spot_img
Home Blog Page 6483

ପିଲାଙ୍କ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ବାଣ୍ଟି ଚର୍ଚ୍ଚାରେ ସୋନୁ

ଚଣ୍ଡିଗଡ଼: କରୋନା ଭୂତାଣୁ ମହାମାରୀ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ସାରିଲାଣି । ଏଭଳି ପରିସ୍ଥିତିରେ ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ଆଗକୁ ଆସିଛନ୍ତି ଅସହାୟକୁ ସାହଯ୍ୟ କରିବା ପାଇଁ । ସେମାନଙ୍କ ମଧ୍ୟରେ ସୋନୁ ସୁଦ ଜଣେ । ଏହି ମହାମାରୀ ସମୟରେ ସେ ଏକାଧିକ ଗରିବ ଲୋକଙ୍କୁ ସହାୟତା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସାହାଯ୍ୟ କରିଛନ୍ତି ।


ସୂଚନାଯୋଗ୍ୟ ସୋନୁଙ୍କୁ ଏକାଧିକ ଲୋକ ଟ୍ୱିଟ କରି ନିଜ ସମସ୍ୟା ବିଷୟରେ ଜଣାଇବା ପରେ ଖୁବଶୀଘ୍ର ସୋନୁ ସେମାନଙ୍କ ସମସ୍ୟା ସମାଧାନ କରିଛନ୍ତି । ନିକଟରେ ୨୦ ହଜାର ଶ୍ରମିକଙ୍କୁ ଘର ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଖବର ଅନୁସାରେ ସୋନୁ କିଛି ପିଲାଙ୍କୁ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ବାଣ୍ଟିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଅନଲାଇନ କ୍ଲାସ ପାଇଁ ନିକଟରେ ସ୍ମାର୍ଟଫୋନ ନଥିବାରୁ ସମସ୍ୟା ହେଉଥିବା ଜଣେ ସୋନୁଙ୍କୁ ଟ୍ୱିଟ କରିଥିଲା । ଯାହାପରେ ସୋନୁ ଏଭଳି ପଦକ୍ଷେପ ନେଇଛନ୍ତି ।

ଗଙ୍ଗାଜଳରେ ଅଛି କରୋନା ଭୂତାଣୁକୁ ମାରିବାର ସାମର୍ଥ୍ୟ! ଆରମ୍ଭ ହେଲା ମାନବ ପରୀକ୍ଷଣ ପ୍ରସ୍ତୁତି

0

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ମାରିବା ପାଇଁ ଭ୍ୟାକସିନ ପ୍ରସ୍ତୁତିକୁ ନେଇ ବିଭିନ୍ନ ଉଦ୍ୟମ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ରିସର୍ଚର ଖବର । ଖବର ଅନୁସାରେ ଗଙ୍ଗାଜଳରେ ରହିଛି କରୋନାକୁ ପରାସ୍ତ କରିବାର କ୍ଷମତା । ଗଙ୍ଗାଜଳ ଦ୍ୱାରା କରୋନାର ଚିକିତ୍ସା ପାଇଁ ମାନବ ଶରୀରରେ ପରୀକ୍ଷଣ ପ୍ରସ୍ତୁତି ସମୟର ଏହି ଗବେଷଣାକୁ ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ ମାଇକ୍ରୋବାୟୋଲୋଜିର ଆଗାମୀ ଗଣନାରେ ସ୍ୱୀକୃତି ମିଳିଛି ।


ବି.ଏଚ.ୟୁ ଡାକ୍ତର ବାୟୋରଫେଜ ବା କରୋନା ଭୂତାଣୁ ନାଶକକୁ ନେଇ ଗବେଷଣା ଜାରି ରଖିଛନ୍ତି । ଗବେଷକଙ୍କ କହିବା ଅନୁସାରେ ନିୟମିତ ଗଙ୍ଗାଜଳରେ ସ୍ନାନ କରିବା ଏବଂ କୌଣସି ଭାବରେ ଏହାକୁ ଗ୍ରହଣ କରିବା ଦ୍ୱାରା କରୋନା ପାଖ ମାଡ଼ିବ ନାହିଁ । ଗଙ୍ଗାନଦୀର ୧୦୦ଟି ସ୍ଥାନର ଜଳ ନମୁନାକୁ ପରୀକ୍ଷା କରାଯାଉଛି । ତେବେ ଏ ବାୟୋଟିକଫେଜକୁ ଖୋଜା ଯାଉଛି । ଏହାଦ୍ୱାରା ପୂର୍ବରୁ କୌଣସି ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇନାହିଁ । ଏହା ସହିତ କରୋନା ରୋଗୀଙ୍କ ଫେଜ୍ ଥେରାପି ପାଇଁ ଗଙ୍ଗାଳଜର ନାଜାଲ ସ୍ପ୍ରେ ପ୍ରସ୍ତୁତ କରାଯାଇଛି । ତେବେ ଏହାର ରିପୋର୍ଟ ଆଇଏମଏସର ଏଥିକଲ କମିଟିକୁ ପଠାଇ ଦିଆଯାଇଛି ।  ଅନୁମତି ମିଳିବା ପରେ ମାନବ ଶରୀରରେ ଏହାର ପରୀକ୍ଷଣ ଆରମ୍ଭ ହେବ ।

କ୍ୟାବିନେଟ୍ ବୈଠକରେ ୪ ପ୍ରସ୍ତାବକୁ ଅନୁମୋଦନ: ଜିଏସଟି ସଂଶୋଧନକୁ ମିଳିଲା ମଞ୍ଜୁରୀ

0

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୪ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ଓଡ଼ିଶା ଦ୍ରବ୍ୟ ଓ ସେବା କର ବା ଜିଏସଟି ସଂଶୋଧନ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ସୁବର୍ଣ୍ଣରେଖା ନଦୀ ଉପରେ ହାଇଲେଭଲ ବ୍ରିଜ ନିର୍ମାଣକୁ ଅନୁମୋଦନ କରିଛି କ୍ୟାବିନେଟ । ଏହି ସେତୁ ବାଳିଆପାଳ ଓ ଭୋଗରାଇକୁ ସଂଯୋଗ କରିବ । ୩୦ ମାସରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେତୁର ଦୈର୍ଘ୍ୟ ୯୯୩. ୧୨ ମିଟର ଓ ପ୍ରସ୍ଥ ୬୨.୦୭ ମିଟର କରିବାକୁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସରକାର ୧୩୮ କୋଟି ୭୪ ଲକ୍ଷର ବ୍ୟୟବରାଦ କରାଯାଇଛି । ଏହାସହ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ ଆଇନ ୧୯୪୮ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ପାଣ୍ଠି ସମୀକ୍ଷାର ସ୍ୱଚ୍ଛତା ପାଇଁ ଏଣିକି ଡିଜିଟାଲ ପଦ୍ଧତି ଗ୍ରହଣ କରାଯିବ । ଏହାସହ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।

ହାଜର ହେଲେ ଓଟିଭି ଆଉଟ୍‌ପୁଟ୍ ମୁଖ୍ୟ: ‘ଏମଡି ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

 

ଚୀନକୁ ପଛରେ ପକାଇ UNର ମହିଳା ଆୟୋଗ ସଦସ୍ୟଭାବେ ଭାରତ ନିର୍ବାଚିତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟକା । ଚୀନକୁ ପଛରେ ପକାଇ ଇକୋନୋମିକ ଆଣ୍ଡ ସୋସିଆଲ କାଉନସିଲର ସଂସ୍ଥା ତଥା ୟୁଏନର କମିଶନ ଅନ୍ ଷ୍ଚାଟସ୍ ଅଫ୍ ୱିମେନର ସଦସ୍ୟତା ହାତେଇଛି ଭାରତ । ମହିଳାଙ୍କ ଅଧିକାର କ୍ଷେତ୍ରରେ ଏହି ଆୟୋଗ କାମ କରିଥାଏ । ଆସନ୍ତା ୪ ବର୍ଷ ପାଇଁ ଭାରତ ଏହାର ସଦସ୍ୟ ରହିବ । ଆୟୋଗରେ ସଦସ୍ୟତା ପାଇଁ ଭାରତ, ଚୀନ୍ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ଥିଲା । ତେବେ ଭାରତ ଓ ଆଫଗାନିସ୍ତାନକୁ ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ଚୀନକୁ ନିରାଶା ହେବାକୁ ପଡିଛି । ତେବେ ଶେଷରେ ଭାରତ ଏହି ସମ୍ମାନଜନକ ଆୟୋଗର ସଦସ୍ୟ ହୋଇପାରିଛି । ଏନେଇ ସୂଚନା ଦେଇଛନ୍ତି ୟୁଏନର ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତ୍ରିମୂର୍ତ୍ତି । ଏହା ଦ୍ୱାରା ଦେଶରେ ମହିଳା ସଶକ୍ତିକରଣ ଦିଗରେ ଆହୁରି ସଫଳତା ମିଳିପାରିବ ବୋଲି ତ୍ରିମୂର୍ତ୍ତି କହିଛନ୍ତି ।

ଜୟାଙ୍କୁ କଙ୍ଗନାଙ୍କ ଜବାବ, ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ଥିଲେ…..

ସାଂସ୍କୃତିକ କେନ୍ଦ୍ର ଓ ପାଠାଗାରା ଜମି ପାଇଁ ସଂସଦରେ ଦାବି

0

ନୂଆଦିଲ୍ଲୀ: ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ଜମି ପାଇଁ ସଂସଦରେ ଦାବି ଉଠାଇଲା ବିଜେଡି । ସଂସଦରେ ଦାବି ଜଣାଇଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଏ ନେଇ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବି ଜଣାଇଲେ  । ତେବେ ଏ ସମ୍ପର୍କରେ ଗତ ୭ ଡିସେମ୍ୱର ୨୦୧୯ ମସିହାରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ  । ଏହା ମଧ୍ୟରେ ୯ ମାସ ବିତିଯାଇଥିଲେ ବି ଜମି ମିଳିପାରିନାହିଁ  । ଆଜି ପୁଣି ଥରେ ଦାବି ଦୋହରାଇଲେ ବିଜେଡି ସାଂସଦ ।

ଜୟାଙ୍କୁ କଙ୍ଗନାଙ୍କ ଜବାବ, ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ଥିଲେ…..

ମୁମ୍ବାଇ: କଙ୍ଗନା ରନୌତ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ସେ ନିଜର ମତ ରଖିଥାନ୍ତି । ନିକଟରେ ପୁଣି ଏକ ଟ୍ୱିଟ କରି ଚର୍ଚ୍ଚାକୁ ଆସି ଯାଇଛନ୍ତି ବଲିଉଡ କୁଇନ୍ । ସେ ଟ୍ୱିଟ କରି ଜୟା ବଚ୍ଚନଙ୍କୁ ଲେଖିଛନ୍ତି କି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତାକୁ କମ ବୟସରେ ମାଡ଼ ମାରାଯାଇଥାନ୍ତା,ଡ୍ରଗ୍ସ ଦିଆଯାଇଥାନ୍ତା ଆଉ ଦୁର୍ବ୍ୟବହାର କରାଯାଇଥାନ୍ତା, ଆଉ ଆପଣଙ୍କ ପୁଅ ଅଭିଷେକକୁ କମ ବୟସରେ ମାନସିକ ନିର୍ୟାତନା ଦିଆଯାଇଥାନ୍ତା ଏବଂ ଦିନେ ସେ ଫାଶୀରେ ଝୁଲିଥିବାର ମିଳିଥାନ୍ତା ତେବେ କ’ଣ ଆପଣ ଏଭଳି କହିଥାନ୍ତେ?ଆମପାଇଁ ମଧ୍ୟ ଅନୁକମ୍ପାର ହାତ ଯୋଡ଼ି ଦେଖାନ୍ତୁ । ତେବେ କଙ୍ଗନାଙ୍କ ଏଭଳି କହିବା ପଛର ଏକ କାରଣ ରହିଛି ।


ସୂଚନାଯୋଗ୍ୟ ଗତ ସୋମବାରକୁ ଲୋକସଭା ସାଂସଦ ରବି କିଶନ ଡ୍ରଗ୍ସ କାରବାରକୁ ନେଇ ନିଜର ମତ ରଖିଛନ୍ତି । ବଲିଉଡରେ ଏହାକୁ ନେଇ ଛାନଭିନ କରାଯାଉ ବୋଲି ସେ ବୟାନରେ ଉଲ୍ଲେଖ କରିଛନ୍ତି । ଯାହାପରେ ରବିଙ୍କୁ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ରବିଙ୍କୁ ଟାର୍ଗେଟ କରି କହିଛନ୍ତି କି ଯେଉଁ ଥାଳିରେ ଖାଉଛ ସେହି ଥାଳିକୁ କଣା କରୁଛ? ଜୟାଙ୍କ ଏହି ବୟାନରେ କଙ୍ଗନା ଖପା ହୋଇଥିବା ନଜର ଆସିଛି । ଯାହାପରେ ସେ ଜୟାଙ୍କୁ ଏଭଳି କଡ଼ା ଜବାବ ଦେଇଛନ୍ତି ।

ହାଜର ହେଲେ ଓଟିଭି ଆଉଟ୍‌ପୁଟ୍ ମୁଖ୍ୟ: ‘ଏମଡି ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗତକାଲି ଇନପୁଟ ମୁଖ୍ୟଙ୍କ ପରେ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଆଉଟ୍‌ପୁଟ ମୁଖ୍ୟ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯିବା ପରେ ଆଜି ସେ ହାଜର ହୋଇଛନ୍ତି । ଆଜି ଥାନାରେ ହାଜର ହୋଇ ସେ ପକ୍ଷ ରଖିବେ । ଗତକାଲି ଓଟିଭିର ଇନ୍‌ପୁଟ୍‌ ମୁଖ୍ୟ ମହିଳା ଥାନାରେ ହାଜର ହୋଇଥିଲେ  । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ ମଧ୍ୟ କରିଛି ମହିଳା କମିଶନ । ଗଣଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ କମିଶନ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରାଯାଇଛି  । ଆଗରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ । ତେବେ ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି  । କହିଛନ୍ତି, ନାବାଳିକାଙ୍କ ମା’ ଙ୍କ ଅଭିଯୋଗ ଅନୁସାରେ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ପୀଡ଼ିତାଙ୍କ ମା ଦେଇଥିବା ଅଡିଓ କ୍ଲିପ ପେନ ଡ୍ରାଇଭକୁ ନେଇ ତଦନ୍ତ ହେବ । ଅଡିଓ କ୍ଲିପରେ ପୀଡ଼ିତାଙ୍କ ମା ଓ ଏମଡିଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ୨୧ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ଯଦି ହାଜର ନ ହେବେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି  ।

 

୩ହଜାର ୬୪୫ କରୋନା ସଂକ୍ରମିତ ଚିହ୍ନଟ: ୩ହଜାର ୩୮୨ ଜଣ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ହଜାର ୬୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୨ହଜାର ୧୫୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୧୪୯୪ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୧ ଲକ୍ଷ ୫୮ ହଜାର ୬୫୦ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ଜଣ ହୋଇଥିବା ବେଳେ କଟକରୁ ୩୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ୩୯, ବାଲେଶ୍ୱର ୧୫୬, ବରଗଡ଼ ୧୫୭, ଭଦ୍ରକ ୧୪୩, ବଲାଙ୍ଗିର ୩୯, ବୌଦ୍ଧ ୩୦, ଦେବଗଡ଼ ୧୫, ଢେଙ୍କାନାଳ ୬୮, ଗଜପତି ୯, ଗଞ୍ଜାମ ୪୬, ଜଗତସିଂହପୁର ୯୫, ଯାଜପୁର ୧୧୬, ଝାରସୁଗୁଡ଼ା ୯୧, କନ୍ଧମାଳ ୯୫, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୬, ଖୋର୍ଦ୍ଧା ୫୧୭, କୋରାପୁଟ ୯୫, ମାଲକାନଗିରି ୩୩, ମୟୂରଭଞ୍ଜ ୧୩୭, ନବରଙ୍ଗପୁର ୯୦, ନୟାଗଡ଼ ୩୮, ନୂଆପଡ଼ା ୯୦, ପୁରୀ ୨୪୬, ରାୟଗଡ଼ା ୭୯, ସମ୍ୱଲପୁର ୧୨୭, ସୋନପୁର ୯୯, ସୁନ୍ଦରଗଡ଼ରୁ ୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା ଥାନାରେ ହାଜର ହେବେ ଓଟିଭି ଆଉଟପୁଟ୍ ହେଡ୍‌

0

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଆଜି ମହିଳା ଥାନାରେ ହାଜର ହେବେ ଓଟିଭି ଆଉଟ୍‌ପୁଟ ମୁଖ୍ୟ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ଆଜି ଥାନାରେ ହାଜର ହୋଇ ସେ ପକ୍ଷ ରଖିବେ । ଗତକାଲି ଓଟିଭିର ଇନ୍‌ପୁଟ୍‌ ମୁଖ୍ୟ ମହିଳା ଥାନାରେ ହାଜର ହୋଇଥିଲେ । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ କରିଛି ମହିଳା କମିଶନ । ଗଣଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ କମିଶନ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରିଛନ୍ତି । ଆଗରୁ ଶିଶୁ ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ ।

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଓଟିଭି ଇନ୍‌ପୁଟ୍‌ ହେଡ୍‌

 

ଘର ଭିତରେ ସବୁଜ ବଳୟ: ୩ ବଖରା ଘରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାର ଗଛ

0

ଭୁବନେଶ୍ୱର: ସମୟର ସଦୁପଯୋଗ। ନିଜ ଘରେ ସୃଷ୍ଟି କଲେ ସବୁଜ ବଳୟ । ତିନି ବଖରା ଘରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଗଛ । ଇଣ୍ଡୋର ପ୍ଳାଣ୍ଟିଂକୁ  ନିଶା ଓ ପେଶା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଅଶୋକ କୁମାର ସାରଦା। ଘର ଭିତରେ ସବୁଜ ବଳୟ । ଘରର କାନ୍ଥ ଠାରୁ ଆରମ୍ଭ କରି ଘରର ଫ୍ଲୋର ସବୁ କିଛି ସବୁଜିମା ଭିତରେ ଭରି ରହିଛି । ଘର ଭିତର ପ୍ରବେଶ ପଥ ବି ଗଛଲତାରେ ଭର୍ତ୍ତି । ଦେଖିଲେ ଲାଗିବ ଗୋଟିଏ ଗ୍ରୀନ କୋରିଡର । ଏମିତି ବୃକ୍ଷଲତାର ସମ୍ଭାର ଘର ଦେଖିବାକୁ ମିଳିଛି ରାଜଧାନୀ କିଟ୍ ଛକ ସ୍ଥିତ ଗ୍ରୋ ଗ୍ରୀନ ହାଉସରେ । ଏୟାର ପିଉରୀଫାୟାର ଗଛ ଠାରୁ ଆରମ୍ଭ କରି ଘର ସଜା ପାଇଁ ଡେକୋରେଟିଭ ଗଛ ଲତା ସବୁ କିଛିକୁ ଏକଜୁଟ କରି ପାରିଛନ୍ତି ଅଶୋକ କୁମାର ସାରଦା । ଚାକିରିରୁ ଅବସର ନେବା ପରେ ଗଛଲତାକୁ ଲୋକେ କିଭଳି ନିଜର କରି ପାରିବେ ତାକୁ ନେଇ ପ୍ରୟାସ ଚଲାଇଛନ୍ତି ଅଶୋକ କୁମାର । ଏହାସହ ସହରିଆଙ୍କ ପାଇଁ ମନ ମୁତାବକ ଗଛ ମଧ୍ୟ ଯୋଗାଇ ଦେବାରେ ସାହାର୍ଯ୍ୟ କରୁଛନ୍ତି  । ସହରି ଭିଡ ଭିତରେ ଲୋକଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ଏହି ଗୋ ଗ୍ରୀନ ବୁଟିକ ଏବେ ଭଲ ପରିଚୟ ସୃଷ୍ଟି କରି ପାରିଛି ।

https://www.facebook.com/NandighoshaTV/videos/1207004192997413/