେହିଭଳି ଭବିଷ୍ୟତ ମାସଂ ଉତ୍ପାଦନର ସମ୍ଭାବନା ଏଭଳି ଉଦ୍ୟୋଗରେ ହିଁ ରହିଛି । ସାମାଜିକ କଲ୍ୟାଣ ଦିଗରେ ପ୍ରୋତ୍ସାହିତ କରୁଥିବା ଏଭଳି ଉଦ୍ୟୋଗ ବିଶ୍ୱ ଖୋଲା ହୃଦୟରେ ଗ୍ରହଣ କରିବା ଦରକାର ।

ତେବେ ଦର ନେଇ କୌଣସି ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ମିଳିପାରିନାହିଁ । କମ୍ପାନୀ ସିଇଓ ଜର୍ଜ ଟେଟରିକ୍ କହିଛନ୍ତି ଯେ, କମ୍ପାନୀର ଲାଭ ଉପରେ ଦଋଷି ରଖି ଦରକୁ ସର୍ବିନିମ୍ନ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି । ସିଙ୍ଗାପୁରର ଏକ ରେସ୍ତୋରାଁରେ ଏଭଳି ମାଂସ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାର ପ୍ରୟାସ ଜାରି ରହିଛି ସତ ମାତ୍ର ୨୦୨୧ ସୁଦ୍ଧା ଆମେ ପ୍ରଥମେ ୨୪ଟି ଲ୍ୟାବ୍ କରିବା ଉପରେ ଫୋକସ୍ ରଖିଛୁ ।

Leave a Reply