ଚୀନକୁ ପଛରେ ପକାଇ UNର ମହିଳା ଆୟୋଗ ସଦସ୍ୟଭାବେ ଭାରତ ନିର୍ବାଚିତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟକା । ଚୀନକୁ ପଛରେ ପକାଇ ଇକୋନୋମିକ ଆଣ୍ଡ ସୋସିଆଲ କାଉନସିଲର ସଂସ୍ଥା ତଥା ୟୁଏନର କମିଶନ ଅନ୍ ଷ୍ଚାଟସ୍ ଅଫ୍ ୱିମେନର ସଦସ୍ୟତା ହାତେଇଛି ଭାରତ । ମହିଳାଙ୍କ ଅଧିକାର କ୍ଷେତ୍ରରେ ଏହି ଆୟୋଗ କାମ କରିଥାଏ । ଆସନ୍ତା ୪ ବର୍ଷ ପାଇଁ ଭାରତ ଏହାର ସଦସ୍ୟ ରହିବ । ଆୟୋଗରେ ସଦସ୍ୟତା ପାଇଁ ଭାରତ, ଚୀନ୍ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ଥିଲା । ତେବେ ଭାରତ ଓ ଆଫଗାନିସ୍ତାନକୁ ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ଚୀନକୁ ନିରାଶା ହେବାକୁ ପଡିଛି । ତେବେ ଶେଷରେ ଭାରତ ଏହି ସମ୍ମାନଜନକ ଆୟୋଗର ସଦସ୍ୟ ହୋଇପାରିଛି । ଏନେଇ ସୂଚନା ଦେଇଛନ୍ତି ୟୁଏନର ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ତ୍ରିମୂର୍ତ୍ତି । ଏହା ଦ୍ୱାରା ଦେଶରେ ମହିଳା ସଶକ୍ତିକରଣ ଦିଗରେ ଆହୁରି ସଫଳତା ମିଳିପାରିବ ବୋଲି ତ୍ରିମୂର୍ତ୍ତି କହିଛନ୍ତି ।

ଜୟାଙ୍କୁ କଙ୍ଗନାଙ୍କ ଜବାବ, ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ଥିଲେ…..

Leave a Reply