ଘର ଭିତରେ ସବୁଜ ବଳୟ: ୩ ବଖରା ଘରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାର ଗଛ

1 min read

ଭୁବନେଶ୍ୱର: ସମୟର ସଦୁପଯୋଗ। ନିଜ ଘରେ ସୃଷ୍ଟି କଲେ ସବୁଜ ବଳୟ । ତିନି ବଖରା ଘରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଗଛ । ଇଣ୍ଡୋର ପ୍ଳାଣ୍ଟିଂକୁ  ନିଶା ଓ ପେଶା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଅଶୋକ କୁମାର ସାରଦା। ଘର ଭିତରେ ସବୁଜ ବଳୟ । ଘରର କାନ୍ଥ ଠାରୁ ଆରମ୍ଭ କରି ଘରର ଫ୍ଲୋର ସବୁ କିଛି ସବୁଜିମା ଭିତରେ ଭରି ରହିଛି । ଘର ଭିତର ପ୍ରବେଶ ପଥ ବି ଗଛଲତାରେ ଭର୍ତ୍ତି । ଦେଖିଲେ ଲାଗିବ ଗୋଟିଏ ଗ୍ରୀନ କୋରିଡର । ଏମିତି ବୃକ୍ଷଲତାର ସମ୍ଭାର ଘର ଦେଖିବାକୁ ମିଳିଛି ରାଜଧାନୀ କିଟ୍ ଛକ ସ୍ଥିତ ଗ୍ରୋ ଗ୍ରୀନ ହାଉସରେ । ଏୟାର ପିଉରୀଫାୟାର ଗଛ ଠାରୁ ଆରମ୍ଭ କରି ଘର ସଜା ପାଇଁ ଡେକୋରେଟିଭ ଗଛ ଲତା ସବୁ କିଛିକୁ ଏକଜୁଟ କରି ପାରିଛନ୍ତି ଅଶୋକ କୁମାର ସାରଦା । ଚାକିରିରୁ ଅବସର ନେବା ପରେ ଗଛଲତାକୁ ଲୋକେ କିଭଳି ନିଜର କରି ପାରିବେ ତାକୁ ନେଇ ପ୍ରୟାସ ଚଲାଇଛନ୍ତି ଅଶୋକ କୁମାର । ଏହାସହ ସହରିଆଙ୍କ ପାଇଁ ମନ ମୁତାବକ ଗଛ ମଧ୍ୟ ଯୋଗାଇ ଦେବାରେ ସାହାର୍ଯ୍ୟ କରୁଛନ୍ତି  । ସହରି ଭିଡ ଭିତରେ ଲୋକଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ଏହି ଗୋ ଗ୍ରୀନ ବୁଟିକ ଏବେ ଭଲ ପରିଚୟ ସୃଷ୍ଟି କରି ପାରିଛି ।

ନିଜ ଘରେ ସୃଷ୍ଟି କଲେ ସବୁଜ ବଳୟ

#ସମୟର_ସଦୁପଯୋଗ#ନିଜ_ଘରେ_ସୃଷ୍ଟି_କଲେ_ସବୁଜ_ବଳୟ ତିନି ବଖରା ଘରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାରର ଗଛ । ଇଣ୍ଡୋର ପ୍ଲାଣ୍ଟିଂକୁ ନିଶା ଓ ପେଶା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ଅଶୋକ କୁମାର ସାରଦା ।#NandighoshaTV #GoGreen #Bhubaneswar

Nandighosha TV यांनी वर पोस्ट केले सोमवार, १४ सप्टेंबर, २०२०

 

Leave a Reply