ହାଜର ହେଲେ ଓଟିଭି ଆଉଟ୍‌ପୁଟ୍ ମୁଖ୍ୟ: ‘ଏମଡି ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗତକାଲି ଇନପୁଟ ମୁଖ୍ୟଙ୍କ ପରେ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଆଉଟ୍‌ପୁଟ ମୁଖ୍ୟ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯିବା ପରେ ଆଜି ସେ ହାଜର ହୋଇଛନ୍ତି । ଆଜି ଥାନାରେ ହାଜର ହୋଇ ସେ ପକ୍ଷ ରଖିବେ । ଗତକାଲି ଓଟିଭିର ଇନ୍‌ପୁଟ୍‌ ମୁଖ୍ୟ ମହିଳା ଥାନାରେ ହାଜର ହୋଇଥିଲେ  । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ ମଧ୍ୟ କରିଛି ମହିଳା କମିଶନ । ଗଣଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ କମିଶନ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରାଯାଇଛି  । ଆଗରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ । ତେବେ ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି  । କହିଛନ୍ତି, ନାବାଳିକାଙ୍କ ମା’ ଙ୍କ ଅଭିଯୋଗ ଅନୁସାରେ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ପୀଡ଼ିତାଙ୍କ ମା ଦେଇଥିବା ଅଡିଓ କ୍ଲିପ ପେନ ଡ୍ରାଇଭକୁ ନେଇ ତଦନ୍ତ ହେବ । ଅଡିଓ କ୍ଲିପରେ ପୀଡ଼ିତାଙ୍କ ମା ଓ ଏମଡିଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ୨୧ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ଯଦି ହାଜର ନ ହେବେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି  ।

 

Leave a Reply