ପ୍ୟାକେଜିଂ, ମାର୍କେଟିଂ ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାରେ ବିଜେପି ସିଦ୍ଧହସ୍ତ: ଅହମ୍ମଦ ପଟେଲ

ନୂଆଦିଲ୍ଲୀ, ଲୋକସଭା ପରେ ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ ଡି ଏ) ବହୁ ଚର୍ଚ୍ଚିତ କୃଷି ବିଧେୟକକୁ ଗୃହୀତ କରାଇ ନେଇଛି । ଆନୁଷ୍ଠାନିକ ଭାବେ ଏହା ଆଇନରେ ପରିଣତ ହେବାରୁ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଏହି ବିଲ୍ ନେଇ ପ୍ରାଥମିକ ଭାବେ ମଧ୍ୟମ ଧରଣର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ କୃଷି ପ୍ରଧାନ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଜୋର ଧରିବା ସହ, ବିଭିନ୍ନ ଆଞ୍ଚଳିକ ଦଳ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ । ତେଣୁ ଏକଦା ଜମି ଅଧିଗ୍ରହଣ ବିଧେୟକରେ ପଛଘୁଞ୍ଚା ଦେଇଥିବା ଏନ୍ ଡି ଏ ସରକାର ଏହି ବିଧେୟକଟିକୁ ବିଳମ୍ବିତ କରିପାରେ ବୋଲି ଆଲୋଚନା ହେଉଥିଲା । ହେଲେ ସେପରି କିଛି ହେଲା, ବିଧେୟକଟି ଗୃହୀତ କରାଇ ଦିଆଗଲା ।

ରବିବାର ରାଜ୍ୟ ସଭାରେ କୃଷି ବିଲ୍ କୁ ନେଇ ହୋଇଥିବା ଆଲୋଚନା କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅହମ୍ମଦ ପଟେଲ ଅଂଶଗ୍ରହଣ କରିଥିଲେ । ଅହମ୍ମଦ କହିଥିଲେ ଯେ, ଭାଜପା ନେତୃତ୍ୱାଧୀନ ସରକାର ଆସିବା ପରେ ୩ଟି କାର୍ଯ୍ୟ ଅତି ନିଖୁଣ ଭାବେ କରିଆସୁଛି । ତାହା ହେଲା କୌଣସି ବିଷୟକୁ ପ୍ୟାକେଜିଂ, ମାର୍କେଟିଂଙ୍ଗ୍ ଏବଂ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା । ଭାଜପା କୌଣସି ଜିନିଷର ପ୍ୟାକେଜିଂ ଏପରି କରିଥାନ୍ତି, ଯେମିତି ଲାଗେ ଏଥିରେ ବଞ୍ଚିବାର ରାହା ଅଛି, ତେବେ ସେଥଇରେ ବିଷଛଡା କିଛି ନ ଥାଏ ବୋଲି ପଟେଲ ମତ ଦେଇଥିଲେ । ସେହିପରି ଭାଜପା ଅଧ୍ୟକ୍ଷ ବିଲ୍ ସମ୍ପର୍କରେ ଆଲୋଚନା ସମୟରେ କଂଗ୍ରେସ ଇସ୍ତାହାରକୁ ନେଇ କରିଥିବା ତୁଳନାର କୌଣସି ଆଧାର ନାହିଁ । କଂଗ୍ରେସର ଇତିହାସ ଘୋଡା ହୋଇଥିବା ବେଳେ ଭାଜପା ଅଧ୍ୟକ୍ଷ ଗଧ ସହ ତୁଳନା କରିବା ପରି ମନେ ହୋଇଥିଲା । ସେ ଯାହା ବି ହେଉ ବିଜେପି ରାତିଦିନ ଏକ କରି ଇସ୍ତାହାର ଅନ୍ତତଃ ପଢିଲା, ତାହା ଭଲ କଥା ବୋଲି ଅହମ୍ମଦ କହିଥିଲେ ।

ଅନୁରୂପଭାବେ କଂଗ୍ରେସ ୨୦୧୯ ନିର୍ବାଚନରେ ପ୍ରସ୍ତୁତ କରିଥିବା ଇସ୍ତାହାର ୨୨ ଗୋଟି ବିଷୟକୁ ପ୍ରାଥମିକତା ଦେଇଥିବା ବେଳେ, ଭାଜପା କେବଳ ୨ ବିଷୟକୁ ଉପଲକ୍ଷ୍ୟ କରି ମତ ଦେଇଛି । କଂଗ୍ରେସ ଯେଉଁ ଏ ପି ଏମ୍ ସି  ବନ୍ଦ କରିବାକୁ ପ୍ରସ୍ତାବ ରଖିଥିଲା ସତ ହେଲେ କୃଷକକୁ ସ୍ୱାର୍ଥ ସୁରକ୍ଷା ରଖିବା ପାଇଁ ୫ଟି ପ୍ରସ୍ତାବ ରଖିଥିଲେ, ସେ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ  ବୋଲି ଅହମ୍ମଦ କହିଥିଲେ ।

 

ସେହିପରି ଭାଜପା ଏହି ଅଧ୍ୟାଦେଶକୁ କଂଗ୍ରେସର ବୋଲି କହୁଛି, ତେବେ ନ୍ୟାୟ ଯୋଜନା ଲାଗୁ କରି ଦେଖାନ୍ତୁ ବୋଲି ଅହମ୍ମଦ ଦୃଢ ମତ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁଲାଇ ୨୨ରେ ଆମେରିକାର କିଛି ପୁଞ୍ଜିପତିଙ୍କୁ ସମ୍ବୋଧିତ କରିଥିଲେ । ଏଥିରେ ଏହି କୃଷି ବିଧେୟକ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ତେଣୁ କେନ୍ଦ୍ର ସରକାର କାହାର ସ୍ୱାର୍ଥ ରକ୍ଷା କରିବାକୁ ଚାହାନ୍ତି, ତାହା ସହଜରେ ଅନୁମେୟ ବୋଲି ଅହମ୍ମଦ ପଟେଲ କହିଥିଲେ । ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏହି ବିଲ୍ ଟିକୁ ବିରୋଧ କରାଯିବା ସହ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି ରଖିଥିଲା । ଦଳ ପକ୍ଷରୁ ବରିଷ୍ଠ ସଦସ୍ୟ ଅମର ପଟ୍ଟନାୟକ ଦୃଢ ଦାବି ଉପସ୍ଥାପନ କରିଥିଲେ ।

 

Leave a Reply