ରାହୁକୁ ନେଇ ରହିଛି ଲୋକଙ୍କ ମନରେ ଭିନ୍ନ ଧାରଣା; ଅଶୁଭ ନୁହେଁ ଧନବାନ ବି କରିଥାଏ !

1 min read

ଭୁବନେଶ୍ୱର: ରାହୁଙ୍କୁ ନେଇ ଲୋକଙ୍କ ମନରେ ଭିନ୍ନ ଧାରଣା ରହିଛି । ସାଧାରଣତଃ ରାହୁଙ୍କ ନାମ ଶୁଣିଲେ କିଛି ଅଶୁଭ ହେବ ବୋଲି ମନରେ ଆଶଙ୍କା ସୃଷ୍ଟି ହୋଇଥାଏ । ହେଲେ ଜାଣିଛନ୍ତିକି ରାହୁ କେବଳ ଅଶୁଭ ନୁହେଁ । ଜ୍ୟାେତିଷ ଶାସ୍ତ୍ର ଅନୁଯାୟୀ ଏହା ଲୋକଙ୍କ ଜୀବନରେ ଧନର ବୃଦ୍ଧି କରିବା ସହିତ ସୁଖ ସମୃଦ୍ଧି ଭରି ଦେଇଥାଏ ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି… 

ଜ୍ୟାେତିଷ ଶାସ୍ତ୍ର ଅନୁଯାୟୀ କୁଣ୍ଡଳୀର ୧୧ ଘରେ ରାହୁ ରହିଲେ ତାହାକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ।  କୁହାଯାଏ ରାହୁ ଏହି ଘରେ ରହିଲେ ମାନ-ସମ୍ମାନ ଓ ଇଚ୍ଛା ପୂର୍ତ୍ତି ହୋଇଥାଏ ।

ମକର ଲଗ୍ନରେ ଜନ୍ମିତ ଜାତକ ଲାଗି ରାହୁ ଅତ୍ୟନ୍ତ ଲାଭଦାୟକ ହୋଇଥାନ୍ତି । ଯଦି ସେ ସମୟରେ ବୃହସ୍ପତି ୧୨ ଘରେ ରହିଥାନ୍ତି ତାହେଲେ ରାହୁ ଆହୁରି ଶୁଭ ହୋଇଥାଏ । ଯଦିଓ ଏଭଳି ସ୍ଥିତିରେ ବୃହସ୍ପତିର ଦଶାକୁ ଖରାପ ବୋଲି କୁହାଯାଇଥାଏ।

ଜ୍ୟାେତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀର ୩ୟ ଭାଗରେ ରାହୁ ରହିଲେ ଜାତକ ପ୍ରଭାବଶାଳୀ ହୋଇଥାଏ । ଏପରିକି ଏହି ଜାତକ ବ୍ୟକ୍ତିମାନଙ୍କ ଜୀବନରେ କେବେବି ଧନର ଅଭାବ ହୋଇନଥାଏ ।

ସେହିପରି ରାହୁ କୁଣ୍ଡଳୀର ୬ଷ୍ଠ ଘରେ ରହିଲେ ଜାତକକୁ ଶୁଭ ଫଳ ଦେଇଥାଏ । ଏହାବ୍ୟତୀତ ସମ୍ପୃକ୍ତ ଜାତକର ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ସମସ୍ୟାରୁ ଦୂରେଇ ରଖିଥାଏ ।

ଯଦି କେଉଁ ଜାତକର କୁଣ୍ଡଳୀରେ ରାହୁ ୧୦, ୧୧, ୪ ଓ ୫ ଘରେ ରହିଥାଏ, ତେବେ ତାହାକୁ ଶୁଭ ବୋଲି କୁହାଯାଇଥାଏ । ଏହି ସ୍ଥାନରେ ବସିବା ପରେ ଜାତକରେ ରାଜଯୋଗ ଆରମ୍ଭ ହୋଇଥାଏ ବୋଲି କୁହାଯାଇଥାଏ ।

Leave a Reply