spot_img
Home Blog Page 6470

ବଦଳିବ ପୁରୀ ବାଙ୍କୀ ମୁହାଣ ବେଳାଭୂମିର ରୂପରେଖ

ପୁରୀ: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବାକୁ ସରକାର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ବେଳାଭୂମିର ସୌନ୍ଦର୍ଯ୍ୟକରଣ ମଧ୍ୟ ଚାଲିଛି । ମହାପ୍ରଭୁଙ୍କ ଦାରୁ ଲାଗିଥିବା ଚକ୍ରତୀର୍ଥ ଅଞ୍ଚଳ ସମେତ ଚାଲିଛି ବାଙ୍କୀ ମୁହାଣର ସୌନ୍ଦର୍ଯ୍ୟକରଣ । ନୀଳାଦ୍ରି ବିଚ୍‌ କୁହାଯାଉଥିବା ଏହି ବିଚ୍‌କୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

Govt's Focus To Renovate 'Banki Muhana' In Puri 

ବଦଳିବ ପୁରୀ ବାଙ୍କୀ ମୁହାଣ ବେଳାଭୂମିର ରୂପରେଖ । ଆରମ୍ଭ ହୋଇଛି ସୌନ୍ଦର୍ଯ୍ୟକରଣ । ପୁରୀ ଗୋଲ୍ଡେନ୍ ବିଚ୍ ଓ ବାଙ୍କୀ ମୁହାଣ ବେଳାଭୂମିକୁ ଯୋଡ଼ି ପୋଲ ନିର୍ମାଣ ହୋଇଛି । ପୂର୍ବରୁ ଏହି ୨ ବିଚ୍‌ ମଧ୍ୟରେ ଜଳଧାରା ଯାଇଥିବାରୁ ଏହା ଅଲଗା ହୋଇ ରହିଥିଲା । ଯୋଡ଼ା ଯିବା ପରେ ପର୍ଯ୍ୟଟକମାନେ ସିଧା ବାଙ୍କୀ ମୁହାଣ ବିଚ୍‌କୁ ଯାଇପାରିବେ । ବାଙ୍କୀ ମୁହାଣ ସହ ଚକ୍ରତୀର୍ଥର ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଅଞ୍ଚଳକୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗତ ୨୪ ତାରିଖରେ 5T ସଚିବ ଭି.କେ. ପାଣ୍ତିଆନ ପୁରୀ ବେଳାଭୂମି ବୁଲି କାମର ସମୀକ୍ଷା କରିଥିଲେ ।

Govt's Focus To Renovate 'Banki Muhana' In Puri 

କିଛି ବର୍ଷ ହେଲା ପୁରୀ ସହରର ନର୍ଦ୍ଦମା ଜଳ ବାଙ୍କୀ ମୁହାଣ ଦେଇ ସମୁଦ୍ରରେ ମିଶୁଛି । ଉକ୍ତ ଅଞ୍ଚଳ ପ୍ରଦୂଷିତ ହେବା ସହ ବେଳାଭୂମି ସୌନ୍ଦର୍ଯ୍ୟ ହରାଇଛି । ଏହି ଅଞ୍ଚଳରେ ମହାପ୍ରଭୁଙ୍କ ଦାରୁ ଲାଗିଥିବାରୁ ଏହାର ପବିତ୍ରତା ରକ୍ଷା ପାଇଁ କାମ ଆରମ୍ଭ ହୋଇଛି । ପ୍ରାଥମିକ ଭାବେ ସେଠାରେ ନୀଳାଦ୍ରି ବିଚ୍ ନାମରେ ଏକ ସୁନ୍ଦର ପାର୍କ ତିଆରି କରାଯାଇଛି । ଏହି ପାର୍କରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଉପରେ ବିଭିନ୍ନ କାହାଣୀକୁ ଆଧାର କରି ପଥରରେ ଖୋଦେଇ କରାଯାଇ ସ୍ଥାପନ କରାଯାଇଛି । ପୁରୀକୁ ହେରିଟେଜ୍‌ ସିଟି ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାର ସୌନ୍ଦର୍ଯ୍ୟକରଣ ଆଗେଇ ଚାଲିଛି ।

ହ୍ୱାଇଟ୍‌ ହାଉସ୍‌ ରେସ୍‌: ଜର୍ଜିଆରେ ମଧ୍ୟ ବାଜି ପଲଟିଲା, ଟ୍ରମ୍ପଙ୍କୁ ପଛରେ ପକାଇଲେ ବାଇଡେନ୍‌

ଓ୍ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଏବେ ଆଇନ୍‌ଗତ ଲଢ଼େଇ ଆଡ଼କୁ ଗତି କରିସାରିଛି । ଆଇନ୍‌ଗତ ଲଢ଼େଇରେ ଏବେ ଆମେରିକା ନିର୍ବାଚନ ଫଶି ରହିଛି । ଅନେକ ରାଜ୍ୟରେ ପଛୁଆ ରହିବା ପରେ ଡୋନାଲ୍ଡ ଟ୍ରମ୍ପ କୋର୍ଟର ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଜୋ ବାଇଡେନ୍‌ ସମର୍ଥକଙ୍କୁ ଧର୍ଯ୍ୟ ରଖିବା ପାଇଁ ଅପିଲ୍‌ କରିଛନ୍ତି । ଏବେ ସୁଦ୍ଧା ଅଧ ଡର୍ଜନରୁ ଅଧିକ ରାଜ୍ୟରେ କାଉଣ୍ଟିଂ ଜାରି ରହିଛି । ଯେଉଁଠି ବାରମ୍ବାର ସ୍ଥିତି ବଦଳିବାର ଦେଖାଯାଉଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜୋ ବାଇଡେନ୍‌ ଜର୍ଜିଆ ଓ ପେନ୍‌ସିଲଭାନିଆରେ ମଧ୍ୟ ଟ୍ରମ୍ପଙ୍କଠାରୁ ଅଧିକ ଭୋଟ ପାଇ ଆଗରେ ରହିଛନ୍ତି ।

Joe Biden

ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ, ବିପକ୍ଷ ପାର୍ଥୀ ଜୋ-ବାଇଡେନ୍‌ଙ୍କ ବିରୋଧରେ ଆଣିଥିଲେ ନିର୍ବାଚନ ଚୋରିର ଅଭିଯୋଗ । ମତଦାନ ଚୋରି ଅଭିଯୋଗ କରି ଟ୍ରମ୍ପ ମିସିଗନ୍‌ ଓ ଜର୍ଜିଆରେ ହେଉଥିବା ପୋଷ୍ଟାଲ ବାଲାଟ୍‌ ଗଣତି ରୋକିବାକୁ ଆବେଦନ କରିଥିଲେ । ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ନିର୍ବାଚନ ଲଢ଼େଇରେ ବାଇଡେନ୍‌ ମ୍ୟାଜିକ୍‌ ନମ୍ବର ୨୭୦ ଇଲେକ୍ଟର୍ସର ଅତି ନିକଟରେ ଅଛନ୍ତି । ଯଦି ଏହି ନିର୍ବାଚନରେ ସେ ବିଜୟ ହାସଲ କରନ୍ତି ତେବେ ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ରାଷ୍ଟ୍ରପତି ହେବେ । ଏହି ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି । କାରଣ ବିଡେନ ରାଷ୍ଟ୍ରପତି ହେଲେ ଟ୍ରମ୍ପଙ୍କ ଅନେକ ନିଷ୍ପତିକୁ ବଦଳାଇବା ନେଇ ସେ ଘୋଷଣା କରି ସାରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଆମେରିକା-ପ୍ୟାରିସ୍‌ ଚୁକ୍ତି, ମୁସଲମାନଙ୍କ ପାଇଁ ଦେଶରେ ପ୍ରତିବନ୍ଧକ, ରିଫ୍ୟୁଜି ନୀତି, ଇମିଗ୍ରେସନ୍‌ ନିୟମ, ଫ୍ରି କରୋନା ଟେଷ୍ଟିଂ ପରି ଅନେକ ନିଷ୍ପତ୍ତି ସେ ବଦଳାଇବାକୁ ଚେଷ୍ଟା କରିଛନ୍ତି ।

ସାରୁଅ ଜମି ମାମଲାରେ ବିଭୂ ରଥଙ୍କୁ କ୍ରାଇମବ୍ରାଞ୍ଚର ଘନ ଘନ ଜେରା

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଖୋଲୁଛି ସାରୁଅ ସତ । ଓଡ଼ିଶା ଇନଫ୍ରାଟେକ୍ ପାଇଭେଟ୍ ଲିମିଟେଡ୍ କିଭଳି ଭାବେ ଦଳିତ ଲୋକଙ୍କ ଜମିକୁ ଚଞ୍ଚକତା କରି ହଡ଼ପ କରିଥିଲା ? ଗୋଟି ଗୋଟି କରି ତଥ୍ୟ ଆଦାୟ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମବ୍ରାଞ୍ଚ EOW କମ୍ପାନୀର ପୂର୍ବତନ ନିର୍ଦ୍ଦେଶକଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା । ଆଜି ଦ୍ୱିତୀୟ ଦିନରେ ଭି ବିଭୂଙ୍କୁ ଜେରା ଚାଲିଛି ।

Sarua Land Scam, Crime Branch Interrogated Bibhu Prasad Rath In Second Day

ବିଭୂ ପ୍ରସାଦ ରଥ ଓଡ଼ିଶା ଇନଫ୍ରାଟେକ୍ ପାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଥିବାବେଳେ କିଭଳି ଜମି କିଣା ଯାଇଥିଲା । ଏନେଇ ଇଓଡବ୍ଲ୍ୟୁ ତାଙ୍କୁ ପଚରାଉଚରା କରୁଛି । ଗତକାଲି ଜେରା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ବିଭୂ ପ୍ରସାଦ ରଥ କହିଥିଲେ । ଅନ୍ୟପଟେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ଗିରଫ କରିଥିବା ଓଟିଭିର ସିଏଫଓ ଓ ଓଡ଼ିଶା ଇନଫ୍ରାଟେକ୍ ପାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଆଜି ଜାରପଡ଼ା ଜେଲରୁ ଇସ୍ତଫା ଦେଇଛନ୍ତି ।

Sarua Land Scam, Crime Branch Interrogated Bibhu Prasad Rath In Second Day

ମନୋରଞ୍ଜନଙ୍କ ଇସ୍ତଫା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ସେ ଓଟିଭି ଗ୍ରୁପ୍ ଠାରୁ ନିଜ ବୃତ୍ତିଗତ ସମ୍ପର୍କ ଛିନ୍ନ କରିଛନ୍ତି । ଗତ ୧ ତାରିଖ ଦିନ ମନୋରଞ୍ଜନକୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଏଥି ସହ ରିମାଣ୍ଡରେ ଆଣି ପଚରାଉଚରା ବେଳେ ସାରୁଅ ଜମି କେଳେଙ୍କାରୀର ଅନେକ ଗୁମର ଖୋଲିଥିଲେ । ଦଳିତ ଯୁବକ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି କେମିତି ଜଗିମଙ୍ଗତ ପଣ୍ଡା ଅନସୂଚିତ ଜାତି ଲୋକଙ୍କ ଜମି ହଡ଼ପ କରିଥିବା ଜଣାପଡିଛି । ଏନେଇ ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ପ୍ରେସମିଟ୍ କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଋଷ-ପାକିସ୍ତାନ ମଧ୍ୟରେ ଘନିଷ୍ଠତା, ତାଲିବାନ୍‌ ସହ ବଢ଼ୁଛି ଯୋଗାଯୋଗ..

ଋଷ ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ସାମରିକ ଅଭ୍ୟାସ ପାଇଁ ଋଷ ସୈନ୍ୟମାନେ ଗୁରୁବାର ପାକିସ୍ତାନରେ ପହଞ୍ଚିଛନ୍ତି । ପାକିସ୍ତାନ ଏବଂ ଋଷ ସେନା ମଧ୍ୟରେ ଚାଲିଥିବା ଏହି ମିଳିତ ସାମରିକ ଅଭ୍ୟାସକୁ ଦ୍ରଜ୍‌ବା (DRUHZBA-5) ନାଁ ଦିଆଯାଇଛି ।

ପାକିସ୍ତାନ ସେନା ଟୁଇଟ୍ ଜରିଆରେ ଏନେଇ ସୂଚନା ଦେଇଛି । ପାକ୍ ସେନା ପକ୍ଷରୁ କୁହାଯାଇଛି ଯେ, ଏହା ପାକିସ୍ତାନ ଏବଂ ଋଷ ମଧ୍ୟରେ ପଞ୍ଚମ ମିଳିତ ସାମରିକ ଅଭ୍ୟାସ । ଏହି ମିଳିତ ସାମରିକ ଅଭ୍ୟାସ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ପାକିସ୍ତାନ ଆହୁରି କହିଛି ଯେ, ଏହି ମିଳିତ ଅଭ୍ୟାସ ଆତଙ୍କବାଦ ବିରୋଧରେ ମୁକାବିଲା ପାଇଁ ଉଭୟ ଦେଶର ସୈନ୍ୟବାହିନୀଙ୍କ ଅଭିଜ୍ଞତା ବାଣ୍ଟିବା ହେଉଛି ମୂଳ ଲକ୍ଷ ।

ପାକିସ୍ତାନ ସେନାର ମିଡିଆ ୱିଙ୍ଗ୍‌ ଅନୁଯାୟୀ ଏହି ସାମରିକ ଅଭ୍ୟାସରେ ସ୍କାଏ ଡାଇଭିଂ ଏବଂ ବନ୍ଧକ ମୁକ୍ତ ହେବା ଭଳି କାର୍ଯ୍ୟକଳାପ ରହିବ । ପ୍ରତିବର୍ଷ ପାକିସ୍ତାନ-ଋଷର ଏହି ମିଳିତ ସାମରିକ ଅଭ୍ୟାସ ଦ୍ରଜ୍‌ବା ଆୟୋଜିତ ହୋଇଥାଏ । ୨୦୧୬ ପରଠାରୁ ପାକିସ୍ତାନ ଏବଂ ଋଷର ଏହି ମିଳିତ ଅଭ୍ୟାସ ଆରମ୍ଭ ହୋଇଛି । ଏଥିରେ ଆତଙ୍କବାଦ ବିରୋଧୀ ଏବଂ ସ୍ୱତନ୍ତ୍ର ସାମରିକ କାର୍ଯ୍ୟ ଅନ୍ତର୍ଭୁକ୍ତ ।

ତେବେ ପାକିସ୍ତାନ ସହ ଋଷର ସାମରିକ ଭାଗିଦାରୀକୁ ନେଇ ଭାରତ ବିରୋଧ କରି ଆସୁଛି । ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନ ସହ ସେନା ଭାଗୀଦାରୀ କରିବା ଭୁଲ ବୋଲି ଭାରତ ବାରମ୍ବାର ଆପତ୍ତି ଜଣାଇଛି । ଋଷର ଏଭଳି ନିଷ୍ପତ୍ତି ସମସ୍ୟା ବୃଦ୍ଧି କରିପାରେ ।

ତେବେ ଭାରତର ଆପତ୍ତିକୁ ଋଷ ଅଣଦେଖା କରିଆସୁଛି । ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ସେନା ଋଷର ଅସତରାଖାନରେ ‘କାୱକାଜ୍ ୨୦୨୦’ ସାମରିକ ଅଭ୍ୟାସରେ ଭାଗ ନେଇଥିଲା । ସେହିଭଳି ଗତ ବର୍ଷ ୨୦୧୯ରେ ମଧ୍ୟ ପାକିସ୍ତାନ ଋଷର ସାମରିକ ଅଭ୍ୟାସରେ ସାମିଲ ହୋଇଥିଲା । ଏଥିରେ କଜାକିସ୍ତାନ, କିର୍ଗିସ୍ଥାନ, ତଜାକିସ୍ତାନ ଏବଂ ଉଜ୍‌ବେକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ତେବେ ଶୀତଳ ଯୁଦ୍ଧ ସମୟରେ ପାକିସ୍ତାନ, ଋଷର ଘୋର ବିରୋଧୀ ଆମେରିକାକୁ ସମର୍ଥନ କରିଥିଲା । ସମୟାନୁକ୍ରମେ ବୈଷୟିକ ବୁଝାମଣାକୁ ନେଇ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଛି । ଯାହାକି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ପାକିସ୍ତାନ ଏବଂ ଋଷ ମଧ୍ୟରେ ସାମରିକ ଭାଗିଦାରୀ ମଧ୍ୟ ମଜବୁତ ହେବାରେ ଲାଗିଛି ।

ଗତ କିଛି ବର୍ଷ ମଧ୍ୟରେ ଋଷ ତାଲିବାନ ସହ ଯୋଗାଯୋଗ ବୃଦ୍ଧି କରିଥିବା ଦେଖାଯାଇଛି । କିନ୍ତୁ ଭାରତର ଆଭିମୁଖ୍ୟ ଏହାର ବିପରୀତ । ପୂର୍ବରୁ ରୂଷ ସବୁବେଳେ ତାଲିବାନ ବିରୋଧୀ ‘ନର୍ଦନ୍‌ ଆଲିଆନ୍ସ’କୁ ସମର୍ଥନ ଦେଇଆସୁଛି । ହେଲେ ଏପଟେ ତାଲିବାନ ସହ ପାକିସ୍ତାନର ଘନିଷ୍ଠତା ରହିଛି ।

ଆଫଗାନିସ୍ତାନର ନୂତନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଋଷ ପାକିସ୍ତାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖୁଛି । ୨୦୧୬ରେ ଚୀନ୍, ପାକିସ୍ଥାନ ଏବଂ ଋଷ ମଧ୍ୟରେ ଆଫଗାନିସ୍ତାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇଥିଲା । କିନ୍ତୁ ଏଥିରେ ଆଫଗାନିସ୍ତାନ ପ୍ରତିନିଧୀଙ୍କୁ ସାମିଲ କରାଯାଇଥିଲା । ଏହାକୁ ନେଇ ସମାଲୋଚନା କରାଯିବା ପରେ ଆଫଗାନିସ୍ତାନ, ଇରାନ ଏବଂ ଭାରତକୁ ଏଥିରେ ସାମିଲ କରାଯାଇଥିଲା । ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ମିଳୁଥିବା ସାମରିକ ସହାୟତା ବନ୍ଦ କରାଯାଇଥିଲା । ଏବେ ପାକିସ୍ତାନର ଆମେରିକା ସହ ସମ୍ପର୍କ ଭଲ ନଥିବାରୁ ସେ ଋଷ ଏବଂ ଚୀନ୍ ସହିତ ନିଜର ଭବିଷ୍ୟତ ଦେଖୁଛି ।

ଗଛରେ ପିଟି ହୋଇ ଓଲଟିଲା ଟ୍ରକ୍, ୨ ମୃତ, ୩ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ଧାରୀ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମରୋଡ଼ା ବ୍ଲକରୁ ଶୁଳିଆପଦା ବ୍ଲକ ପଟକୁ ଯାଉଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି କିଛି ଲୋକଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

Truck Accident In Morada Road, Two Dead Three Injured 

୨ ଜଣ ମୃତକ ମୋରଡ଼ା ଅଞ୍ଚଳର ଛେଲା ମହାକୁଡ଼ ଓ ଧାନଶୁଳାର କାଳିଆ ମହାନ୍ତି । ୩ ଜଣ ଗୁରୁତରଙ୍କୁ ନିକଟସ୍ଥ ମୋରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଡାଲାରେ କିଛି ଲୋକ ବସି ଯାଉଥିବା ନେଇ ଅନୁମାନ କରାଯାଉଛି । ଏନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଧୋକା ଦେଲା ବିହନ, ଧାନ ବଦଳରେ ଫଳିଲା ଅଗାଡ଼ି

ଉମରକୋଟ: ଖରା, ବର୍ଷାକୁ ଖାତିର୍ ନକରି ଚଷା ପୁଅ ଚାଷ କରିଥିଲା । ଭଲ ଫସଲ ବି ହେଲା । ଫସଲକୁ ଦେଖି ଉଲ୍ଲସିତ ଥିବା ଚାଷୀଙ୍କ ମୁହଁରେ ଏବେ ଆଉ ସେ ହସ ନାହିଁ । କାରଣ ଧୋକା ଦେଇଛି ବିହନ । ନବରଙ୍ଗପୁର ଜିଲ୍ଲା ଉମରକୋଟର ଚାଷୀ ବୁଲନ୍ଦ୍ ସିଗ୍ନେଟ୍ ବିହନ ଆଣି ଚାଷ କରିଥିଲେ । ଅମଳ ବେଳକୁ କ୍ଷେତରେ ଧାନ ବଦଳରେ ଅଗାଡ଼ି ଫଳିଛି । ଋଣ ନେଇ ଚାଷୀ ଚାଷ କରିଥିବା ବେଳେ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

Harvesting Moment, Farmer Of Umerkote In Tension

ଧାନ କ୍ଷେତରେ ଲହରୀ ଭାଙ୍ଗୁଛି ସୁନାର ଫସଲ । ଆଉ ଦିନ କେଇଟା ପରେ ହୋଇଥାନ୍ତା ଅମଳ । ଏହାକୁ ନେଇ ଚାଷୀ ମନରେ ଖୁସି ବଦଳରେ ନିରାଶା ଖେଳି ଯାଇଛି । କାରଣ ବେସରକାରୀ ବୁଲନ୍ଦ୍ ସିଗ୍ନେଟ୍ ୫୦୫୦ ବିହନ ଚାଷୀକୁ ଧୋକା ଦେଇଛି । ଅମଳ ବେଳେ ଧାନ ବଦଳରେ କ୍ଷେତରେ ଖେଳୁଛି ଅଗାଡ଼ି ।

Harvesting Moment, Farmer Of Umerkote In Tension

କୃଷି ବିଭାଗ ବିହନ ଯୋଗାଇବାରେ ବିଫଳ ହେବା ପରେ ବ୍ୟବସାୟଙ୍କ ପାଖରୁ ବିହନ କିଣିଥିଲେ ଚାଷୀ । ଆଉ ଏକର ପ୍ରତି ୩୦ରୁ ୩୫ କ୍ୱିଣ୍ଟାଲ ଧାନ ଫଳିବ ବୋଲି ଆଶା ଦେଇଥିଲା ଦୋକାନୀ । କିନ୍ତୁ ଏବେ ୩୫ କ୍ୱିଣ୍ଟାଲ ତ ଦୂରର କଥା ୫ କ୍ୱିଣ୍ଟାଇ ଧାନ ବାହରିବା ଆଶା ରଖିନାହାଁନ୍ତି ଚାଷୀ ।

Harvesting Moment, Farmer Of Umerkote In Tension

ଏନେଇ କୃଷି ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରାଇଭେଟ୍ କମ୍ପାନୀ କଥା କହି ହାତ ଟେକି ଦେଇଛନ୍ତି । ଅମଳ ବେଳେ କ୍ଷେତରେ ଧାନ ବଦଳରେ ଅଗାଡ଼ି ଦେଖି ଚାଷୀ ହତାଶ ହୋଇପଡ଼ିଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ଭାରତକୁ ନେଇ ବାଇଡେନ୍‌ଙ୍କ ଗୋଟିଏ ଇଛା, ଯାହାକୁ ସେ ୧୯୭୨ରୁ ପୁରା କରିବାକୁ ଚାହୁଁଛନ୍ତି…

ଓ୍ୱାସିଂଟନ୍‌: ଜୋ ବାଇଡେନ୍ ହ୍ୱାଇଟ୍‌ ହାଉସରେ ପ୍ରବେଶ କରିବା ଏକରକମ ନିଶ୍ଚିତ ହୋଇଯାଇଛି । ବାଇଡେନ୍ ଟ୍ରମ୍ପଙ୍କଠାରୁ ଢେର୍‌ ଆଗରେ ଅଛନ୍ତି । ଯଦି ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ବାଇଡେନ୍ ହେବେ ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ରାଷ୍ଟ୍ରର ମହାମହିମ ରାଷ୍ଟ୍ରପତି । ତେବେ ବାଇଡେନଙ୍କ ବିଜୟର ଆମେରିକା ଭାରତ ସଂପର୍କ ଉପରେ କ’ଣ ପ୍ରଭାବ ରହିବ ? ଏହାକୁ ନେଇ ଅନେକ ଆଲୋଚନା କରାଯାଉଛି । ଭାରତ ସହ ବାଇଡେନଙ୍କ ସଂପର୍କ ବେଶ ପୁରୁଣା । ସେ ଅନେକ ଥର ଭାରତ ଆସିଛନ୍ତି ।

Joe Biden

ସବୁଠାରୁ ବଡ଼ କଥା ହେଲା, ଭାରତରେ ମଧ୍ୟ ଜଣେ ବାଇଡେନ୍ ଅଛନ୍ତି ? ଆମେରିକାର ବାଇଡେନ୍, ଏହି ଭାରତୀୟ ବାଇଡେନଙ୍କ ବିଷୟରେ ମଧ୍ୟ ଜାଣିଛନ୍ତି ଏବଂ ଅନେକ ଥର ଏହି ଦୁରସଂପର୍କୀୟ ବାଇଡେନଙ୍କ ବାବଦରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ଭାରତୀୟ ବାଇଡେନ୍ ଓ ସେଇ ଇଛା କ’ଣ ଯାହାକୁ ବାଇଡେନ୍ ୧୯୭୨ରୁ ପୁରା କରିବାକୁ ଚାହୁଁଛନ୍ତି !

Joe Biden

୧୯୭୨ରୁ ଆମେରିକୀୟ ବାଇଡେନ ଓ ଭାରତୀୟ ବାଇଡେନଙ୍କ ସଂପର୍କ

ଡେଲବେୟାରରୁ ୧୯୭୨ ମସିହାରେ ସିନେଟର ଭାବେ ନିର୍ବାଚିତ ହୋଇଥିଲେ ଜୋ ବାଇଡେନ୍ । ସେତେବେଳେ ତାଙ୍କୁ ୨୯ ବର୍ଷ ବୟସ । ଏହି ସମୟରେ ତାଙ୍କ ପାଖକୁ ମୁମ୍ବାଇ ବା ସେତେବେଳର ବମ୍ବେରୁ ଗୋଟିଏ ଚିଠି ପହଂଚିଥିଲା । ଏହି ଚିଠିରେ ତାଙ୍କୁ ସିନେଟର ଭାବେ ନିର୍ବାଚିତ ହେବାର ଶୁଭକାମନା ଦିଆ ଯାଇଯାଇଥିଲ । ଚିଠିର ଲେଖକ ଥିଲେ ବାଇଡେନ୍ ଫ୍ରମ୍ ମୁମ୍ବାଇ । ସେତେବେଳେ ବାଇଡେନ୍ ଚିଠିର ଉତ୍ତର ଦେଇ ପାରିନଥିଲେ କିମ୍ବା ମୁମ୍ବାଇ ବାଇଡେନଙ୍କୁ ଦେଖା କରିପାରିନଥିଲେ । ତେବେ ଗଲା ୫୦ ବର୍ଷ ଧରି ତାଙ୍କର ଗୋଟିଏ ଇଛା ରହିଛି ଯେ, କେବେ ନା କେବେ ସେ ଭାରତୀୟ ବାଇଡେନଙ୍କୁ ଭେଟିବେ । ଭାରତୀୟ ନେତା କିମ୍ବା ଆମେରିକୀୟ ଭାରତୀୟଙ୍କ ସଭାରେ ସେ ସବୁବେଳେ ବାଇଡେନ୍ ଫ୍ରମ୍ ମୁମ୍ବାଇଙ୍କ ଉଲ୍ଲେଖ କରିଥାନ୍ତି ।

Joe Biden

ବିଏସଇରେ ବାଇଡେନ୍ ଶୁଣାଇଥିଲେ ଏହି କାହାଣୀ

ଆମେରିକାର ଉପରାଷ୍ଟ୍ରପତି ହେବା ପରେ ଜୋ ବାଇଡେନ୍ ୨୦୧୩ ମସିହାରେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଂଜକୁ ଯାଇଥିଲେ । ସେଠାରେ ଭାଷଣ ଦେବା କାଳରେ ସେ ବାଇଡେନ୍ ଫ୍ରମ୍ ମୁମ୍ବାଇଙ୍କ କଥା ମଧ୍ୟ କହିଥିଲେ । ସେ କହିଥିଲେ ଯେ, ମୁମ୍ବାଇର ବାଇଡେନଙ୍କ ପତ୍ରର ଉତ୍ତର ଦେଇ ନପାରିଥିବାର ଦୁଃଖ ଆଜି ମଧ୍ୟ ମୋ ମନରେ ଅଛି । ଦର୍ଶକଙ୍କ ମଧ୍ୟରେ ଥିବା କୌଣସି ବଂଶାବଳୀ ବିଶେଷଜ୍ଞ ସମ୍ଭବତଃ ମୋତେ ଏହି ମାମଲାରେ ସାହାଯ୍ୟ କରିପାରିବେ । ମୋତେ ମୁମ୍ବାଇରୁ ବାଇଡେନ ନାମ ଥିବା ଜଣେ ସଜ୍ଜନଙ୍କ ପତ୍ର ମିଳିଥିଲା । ଯେଉଁଥିରେ ସେ କହିଥିଲେ ଯେ, ଆମ ମଧ୍ୟରେ କୌଣସି ସଂପର୍କ ରହିଛି । ବାଇଡେନ୍ ଏସଂପର୍କରେ ବିସ୍ତାର ଭାବେ କହିଥିଲେ ଯେ, ସମ୍ଭବତଃ ଆମ ପୂର୍ବପୁରୁଷଙ୍କର କୌଣସି ସଂପର୍କ ଥିବ । ୧୭୦୦ ମସିହାରେ ଇଷ୍ଟ ଇଣ୍ଡିଆ ଟ୍ରେଡିଂ କଂପାନୀରେ କାମ କରିବାକୁ ହୁଏତ ମୋର କେହି ପୂର୍ବ ପୁରୁଷ ମୁମ୍ବାଇ ଆସିଥିବେ ।

Jo Biden

ଏହାର କିଛି ବର୍ଷ ପରେ ୱାସିଂଟନ୍‌ ଡିସିରେ ଏକ ସଭାରେ ବାଇଡେନ୍ କହିଥିଲେ ଯେ, ତାଙ୍କର ଜଣେ ପୂର୍ବଜ ଇଷ୍ଟ ଇଣ଼୍ଡିଆ କଂପାନୀ ପାଇଁ କାମ କରୁଥିଲେ । ୧୮୪୮ ମସିହାରେ ସେ ଇଷ୍ଟ୍‌ ଇଣ୍ଡିଆ କଂପାନୀ ପାଇଁ କାମ କରୁଥିଲେ । ମୋର ସେହି ପୂର୍ବଜ ସମ୍ଭବତଃ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରି ଭାରତରେ ରହିଯାଇଥିଲେ ।

Joe Biden

୨୦୧୩ ମସିହାରେ ବିଏସଇରେ ଉଦବୋଧନ ଦେଇ ସେ ନିଜ ପୂର୍ବଜଙ୍କ କଥା ମନେ ପକାଇ କହିଥିଲେ ଯେ, ଯଦି ମୋର କେହି ପୂର୍ବଜ ଭାରତରେ ଥିଲେ ତେବେ ବୋଧ ହୁଏ ମୁଁ ମଧ୍ୟ ଭାରତରେ ନିର୍ବାଚନ ଲଢି ପାରିବି । ତାଙ୍କର ଏହି କଥାକୁ ନେଇ ସଭାସ୍ଥଳରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

କରୋନା ପାଇଁ ଭାରତୀୟଙ୍କୁ ଚୀନରେ ପଶିବା ମନା…!

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କୁ ଚୀନରେ ପ୍ରବେଶ ନିଷେଧ । ଚୀନ ପ୍ରଶାସନ ଏଥିପାଇଁ କରୋନା ସଂକ୍ରମଣକୁ ଆଳ ଦେଖାଇଛି । ତେବେ ଏହା ସାମୟିକ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି । ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ ଅବଗତ କରାଯାଇଛି । ତେବେ କୂଟନୈତିକ, ସେବା ବା ଚାକିରି, ସି ଭିସା ତଥା ଜରୁରୀକାଳୀନ ଆବଶ୍ୟକତା କ୍ଷେତ୍ରରେ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ନାହିଁ ।

China President XI Jinping Threatened India US Never Sit Idly While China Sovereignty Undermined

ମାନବିକତା ଓ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଆବେଦନକ୍ରମେ  ସ୍ୱତନ୍ତ୍ର ଭିସା ମିଳିବ ଓ ଏହା ବଳରେ ଭାରତୀୟ ନାଗରିକ ଚୀନରେ ପ୍ରବେଶ କରିପାରିବେ । ଏହାଛଡା ନଭେମ୍ବର ୩ ପରେ ପ୍ରଦତ୍ତ ଭିସା କ୍ଷେତ୍ରରେ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି କୁହାଯାଇଛି । କରୋନା ସ୍ଥିତିରେ ସୁଧାର ଆସିବା ପରେ ଚୀନ ସରକାର ବିଦେଶୀ ନାଗରିକଙ୍କର ଦେଶରେ ପ୍ରବେଶ ସମ୍ପର୍କରେ ପୁନର୍ବିଚାର କରି ନିଷ୍ପତ୍ତି ଘୋଷଣା କରିବେ ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ।

OJEE ଫଳାଫଳ ପ୍ରକାଶିତ, ସୋଭିତ ପଟେଲ ବି.ଟେକ୍ ବର୍ଗ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ OJEE ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପ୍ରକାଶ ପାଇଛି । ୭୯,୭୫୪ ଜଣ ଏହି ପରୀକ୍ଷା ପାଇଁ ନିଜକୁ ପଞ୍ଜିକୃତ କରିଥିଲେ । ହେଲେ ତନ୍ମଧ୍ୟରୁ ଚଳିତ ଥର  ୪୯,୨୬୭ ଜଣ ପରୀକ୍ଷା ଦେଇଥିଲେ । ଏହି ସମସ୍ତଙ୍କୁ Rank ପ୍ରଦାନ କରାଯାଇଥିଲା ।

ଏଥିରେ ବିଟେକ୍ ବର୍ଗରେ ସୋଭିତ ପଟେଲ ଟପ୍ପର ହୋଇଛନ୍ତି । ଏଲଇ ଟେକ୍ (ଡିପ୍ଲୋମା) ବର୍ଗରେ ସୌମ୍ୟ ରଞ୍ଜନ ପର୍ହି, ଏଲଇ ଚେକ୍ (ବିଏସି)ରେ ସୁବ୍ରତ କୁମାର ସାହୁ, ବି. ଫାର୍ମା ସୌମ୍ୟ ରଞ୍ଜନ ରାଉତରାୟ, ଏମବିଏରେ ଶୁଭକାନ୍ତ ସାହୁ, ଏମସିଏ ଜୟଦୀପ ଦେ ଟପ୍ପର ହୋଇଛି । ସେହିପରି ଇଣ୍ଟରନ୍ୟାସନାଲ ଏମବିଏରେ ରଜତ କୁମାର ଦଳେଇ, ଏଲଇ ଫାର୍ମାରେ ଗଣକର ସାହୁ, ଏମଫାର୍ମାରେ ପରିମିତା ସାହୁ, ଏମ୍. ଆର୍କିଟେକ୍ ରେ ଭରତଭୂଷଣ ଟପ୍ପର ହୋଇଛି ।ଏମ୍ ପ୍ଲାନରେ ଜ୍ଞାନଦା ପଣ୍ଡା ଏବଂ ଏମଟେକ୍ ବର୍ଗରେ ଶ୍ୟାମ ସୁନ୍ଦର ବର୍ଗ ଟପ୍ପର ହୋଇଛନ୍ତି ।

କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ www.ojee.nic.in ଏବଂ www.odishajee.com ୱେବସାଇଡ୍ ରୁ ଡାଉନଲୋଡ୍ କରିପାରିବେ ।

 

ବିହାର ବିଧାନସଭା ନିର୍ବାଚନ : କାହିଁକି ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ପର୍ଯ୍ୟାୟ, ମହାମେଣ୍ଟର ଖେଳ ବିଗିଡିବ କି…

ପାଟନା: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ପର୍ଯ୍ୟାୟରେ ଭୋଟ ଧ୍ରୁବୀକରଣର ଅଧିକ ଆଶଙ୍କା ରହିଥିବା କୁହାଯାଉଛି । ବିହାର ନିର୍ବାଚନରେ ତୃତୀୟ ମେଣ୍ଟ ଭାବେ ଉଭା ହୋଇଥିବା ଗ୍ରାଣ୍ଡ ସେକୁଲାର ଫ୍ରଣ୍ଟ ଉପସ୍ଥିତି ମଧ୍ୟ ବଡ଼ ରାଜନୈତିକ ଦଳର ଖେଳ ବିଗାଡି ଦେଇପାରେ ।

Bihar Election

ଏହି ପର୍ଯ୍ୟାୟରେ ୭୮ଟି ଆସନରେ ମତଦାନ ହେବାକୁ ଯାଉଛି । ବିହାର ସୀମାଞ୍ଚଳ ଏବଂ ମିଥିଳାଞ୍ଚଳରେ ଏହି ମତଦାନ ହେବାକୁ ଯାଉଛି । ଏନଡିଏ ଏବଂ ମହାଗଠବନ୍ଧନ ବ୍ୟତୀତ ଅନ୍ୟ ଦଳର ଉପସ୍ଥିତି ହିଁ ଏହି ପର୍ଯ୍ୟାୟକୁ ଅଧିକ ରୋଚକ କରିଛି । ପୂର୍ବ ନିର୍ବାଚନରେ ଏହି ୧୬ ଜିଲାରେ ହୋଇଥିବା ମତଦାନରେ ପୂର୍ବ ମହାଗଠବନ୍ଧନ ୭୮ରୁ ୫୮ଟି ଆସନ ଜିତିଥିଲା । ହେଲେ ସେ ସମୟରେ ନୀତିଶ କୁମାର ହିଁ ମହାଗଠବନ୍ଧନର ଚେହେରା ଥିଲେ । ଏବେ ନୀତିଶ ଏନଡିଏରେ ଅଛନ୍ତି । ପୂର୍ବ ନିର୍ବାଚନରେ ବିଜେପି ୧୯ଟି ଆସନ ଜିତିପାରିଥିଲା । କଂଗ୍ରେସ ଆରଜେଡି ଉଭୟ ମିଶି ୩୦ ଆସନ ଜିତି ପାରିଥିଲେ ।

ବିଶେଷକରି ସୀମାଞ୍ଚଳର ୨୪ଟି ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିବ । ମହାଗଠବନ୍ଧନର ୧୪, ଏନଡିଏର ୯ ଏବଂ ଏଆଇଏମଆଇଏମର ଜଣେ ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନରେ କୁଶୱା-ଅସଉଦ୍ଦିନ ୱଏସୀଙ୍କ ମେଣ୍ଟ ମହାଗଠବନ୍ଧନର ଭୋଟ କାଟି ଦେବ ବୋଲି କେତେକ ସମୀକ୍ଷକ ମତ ରଖିଛନ୍ତି । ସେହିପରି ମିଥିଳାଞ୍ଚଳର ୩୮ଟି ଆସନରେ ମତଦାନ ହେବାର ରହିଛି । ବିଜେପି ଏହି ସବୁ ଆସନରେ ମାତ୍ର ୬ଟି ଆସନରେ ଗତଥର ବିଜୟୀ ହୋଇଥିଲା । ଚମ୍ପାରଣ ଜିଲା ମଧ୍ୟ ମହାଗଠବନ୍ଧନ ଦ୍ୱାରା ସମ୍ପୂର୍ଣ୍ଣ ଅକ୍ତିଆର କରାଯାଇଥିଲା ।