spot_img
Home Blog Page 6456

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ନୂଆ ଷ୍ଟ୍ରାଟେଜୀ ଉପରେ ସମସ୍ତଙ୍କ ନଜର ?

ଭୁବନେଶ୍ୱର: ପୁଣି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଯେଉଁ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଛି ସେହି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୩ ତାରିଖରେ ଆଲୋଚନାକ କରିବେ ବୋଲି ସୂଚନା ମିଳିଛି । ହେଲେ ଏହି ତାଲିକାରେ ଓଡ଼ିଶା ଅଛି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାରଣ ଓଡ଼ିଶାରେ କରେନା ସଂକ୍ରମଣ  ବଢ଼ୁଥିଲେ ମଧ୍ୟ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋଦି ଆଲୋଚନା କରିବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ପୂର୍ବରୁ, ମୁହାମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ସେପଟେ କରୋନା ମୁକାବିଲା ପାଇଁ ରାଜ୍ୟକୁ କେନ୍ଦ୍ରର ଅର୍ଥ ସହଯୋଗ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରିଛି ।

କେନ୍ଦ୍ର ସରକାର କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟକୁ କେତେ ଟଙ୍କା ଦେଉଛନ୍ତି, ଏବଂ ସେ ଟଙ୍କା କୁଆଡ଼େ ଯାଉଛି ସେନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ତେବେ ତାରଙ୍କ ଅଭିଯୋଗର ପାଲଟା ଜବାବ ଦେଇ ବିଜେପି କହିଛି, କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ କେନ୍ଦ୍ର ସରକାର ବ୍ୟାପକ ସହାୟତା ଯୋଗାଇ ଦେଇଛନ୍ତି । ଆଗମୀ ଦିନରେ ଓଡ଼ିଶାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମଧ୍ୟ କହିଛି ବିଜେପି ।

ସେପଟେ ରାଜ୍ୟ ସରକାର କୋଭିଡ୍‌ ପରିଚାଳନାକୁ ସଠିକ ଭାବେ କରୁଛନ୍ତି ଓ ଏହାର ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷପ ନେଉଥିବା କହିଛି ବିଜେଡି । ଏହାସହ କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ର ଯେତିକି ସହଯୋଗ କରିବା କଥା ତାହା କରୁନାହିଁ ବୋଲି ମଧ୍ୟ କହିଛି ବିଜେଡି । ତେବେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯଦି ଆଲୋଚନା କରନ୍ତି ତେବେ କ’ଣ ନୂଆ ଷ୍ଟ୍ରେଟେଜୀ ଆପଣାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ପୂର୍ବ ଲଦାଖ୍‌ର ୬ ପାହାଡ଼ ଉପରେ ଭାରତୀୟ ସେନାର କ୍ୟାମ୍ପ: ବିଚଳିତ ଚୀନ

0

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଭାରତୀୟ ସେନାର ରଣନୀତି ଆଗରେ ବିଫଳ ହେବା ପରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଏବେ ବିଚଳିତ ହୋଇପଡ଼ିଛି । ଦୁଇ ଦେଶ ମଧ୍ୟରେ ଆଗାମୀ ଦିନରେ ସୈନ୍ୟ ସ୍ତରୀୟ କଥାବାର୍ତ୍ତା ହୋଇପାରିବନାହିଁ । କାହିଁକି ନାଁ ଚୀନ ତାରିଖ ଠିକ୍ କରିନାହିଁ । ଅପରପକ୍ଷରେ ଭାରତ ଗତ ୩ ସପ୍ତାହ ମଧ୍ୟରେ ୬ଟି ଉଚ୍ଚାସ୍ଥାନରେ ନିଜ କ୍ୟାମ୍ପ ପକାଇଛି । ଏହି ପାହାଡ଼ିଆ ଅଞ୍ଚଳରେ ଚୀନ ମଧ୍ୟ ପହଞ୍ଚିବାକୁ ଚାହୁଁଛି, କିନ୍ତୁ ଭାରତ ଚତୁରତା ଦେଖାଇଛି । ୨୯ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏବଂ ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହ ମଧ୍ୟରେ ସେନା ଗୁପ୍ତଭାବେ ୬ ପ୍ରମୁଖ ହିଲ୍ ଫିଚରକୁ ନିଜ କଣ୍ଟ୍ରୋଲକୁ ଆଣିଥିଲେ ।

ଭାରତର ସଫଳତାକୁ ନେଇ ପାଗଳ ଚୀନ

ଖବର  ସରବରାହ ସଂସ୍ଥା ଏଏନ୍‌ଆଇର କହିବାନୁଯାୟୀ ଭାରତୀୟ ସେନା ୨୯ ଅଗଷ୍ଟ ଏବଂ ସେପ୍ୱମ୍ୱରର ଦ୍ୱିତୀୟ ସପ୍ତାହ ମଧ୍ୟରେ ୬ ନୂଆ ପାହାଡ଼ିଆ ଅଞ୍ଚଳରେ ପହଞ୍ଚି କ୍ୟାମ୍ପ ପକାଇଛି । କିନ୍ତୁ ଗୁରୁଙ୍ଗ, ରେଚିନ ଲା, ରେଜାଙ୍ଗ ଲା, ମୋଖପରୀ ଏବଂ ଫିଗର ୪ ନିକଟ ଆମ ଯବାନ ଉପସ୍ଥିତ ଅଛନ୍ତି । ଏହି ସ୍ଥାନ ପୂର୍ବରୁ ଖାଲି ପଡ଼ିଥିଲା ଏବଂ ଚୀନ ସେଠାରେ ପହଞ୍ଚିବା ପୂର୍ବରୁ ଭାରତୀୟ ସେନା ନିଜ ଅକ୍ତିଆର ସମ୍ପୃକ୍ତ ସ୍ଥାନଗୁଡ଼ିକୁ ନେଇସାରିଛି ।

କୋର୍ଟ ପ୍ରକ୍ରିୟାକୁ ସମ୍ମାନ ଦିଅନ୍ତୁ ଓଟିଭି ଏମ୍‌ଡି : ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ନୋଟିସ ପ୍ରସଙ୍ଗ । ଆସନ୍ତାକାଲି ଦିନ ୧୧ରେ ହାଜର ହେବାକୁ ନୋଟିସ ହୋଇଛି । କୋର୍ଟ ନିୟମ ଅନୁଯାୟୀ ତାଙ୍କୁ ନୋଟିସ କରାଯାଇଛି । କୋର୍ଟ ପ୍ରକିୟାକୁ ସମ୍ମାନ ଦିଅନ୍ତୁ ବୋଲି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି । ସେପଟେ କମିଶନରେଟ ପୋଲିସକୁ ଦିଆଯାଇଥିବା ସମୟ ଆଜି ସରୁଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଆସନ୍ତାକାଲି ପୋଲିସ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ।

ଓଟିଭି MDଙ୍କ ପାଇଁ ବଢ଼ିଲା ଅଡ଼ୁଆ: ଗିରଫ ଦାବି କଲା ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ୱିମେନ୍ ଫୋରମ୍

ଅଭିନେତ୍ରୀ ପାୟଲ ଘୋଷ କିଏ ? ଯିଏ ଅନୁରାଗ କଶ୍ୟପଙ୍କ ନାଁରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ‌ ଅଭିଯୋଗ

ମୂମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ, ବଲିଉଡ୍‌ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ନାଁରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ । ପାୟଲ କହିଛନ୍ତି ଯେ, ଅନୁରାଗ ତାଙ୍କ ସହ ଜବରଦସ୍ତି କରିଥିଲେ । ପାୟଲ ନିଜ ଟ୍ୱିଟର ହାଣ୍ଡେଲରେ ଲେଖିଛନ୍ତି ଯେ, ୨୦୧୪-୨୦୧୫ରେ ସେ ଅନୁରାଗଙ୍କୁ ଭେଟିଥିଲେ । ସେହି ସମୟରେ ଅନୁରାଗ ମଦ ନିଶାରେ ତାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ । ଏହି ସାଂଘାତିକ ଅଭିଯୋଗ ଆଣିବା ପରେ ପାୟଲ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆ ଟ୍ୱିଟରରେ ପାୟଲଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତିକି ପାୟଲ ଟ୍ୱିଟ୍‌ରରେ ଟ୍ରେଣ୍ଡିଂ ମଧ୍ୟ କରୁଛନ୍ତି ।

Payal-Ghosh

ସୂଚନାଯୋଗ୍ୟ, ପାୟଲ ଘୋଷ ହିନ୍ଦି ସିନେମାରେ କାମ କରିବା ସହ ଦକ୍ଷିଣୀ ଓ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ଏମିତିକି ପାୟଲ ଋିଷି କାପୁର ଓ ପରେଶ ରାଓ୍ୱଲଙ୍କ ଭଳି ବରିଷ୍ଠ ଅଭିନେତାଙ୍କ ସହ କାମ କରିଛନ୍ତି । ୨୦୧୭ରେ ‘ପଟେଲ କି ପଞ୍ଜାବୀ ଶାଦୀ’ ଫିଲ୍ମରେ ପାୟଲ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଋିଷି କାପୁର ଓ ପରେଶ ରାଓ୍ୱଲଙ୍କ ସହ ସେ ଫିଲ୍ମରେ ଲିଡ୍‌ ରୋଲରେ ଥିଲେ ।

Payal-Ghosh

ଏହାସହ ଟେଲିଭିଜନ ଜଗତରେ ମଧ୍ୟ ସେ ବେଶ ପରିଚିତ । ଟିଭି ସୋ ‘ସାଥ୍‌ ନିଭାନା ସାଥିୟା’ରେ ପାୟଲ କାମ କରିସାରିଛନ୍ତି । ଏହି ସୋ’ରେ ସେ ରାଧିକା ଭୂମିକାରେ ନଜର ଆସିଥିଲେ ।

Payal-Ghosh

ଏହା ବ୍ୟତୀତ ପାୟଲ ସବୁବେଳେ ନିଜର ଗ୍ଲାମର ଓ ବୋଲ୍‌ଡ ଫଟୋ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସୁଥିଲେ । ଅଭିନୟ ଦୂନିଆରେ ସେ ମାତ୍ର ୧୭ ବର୍ଷ ବୟସରୁ ଏଣ୍ଟ୍ରି ମାରିଥିଲେ । ଖାଲି ସେତିକି ନୁହେଁ ଏକ କାନାଡ଼ିଆନ୍‌ ଫିଲ୍ମରେ ମଧ୍ୟ ପାୟଲ ନଜର ଆସିଥିଲେ ।

Payal-Ghosh

ନେତା ଉତାରିପାରୁନି ରାଜ୍ୟ ବିଜେପି, ଆମଦାନୀ କରା ନେତାଙ୍କ ଉପରେ ଲଗାଉଛି ବାଜି

ଭୁବନେଶ୍ୱର, କେବଳ ଭାରତ ନୁହେଁ, ସାରା ପୃଥିବୀର ସର୍ବବୃହତ ଦଳ ଭାବେ ଭାଜପା ନିଜକୁ ଅଭିହିତ କରିଥାଏ । ୨୦୧୪ରୁ ଭାଜପା କେନ୍ଦ୍ରରେ ସରକାରରେ ରହିଛି । ଏଥିସହିତ ଭାରତର ବିଭିନ୍ନ ପ୍ରମୁଖ ରାଜ୍ୟରେ ମଧ୍ୟ ଶାସନ କରୁଛି । ଏହି ଦଶନ୍ଧି ମଧ୍ୟରେ ଦଳର ସଙ୍ଗଠନର ମଧ୍ୟ ବୃଦ୍ଧି ପାଇଛି । ହେଲେ ଯେତେବେଳ ଓଡ଼ିଶା କଥା ଆସେ, ତେବେ ଭାଜପାର ଏହି ଦାବି ଗୌଣ ମନେ ହୁଏ । ଏକଦା ଭାଗୁଆଳି ସରକାରରେ ଥିବା ଭାଜପା ଏଠାରେ ନିଜସ୍ୱ ସଙ୍ଗଠନ ସୃଷ୍ଟି କରିବାରେ ବିଫଳ ହୋଇ ଆସୁଛି । ନିଜ ଦଳର ନେତାଙ୍କୁ ପ୍ରାର୍ଥୀ କରିବା ପରିବର୍ତ୍ତେ ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ଗୁରୁତ୍ୱ ଦେଉଛି । ମୋଟ ଉପରେ କହିଲେ ନିଜସ୍ୱ ଦମ୍ ରେ ଭାଜପା ନେତା ଉତାରି ପାରୁ ନାହିଁ । ନିର୍ବାଚନ ଆସିଲେ ବିଜେପିକୁ ପାରାସୁଟରେ ଓହ୍ଲାଉଛନ୍ତି ଅନ୍ୟଦଳ ଦ୍ୱାରା ପ୍ରତ୍ୟାଖ୍ୟାତ ନେତା ।

ନିକଟ ଅତୀତରେ ବିଜେଡି ନେତା ବିଷ୍ଣୁଦାସଙ୍କ ପରଲୋକ ହୋଇଥିଲା । ଏହାପରେ ସେ ପ୍ରତିନିଧିତ୍ୱ କରୁଥିବା ତିର୍ତ୍ତୋଲ ଆସନ ଖାଲି ହୋଇଥିଲା । ଡିସେମ୍ବର ପୂର୍ବରୁ ଏହି ଉପନିର୍ବାଚନ ବାଲେଶ୍ୱର ସଦର ସହ ଅନୁଷ୍ଠିତ ହେବ । ଏହି ନିର୍ବାଚନ ନେଇ ସବୁ ଦଳରେ ତତ୍ପରତା ଲାଗି ରହିଛି । ସେହିକ୍ରମରେ ଭାଜପାରେ ମଧ୍ୟ ସକ୍ରିୟତା ଦେଖା ଦେଇଛି, ହେଲେ ତାହା ନିଜର ସ୍ୱଅର୍ଜିତ ସଙ୍ଗଠନକୁ ଆଧାର କରି ନୁହେଁ । ବରଂ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଆଣିବାରେ । ୨୦୧୪ ମସିହାରେ କଂଗ୍ରେସରୁ ତିର୍ତ୍ତୋଲ ଅଞ୍ଚଳରେ ପ୍ରାର୍ଥୀ ହୋଇଥିବା ରାଜ କିଶୋର ବେହେରାଙ୍କୁ ଭାଜପା ନିଜ ଦଳକୁ ଆଣିଛି । କୁଆଡେ ତାଙ୍କୁ ତିର୍ତ୍ତୋଲ ଉପନିର୍ବାଚନରେ ପ୍ରାର୍ଥୀ କରାଯିବା ଏକ ପ୍ରକାର ନିଶ୍ଚିତ । ତେଣୁ ଦୀର୍ଘଦିନ ଧରି ଦଳ ପାଇଁ କାର୍ଯ୍ୟ କରିଆସୁଥିବା ପ୍ରାର୍ଥୀ, ନେତା ଉପେକ୍ଷିତ ହେବା , ଏକ ପ୍ରକାର ସୁନିଶ୍ଚିତ ।

ସାରା ଦେଶରେ କଂଗ୍ରେସ ମୁକ୍ତର ସ୍ଲୋଗାନ ଦେଇଥିବା ଭାଜପା ଓଡ଼ିଶାରେ ଅତିମାତ୍ରାରେ କଂଗ୍ରେସ ନେତା ଯୁକ୍ତ ହୋଇ ଚାଲିଛି । ଏହା କେବଳ ତିର୍ତ୍ତୋଲ କଥା ନୁହେଁ । ପୂର୍ବ ୩ ବିଧାନସଭା ଓ ଲୋକ ସଭା(୨୦୦୯,୨୦୧୪ ଏବଂ ୨୦୧୯)ନିର୍ବାଚନରେ ପ୍ରମାଣିତ ହୋଇଛି । ୨୦୧୯ରେ କଂଗ୍ରେସରୁ ଟିକେଟ୍ ପାଇ ନ ଥିବା ବିଭୂ ତରାଇ ଜଗତସିଂହପୁର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିଲେ । ଏହି ଧାରା କେବଳ ଜଗତସିଂହପୁର ନୁହେଁ, ସାରା ଓଡ଼ିଶାରେ ଦେଖିବାକୁ ମିଳିଥିଲା ।

ପରିସ୍ଥିତି ଏପରି ହୋଇଥିଲା ଯାଜପୁର ଜିଲା କଂଗ୍ରେସ ଏବଂ ବିଜେଡ଼ିର ପ୍ରତ୍ୟାଖିତ ନେତାମାନଙ୍କୁ ଦଳ ବିଭିନ୍ନ ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା । କେନ୍ଦ୍ରାପଡ଼ାରୁ ବିଜେଡିର ଅଲୋଡା ନେତା ବୈଜୟନ୍ତ ପଣ୍ଡା, ସାଲେପୁରରୁ ପ୍ରକାଶ ବେହେରା, ମାହାଙ୍ଗରେ ଶାରଦା ଜେନାଙ୍କୁ ପ୍ରାର୍ଥୀ କରିଥିଲା । ଭାଜପାର ଏହି ଆଭିମୁଖ୍ୟ ଦଳର ମୂଳ ନେତାମାନଙ୍କୁ ବ୍ୟଥିତ କରିଛି । ଅନେକ ନେତା ବିଭିନ୍ନ ଦଳ ଛାଡିକି ଆସି ଭାଜପାରେ କୋଣଠେସା ହୋଇ ରହିଥିବା ମନେ ହେଉଛି ।

ଦିନକୁଦିନ ଭାଜପାରେ ଏହି କୋଣଠେସାଙ୍କ ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ହୁଅନ୍ତି କି ବିଜେଡି ଛାଡିଥିବା ଜୟରାମ ପାଙ୍ଗୀ, ଅର୍ଚ୍ଚନା ନାୟକ ,ରଘୁନାଥ ମହାନ୍ତି ଇତ୍ୟାଦି । ଦଳରେ ଏହି ଆମଦାନୀ ନେତାଙ୍କ ବୃଦ୍ଧି ଦଳର କଳେବର ତଥା ଆକାରକୁ ବୃଦ୍ଧି କରୁଛି ସତ ହେଲେ ତାହାର କୌଣସି ଗ୍ରହଣୀୟତା ରହୁନାହିଁ । କେତେକ ନେତା ୨୦୧୯ ସାଧାରଣ ନିର୍ବାଚନ ପରେ ପୂର୍ବଭଳି ଭାଜପା ସଙ୍ଗଠନକୁ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉନାହିଁ । ମାତ୍ର ମୂଳ କର୍ମୀମାନେ ସାଙ୍ଗଠନିକ କାର୍ଯ୍ୟ ଜାରି ରଖୁଛନ୍ତି, ହେଲେ ଯେତେବେଳ ନିର୍ବାଚନ ଆସୁଛି । ସେ ସମୟରେ ଆମଦାନୀ ନେତାଙ୍କୁ ଗୁରୁତ୍ୱ ଦିଆଯଆଉଛି, ଯାହା ସେମାନଙ୍କ ପାଇଁ ଅସହଜ ମନେ ହେଉଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

 

ଏହି ୨ ରାଶିର ଲୋକମାନେ ନିଜ ଜୀବନ ସାଥିକୁ କେବେ ବି ଧୋକା ଦିଅନ୍ତି ନାହିଁ ! ଆପଣଙ୍କ ରାଶି କ’ଣ କହୁଛି ଜାଣନ୍ତୁ

ପ୍ରତ୍ୟେକ ବ୍ୟକ୍ତି ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଜୀବନରେ ଲାଭ ଏବଂ କ୍ଷତି ପାଆନ୍ତି । ଗ୍ରହମାନଙ୍କ ଭଲ ସ୍ଥିତି ଥିଲେ ଲାଭ ପାଆନ୍ତି ଏବଂ ଖରାପ ସ୍ଥିତି ସମସ୍ୟା ଏବଂ ବାଧା ସୃଷ୍ଟି ହୁଏ । ତେଣୁ ଜଣେ ଦୁର୍ବଳ ଗ୍ରହର ବ୍ୟକ୍ତି ଶକ୍ତିଶାଳୀ ଗ୍ରହର ବ୍ୟକ୍ତି ସହ ସମ୍ପର୍କରେ ରହିଲେ ଜୀବନରେ ଥିବା ସମସ୍ୟା ଦୂର ହୁଏ । ଏହା ସବୁ ଭାଗ୍ୟ ଉପରେ ନିର୍ଭର କରେ । ଯଦିଓ ଏହା ଏକ ସତ୍ୟ ଯେ ପ୍ରେମ ପାଇଁ ଭାଗ୍ୟର ଦୃଢ ସଂଯୋଗ ରହିବା ନିଆତି ଆବଶ୍ୟକ । ଏହା ସତ୍ୟଜେ ପ୍ରେମ ଦ୍ୱାରା ଭାଗ୍ୟ ଭଲ ହୋଇପାରେ ଏବଂ ଆହୁରି ଖରାପ ମଧ୍ୟ ହୋଇପାରେ ।

 

ଆସନ୍ତୁ ଜାଣିବା ରାଶିରେ ସମ୍ପର୍କ ସହିତ କିଭଳି ସମ୍ୱନ୍ଧ ରହିଛି 

 

ମେଷ ରାଶି,ଏହି ରାଶିର ଲୋକମାନେ ଶୀଘ୍ର ଭଲ ପାଆନ୍ତି । କିନ୍ତୁ ସେମାନଙ୍କ ପ୍ରେମରେ ସ୍ଥିରତା ନଥାଏ । ଚତୁର ମନ ହେତୁ ମନ ବାରମ୍ବାର ବିଚ୍ୟୁତ ହୁଏ । ଏହାର ଠିକ୍ ବିପରିତ ହେଉଛି ବୃଷ ରାଶି । ଏମାନଙ୍କ ପ୍ରେମ ବିଳମ୍ୱରେ ମିଳିଥାଏ ମାତ୍ର ପ୍ରେମରେ ସ୍ଥିରତା ରହିଥାଏ । ଏମାନେ ପ୍ରେମରେ ସ୍ଥାୟୀତ୍ୱ ରଖିବାରେ ବିଶ୍ୱାସ କରନ୍ତି ।

 

ପ୍ରେମ ପାଇଁ ଏକ ପ୍ରଯୁଜ୍ୟ ରାଶି ହେଉଛି ବୃଷ । ଏହି ରାଶିର ବ୍ୟକ୍ତି ସାଧାରଣତଃ ଅନେକ ବିଚାର ବିମର୍ଷ କରିସାରିବା ପରେ ହିଁ ପ୍ରେମ ସମ୍ପର୍କକୁ ଆସନ୍ତି ଓ ପ୍ରେମ ସମ୍ପର୍କରେ ରହିବା ପରେ ସ୍ଥିରତା ପ୍ରଦର୍ଶନ କରନ୍ତି । ପ୍ରେମ କ୍ଷେତ୍ରରେ ଏହା ଏକ ସଫଳ ରାଶି ।

ମିଥୁନ ରାଶିର ବ୍ୟକ୍ତିମାନେ ଏକମତକୁ ଆସିବାରେ ବିଳମ୍ୱ କରନ୍ତି । ଫଳସ୍ୱରୂପ ଏମାନେ ପ୍ରେମରେ ନିଷ୍ପତ୍ତି ନେବା ପରେ ମଧ୍ୟ ନିଜ ନିଷ୍ପତ୍ତିରେ ସ୍ଥିର ଭାବେ ରହିପାରନ୍ତି ନାହିଁ । ବାରମ୍ଭାର ନିଜ ମତ ଓ ମନ ବଦଳାଇଥାନ୍ତି ।

କର୍କଟ ରାଶିର ଲୋକେ ସରଳ ହୋଇଥିବା ହେତୁ ଏମାନଙ୍କୁ ଅଧିକାଂଶ ସମୟରେ ଧୋକା ହିଁ ମିଳିଥାଏ । ପ୍ରେମରେ ଜଲଦି ବିଶ୍ୱାସ କରନ୍ତି ଓ ମଣିଷ ଚୟନରେ ଭୁଲ କରନ୍ତି ।

ସିଂହ ରାଶିର ବ୍ୟକ୍ତିଙ୍କର ପ୍ରେମସମ୍ୱନ୍ଧ ପ୍ରତି ଦୂର-ଦୂରର ସମ୍ପର୍କ ନଥାଏ । ପ୍ରେମରେ ଏମାନଙ୍କୁ ଅଧିକାଂଶ ସମୟ ଅସଫଳତା ମିଳିଥାଏ ।

ଅନ୍ୟପକ୍ଷରେ, କନ୍ୟା ରାଶିର ଲୋକେ ସାଧାରଣତଃ ସବୁ କ୍ଷେତ୍ରରେ ନିଜ ଲାଭ ଦେଖନ୍ତି । ପ୍ରେମରେ କମ୍ ଗୁରୁତ୍ୱ ଦେବା ସହ ଲାଭବାନ ହେବାକୁ ଚେଷ୍ଟା କରନ୍ତି । ତେଣୁ ଏମାନଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଲୋକେ ଏମାନଙ୍କ ହାବଭାବ ଜାଣିବା ପରେ ବାଧ୍ୟ ହୋଇ ଏମାନଙ୍କଠାରୁ ଅଲଗା ହୋଇଥାନ୍ତି । ତେବେ କନ୍ୟା ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରେମ ବହୁତ ଗୁରୁତ୍ୱ ବହନ କରେ । ଏହା ସତ୍ତ୍ୱେ ମଧ୍ୟ ଏମାନଙ୍କୁ ଆପଣ ବିଫଳ ବୋଲି କହିପାରିବେ ।

ତୁଳା ରାଶିର ବ୍ୟକ୍ତି ମାନେ ଆବଶ୍ୟକତାଠାରୁ ଅଧିକ ପ୍ରେମ କରିଥାନ୍ତି । ଯାହା ଫଳରେ ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ୱାଧୀନତା ହରାଇବା ଭଳି ମନେକରେ । ପରେ ଏମାନଙ୍କ ପ୍ରେମ ସମ୍ପର୍କରେ ଅନ୍ତ ଘଟେ ।

ବିଛା ରାଶିର ଲୋକେ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥାନ୍ତି । ପ୍ରେମକୁ ଏମାନେ ସମସ୍ୟା ଭାବେ ଦେଖନ୍ତି । ଜୀବନର ଲକ୍ଷ୍ୟ ସାଧନରେ ପ୍ରେମ ଏମାନଙ୍କ ପାଇଁ ଏକ ପ୍ରତିବନ୍ଧକ ଅଟେ ।

ଧନୁ ରାଶିର ଲୋକେ ସାଧାରଣତଃ ମଉଜ ମଜଲିସ ପାଇଁ ପ୍ରେମ କରନ୍ତି । ଗୋଟିଏ ସମୟରେ ଏକାଧିକ ପ୍ରେମିକ କିମ୍ୱା ପ୍ରେମିକାଙ୍କ ସହ ରୁହନ୍ତି । ପ୍ରେମକୁ ସମ୍ମାନ ନଦେବା କାରଣରୁ ଜୀବନ ଯେତେବେଳେ ପ୍ରେମର ଆବଶ୍ୟକତା ହୁଏ, ଏମାନଙ୍କ ପାଖରେ କେହି ନଥାନ୍ତି ।

ମକର ରାଶି ପାଇଁ ପ୍ରେମ ଏକ ମିଶ୍ର ଫଳାଫଳ ଦିଏ । ଏମାନେ ଚାଲାକ ଓ ସଚ୍ଚୋଟ ହୋଇଥିବା ହେତୁ କେତେକ କ୍ଷେତ୍ରରେ ଲାଭ ଓ କେତେକ କ୍ଷେତ୍ରରେ କ୍ଷତି ସହିଥାନ୍ତି ।

ପ୍ରେମ କରିବା ଓ ଲୋକଙ୍କ ଦ୍ୱାରା ପ୍ରେମର ଅଧିକାରୀ ହେବା କୁମ୍ଭ ରାଶିର ଏକ ଭଲ ସ୍ୱାଭାବ । ଏମାନେ ପ୍ରେମୀ ଚୟନରେ ମଧ୍ୟ ଖୁବ୍ କମ୍ ଭୁଲ୍ କରନ୍ତି । ଏଣୁ ଏମାନଙ୍କ ସଫଳ ପ୍ରେମୀ ବୋଲି କୁହାଯାଇପାରିବ ।

ସମ୍ପର୍କରେ ଦାୟିତ୍ୱହୀନତା ହିଁ ମିନ ରାଶିର ଲୋକଙ୍କୁ କ୍ଷତି ସହିବାକୁ ବାଧ୍ୟ କରେ । ଚରିତ୍ର କିମ୍ୱା ଉଦ୍ଦେଶ୍ୟରେ ଦୋଷ ଦୁର୍ବଳତା ନଥାଇ ମଧ୍ୟ ଏମାନେ ନିଜ ସ୍ୱାଭାବିକ ପ୍ରବୃତ୍ତି ଯୋଗୁ ପ୍ରେମ ସମସ୍ୟା ଭିତରେ ଫସି ଯାଆନ୍ତି ।

ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ଓଡ଼ିଆ ଅଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୮ ବ୍ୟାଚର ଆଇଆରଏସ ସୀମାଚଳ ଦାଶଙ୍କୁ ଗୁରୁ ଦାୟିତ୍ୱ । ଓଡ଼ିଆ ଆଇଆରଏସ (ଭାରତୀୟ ରାଜସ୍ୱ ସେବା) ଅଧିକାରୀ ସୀମାଚଳ ଦାଶଙ୍କୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି ।

ଶ୍ରୀ ଦାଶଙ୍କ ନିଯୁକ୍ତିକୁ ନେଇ ଖୁସିବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ଟ୍ଵିଟ କରି ସୀମାଞ୍ଚଳ ଦାଶଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି । ୧୯୮୮ ବ୍ୟାଚର ଆଇଆରଏସ-ଆଇଟି ଅଧିକାରୀ ସୀମାଚଳ ଦାଶ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ।

Odia IRS officer Simanchala Dash on being appointed as advisor to Executive Director of IMF

ରବିବାର ବସିଥିବା କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଦାଶଙ୍କ ନାମ ଉପରେ ମୋହର ମାରିଛି । ଶ୍ରୀ ଦାଶ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ପଦବୀରେ ୩ ବର୍ଷ ପାଇଁ କାମ କରିବେ । ଏନେଇ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ସେ ଏବେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।

ପ୍ୟାକେଜିଂ, ମାର୍କେଟିଂ ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାରେ ବିଜେପି ସିଦ୍ଧହସ୍ତ: ଅହମ୍ମଦ ପଟେଲ

ନୂଆଦିଲ୍ଲୀ, ଲୋକସଭା ପରେ ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ ଡି ଏ) ବହୁ ଚର୍ଚ୍ଚିତ କୃଷି ବିଧେୟକକୁ ଗୃହୀତ କରାଇ ନେଇଛି । ଆନୁଷ୍ଠାନିକ ଭାବେ ଏହା ଆଇନରେ ପରିଣତ ହେବାରୁ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଏହି ବିଲ୍ ନେଇ ପ୍ରାଥମିକ ଭାବେ ମଧ୍ୟମ ଧରଣର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ କୃଷି ପ୍ରଧାନ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଜୋର ଧରିବା ସହ, ବିଭିନ୍ନ ଆଞ୍ଚଳିକ ଦଳ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ । ତେଣୁ ଏକଦା ଜମି ଅଧିଗ୍ରହଣ ବିଧେୟକରେ ପଛଘୁଞ୍ଚା ଦେଇଥିବା ଏନ୍ ଡି ଏ ସରକାର ଏହି ବିଧେୟକଟିକୁ ବିଳମ୍ବିତ କରିପାରେ ବୋଲି ଆଲୋଚନା ହେଉଥିଲା । ହେଲେ ସେପରି କିଛି ହେଲା, ବିଧେୟକଟି ଗୃହୀତ କରାଇ ଦିଆଗଲା ।

ରବିବାର ରାଜ୍ୟ ସଭାରେ କୃଷି ବିଲ୍ କୁ ନେଇ ହୋଇଥିବା ଆଲୋଚନା କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅହମ୍ମଦ ପଟେଲ ଅଂଶଗ୍ରହଣ କରିଥିଲେ । ଅହମ୍ମଦ କହିଥିଲେ ଯେ, ଭାଜପା ନେତୃତ୍ୱାଧୀନ ସରକାର ଆସିବା ପରେ ୩ଟି କାର୍ଯ୍ୟ ଅତି ନିଖୁଣ ଭାବେ କରିଆସୁଛି । ତାହା ହେଲା କୌଣସି ବିଷୟକୁ ପ୍ୟାକେଜିଂ, ମାର୍କେଟିଂଙ୍ଗ୍ ଏବଂ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା । ଭାଜପା କୌଣସି ଜିନିଷର ପ୍ୟାକେଜିଂ ଏପରି କରିଥାନ୍ତି, ଯେମିତି ଲାଗେ ଏଥିରେ ବଞ୍ଚିବାର ରାହା ଅଛି, ତେବେ ସେଥଇରେ ବିଷଛଡା କିଛି ନ ଥାଏ ବୋଲି ପଟେଲ ମତ ଦେଇଥିଲେ । ସେହିପରି ଭାଜପା ଅଧ୍ୟକ୍ଷ ବିଲ୍ ସମ୍ପର୍କରେ ଆଲୋଚନା ସମୟରେ କଂଗ୍ରେସ ଇସ୍ତାହାରକୁ ନେଇ କରିଥିବା ତୁଳନାର କୌଣସି ଆଧାର ନାହିଁ । କଂଗ୍ରେସର ଇତିହାସ ଘୋଡା ହୋଇଥିବା ବେଳେ ଭାଜପା ଅଧ୍ୟକ୍ଷ ଗଧ ସହ ତୁଳନା କରିବା ପରି ମନେ ହୋଇଥିଲା । ସେ ଯାହା ବି ହେଉ ବିଜେପି ରାତିଦିନ ଏକ କରି ଇସ୍ତାହାର ଅନ୍ତତଃ ପଢିଲା, ତାହା ଭଲ କଥା ବୋଲି ଅହମ୍ମଦ କହିଥିଲେ ।

ଅନୁରୂପଭାବେ କଂଗ୍ରେସ ୨୦୧୯ ନିର୍ବାଚନରେ ପ୍ରସ୍ତୁତ କରିଥିବା ଇସ୍ତାହାର ୨୨ ଗୋଟି ବିଷୟକୁ ପ୍ରାଥମିକତା ଦେଇଥିବା ବେଳେ, ଭାଜପା କେବଳ ୨ ବିଷୟକୁ ଉପଲକ୍ଷ୍ୟ କରି ମତ ଦେଇଛି । କଂଗ୍ରେସ ଯେଉଁ ଏ ପି ଏମ୍ ସି  ବନ୍ଦ କରିବାକୁ ପ୍ରସ୍ତାବ ରଖିଥିଲା ସତ ହେଲେ କୃଷକକୁ ସ୍ୱାର୍ଥ ସୁରକ୍ଷା ରଖିବା ପାଇଁ ୫ଟି ପ୍ରସ୍ତାବ ରଖିଥିଲେ, ସେ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ  ବୋଲି ଅହମ୍ମଦ କହିଥିଲେ ।

 

ସେହିପରି ଭାଜପା ଏହି ଅଧ୍ୟାଦେଶକୁ କଂଗ୍ରେସର ବୋଲି କହୁଛି, ତେବେ ନ୍ୟାୟ ଯୋଜନା ଲାଗୁ କରି ଦେଖାନ୍ତୁ ବୋଲି ଅହମ୍ମଦ ଦୃଢ ମତ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁଲାଇ ୨୨ରେ ଆମେରିକାର କିଛି ପୁଞ୍ଜିପତିଙ୍କୁ ସମ୍ବୋଧିତ କରିଥିଲେ । ଏଥିରେ ଏହି କୃଷି ବିଧେୟକ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ତେଣୁ କେନ୍ଦ୍ର ସରକାର କାହାର ସ୍ୱାର୍ଥ ରକ୍ଷା କରିବାକୁ ଚାହାନ୍ତି, ତାହା ସହଜରେ ଅନୁମେୟ ବୋଲି ଅହମ୍ମଦ ପଟେଲ କହିଥିଲେ । ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏହି ବିଲ୍ ଟିକୁ ବିରୋଧ କରାଯିବା ସହ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି ରଖିଥିଲା । ଦଳ ପକ୍ଷରୁ ବରିଷ୍ଠ ସଦସ୍ୟ ଅମର ପଟ୍ଟନାୟକ ଦୃଢ ଦାବି ଉପସ୍ଥାପନ କରିଥିଲେ ।

 

ପାକିସ୍ତାନର ନୂଆ ଚାଲ୍: ଭାରତୀୟ କୁଟନୀତିଜ୍ଞଙ୍କୁ ଭିସା ଦେଲା ନାହିଁ ଇମ୍ରାନ୍ ସରକାର

0

ନୂଆଦିଲ୍ଲୀ: ପୂର୍ବରୁ ହିଁ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲନାହିଁ । ପଡ଼ୋଶୀ ଦେଶର ଗତିବିଧି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ବିଦ୍ୱେଶ ସୃଷ୍ଟି ହେବାରେ ଲାଗିଛି । ଏବେ ଭାରତୀୟ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କୁ ପାକିସ୍ତାନ ଭିସା ଦେବାକୁ ମନା କରିଦେଇଛି ଏବଂ ଇସଲାମାବାଦରେ ଭାରତର କୂଟନୈତିକ ପ୍ରତିନିଧି ଭାବରେ ତାଙ୍କର ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତିକ୍ତ କରିବ ବୋଲି ସ୍ପଷ୍ଟ ହୋଇଛି । ଜୁନ୍ ମାସରେ ଆନୁଷ୍ଠାନିକ ଭାବରେ ଇସଲାମାବାଦରେ କୁଟନୈତିକ ପ୍ରତିନିଧି ପାଇଁ ଖୋବ୍ରାଗଡ଼େଙ୍କ ନାମ ଦିଆଯାଇଥିଲା । ଜୁନ୍ ମାସରେ ଆନୁଷ୍ଠାନିକ ଭାବରେ ଇସଲାମାବାଦରେ କୁଟନୈତିକ ପ୍ରତିନିଧି ପାଇଁ ଖୋବ୍ରାଗଡ଼େଙ୍କ ନାମ ଦିଆଯାଇଥିଲା । ସେହି ମାସରେ ଭାରତ ପାକିସ୍ତାନରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବ ବୋଲି ପାକିସ୍ତାନ ସୂଚିତ କରିଥିଲା । ଏହା ଦ୍ୱିପାକ୍ଷିକ କୁଟନୈତିକ ସମ୍ପର୍କୁ ଆହୁରି ହ୍ରାସ କରିଥିଲା । କଶ୍ମୀର ପ୍ରସଂଗରେ ଇସଲମାବାଦର ପ୍ରଚାର ଫଳପ୍ରଦ ନହୋଇପାରିବରୁ ରାଗରେ ପାକିସ୍ତାନ ଖୋବ୍ରାଗଡ଼େଙ୍କୁ ଭିସା ଦେବାକୁ ମନା କରିଦେଇଥିବା ଭାରତ ପକ୍ଷରୁ କୁହାଯାଇଛି ।

            ଶ୍ରୀ ଖୋବ୍ରାଗଡେ ବର୍ତ୍ତମାନ ପରମାଣ ଶକ୍ତି ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବରୁ ଋଷ, ସ୍ପେନ୍ ଏବଂ କାଜାକିସ୍ତାନରେ ଭାରତୀୟ ମିଶନ ସହିତ ଆସିଷ୍ଟାଣ୍ଟ କ୍ଷମତାରେ କାର୍ଯ୍ୟ କରିଥିଲେ ।

ରାଜ୍ୟସଭାରେ କୃଷି ସମ୍ପର୍କିତ ୨ଟି ବିଲ୍ ଧ୍ୱନିମତରେ ପାରିତ, ବିରୋଧୀଙ୍କ ବିରୋଧ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ରବିବାର ହଙ୍ଗାମା ହୋଇଛି । ବିରୋଧୀ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଉତ୍ତରକୁ ନେଇ ବାଚସ୍ପତିଙ୍କ ପୋଡିୟମରେ ଚଢ଼ି ମାଇକ୍ ଭାଙ୍ଗିଛନ୍ତି । ବିରୋଧୀଙ୍କ ଏତେ ସବୁ ବିରୋଧ ମଧ୍ୟରେ ଲୋକସଭା ପରେ ରାଜ୍ୟଭାରେ ୨ଟି କୃଷି ବିଲ୍ ପାରିତ ହୋଇଛି । ରାଜ୍ୟସଭାରେ ଆଜି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କମର୍ସ (ପ୍ରୋଟେକ୍ସନ୍ ଆଣ୍ଡ ଫାସିଲିଟେସନ୍ ବିଲ୍) ବିରୋଧରେ ମଧ୍ୟରେ ଧ୍ୱନିମତରେ ପାସ୍ ହୋଇଛି ।

Rajya Sabha Passes Two Farm Bills By Voice Vote Amid Protests By Opposition

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି, ଚୟନ କମିଟିକୁ ପଠାଇବାକୁ ଦାବି

ବିଲକୁ ନେଇ ଗୃହରେ ଜୋରଦାର ହଙ୍ଗାମା କରିଥିଲେ ବିପକ୍ଷ । ରାଜ୍ୟସଭା ଉପସଭାପତି ହରିବଂଶ ସଦସ୍ୟଙ୍କୁ ଆସନରେ ବସିବାକୁ ନିବେଦନ କରିଥିଲେ । କୃଷି ବିଲକୁ ନେଇ ଗୃହରେ ହୋହଲ୍ଲା ପରେ ରାଜ୍ୟସଭାକୁ ଆସନ୍ତାକାଲି ସକାଳ ୯ଟା ଯାଏଁ ସ୍ଥଗିତ ରଖାଯାଇଛି । ବିରୋଧ କରି ବିପକ୍ଷ ସଦସ୍ୟ ରାଜ୍ୟସଭା ଉପସଭାପତିଙ୍କ ପୋଡିୟମକୁ ମାଡ଼ି ଯାଇଥିଲେ ।

Rajya Sabha Passes Two Farm Bills By Voice Vote Amid Protests By Opposition