spot_img
Home Blog Page 6444

ଉପକୂଳବର୍ତ୍ତୀ ଅଞ୍ଚଳରେ କରୋନା ଯୋଦ୍ଧା ପାଲଟିଛନ୍ତି କବିତା ଓ ତୁଳସୀ

ଜଗତସିଂହପୁର: ଉପକୂଳବର୍ତ୍ତୀ ଅଂଚଳରେ କରୋନା ଯୋଦ୍ଧା ପାଲଟିଛନ୍ତି ଅଙ୍ଗନବାଡି କର୍ମୀ ଓ ଆଶା ଦିଦି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୨୫ରୁ ଘର ଘର ବୁଲି ବାଣ୍ଟୁଛନ୍ତି କରୋନା ସଚେତନତା ବାର୍ତ୍ତା । ଏ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରିବା ସହ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି ଏହି ଅଙ୍ଗନବାଡ଼ୀ କର୍ମୀ ଏବଂ ଆଶା ଦିଦି ।

ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିସପୁର ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ କବିତା ଦାସ ଓ ଆଶା ଦିଦି ତୁଳସୀ ଦାସ । ଏ ଦୁହେଁ ପାଲଟିଛନ୍ତି ଅଞ୍ଚଳର କରୋନା ଯୋଦ୍ଧା । ସେମାନେ ମାର୍ଚ୍ଚ ମାସ ୨୫ରୁ ଗଡହରିସପୁର ଅଙ୍ଗନବାଡି କେନ୍ଦ୍ର ଅଧୀନରେ ରହିଥିବା ସମୁଦ୍ରକୂଳିଆ ଅଧିବାସୀଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଚେତନତା କରୁଥିବା ଦେଖିବାକୁ ମିଳିଛି  । ଆଉ ତାଙ୍କର ଏହି କାମ ପାଇଁ ଅଞ୍ଚଳବାସୀ ଦୁହିଁଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି ।

ବର୍ତ୍ତମାନ କରୋନା ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଜନସାଧାରଣ ବାହାରକୁ ଯାଉନଥିବାବେଳେ ଏରସମା ଗଡ଼ହରିସପୁର ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି ଶିକ୍ଷୟତ୍ରୀ କବିତା ଦାସ ଓ ଆଶା ଦିଦି ତୁଳସୀ ଦାସ ଘର ଘର ବୁଲି କିପରି ମହାମାରୀ କରୋନାରୁ ରକ୍ଷା ପାଇବେ ସେ ସବୁ ଉପରେ ସଚେତନ କରୁଛନ୍ତି । ଏବଂ କରୋନାକୁ ନେଇ ନିର୍ଦ୍ଦେଶାବଳୀକୁ ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଏରସମା ଗଡହରିସପୁର ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଆଉ ଆଶା ଦିଦି ପ୍ରତି ସପ୍ତାହ ରେ ତିନିରୁ ଚାରି ଥର ଗଡହରିସପୁର ଗ୍ରାମକୁ ଯାଇଥାନ୍ତି । ସେଠାରେ ଘର ଘର ବୁଲି ମ୍ୟାକ୍ସ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା , ସାମାଜିକ ଦୂରତା ମାନିବା, ଶିଶୁଙ୍କ ସମେତ ଅଧିକ ବୟସ୍କ ଲୋକ ମାନଙ୍କ ଯତ୍ନ ନେବା, ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ଆଦି ବୁଝେଇବା ସହ ଘର ଚାରିପାଖ ସଫା ସୁତୁରା ରଖିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ଏହି ମହମାରୀ ସମୟରେ ସମୁଦ୍ରକୂଳ ଅଧିବାସୀଙ୍କ ପାଖକୁ ଆସି ସେମାନଙ୍କୁ ସଚେତନ କରିବା ଭଳି ମହତ କାମ କରି ଦୁହେଁ ସାଧାରଣରେ ଉଦାହରଣ ପାଲଟିଛନ୍ତି ।

ଖାଲି ସେତିକି ନୁହେଁ ରାସ୍ତା ଘାଟରେ ଲୋକେ ମାସ୍କ ପିନ୍ଧିନଥିଲେ ତାଙ୍କୁ ମାସ୍କ ପିନ୍ଧିବା ସହ ସାନିକାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇତାନ୍ତି । ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଖାଦ୍ୟ ଜିନିଷ ସବୁ ସାଙ୍ଗେ ସାଙ୍ଗେ ଶିଶୁ ମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି ।

ଏହି ଦେଶରେ ବିବାହ କଲେ ସରକାର ଦେବେ ୪ ଲକ୍ଷ ଟଙ୍କା, ରହିଛି ଏହି ସବୁ ନିୟମ

ବିବାହ କଲେ ମିଳିବ ଟଙ୍କା । ହଜାରେ କି ଦୁଇ ହଜାର ନୁହେଁ ମିଳିବ ୪ ଲକ୍ଷ ଟଙ୍କା । ଏହା ଆମେ କହୁନୁ…  ଏମିତି ଏକ ଦେଶ ରହିଛି ୧ଯେଉଁଠି ଆପଣ ବିବାହ କଲେ ସରକାରଙ୍କ ତରଫରୁ ମିଳିବ ୪.୨୦ ଲକ୍ଷ ଟଙ୍କା । ଆପଣଙ୍କ ପ୍ରାରମ୍ଭିକ ବୈବାହିକ ଜୀବନ କିପରି ସୁଖରେ କଟିବା ତାହା ନଜରରେ ରଖି ସରକାର ଏହି ସ୍କିମ ପ୍ରସ୍ତୁତ କରିଛନ୍ତି । ଏହି ସ୍କିମ ଅନୁଯାୟୀ ପ୍ରଥମେ ଆପଣ ବିବାହ ପାଇଁ ନାମ ପଞ୍ଜୀକରଣ କରିବେ ଏବଂ ପରେ  ନିଜ ଯୋଗ୍ୟତା ହିସାବରେ ଟଙ୍କା ନେବାର ସୁବିଧା ରହିଛି ।

ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ, କେଉଁ ଦେଶରେ ଏହି ସ୍କିମକୁ ଲାଗୁ କରାଯାଉଛି । ଜଣାଇ ରଖୁଛୁ ଯେ, ଜାପାନ ସରକାର ଏଭଳି ଏକ ସ୍କିମ ପ୍ରସ୍ତୁତ କରିଛନ୍ତି । ଜାପାନ ଦେଶରେ ଜନ୍ମ ହାର ଖୁବ ଚିନ୍ତାଜନକ ସ୍ଥିତିରେ ରହିଛି । ତେଣୁ ଅର୍ଥ ଅଭାବରୁ ବିବାହ କରିବାରୁ ବଞ୍ଚିତ ହେଉଥିବ ଲୋକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଜାପାନ ସରକାର ଏହି ସ୍କିମ ପ୍ରସ୍ତୁତ କରିଛନ୍ତି । ଏଠାରେ ନବବିବାହିତଙ୍କୁ ନିଜର ସୁଖଦ ଦାମ୍ପତ୍ୟ ଜୀବନ ପାଇଁ ସରକାର ପ୍ରାୟ ୪.୨୦ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଜାପାନର ନବବିବାହିତ ସହାୟକ କାର୍ଯ୍ୟକ୍ରମରେ ଶାମିଲ ହେବାକୁ ପଡ଼ିବ । ଜଣାଇ ରଖୁଛୁ ଯେ, ଏହି ସହାୟକ ସ୍କିମ ଆସନ୍ତା ବର୍ଷ ଅପ୍ରେଲ ମାସରୁ ଆରମ୍ଭ ହେବାକୁ ଯାଉଛି ।

ଲୋକମାନେ ବିଳମ୍ବରେ ବିବାହ କଲେ ବା ଅବିବାହିତ ରହିଲେ ଦେଶର ଜନ୍ମ ହାର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହାକୁ ଠିକ୍ କରିବା ପାଇଁ ସରକାର ଏହି ସ୍କିମ ନେଇ ଆସିଛନ୍ତି । ଜାପାନର ମନ୍ତ୍ରୀମଣ୍ଡଳ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ‘ଦେଶରେ ବିବାହ ସଂଖ୍ୟା ବଢ଼ାଇବା ପାଇଁ ସରକାର ଏହି ସ୍କିମ ପ୍ରସ୍ତୁତ କରିଛନ୍ତି । ଅଧିକରୁ ଅଧିକ ଯୋଡ଼ି ମାନଙ୍କୁ ଏହି ଆର୍ଥିକ ସହୟତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।’

ଏହି ସ୍କିମ ମୁତାବକ ବିବାହ କରୁଥିବା ସ୍ୱାମୀ ସ୍ତ୍ରୀଙ୍କ ବୟସ ୪୦ ବର୍ଷରୁ କମ ହୋଇଥିବା ଦରକାର ଏବଂ ଯଦି ଆପଣଙ୍କ ବାର୍ଷିକ ଆୟ ୩୮ ଲକ୍ଷ ଟଙ୍କାରୁ କମ୍ ରହିଛି ତେବେ ହିଁ ଆପଣ ଏହି ସହାୟତା କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହୋଇପାରିବେ । ଯେଉଁମାନଙ୍କ ବୟସ ୩୫ ବର୍ଷ ସେମାନଙ୍କ ପାଇଁ ନିୟମ ସାମାନ୍ୟ ଅଲଗା ରହିଛି । ଏମାନଙ୍କ ଆୟ ଯଦି ୩୩ ଲକ୍ଷ ଟଙ୍କା ଅଟେ ତେବେ ତାଙ୍କୁ ପ୍ରାୟ ୨.୧ ଲକ୍ଷ ଟଙ୍କା ଦିଆଯିବ ।

ସ୍ୱଭାବିକତା ଠାରୁ କମ ଜନ୍ମହାର ଜାପାନ ପାଇଁ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି । ସାଧାରଣତଃ ବିଗତ ଦିନରେ ଦେଶରେ ପ୍ରତି ମହିଳା ପିଛା ଶିଶୁ ଜନ୍ମ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୨୦୧୯ ପୂର୍ବରୁ ଏହା ୨.୦ ରହିଥିବାବେଳେ ଏବେ ଏହି ସଂଖ୍ୟା ୧.୩୬ରେ ପହଞ୍ଚିଛି । ଏଭଳି ହେବା ଦ୍ୱାରା ଜାପାନ ଭଳି ଏକ ଅତ୍ୟାଧିନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଦେଶର ମାନବ ସମ୍ବଳ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି । ୨୦୧୯ରେ ୮୬୫୦୦୦ ଶିଶୁ ଜନ୍ମ ହୋଇଛନ୍ତି ଯାହା ରେକର୍ଡ ମୁତାବକ ଖୁବ କମ ଅଟେ ।

ନ୍ୟାସନାଲ ଇଷ୍ଟିଟ୍ୟୁଟ ଅଫ୍ ପପୁଲେଶନ ଏବଂ ସୋସାଇଟି ସିକ୍ୟୁରିଟି ରିସର୍ଚ୍ଚର ଏକ ସର୍ଭେ ମୁତାବକ ୨୦୧୫ ମସିହାରେ ୨୯.୧ ପ୍ରତିଶତ ପୁରୁଷ ଏବଂ ୧୭.୮ ପ୍ରତିଶତ ମହିଳା ଯେଉଁ ମାନଙ୍କ ବୟସ ୨୫ରୁ ୩୪ ରହିଛି, ସେମାନେ ଅର୍ଥ ଅଭାବରୁ ବିବାହ କରିବାରୁ ବଞ୍ଚିତ ହେଉଛନ୍ତି ।

୨୦୨୧ରେ ଭାରତକୁ ମିଳିବ କରୋନା ଭ୍ୟାକସିନ, କିନ୍ତୁ ୧୦୦ କୋଟି ଲୋକଙ୍କ ଟିକାକରଣ ହେବ ଚ୍ୟାଲେଂଜ୍

0

ନୂଆଦିଲ୍ଲୀ: କରୋନା ଭ୍ୟାକସିନ ଆସିବାରେ ଦିନକୁ ଦିନ ବିଳମ୍ବ ହେଉଥିବା ବେଳେ ଭାରତର ଜଣେ ପ୍ରସିଦ୍ଧ ବୈଜ୍ଞାନିକ କହିଛନ୍ତି କି ୨୦୨୧ରେ କରୋନା ଭ୍ୟାକସିନ ମିଳିପାରେ । ତେବେ ୧ଶହ କୋଟି ଲୋକଙ୍କୁ ଟିକା ଦେବା ଏକ ବଡ ଚ୍ୟାଲେଂଜ୍ ହେବ । ତାମିଲନାଡୁର ବିଲ୍ୱର ଖ୍ରୀଷ୍ଟିୟାନ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜିର ପ୍ରୋଫେସର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗ୍ଲୋବାଲ ଆଡଭାଇଜରୀ କମିଟି ଅନ ଭ୍ୟାକସିନ ସେଫ୍ଟିର ସଦସ୍ୟ ଗଗନଦୀପ କାଙ୍ଗ ଭ୍ୟାକ୍ସିନେସନକୁ ନେଇ ଏଭଳି ଚିନ୍ତା ପ୍ରକଟ କରିଛନ୍ତି ।  ତାଙ୍କ ଅନୁସାରେ ୧୩୦ କୋଟି ଲୋକଙ୍କୁ ଟିକା ଦେବା ଏକ ବିଷମ ସମସ୍ୟା ଭାବେ ଉଭା ହେବ ।

ପ୍ରୋଫେସର ଗଗନଦୀପ କାଙ୍ଗ ଜୁଲାଇ ୨୦୨୦ରେ ଭାରତ ସରକାରଙ୍କ ଏକ କମିଟିରେ ସାମିଲ ଥିଲେ । କମିଟିରେ ଭ୍ୟାକସିନକୁ ନେଇ ଆଲୋଚନା ହେଉଥିଲା । ଗଣମାଧ୍ୟମର ଖବର ଅନୁସାରେ ପ୍ରୋଫେସର ଗଗନଦୀପ କାଙ୍ଗ କହିଛନ୍ତି କି ପିଲା ଏବଂ ଗର୍ଭବତୀ ମହିଳାଙ୍କ ବ୍ୟତୀତ ଅନ୍ୟ ମାନଙ୍କ ଭ୍ୟାକସିନେସନ ପାଇଁ ଭାରତ ନିକଟରେ ସ୍ଥାନୀୟ ସ୍ତରରେ ଭିତ୍ତିକୌଶଳ ନାହିଁ । ତେବେ କେଉଁ ଭ୍ୟାକସିନ କାମ କରୁଛି ଏବଂ କେଉଁଟି କରୁନାହିଁ ଏହାର ତଥ୍ୟ ବର୍ଷ ଶେଷକୁ ମିଳି ଯାଇଥିବ ବୋଲି କହିଛନ୍ତି ଗଗନଦୀପ । ଯଦି ଭଲ ଫଳାଫଳ ଆସେ ତେବେ ୨୦୨୧ ଅଧା ବେଳକୁ କିଛି ମାତ୍ରାରେ ଭ୍ୟାକସିନ ଉପଲବ୍ଧ ହୋଇ ଯାଇଥିବ ଏବଂ ଅନ୍ୟ ୬ ମାସରେ ବିପୁଳ ମାତ୍ରାରେ ।

ବୟସ୍କ ଏବଂ ଅଧିକ ରିସ୍କ ଶ୍ରେଣୀର ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ବ୍ୟବସ୍ଥା ନାହିଁ । ତେଣୁ ସମସ୍ତ ବୟସର ବ୍ୟକ୍ତି ବିଶେଷଙ୍କୁ ଭ୍ୟାକସିନ ଦେବା ନିହାତି ଭାବରେ ଚ୍ୟାଲେଜିଂ ହେବ ବୋଲି ପ୍ରୋଫେସର ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ପ୍ରତ୍ୟେକ ରାଜ୍ୟର କୋଭିଡ ପରୀକ୍ଷଣ ପ୍ରାୟ ସମାନ ପ୍ରକାରର ରହୁନାହିଁ । ଆଣ୍ଟିଜେନ ଏବଂ ଆର.ଟି.ପି.ସି.ଆର ଅଦଳବଦଳ କରି ଲୋକଙ୍କୁ ପରୀକ୍ଷା କରାଯାଉଛି । ତେଣୁ ସମସ୍ତ ରାଜ୍ୟର ଏହି ପ୍ରକ୍ରିୟା ବିଷୟରେ ଜାଣିବା ନିହାତି ଜରୁରୀ ବୋଲି ସେ କହିଛନ୍ତି ।

ଓଡ଼ିଶାର ବାଉଁଶ କାରିଗର ବିହାର ଜମୂଇରେ ତିଆରି କରୁଛନ୍ତି କାଠ ଷ୍ଟାଡିୟମ…

ଭୁବନେଶ୍ୱର, କୌଣସି ଷ୍ଟାଡିୟମ କଥା ଉଠିଲେ, ଆଖି ଆଗକୁ ଚାଲି ଆସେ ସୁବିସ୍ତୀର୍ଣ୍ଣ ପଡ଼ିଆ, ସିମେଣ୍ଟରେ ନିର୍ମିତ ସେଡ୍, ବସିବା ପାଇଁ ଷ୍ଟାଣ୍ଡ ଏବଂ ପ୍ଲାଷ୍ଟିକ ସାମଗ୍ରୀ  । ହେଲେ ବିହାର ଜାମୂଇ ଜିଲାରେ ନିର୍ମାଣ ହେବାକୁ ଯାଉଛି ଏକ ନିଆରା ଷ୍ଟାଡିୟମ । ଏହି ଷ୍ଟାଡିୟମରେ ପ୍ଲାଷ୍ଟିକ କି ସିମେଣ୍ଟ ନୁହେଁ, ସମସ୍ତ ଜିନିଷ ବାଉଁଶ ତଥା ଅନ୍ୟାନ୍ୟ କାଠରେ ନିର୍ମିତ ହେଉଛି । କହିବାକୁ ଗଲେ ଏକ ଉଡେନ ଷ୍ଟାଡିୟମ ପ୍ରତୀକ୍ଷାରେ ରହିଛି ଜାମୂଇ ଜିଲା । ହେଲେ ଇଏ ତ ବିହାର କଥା । ଏହାର ଓଡ଼ିଶା ସହିତ କଣ ସମ୍ପର୍କ ରହିଛି ।

ସେହି ଷ୍ଟାଡିୟମର ପୂର୍ବ ରୂପ ବଦଳାଇ ତାକୁ ପୂର୍ଣ୍ଣ ଭାବେ ପ୍ରାକୃତିକ ରୂପ ଦେଉଥିବା ବାଉଁଶ କାରିଗର ହେଉଛନ୍ତି ଜଣେ ଓଡ଼ିଆ । ସିଏ ହେଉଛନ୍ତି ମୟୂରଭଞ୍ଜ ଜିଲାର ଆନନ୍ଦ ମହନ୍ତ । ଷ୍ଟାଡିୟମ ସଜ୍ଜାଇବା ପୂର୍ବରୁ କଟେଜ୍ ହାଉସ, ବାଉଁଶ ଦୋଳି, ବାଉଁଶ ନିର୍ମିତ ସୋଫା ସେଟ୍ , ବାଉଁଶ ନିର୍ମିତ ଏକାଧିକ ଆନୁଷଙ୍ଗିକ ଆସବାପତ୍ର ନିର୍ମାଣ କରି ପ୍ରଶଂସା ସାଉଁଟି ସାରିଛନ୍ତି ।

କେମିତି ଚାଲିଛି ଉଡେନ ଷ୍ଟାଡିୟମ

୨୦୧୯ ମସିହାରେ ପରିକଳ୍ପନା କରାଯାଇଥିବା ଏପରି ଏକ ଷ୍ଟାଡିୟମକୁ ଚଳିତ ବର୍ଷ ପ୍ରାରମ୍ଭରେ ନୂଆ ରୂପ ଦେବା ଆରମ୍ଭ କରାଯାଇଥିଲା । ପ୍ରାଥମିକ ଭାବେ ପ୍ରାୟ ୫ଟି ବଡ଼ ଟ୍ରକରେ ପରିପୂର୍ଣ୍ଣ ହୋଇଥିବା ବାଉଁଶକୁ ଭିତ୍ତି କରି ନିର୍ମିତ ହେଉଛି ବିଭିନ୍ନ ସାମଗ୍ରୀ । କେବଳ ଆନନ୍ଦ ନୁହଁନ୍ତି, ଆନନ୍ଦଙ୍କୁ ସହଯୋଗ କରୁଛନ୍ତି ଅନ୍ୟ ୮ ଜଣ କାରିଗର ଓ ଶ୍ରମିକ । ଅଧିକାଂଶ କାର୍ଯ୍ୟ ସରିଥିଲେ ବି ପୂର୍ଣ୍ଣରୂପରେ ଷ୍ଟାଡିୟମ ସରିବାରୁ ଆହୁରି ୧୧ ମାସ ସମୟ ଲାଗିବ ।  ଏହି ଷ୍ଟାଡିୟମ ଚାରିପଟେ ବେଳାଭୂମିରେ ଶୋଭା ପାଉଥିବା ପ୍ରାକୃତିକ କଟେଜ ପ୍ରସ୍ତୁତ କରାଯାଉଛି । ଏଥିରେ ସମସ୍ତ ଆସବାପତ୍ର ଠାରୁ ଆରମ୍ଭ କରି ପେନ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସବୁ ବାଉଁଶରେ ନିର୍ମିତ ହୋଇଛି । ବସିବା ପାଇଁ ବାଉଁଶରେ ଚୌକି ମଧ୍ୟ ନିର୍ମାଣ କରାଯାଇଛି । ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଥିଲେ ମଧ୍ୟ ଫିନିଶିଂ, କଲରିଂ ଏବଂ ଏହାକୁ ଦୀର୍ଘଦିନ କିପରି ରଖିହେବ, ସେ କାର୍ଯ୍ୟ ଏବେ ଜାରି ରହିଛି । ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଲକ୍ ଡାଉନ ସମୟରୁ ହିଁ ଏହି କାର୍ଯ୍ୟ ଆନନ୍ଦ ଓ ତାଙ୍କ ସହଯୋଗୀ ଆରମ୍ଭ କରିଥିଲେ । ସେ କିମ୍ବା କୌଣସି ସହଯୋଗୀ  ନିଜ ଘରକୁ ଯିବାର ସମ୍ଭାବନା ନ ଥିଲା । ତେଣୁ ପୂର୍ଣ୍ଣଭାବେ ସମୟର ସଦୁପଯୋଗ କରିଥିଲେ ଆନନ୍ଦ ।

କେବେଠାରୁ ବାଉଁଶ ଶିଳ୍ପ ସହ ଜଡିତ ହେଲେ ଆନନ୍ଦ?

ଆମ ସମସ୍ତଙ୍କ ଭଳି ସ୍କୁଲ ଶିକ୍ଷା ସାମପ୍ତ ପରେ ବେତନଟୀ ଅଞ୍ଚଳରେ ଇଣ୍ଟର କଲେଜ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ଆନନ୍ଦ । ମୟୂରଭଞ୍ଜ ଅଞ୍ଚଳର ଅଧିବାସୀ ହୋଇଥିବାରୁ ପ୍ରାଥମିକ ଭାବେ ଶାଳ ପତ୍ର, କେନ୍ଦୁପତ୍ର ସଂଗ୍ରହ ବିକ୍ରି ଇତ୍ୟାଦି କରୁଥିଲେ । ଏସବୁ କୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିଲେ । ଏହି ପତ୍ରରୁ ଖଲି, ଚା କପ, ଭୋଗେଇ ନିର୍ମାଣ କାର୍ଯ୍ୟ ମଧ୍ୟ ଆନନ୍ଦ କିଛି କିଛି କରୁଥିଲେ । ଦିନ ଗଡିବା ସହ ପରିବାର ପ୍ରତିପୋଷଣ ପାଇଁ ଏହି ଧାରାକୁ ଆପଣାଇଲେ । ଏହି ଧାରାରେ କିଛି ଭିନ୍ନ କରି ଦେଖାଇବା ପାଇଁ ଆନନ୍ଦଙ୍କ ମନରେ କେଉଁଠି ନା କେଉଁଠି ଆଗ୍ରହ ରହିଥିଲା । ତେଣୁ ଉପଯୁକ୍ତ ସୁଯୋଗର ସନ୍ଧାନରେ ଥିଲେ ଆନନ୍ଦ ।

୨୦୦୮ ଜାତୀୟ ବାଉଁଶ କର୍ମଶାଳା ବଦଳାଇଥିଲା ଜୀବନ ମୋଡ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡେରାଡୁନରେ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା ଏକ କର୍ମଶାଳା । ଜାତୀୟ ବାଉଁଶ ମିଶନ କାର୍ଯ୍ୟକ୍ରମ ଅଧିନରେ ଅନୁଷ୍ଠିତ ହୋଇଥିଲା ଏହି କର୍ମଶାଳା । ଏଥିରେ ଆଗ୍ରହୀ ଥିବା ବ୍ୟକ୍ତିମାନେ ଦେୟମୁକ୍ତ ଭାବେ କର୍ମଶାଳାରେ ଭାଗ ନେଇଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଜିଜ୍ଞାସୁ ଆନନ୍ଦ ପହଞ୍ଚିଥିଲେ ଡେରାଡୁନରେ । ୩ ମାସିଆ ମାଗଣା ପଢିବା ପରେ ମନ ମାନି ନ ଥିଲା । ଅଧିକ ଶିକ୍ଷିବା ପାଇଁ ଚେଷ୍ଟା କରିଥିଲେ ଆନନ୍ଦ । ତେଣୁ କର୍ମଶାଳା ପରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଅଭିଜ୍ଞ କାରିଗର ଏବଂ ସହାୟକଠାରୁ ଶିକ୍ଷା କରିଥିଲେ କାରିଗରୀ । କେବଳ ଶିଖି ନ ଥିଲେ, ସେହି ଶିଳ୍ପରେ ପ୍ରବୀଣତା ଆସିବା ପର୍ଯ୍ୟନ୍ତ ସେଠାରେ ରହିଯାଇଥିଲେ । ଆଉ ତା ପରେ ଫେରିଥିଲେ ଓଡ଼ିଶା । ସ୍ଥାନୀୟସ୍ତରରେ ମିଳୁଥିବା ବାଉଁଶ ଓ ଅନ୍ୟାନ୍ୟ ଆସବାପତ୍ରକୁ ନେଇ ପ୍ରସ୍ତୁତ କରିଥିଲେ ପେନଷ୍ଟାଣ୍ଟ । ତା ପରେ ଘର କରଣା ଜିନିଷ ।  ଏହି ସବୁ ସାମଗ୍ରୀ ତିଆରି କରିବା ସମୟରେ ଘରେ ସଜାରେ ବ୍ୟବହୃତ ହେଉଥିବା ସମସ୍ତ ପ୍ଲାଷ୍ଟିକ ଜିନିଷକୁ ଆଖି ଆଗରେ ରଖି ପ୍ରସ୍ତୁତ କରିଥିଲେ ଅବିକଳ ଆସାବପତ୍ର ।  ୨୦୦୯ରେ ତାଙ୍କ ଦକ୍ଷତାକୁ ଦେଖି ତାଙ୍କୁ ସରକାର ଯୋଗାଇ ଦେଇଥିଲେ ୧୦ ଏକରଜମି । ଏହି ଜମିରେ ବାଉଁଶ ଗଛ ବଢାଇବା ସହ ତାହାକୁ ଭିତ୍ତିକରି ନିଜ ଶିଳ୍ପୀ ଦକ୍ଷତାକୁ ଦେଇଥିଲେ ନୂଆ ରୂପ ।

କେଉଁ ସବୁ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ଆନନ୍ଦ , କଣ ରହିଛି ତାଙ୍କର କୀର୍ତ୍ତି

ପ୍ରାୟ ୪୦ ପ୍ରକାରରୁ ଅଧିକ ଆସବାପତ୍ର ପ୍ରସ୍ତୁତି କରିପାରୁଛନ୍ତି ଆନନ୍ଦ । ସମ୍ବଲପୁରରେ ୧୦୦ ବର୍ଗଫୁଟର କଟେଜ୍ ମଧ୍ୟ ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ବାଉଁଶରେ କେବଳ କଟେଜ କରି ନ ଥିଲେ ସାଧାରଣତଃ ଘର ପରି ସଲଗ୍ନ ଟଏଲେଟ୍ ଏବଂ ବାରଣ୍ଡା ବ୍ୟବସ୍ଥା ମଧ୍ୟ କରିଥିଲେ । ୧୦ ଜଣ କାରିଗରଙ୍କ ସହାୟତା ନେଇ ପ୍ରାୟ ଦେଢମାସ ମଧ୍ୟରେ ଆନନ୍ଦ ଏହି କାର୍ଯ୍ୟ ସାରିଥିଲେ । ବାଉଁଶ ଗଛ ବଢିବା ପରେ ତାକୁ ଠିକ୍ ସମୟରେ କାଟିବା, ସେଥିରେ କ୍ଲୋର ଫାଷ୍ଟ , ବୋରିକ୍ ଏସିଡ୍, ବଗ ଫ୍ରି ପାଇଁ ଆବଶ୍ୟକ ସାମଗ୍ରୀ ବ୍ୟବହାର କରାଯାଇଥିଲା । ଏହାକୁ ହାଲୁକା ବୋଲି ଅନେକ ମନେ କରି ଥାଆନ୍ତି କିନ୍ତୁ ଏହି ବାଉଁଶ ନିର୍ମିତ କ୍ଷୁଦ୍ର କଟେଜ ୫ କ୍ୱିଣ୍ଟାଲ ତଥା ତାଠାରୁ ଅଧିକ ଓଜନ ସମ୍ଭାଳି ପାରିଥାଏ ।  ଏହା ମଧ୍ୟ ଅଗ୍ନି ପ୍ରତିରୋଧକ କାରଣ ଏଥିରେ ବ୍ୟବହୃତ ହେଉଛି ସିଲିକେଟ୍ ଏସିଡ୍  । କେବଳ ଏହି କଟେଜ ନୁହେଁ ବାଣୀ ବିହାର ଏମବିଏ ବିଭାଗରେ ଥିବା ମିନି କାଫେଟେରିଆ ମଧ୍ୟ ଆନନ୍ଦଙ୍କ ଦ୍ୱାରା ନିର୍ମିତ ।

ସହାୟତା କରୁଛି ସ୍ୱୟଂ ସହାୟିକା ଗୋଷ୍ଠୀ

ଆନନ୍ଦଙ୍କ କେବଳ ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ତା ସହିତ ୯୫ ଜଣ ସହଯୋଗୀଙ୍କ ପରିବାରକୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । ଏହି ୯୫ ଜଣଙ୍କ ମଧ୍ୟରୁ କେତେଜଣ ତାଙ୍କ ସହ ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଅନ୍ୟ କେତେବେଳେ ସାମୟିକ ଭାବେ ଯୋଗଦାନ ଦେଉଛନ୍ତି । ଏହା ବ୍ୟତୀତ ୩୦ ଜଣ ସ୍ୱୟଂ ସହାୟିକା ମଧ୍ୟ ଆନନ୍ଦଙ୍କୁ ସହଯୋଗ କରୁଛନ୍ତି । ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ନାଁ ହେଉଛି ମା ମାନସୀ ଏସ୍ ଏଚ୍ ଜି । ମଣିପୁରର ପିସିସିଏଫ୍ ରହିଥିବା ବ୍ରଜ ନାରାୟଣ ମହାନ୍ତି ବାଉଁଶ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କିଛି ସପ୍ତାହ ତଳେ ସେ ଟୁଇଟ୍ କରି ଆନନ୍ଦଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଆନନ୍ଦ ଅନଲାଇନ ଅର୍ଡର ଜରିଆରେ ମଧ୍ୟ ନିଜ ବ୍ୟବସାୟକୁ ଗ୍ଲୋବାଲ କରିପାରିଛନ୍ତି ।

ପ୍ଲାଷ୍ଟିକର ପ୍ରାର୍ଦୁଭାବ ଅନେକ ଅପକାରିତାକୁ ଜନ୍ମ ଦେଉଛି । ଏହି ସମୟରେ ଆନନ୍ଦଙ୍କ କାର୍ଯ୍ୟଦକ୍ଷତା ସମାଜ ପାଇଁ  ନିଶ୍ଚିତ ଉପାଦେୟ ହେବ ବୋଲି ଆଶା ।

 

 

ପରିଣତ ବୟସରେ କରୋନାକୁ ହରାଇବା ପରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା…

ଭୁବନେଶ୍ୱର: ୯୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଦୁଇ ଜଣ ବ୍ୟକ୍ତି କରୋନାକୁ ହରାଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା କ୍ଷେତ୍ରେ ବୟସ୍କ ମଧ୍ୟରେ ମୃତ୍ୟୁହାର ଅଧିକା ରହୁଛି । ମାତ୍ର ଓଡ଼ିଶାର ଏହି ଦୁଇଜଣ ବରିଷ୍ଠ ବ୍ୟକ୍ତି କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ଉଭୟଙ୍କୁ ବୟସ ୯୧ ବର୍ଷ ହୋଇଥିବା ବେଳେ ଜଣେ ଭୁବନେଶ୍ୱରର ଓ ଅନ୍ୟ ଜଣେ କେନ୍ଦ୍ରପଡ଼ାର ଅଟନ୍ତି । ଉଭୟ ବ୍ୟକ୍ତି ସେପ୍ଟେମ୍ୱର ୫ ତାରିଖରେ କରୋନା ସଂକ୍ରମଣର ଶୀକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଉଭୟ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି ।

ତେବେ ଏମାନେ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଇଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଇଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚିଦାନନ୍ଦ ମହାନ୍ତି ଓ ଧିରେନ୍ଦ୍ର ନାଥ ଦାସ, ଉଭୟଙ୍କୁ କରୋନା ଯୁଦ୍ଧରେ ବିଜୟର ଅଭିନନ୍ଦନ । ଆପଣଙ୍କ ବିଜୟ କୋଭିଡ୍ ଯୋଦ୍ଧାଙ୍କର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ । ସେହିଭଳି ମାନସିକ ସ୍ତରରେ ପ୍ରସ୍ତୁତ ରହିବା ପାଇଁ କୋଭିଡ୍ ଆକ୍ରାନ୍ତକୁ ଯେଉଁ ନୈତିକ ମନୋବଳ ବଢ଼ାଇବା ପାଇଁ ମଧ୍ୟ ଏହି ବିଜୟ ସହାୟକ ହେବ ।

ଦୀପିକା-ସାରା-ଶ୍ରଦ୍ଧାଙ୍କ ପରେ ଡ୍ରଗ୍ସ ଲିଙ୍କରେ ଆଉ ଜଣେ ବଡ ଅଭିନେତ୍ରୀଙ୍କୁ ଜେରା କରିପାରେ NCB

ମୁମ୍ବାଇ: ସାରା ଅଲି ଖାନ,ଶ୍ରଦ୍ଧା କପୂର,ନମ୍ରତା ଶିରୋଡ଼କର ଏବଂ ଦୀପିକା ପାଦୁକୋନଙ୍କ ପରେ ବଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନତ୍ରୀ ଏନସିବିର ରଡାରକୁ ଆସିଛନ୍ତି । ପ୍ରାୟ ୪୦ ବର୍ଷୀୟ ଏହି ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନଜର ଆସିଛନ୍ତି । ସେ ମଧ୍ୟ ଖୁବଶୀଘ୍ର ଡ୍ରଗ୍ ଜାଲରେ ପଡିବା ଆଶଙ୍କା ରହିଛି ।

ଏହି ଅଭିନେତ୍ରୀ ୨୦୦୫ରୁ ୨୦୦୬ ମସିହା ବେଳକୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏନସିବି ଅନୁସାରେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ଅନୁଜ କେଶଓ୍ୱାନି ଏବଂ ଅଙ୍କୁଶଙ୍କୁ ପଚରାଉଚରା ସମୟରେ ଏହି ନାମ ଖୁଲାସା ହୋଇଛି । ଏହି ଅଭିନେତ୍ରୀଙ୍କ ମ୍ୟାନେଜର ଡ୍ରଗ୍ସ ପେଡଲର ଅନୁଜ କେଶଓ୍ୱାନୀଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ।

ବର୍ଷ ୨୦୧୯ରେ ଏହି ଅଭିନେତ୍ରୀଙ୍କ ପାଇଁ କିଣା ଯାଇଥିବା ଡ୍ରଗ୍ସର ପ୍ରମାଣ ଏନସିବି ହାତରେ ଲାଗିଛି । ସୂଚନା ଅନୁସାରେ ଉକ୍ତ ମ୍ୟାନେଜର ଡ୍ରଗ୍ସ ପେଡଲର ସହିତ ଥରେ କିମ୍ବା ଦୁଇଥର ମିଟିଂ କରିଥିଲେ । ତେଣୁ ପ୍ରଥମେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ । ସୂଚନାଯୋଗ୍ୟ ଏନସିବିର ଏହି ଇନଭେଷ୍ଟିଗେସନରେ ଜୟା ସାହାଙ୍କ ମ୍ୟାନେଜର କରିସ୍ମାଙ୍କ ସହିତ ଦୀପିକା ପାଦୁକୋନଙ୍କ ମଧ୍ୟରେ ହୋଇଥିବା ଚ୍ୟାଟ୍ ସାମ୍ନାକୁ ଆସିଛି । ଜୟା ସାହା ଏବଂ ଶ୍ରଦ୍ଧା କପୂରଙ୍କ ଚ୍ୟାଟ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା ଜୟାଙ୍କୁ ସିବିଡି ଅଏଲ ମାଗୁଥିବାର ନଜର ଆସିଛି । କିଛି ଇଂରାଜୀ ଅକ୍ଷରକୁ କୋଡ୍ ଭଳି ବ୍ୟବହାର କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି । କୋଡ ଅନୁସାରେ D N S K(D ଅର୍ଥାତ୍ ଦୀପିକା ପାଦୁକୋନ, N ଅର୍ଥାତ୍ ନମ୍ରତା ଶିରୋଡ଼କର, S ଅର୍ଥାତ୍ ଶ୍ରଦ୍ଧା କପୂର ଏବଂ K ଅର୍ଥାତ୍ କରିସ୍ମା ପ୍ରକାଶ) ।
ତେବେ ସେହି ବଲିଉଡ ଅଭିନତ୍ରୀ ଜଣକ କିଏ ତାଙ୍କ ନାମ ଏଯାବତ୍ ସାମ୍ନାକୁ ଆସିନାହିଁ ।

ଯୁକ୍ତ ୨ ଆଡମିଶନ ଅବଧି ବଢିଲା, କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ…

ଭୁବନେଶ୍ୱର: କରୋନା ପାଇଁ ଯୁକ୍ତ ଦୁଇ ଆଡ଼ମିଶନ ଅବଧି ୪ ଦିନ ବଢିଲା । ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା। ପୂର୍ବରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡମିଶନ ନେଇ ସରକାର ଘୋଷଣା କରିଥିଲେ । ମାତ୍ର ଏବେ ସରକାର ଅନୁଭବ କରୁଛନ୍ତି ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡିମଶନ ପ୍ରକ୍ରିୟା ଶେଷ କରିବା ସମ୍ଭବପର ନୁହେଁ । କୋଭିଡ୍ କଟକଣାକୁ ପାଳନ କରି ଆଡମିଶନ ପ୍ରକ୍ରିୟା ଚାଲୁ ରଖିଲେ ଅଧିକ ସମୟ ଲାଗିବ । ଉଲ୍ଲେଖଯୋଗ୍ୟ ଯେ ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ଅନ୍ୟପକ୍ଷରେ ବିଳମ୍ୱ ହେଉ ପଛେ ସରକାର କୋଭିଡ୍ କଟକଣାକୁ ନେଇ କୌଣସି ପ୍ରକ୍ରିୟା ସାଲିସ କରିବାକୁ ଚାହୁଁ ନାହାଁନ୍ତି । କୋଭିଡ୍ କଟକଣା ପାଳନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦାୟିତ୍ୱ ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଭିନ୍ନ ସେଣ୍ଟରରେ ପହଞ୍ଚି ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଯାଞ୍ଚ କରୁଛନ୍ତି । କୋଭିଡ୍ କଟକଣାରେ ଖିଲାପ ହେଲେ ସଂପୃକ୍ତ ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ହସଖୁସିରେ ପରିବାର ସହ ବସି ଖାଉଥିଲେ ଗୁପଚୁପ୍, ନିମିଷକେ ଚାଲିଗଲା ପ୍ରାଣ

ସୁନ୍ଦରଗଡ଼: ମୃତ୍ୟୁ କେତେବେଳେ, କେଉଁଠି, କେମିତି ଆସେ କେହି ଜାଣିପାରନ୍ତି ନାହିଁ । ବିଶ୍ୱାସ ନହେବା ଭଳି ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ସରଫଗଡ଼ ଗାଁରେ । ଯେଉଁଠି ପରିବାର ସହ ହସଖୁସିରେ ଗୁପଚୁପ୍  ଖାଉଥିବା ଜଣେ ମହିଳାଙ୍କ ଅଚାନକ ମୃତ୍ୟୁ ହୋଇଛି । ସ୍ୱାମୀ କାମରୁ ଫେରିବା ବେଳେ ଗୁପଚୁପ୍ ଆଣି ଘରକୁ ଆସିଥିଲେ ।

Woman Died During Eating Gupchup With Family At Sundergarh

ତାପରେ ସପରିବାର ବସିଥିଲେ ଗୁପଚୁପ୍ ଖାଇବାକୁ । ଫୁଲମତି ପିଲାଙ୍କୁ ଗୁପଚୁପ୍ ଖାଇବାକୁ ଦେବା ସହ ନିଜେ ଖାଉଥିଲେ । ହେଲେ ହଠାତ୍ ତଣ୍ଟିରେ ଲାଗିଗଲା ଗୁପଚୁପ୍ । ଫୁଲମତି ହୋଇଗଲେ ଶ୍ୱାସରୁଦ୍ଧ । ପରିବାର ସଙ୍ଗେ ସଙ୍ଗେ ଫୁଲମତିଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ । ମେଡିକାଲରେ ଡାକ୍ତର ଫୁଲମତି କିଷାନଙ୍କୁ ମୃତ ଘୋଷଣା କରିଛନ୍ତି ।

Woman Died During Eating Gupchup With Family At Sundergarh

କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଆପଣ ଯଥାସମ୍ଭବ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ବିଶେଷ କରି ଗୁପଚୁପ୍ ଭଳି ଫାଷ୍ଟଫୁଡକୁ ନା କୁହନ୍ତି । ଯଦି ଖାଉଛନ୍ତି ତାହେଲେ ଯଥେଷ୍ଟ ସାବଧନତା ଅବଲମ୍ବନ କରନ୍ତୁ । ଗୁପଚୁପକୁ ସିଧା ପାଟି ଭିତରକୁ ନ ଡିଆଁଇ ଚୋବାଇ କରି ଖାଆନ୍ତୁ ।

ନୂଆ ବ୍ୟାଙ୍କିଂ ବିଲକୁ ସଂସଦରେ ମଞ୍ଜୁରୀ, ଜାଣନ୍ତୁ ଗ୍ରାହକଙ୍କ ଉପରେ କଣ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ସୁନିଶ୍ଚିତ କରିବାକୁ ବ୍ୟାଙ୍କିଂ ରେଗୁଲେସନ୍ ବିଲ୍ ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି । ଏବି ବିଲ୍ ଆଇନରେ ପରିଣତ ହେବେ ସମବାୟ ବ୍ୟାଙ୍କ ଆରବିଆଇ ସୁପରଭିଜନରେ କାର୍ଯ୍ୟ କରିବ । କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ନୂଆ ଆଇନରେ ସମବାୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଧିନରେ ରହିବେ । ଏହାଦ୍ୱାରା ଲୋକଙ୍କୁ ବ୍ୟାଙ୍କରେ ଜମା ଟଙ୍କାର ସୁରକ୍ଷା ହୋଇପାରିବ । ଦେଶରେ ସମବାୟ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତି ବିଗୁଡ଼ୁଥିବା ବେଳେ ଅନିୟମିତତା ମାମଲା ଆସୁଛି । ଏହାକୁ ଦେଖି କେନ୍ଦ୍ର ସରକାର ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଚ, ୧୯୪୯ରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଥିଲେ ।

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

ଏବେ କଣ ହେବ ?

ଏହା ପୂର୍ବରୁ କେନ୍ଦ୍ର ସରକାର ସମବାୟ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆଣିବାକୁ ଜୁନରେ ଏକ ଅଧ୍ୟାଦେଶ ଜାରି କରିଥିଲେ । ଏବେ ନୂଆ ଆଇନ୍ ଏହି ଅଧ୍ୟାଦେଶର ସ୍ଥାନ ନେବ । ଏବେ ଦେଶରେ ୧, ୪୮୨ଟି ସହରାଞ୍ଚଳ ଓ ୮୫ଟି ମଲ୍ଟିଷ୍ଟେଟ ସମବାୟ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବ । ଏହି ଆଇନ୍ ପ୍ରକାରେ ଆରବିଆଇ କ୍ଷମତା ଉପଯୋଗ କରି ବ୍ୟାଙ୍କର ପୁନର୍ଗଠନ ଓ ମିଶ୍ରଣ କରିପାରିବ ।

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

ଏଥିପାଇଁ ବ୍ୟାଙ୍କିଂ ଟ୍ରାଞ୍ଜାକ୍ସନକୁ ମୋରେଟୋରିୟମରେ ରଖିବାକୁ ପଡ଼ିବ ନାହିଁ । ଏହା ବାଦ୍ ଯଦି ଆରବିଆଇ ବ୍ୟାଙ୍କ ଉପରେ ମୋରେଟୋରିୟମ୍ ଲାଗୁ କରେ ତାହାଲେ ସମବାୟ ବ୍ୟାଙ୍କ କୌଣସି ଲୋନ୍ ଦେଇପାରିବ ନାହିଁ । ଏପରିକି ଜମା ପୁଞ୍ଜିର ନିବେଶ କରିପାରିବ ନାହିଁ ।

ଜମାକର୍ତ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟାଙ୍କ କୌଣସି ବି ମଲ୍ଟିଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ ନିର୍ଦ୍ଦେଶକ ବୋର୍ଡକୁ ଭାଙ୍ଗି ପାରିବ ଓ କ୍ଷମତା ନେଇପାରିବ । ଏତିକି ନୁହେଁ ଆରବିଆଇ ଚାହିଁଲେ ଏହି ନିୟମରେ କିଛି ରିହାତି ନୋଟିଫିକେସନ୍ ଜାରି କରିପାରିବ । ଏହା ଚାକିରି, ବୋର୍ଡ ନିର୍ଦ୍ଦେଶକଙ୍କ ଯୋଗ୍ୟତା ନିୟମ ଓ ଅଧ୍ୟକ୍ଷ ନିଯୁକ୍ତି ଭଳି କ୍ଷେତ୍ରରେ କରାଯାଇ ପାରିବ ।

୫ ଲକ୍ଷ ଟଙ୍କା ଯାଏଁ ଜମା ସୁରକ୍ଷିତ

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

୧୯୪୯ ବ୍ୟାଙ୍କ ନିୟମରେ ସଂଶୋଧନ ଗ୍ରାହକଙ୍କ ସ୍ୱାର୍ଥରେ । ଏବେ ଯଦି କୌଣସି ବ୍ୟାଙ୍କ ଡୁବି ଯାଏ ତେବେ ବ୍ୟାଙ୍କରେ ଜମାଥିବା ୫ ଲକ୍ଷ ଯାଏଁ ଟଙ୍କା ଗ୍ରାହକଙ୍କୁ ମିଳିବ । ଅର୍ଥମନ୍ତ୍ରୀ ୨୦୨୦ ଫେବ୍ରୁଆରୀରେ ବଜେଟରେ ହିଁ ଏହାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଥିଲେ ।

ଏମିତିରେ କୌଣସି ବ୍ୟାଙ୍କ ବୁଡ଼ିଗଲେ ଅଥବା ଦେବାଳିଆ ହେଲେ ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟହ୍କା ମିଳିବ । ଆରବିଆଇର ସବସିଡାରୀ ଡିପୋଜିଟ ଇନନ୍ସୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ମୁତାବକ, ବୀମାର ଅର୍ଥ ହେଉଛି ଜମା ରାଶି ଯେତେ ହେଉନା କାହିଁକି ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିବ ।

ରବିନାଙ୍କ ବଡ ବୟାନ, ବଲିଉଡକୁ ସଫା କରିବା ସମୟ ଆସିଛି

ନୂଆଦିଲ୍ଲୀ: ଆଳୁ ଖୋଳୁ ଖୋଳୁ ମହାଦେବ ଅବିର୍ଭାବ ହେବା ଭଳି  ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡର ଆଉ ଗୋଟିଏ  ସତ ଉପରୁ ପରଦା ହଟିବାରେ ଲାଗିଛି । ବଲିଉଡର ଚିକମିକ୍ ଦୁନିଆ ପଛରେ କେମିତି ଡ୍ରଗ୍ସର ଖେଳ ଚାଲିଛି ଓ କେମିତି ତଥାକଥିତ ୟୁଥ୍ ଆଇକନ୍ ଡ୍ରଗ୍ସ ନେଲେ ହିଁ ସଟ୍ ଦେଇ ପାରୁଛନ୍ତି ତାହା ଏବେ ଜଣା ପଡିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନାମୀ ଦାମୀ ନାମ ପଦାକୁ ଆସିବା ସହ ବଲିଉଡରେ ଏବେ କୋକୁଆ ଭୟ । ଏହାରି ଭିତରେ ସେଇ ବଲିଉଡରୁ ମୁହଁ ଖୋଲିଛନ୍ତି ରବିନା ଟଣ୍ଡନ । ରବିନା ଗୋଟିଏ ବୟାନରେ କହିଛନ୍ତି ଯେ, ବଲିଉଡକୁ ସଫା କରିବା ସମୟ ଆସି ଯାଇଛି ।

 ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ସାରା ଅଲି ଖାନଙ୍କ ପର୍ଯ୍ୟନ୍ତ ଡ୍ରଗ୍ସ ମାମଲାରେ ନାଁ ଆସି ସାରିଛି । ଏହି ମାମଲାରେ ନୀରବତା ଭାଙ୍ଗି ଏମିତି କିଛି କହିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ସେ କହିଛନ୍ତି ଯେ, ଦୋଷୀକୁ ଦଣ୍ଡ ମିଳୁ । ବଲିଉଡ୍ ସଫା ହେଉ ।

ରବିନା ଟଣ୍ଡନ ଟ୍ୱିଟ କରି ଲେଖିଛନ୍ତି ଯେ, ଏବେ ସଫେଇ କରିବାର ସମୟ ଆସିଛି । ଏହାକୁ ସ୍ୱାଗତ । ଆମର ଆଗାମୀ ପିଢୀକୁ ସାହାଯ୍ୟ କରିବା । ଏହିଠାରୁ ଆରମ୍ଭ କରନ୍ତୁ, ଏହାପରେ ଅନ୍ୟ ଘଟଣା ଉପରେ ନଜର ପକାଇବା, ସଫା କରନ୍ତୁ । ଦୋଷୀ, ୟୁଜର୍ସ,ଡିଲର୍ସ,ସପ୍ଲାୟର୍ସଙ୍କୁ ଦଣ୍ଡ ଦିଅନ୍ତୁ । ଲାଭ ଉଠାଉଥିବା ନାମୀଦାମୀ ବ୍ୟକ୍ତି ଟାର୍ଗେଟରେ, ଯେଉଁମାନେ ଅନ୍ୟକୁ ଦେଖନ୍ତି ନାହିଁ ଏବଂ ସେମାନଙ୍କ ଜୀବନ ଖରାପ କରି ଦିଅନ୍ତି । ତେବେ ରବିନାଙ୍କ ପୋଷ୍ଟ ଦେଖି ଜଣାପଡ଼ୁଛି ସେ କାହାକୁ ସମର୍ଥନ କରୁନାହାଁନ୍ତି । ସେ କେବଳ ନିଜର ମତ ରଖିଛନ୍ତି ।

ସୂଚନାଯୋଗ୍ୟ ଏବେ ବଲିଉଡରେ ଡ୍ରଗ୍ସକୁ ନେଇ ଚର୍ଚ୍ଚା ଜାରି ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଜଣାଶୁଣା ନାମ ସାମ୍ନାକୁ ଆସିଛି । ଅବଶ୍ୟ ଜୟା ବଚ୍ଚନ,ତାପସୀ ପନ୍ନୁ,ଅନୁରାଗ କଶ୍ୟପ,ଅନୁଭବ ସିହ୍ନା,ମନୋଜ ବାଜପେୟୀ ସମେତ କେତେକ ଉକ୍ତ ଡ୍ରଗ୍ସ ମାମଲାର ବିରୋଧ କରି କହିଛନ୍ତି କି ସମସ୍ତେ ଡ୍ରଗ୍ସ ନେଉନାହାଁନ୍ତି । ଅନ୍ୟ ପକ୍ଷରେ କିଛି ସେଲିବ୍ରିଟିଙ୍କ କହିବା ଅନୁସାରେ ବଲିଉଡରେ ଅଧାରୁ ଅଧିକ ଲୋକ ଡ୍ରଗ୍ସ ନେଉଛନ୍ତି ।