ଉଚ୍ଚଶିକ୍ଷା ସଚିବଙ୍କ ଚିଠି, ଖୋଲିବ ପିଏଚଡି-ଏମଫିଲ୍ ଛାତ୍ରଛାତ୍ରୀଙ୍କ ଗବେଷଣାଗାର

1 min read

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । କଲେଜ୍ ଲାବରେଟୋରି ଖୋଲିବାକୁ ଅନୁମତି ଦେଲା ଉଚ୍ଚଶିକ୍ଷା ବିଭାଗ । ବିଜ୍ଞାନ ଓ ବୈଷୟିକ ବିଭାଗ ପିଏଚଡି, ଏମଫିଲ୍ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଗବେଷଣାଗାର ଖୋଲିବାକୁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

କୋଭିଡ ସତର୍କତା ଅବଲମ୍ବନ କରି ଗବେଷଣା କରିବେ ଛାତ୍ରଛାତ୍ରୀ । ଗବେଷଣାଗାର କିପରି ଖୋଲାଯିବ ସେ ନେଇ ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌ରେ ପୂର୍ବରୁ ଉଲ୍ଲେଖ ରହିଛି । ପିଏଚଡି ଥେସିସ୍ ପେପର ଦାଖଲ କରିବାକୁ 6 ମାସ ସମୟ ବୃଦ୍ଧି କରିଛି ୟୁଜିସି । ଚଳିତବର୍ଷ ଡିସେମ୍ବର 31 ପରିବର୍ତ୍ତେ ଆସନ୍ତା ବର୍ଷ ଜୁନ 30 ଯାଏ ସମୟସୀମା ବୃଦ୍ଧି କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ୟୁଜିସି ଚିଠି ଲେଖିଛନ୍ତି।

କୋଭିଡ-୧୯ କାରଣରୁ ଦୀର୍ଘ ଧନି ବନ୍ଦ ପଡିଛି ବିଦ୍ୟାଳୟ ଠାରୁ ବିଶ୍ବ ବିଦ୍ୟାଳୟ । ଯଦ୍ବାରା ଏହା ଭିତରେ ବିଜ୍ଞାନ ଓ ବୈଷୟିକ ବିଭାଗ ପିଏଚଡି, ଏମଫିଲ୍ ଗବେଷଣା କରିବାରୁ ମଧ୍ୟ ବଞ୍ଚିତ ରହିଛନ୍ତି । ତେଣୁ ଖୁବ ଶୀଘ୍ର କିପରି ଗବେଷଣାଗାର ଖୋଲାଯିବ, ସେନେଇ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ  ।

Leave a Reply