ଯୁକ୍ତ ୨ ଆଡମିଶନ ଅବଧି ବଢିଲା, କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ…

ଭୁବନେଶ୍ୱର: କରୋନା ପାଇଁ ଯୁକ୍ତ ଦୁଇ ଆଡ଼ମିଶନ ଅବଧି ୪ ଦିନ ବଢିଲା । ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା। ପୂର୍ବରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡମିଶନ ନେଇ ସରକାର ଘୋଷଣା କରିଥିଲେ । ମାତ୍ର ଏବେ ସରକାର ଅନୁଭବ କରୁଛନ୍ତି ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡିମଶନ ପ୍ରକ୍ରିୟା ଶେଷ କରିବା ସମ୍ଭବପର ନୁହେଁ । କୋଭିଡ୍ କଟକଣାକୁ ପାଳନ କରି ଆଡମିଶନ ପ୍ରକ୍ରିୟା ଚାଲୁ ରଖିଲେ ଅଧିକ ସମୟ ଲାଗିବ । ଉଲ୍ଲେଖଯୋଗ୍ୟ ଯେ ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ଅନ୍ୟପକ୍ଷରେ ବିଳମ୍ୱ ହେଉ ପଛେ ସରକାର କୋଭିଡ୍ କଟକଣାକୁ ନେଇ କୌଣସି ପ୍ରକ୍ରିୟା ସାଲିସ କରିବାକୁ ଚାହୁଁ ନାହାଁନ୍ତି । କୋଭିଡ୍ କଟକଣା ପାଳନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦାୟିତ୍ୱ ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଭିନ୍ନ ସେଣ୍ଟରରେ ପହଞ୍ଚି ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଯାଞ୍ଚ କରୁଛନ୍ତି । କୋଭିଡ୍ କଟକଣାରେ ଖିଲାପ ହେଲେ ସଂପୃକ୍ତ ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Leave a Reply