ହାଇଦ୍ରାବାଦ ନିର୍ବାଚନ; ଦକ୍ଷିଣ ଦୁର୍ଗରେ ଫୁଟିଲା ପଦ୍ମ

1 min read

ହାଇଦ୍ରାବାଦ: ସ୍ପଷ୍ଟ ହେବାରେ ଲାଗିଛି ଜନମତ । ପ୍ରକାଶ ପାଇଲା ଫଳାଫଳ । ଦୀର୍ଘ ଏକ ମାସ ଧରି ଦକ୍ଷିଣପ୍ରାନ୍ତ ସହର ହାଇଦ୍ରାବାଦରେ ଚାଲିଥିବା ରାଜନୈତିକ ମାନସ ମନ୍ଥନରେ ପଡିଛି ଯବନୀକା । ୨୦୧୬ ନିର୍ବାଚନରେ ସତ୍ତାର ସାତ ପଛରେ ରହିଥିବା ବିଜେପି ଆଜି ଦେଖାଇଛି କମାଲ । ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ଗୋଲାପୀ ସ୍ଥାନକୁ କରିଛି ଗେରୁଆ । ୧୫୦ ଆସନରେ ଭୋଟ ପଡିଥିବାବେଳେ ଆଜି ଗଣତି ଶେଷ ସରିଛି । ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ ସତ୍ତାଧାରୀ ଟିଏରଆସ ସରକାର ପ୍ରଥମ ସ୍ଥାନ ସହ ୫୬ ଆସନରେ ବିଜୟୀ ହୋଇଛି । ସେହିପରି ୨ ରୁ ୪୮ ଆସନକୁ ଉଠି ଜବରଦସ୍ତ ପ୍ରଦର୍ଶନ କରିଛି ଭଗୁଆ ଧାରୀ ଭାଜପା ।

ସେପଟେ କିନ୍ତୁ ସାମ୍ପ୍ରଦାୟିକତା କାର୍ଡ ଖେଳିଥିବା ସ୍ବତେ ଉନ୍ନତି ପରିବର୍ତ୍ତେ ସ୍ଥିରତା ବଜାୟ ରଖିଛି ଓୱେସିଙ୍କ ପାର୍ଟି । ପୂର୍ବ ନିର୍ବାଚନରେ AIMIM ୪୪ ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିବାବେଳେ ଚଳିତ ନିର୍ବାଚନେରେ ମଧ୍ୟ ସମାନ ସ୍ଥିତି ବଜାୟ ରଖିଛି  ।  ଅନ୍ୟପଟେ ସବୁଠୁ ବଡ଼ କ୍ଷତି ସହିଛି କେସିଆରଙ୍କ TRS। ୯୯ ଆସନରୁ ଏକଦମ ୫୬କୁ ଖସିଆସିଛି ଶାସକ ଟିଆରଏସ ।

ହାଇଦ୍ରାବାଦ ମହାନଗର ନିଗମରେ ପ୍ରଥମଥର ଥର ପାଇଁ ବିଜେପିର ଦମଦାର ବିଜୟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ନେତା ଠୁ କର୍ମୀ । ପ୍ରଚାରର ମଙ୍ଗ ଧରିଥିବା ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହା ବିଜେପି ପ୍ରତି ହାଇଦ୍ରାବାଦ ବାସୀଙ୍କ ଭଲପାଇବାର ପ୍ରତୀକ । ଲୋକେ ପ୍ରଧାନମନ୍ତ୍ରୀଙ୍କୁ ନିଜର ନେତା ଭାବେ ଦେଖିବାକୁ ପୁନର୍ବାର ଦେଖିବାକୁ ପସନ୍ଦ କରୁଛନ୍ତି ବୋଲି ଟ୍ବିଟ ଯୋଗେ ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ । ସେପଟେ ଦଳ ନିର୍ବାଚନକୁ ଦୃଢତାର ସହ ଲଢିଥିବାବେଳେ ଦଳର ତୁଙ୍ଗନେତା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଅଧକ୍ଷ ଜେପି ନଡ୍ଡା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ । ବିଜେପିକୁ ଟକ୍କର ଦେବାକୁ ମଧ୍ୟ ଜୋରଦାର ରାଜନୈତିକ ତୀର ବିନ୍ଧିଥିଲେ କେସିଆର ଏବଂ ଓୱେସି ।

Leave a Reply