ପାକିସ୍ତାନର ନୂଆ ଚାଲ୍: ଭାରତୀୟ କୁଟନୀତିଜ୍ଞଙ୍କୁ ଭିସା ଦେଲା ନାହିଁ ଇମ୍ରାନ୍ ସରକାର

1 min read

ନୂଆଦିଲ୍ଲୀ: ପୂର୍ବରୁ ହିଁ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲନାହିଁ । ପଡ଼ୋଶୀ ଦେଶର ଗତିବିଧି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ବିଦ୍ୱେଶ ସୃଷ୍ଟି ହେବାରେ ଲାଗିଛି । ଏବେ ଭାରତୀୟ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କୁ ପାକିସ୍ତାନ ଭିସା ଦେବାକୁ ମନା କରିଦେଇଛି ଏବଂ ଇସଲାମାବାଦରେ ଭାରତର କୂଟନୈତିକ ପ୍ରତିନିଧି ଭାବରେ ତାଙ୍କର ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତିକ୍ତ କରିବ ବୋଲି ସ୍ପଷ୍ଟ ହୋଇଛି । ଜୁନ୍ ମାସରେ ଆନୁଷ୍ଠାନିକ ଭାବରେ ଇସଲାମାବାଦରେ କୁଟନୈତିକ ପ୍ରତିନିଧି ପାଇଁ ଖୋବ୍ରାଗଡ଼େଙ୍କ ନାମ ଦିଆଯାଇଥିଲା । ଜୁନ୍ ମାସରେ ଆନୁଷ୍ଠାନିକ ଭାବରେ ଇସଲାମାବାଦରେ କୁଟନୈତିକ ପ୍ରତିନିଧି ପାଇଁ ଖୋବ୍ରାଗଡ଼େଙ୍କ ନାମ ଦିଆଯାଇଥିଲା । ସେହି ମାସରେ ଭାରତ ପାକିସ୍ତାନରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବ ବୋଲି ପାକିସ୍ତାନ ସୂଚିତ କରିଥିଲା । ଏହା ଦ୍ୱିପାକ୍ଷିକ କୁଟନୈତିକ ସମ୍ପର୍କୁ ଆହୁରି ହ୍ରାସ କରିଥିଲା । କଶ୍ମୀର ପ୍ରସଂଗରେ ଇସଲମାବାଦର ପ୍ରଚାର ଫଳପ୍ରଦ ନହୋଇପାରିବରୁ ରାଗରେ ପାକିସ୍ତାନ ଖୋବ୍ରାଗଡ଼େଙ୍କୁ ଭିସା ଦେବାକୁ ମନା କରିଦେଇଥିବା ଭାରତ ପକ୍ଷରୁ କୁହାଯାଇଛି ।

            ଶ୍ରୀ ଖୋବ୍ରାଗଡେ ବର୍ତ୍ତମାନ ପରମାଣ ଶକ୍ତି ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବରୁ ଋଷ, ସ୍ପେନ୍ ଏବଂ କାଜାକିସ୍ତାନରେ ଭାରତୀୟ ମିଶନ ସହିତ ଆସିଷ୍ଟାଣ୍ଟ କ୍ଷମତାରେ କାର୍ଯ୍ୟ କରିଥିଲେ ।

Leave a Reply