ଅଭିନେତ୍ରୀ ପାୟଲ ଘୋଷ କିଏ ? ଯିଏ ଅନୁରାଗ କଶ୍ୟପଙ୍କ ନାଁରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ‌ ଅଭିଯୋଗ

1 min read
Payal-Ghosh

ମୂମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ, ବଲିଉଡ୍‌ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ନାଁରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ । ପାୟଲ କହିଛନ୍ତି ଯେ, ଅନୁରାଗ ତାଙ୍କ ସହ ଜବରଦସ୍ତି କରିଥିଲେ । ପାୟଲ ନିଜ ଟ୍ୱିଟର ହାଣ୍ଡେଲରେ ଲେଖିଛନ୍ତି ଯେ, ୨୦୧୪-୨୦୧୫ରେ ସେ ଅନୁରାଗଙ୍କୁ ଭେଟିଥିଲେ । ସେହି ସମୟରେ ଅନୁରାଗ ମଦ ନିଶାରେ ତାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ । ଏହି ସାଂଘାତିକ ଅଭିଯୋଗ ଆଣିବା ପରେ ପାୟଲ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆ ଟ୍ୱିଟରରେ ପାୟଲଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତିକି ପାୟଲ ଟ୍ୱିଟ୍‌ରରେ ଟ୍ରେଣ୍ଡିଂ ମଧ୍ୟ କରୁଛନ୍ତି ।

Payal-Ghosh

ସୂଚନାଯୋଗ୍ୟ, ପାୟଲ ଘୋଷ ହିନ୍ଦି ସିନେମାରେ କାମ କରିବା ସହ ଦକ୍ଷିଣୀ ଓ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ଏମିତିକି ପାୟଲ ଋିଷି କାପୁର ଓ ପରେଶ ରାଓ୍ୱଲଙ୍କ ଭଳି ବରିଷ୍ଠ ଅଭିନେତାଙ୍କ ସହ କାମ କରିଛନ୍ତି । ୨୦୧୭ରେ ‘ପଟେଲ କି ପଞ୍ଜାବୀ ଶାଦୀ’ ଫିଲ୍ମରେ ପାୟଲ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଋିଷି କାପୁର ଓ ପରେଶ ରାଓ୍ୱଲଙ୍କ ସହ ସେ ଫିଲ୍ମରେ ଲିଡ୍‌ ରୋଲରେ ଥିଲେ ।

Payal-Ghosh

ଏହାସହ ଟେଲିଭିଜନ ଜଗତରେ ମଧ୍ୟ ସେ ବେଶ ପରିଚିତ । ଟିଭି ସୋ ‘ସାଥ୍‌ ନିଭାନା ସାଥିୟା’ରେ ପାୟଲ କାମ କରିସାରିଛନ୍ତି । ଏହି ସୋ’ରେ ସେ ରାଧିକା ଭୂମିକାରେ ନଜର ଆସିଥିଲେ ।

Payal-Ghosh

ଏହା ବ୍ୟତୀତ ପାୟଲ ସବୁବେଳେ ନିଜର ଗ୍ଲାମର ଓ ବୋଲ୍‌ଡ ଫଟୋ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସୁଥିଲେ । ଅଭିନୟ ଦୂନିଆରେ ସେ ମାତ୍ର ୧୭ ବର୍ଷ ବୟସରୁ ଏଣ୍ଟ୍ରି ମାରିଥିଲେ । ଖାଲି ସେତିକି ନୁହେଁ ଏକ କାନାଡ଼ିଆନ୍‌ ଫିଲ୍ମରେ ମଧ୍ୟ ପାୟଲ ନଜର ଆସିଥିଲେ ।

Payal-Ghosh

Leave a Reply