spot_img
Home Blog Page 6441

କେନ୍ଦ୍ର ସରକାରଙ୍କ ଏହି ଆଇନ ଓଡ଼ିଶାର ଚାଷୀ ଓ ଗ୍ରାହକଙ୍କ ପାଇଁ ହେବନି ଲାଭପ୍ରଦ !

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ । ଲୋକସଭା ପରେ ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ପାରିତ ହୋଇଛି । ଦୀର୍ଘ ୬୫ ବର୍ଷ ପରେ ଆଇନରେ ସଂଶୋଧନ କରାଯାଇଥିବା ବେଳେ, ଏସବୁ ସାମାଗ୍ରୀ ଉପରେ ଦର ନିୟନ୍ତ୍ରଣ କ୍ଷମତା ହରାଇଛନ୍ତି ସରକାର ।

ସଂଶୋଧିତ ଆଇନ ଅନୁଯାୟୀ କେବଳ ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହିଁ କୃଷି ଖାଦ୍ୟ ସାମଗ୍ରୀ ନିୟନ୍ତ୍ରିତ ହୋଇପାରିବ ।

କୃଷି କ୍ଷେତ୍ରରେ ଘରୋଇ ଓ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ସହ ଏହି ଆଇନ ଉଭୟ କୃଷକ ଓ ଗ୍ରାହକଙ୍କ ସପକ୍ଷରେ ରହିବ ବୋଲି କେନ୍ଦ୍ର ସରକାର ଯୁକ୍ତି କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଆଇନ ଓଡ଼ିଶାର ଚାଷୀ ଓ ଗ୍ରାହକଙ୍କ ପାଇଁ ଲାଭପ୍ରଦ ହେବନି ବୋଲି  ବିଶେଷଜ୍ଞ କହିଛନ୍ତି ।

ପୁଣି ଛେଚିବ ବର୍ଷା: ୨୬ରୁ ବର୍ଷାର ପରିମାଣ ବଢିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜାରିରହିଛି ବର୍ଷା । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଏଥି ପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଓ ୨୫ ତାରିଖରେ ପାଗ ଶୁଖିଲା ରହିପାରେ । ତେବେ ୨୬ ତାରିଖରେ ପୁଣି ଥରେ ବର୍ଷା ବଢିବ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ସେହିପରି  ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଅନ୍ୟପଟେ ଆସନ୍ତା ଦୁଇ ଦିନ ପାଇଁ ବର୍ଷାର ପରିମାଣ କମିବା ସହ ଆଗାମୀ ଦୁଇଦିନରେ ବର୍ଷାର ପରିମାଣ ବଢିପାରେ । ତେବେ ଆସନ୍ତା ୧୨ଘଣ୍ଟା ପାଇଁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେହିଭଳି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ମାଲକାନଗିରିରେ ସର୍ବାଧିକ ବର୍ଷାର ପରିମାଣ ରେକର୍ଡ଼ କରାଯାଇଛି ଏବଂ ଖୋର୍ଦ୍ଧା ସବୁଠାରୁ କମ୍ ବର୍ଷାର ପରିମାଣ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ଭୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ କରୋନା ପରୀକ୍ଷଣ ବଢୁଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରୁଛନ୍ତି । ତେବେ ଏସବୁ ମଧ୍ୟ କରୋନାକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏବଂ  ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନକରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି ।

ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଏନେଇ ସମସ୍ତ ହସପିଟାଲ ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ମୃତଦେହ ପରିବାରକୁ ହସ୍ତାନ୍ତର ବିଳମ୍ବ ହେଉଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ କୁହାଯାଇଛି । ରୋଗୀଙ୍କ ବେଡ୍‌ ହେଡ୍‌ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ ଓ କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରାଯିବ ।

ତେବେ ରୋଗୀଙ୍କର ପୂର୍ବରୁ କେଉଁ ରୋଗ ଥିଲା ଓ ଆଡମିସନ୍ ବେଳେ କେଉଁ ଲକ୍ଷଣ ଥିଲା ସେନେଇ ରାଜ୍ୟସ୍ତରୀୟ ଡେଥ୍ ଅଡିଟ୍ କମିଟି ନିକଟରେ ଦାଖଲ କରିବା ପାଇଁ କୁହାଯାଇଛି । ଫଳରେ ରୋଗୀ କରୋନା କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଛନ୍ତି ସେନେଇ ସ୍ପଷ୍ଟ ହୋଇପାରିବ ।

ଜାତୀୟ ରାଜପଥର ଲୁଟେରାଙ୍କ ଆତଙ୍କ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ…

ଖୋର୍ଦ୍ଧା: ମାତିଛନ୍ତି ଲୁଟେରା । ରାତିର ଅନ୍ଧାରରେ ଲୁଟିବାରେ ସଫଳ ହେଉଛନ୍ତି ଦୁର୍ବୃତ୍ତମାନେ । କେଉଁଠି ଦୋକାନ ତାଲା ଭାଙ୍ଗି ଲୁଟୁଛନ୍ତି ତ କେଉଁଠି  ମାରଣାସ୍ତ୍ର ଦେଖାଇ ଲୁଟିନେଉଛନ୍ତି ଟଙ୍କା ସହ ଅନ୍ୟ ମୁଲ୍ୟବାନ ଜିନିଷ । ଖୋର୍ଦ୍ଧା-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ଲୁଟେରାଙ୍କ ଆତଙ୍କ ଏବେ ନିଦ ହଜାଇଛି । ଗତକାଲି ଏକ ଦୋକାନର ତାଲା ଭାଙ୍ଗି ହେଲମେଟ ପିନ୍ଧା ଲୁଟେରା ଲୁଟିଥିବା ବେଳେ ଆଜି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟିଛନ୍ତି ।

ଗାଡ଼ି ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟିନେଇଛନ୍ତି ଟଙ୍କା ଓ ମୋବାଇଲ । ଗତକାଲି ବିଳମ୍ବିତ ରାତିର ଏ ଘଟଣା ସାମ୍ନାକୁ ଆସିଛି ।  ଗଙ୍ଗପଡ଼ା ଛକରେ ଏକ କ୍ୟାଣ୍ଟର ଗାଡି  ଓ ଯାଆଁଳା ଓଭରବ୍ରିଜରେ କୁକୁଡ଼ା ଚିଆଁ ବୋଝେଇ ଗାଡିକୁ ଅଟକାଇବା ସହ ଡ୍ରାଇଭରଙ୍କୁ ହାଣି ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୨ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି ଜାଆଁଳା ପୋଲିସ ।

ପ୍ରେମିକର ଦୁଆରେ ପ୍ରେମିକାର ଧାରଣା, ବାହ ହେବାର ପ୍ରତିଶ୍ରୁତି ଦେଇ ଏମିତି କଲା ପ୍ରେମିକ

ଗଞ୍ଜାମ: ପ୍ରେମ ଆଉ ତାପରେ ପ୍ରତାରଣା । ଏମିତି ଅନେକ କାହାଣୀ ତ ଆପଣମାନେ ଶୁଣିଥିବେ । ପ୍ରେମକୁ ସଫଳ କରିବାକୁ ପ୍ରେମୀ ଯୁଗଳଙ୍କ ପ୍ରୟାସ ବିଷୟରେ ମଧ୍ୟ ଆପଣ ଅଳ୍ପ ବହୁତେ ଜାଣିଥିବେ ନିଶ୍ଚୟ । କିନ୍ତୁ ନିଜ ପ୍ରେମିକର ପ୍ରତାରଣାରେ ମର୍ମାହତ ପ୍ରେମିକାର ପ୍ରୟାସ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । କାରଣ ପ୍ରତାରିତ ପ୍ରେମିକା ଏବେ ପ୍ରେମିକର ଦୁଆରେ ଦେଇଛି ଧାରଣା । ପ୍ରେମିକାକୁ ବିବାହର ପ୍ରତିଶ୍ରୁତି ଅନ୍ୟ ଜଣଙ୍କୁ ବିବାହ କରିଥିବା ଅଭିଯୋଗରେ ଧାରଣା ଦେଇଛି ପ୍ରେମିକା ।

ବାହା ହେବାକୁ କହି ଧୋକାଦେଲା ପ୍ରେମିକ  । ପ୍ରେମିକର ଘର ଆଗରେ  ଧାରଣାରେ ବସିଛି ପ୍ରତାରିତ ପ୍ରେମିକା  । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଚଂଭୂତି ଗାଁରେ  । ସୂଚନାଅନୁସାରେ ପଚଂଭୂତି ଗାଁର ମହେଶ୍ୱର ବେହେରା ଝାରସୁଗୁଡା ଜିଲ୍ଲାରେ ଏକ ମିକ୍ସର ଫ୍ୟାକ୍ଟ୍ରିରେ କାମକରୁଥିଲେ । ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ବହୁତଦିନର ପ୍ରେମ ସମ୍ପର୍କ ପରେ ଯୁବତୀଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ । କିନ୍ତୁ ପ୍ରେମିକାକୁ ନ ଜଣାଇ ଆଉ ଜଣଙ୍କୁ ବାହାହୋଇଯାଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ପ୍ରେମିକା ଜଣକ ମହେଶ୍ୱରଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।

 

ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ଚେନ୍ନାଇ ପାଇଁ ହେଲା କାଳ, ଚଳିତ ବର୍ଷ IPLର ପ୍ରଥମ ମ୍ୟାଚରେ ବାଜିମାରିଲା ରାଜସ୍ଥାନ

0

ଦୁବାଇ: ସଞ୍ଜୁ ସାମସନଙ୍କ ଛକା ଚଉକାର ବର୍ଷା ଭାରି ପଡ଼ିଲା ଚେନାଇ ସୁପର କିଙ୍ଗକୁ । ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ରାଜସ୍ଥାନର ଦଳ ଧୋନିଙ୍କ CSK କୁ ମାତ୍ ଦେବାରେ ସଫଳ ହୋଇଥିଲେ । ଶାରଜାହଠାରେ ଖେଳାଯାଇଥିବା ହାଇ ସ୍କୋରିଂ ମ୍ୟାଚରେ ଉଭୟ ଦଳ ୨୦୦ ରୁ ଅଧିକ ରନ୍ କରିପାରିଥିଲେ । କିନ୍ତୁ ରାଜସ୍ଥାନ ଏହି ମ୍ୟାଚକୁ ୧୬ ରନରେ ଜିତିଥିଲା।

ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା । ଏହାର ଜବାବରେ ଯୁବ ଜସୱାଲ ରାଜସ୍ଥାନ ପାଇଁ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଜସୱାଲ ତାଙ୍କର ପ୍ରଥମ ମ୍ୟାଚରେ ଅଧିକ କିଛି କରିପାରିନଥିଲେ ଏବଂ ୬ଟି ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ପରବର୍ତ୍ତୀ ସମୟରେ ଦଳର ଉପ-ଅଧିନାୟକ ସଞ୍ଜୁ ସାମସନ୍ ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଇନିଂସ ପରିଚାଳନା କରିଥିଲେ ଏବଂ ବ୍ୟାଟିଂ କରି ୧୨ ଓଭରରେ ୧୩୨ରେ ସ୍କୋର କରିଥିଲେ।

୧୯ବଲରେ ସାମସନ କଲେ ଅର୍ଦ୍ଧଶତକ

ସଞ୍ଜୁ ସାମସନ ମାତ୍ର ୧୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ଆଉଟ ହେବା ପୂର୍ବରୁ ୩୨ ବଲରେ ୭୪ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ସେ ଗୋଟିଏ ଚାରି ଏବଂ ନଅଟି ଛକା ମଧ୍ୟ ମାରିଥିଲେ । ସେ ଆଉଟ ହେବାପରେ ପରେ ସ୍ମିଥ ଗତି ଆରମ୍ଭ କରି ୪୭ ବଲରେ ୬୯ରନ୍ ସଂଗ୍ରହ କରିଥିଲେ। ତେବେ ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ରାଜସ୍ଥାନର ୱିକେଟ୍ କ୍ରମାଗତ ଭାବେ ଖସିବା ଆରମ୍ଭ କରିଥିଲା ​​ଏବଂ ଏକ ସମୟରେ ଲାଗୁଥିଲା ଯେ ରୟାଲ୍ସ ୨୦୦ ସ୍କୋରରେ ପହଞ୍ଚ ପାରବ ନାହିଁ। କିନ୍ତୁ ଶେଷ ଓଭରରେ ଜୋଫ୍ରା ଆର୍ଚର ଲୁଙ୍ଗି ଏନଗିଡିଙ୍କ ବିପକ୍ଷରେ ଚାରି ବଲରେ କ୍ରମାଗତ ଚାରିଟି ଛକା ମାରି ଦଳର ସ୍କୋରକୁ ୨୦୦କୁ ନେଇଥିଲେ। ସେ ଆଠଟି ବଲରୁ ଅପରାଜିତ ୨୭ ସ୍କୋର କରି ସାତୋଟି ୱିକେଟ୍ ପାଇଁ ଦଳର ସ୍କୋରକୁ ୨୧୬କୁ ବୃଦ୍ଧି କରିଥିଲେ । ଚେନ୍ନାଇ ପାଇଁ ସାମ କରଣ ତିନୋଟି ୱିକେଟ୍ ନେଇଥିଲେ ଏବଂ ସବୁଠାରୁ ସଫଳ ବୋଲର ଥିଲେ।

ପୋଲିସ ଇନଫର୍ମର ସନ୍ଦେହରେ ୪ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରୁ ବଡ଼ ଖବର ଆସୁଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଲାଲ୍ ବାହିନୀ ବଡ଼ ଧରଣର ହିଂସାକାଣ୍ଡ ଘଟାଇଛି । ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅଞ୍ଚଳରେ ମାଓବାଦୀ ପ୍ରଜାକୋର୍ଟ ବସାଇଥିଲେ । ପ୍ରଜାକୋର୍ଟରେ ୪ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ବୀଭତ୍ସ ଭାବେ ହତ୍ୟା କରିଥିବା ଖବର ଆସୁଛି ।

Maoists Killed 4 Villagers In Praja Court Bijapur Chhattisgarh
FILE

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୪ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ବେଳେ ଆଉ କିଛି ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି । ତେବେ, ଏନେଇ ଛତିଶଗଡ଼ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ସାରା ରାଜ୍ୟରେ ହେବ କୋଭିଡ୍ ହେଲ୍ପଡେକ୍ସ୍ ଓ କନଫରେନ୍ସ ହଲର ବ୍ୟବସ୍ଥା…

ଭୁବନେଶ୍ୱର: କୋଭିଡ ହସପିଟାଲରେ ହେଲପ ଡେସ୍କ ପ୍ରତିଷ୍ଠା ପାଇଁ ଆଡଭାଇଜରୀ ଜାରି କଲେ ସରକାର । ପ୍ରତି କୋଭିଡ ହସପିଟାଲରେ ରହିବ ୨୪ଘଣ୍ଟିଆ ହେଲପ ଡେସ୍କ । କୋଭିଡ ହସପିଟାଲ ହେଲପ ଡେସ୍କ ନମ୍ବର ଟୋଲ ଫ୍ରି ରହିବ । ସରକାରୀ ଓ ଘରୋଇ କୋଭିଡ ହସପିଟାଲରେ ହେବ ହେଲପ୍ ଡେସ୍କ । ଟୋଲ ଫ୍ରି ନମ୍ବର ସର୍ବସାଧାରଣଙ୍କୁ ଜଣାଇବା ପାଇଁ ବ୍ୟବସ୍ଥା ହେବ । ହେଲପ ଡେସ୍କକୁ ଆସୁଥିବା ଫୋନ ୨୪ ଘଣ୍ଟା ରିସିଭ ହେବ ।

ହସପିଟାଲ କର୍ତ୍ତୃପକ୍ଷ ସିପ୍ଟ ଅନୁଯାୟୀ କର୍ମଚାରୀ ନିଯୁକ୍ତ କରିବେ । କରୋନା ରୋଗୀଙ୍କ ସମ୍ପର୍କରେ ପରିବାରକୁ ସୂଚନା ମିଳିବ । ଟେଲିଫୋନ ମାଧ୍ୟମରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦିଆଯିବ । ହ୍ୱାଟସଆପ ମାଧ୍ୟମରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇପାରିବେ । କୋଭିଡ ହସପିଟାଲରେ କନଫରେନ୍ସ ହଲ୍ ବ୍ୟବସ୍ଥା ରହିବ । ଏଥିରେ ଟିଭି ଓ କ୍ୟାମେରା ଲାଗିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦିନକୁ ଥରେ ତଥ୍ୟ ସଂଗ୍ରହ ହେବ । କଲ୍ ରିସିଭ ହେଉନଥିବା ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ବଡ଼ ସଫଳତା, ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ…

ବାଲେଶ୍ୱର: ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରକୁ ବଡ଼ ଧରଣର ସଫଳତା ମିଳିଛି । ସଫଳ ପରୀକ୍ଷଣ କରିଛି ଚାଳକ ବିହୀନ ଏୟାରକ୍ରାଫ୍ଟ । ଆଜି ଏହାର ପରୀକ୍ଷଣ କରାଯାଇଥିବା ବେଳେ ପରୀକ୍ଷଣ ସଫଳ ହୋଇଛି । ପରୀକ୍ଷଣ ସଫଳ ହେବା ପରେ ଏନେଇ ଶୁଭେଚ୍ଛା ଜଣାଇଥିଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ତେବେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୧୭ କିଲୋମିଟର ରହିଥିବା ବେଳେ ପ୍ରାୟ ୧୬ ହଜାର ଫୁଟ ଉଚ୍ଚରେ ଉଡ଼ିପାରିବାର କ୍ଷମତା ରହିଛି । ସେହିଭଳି ୪୫ ମିନିଟ୍ ପର୍ଯ୍ୟନ୍ତ କ୍ରମାଗତ ଭାବେ ଏହି ଚାଳକବିହୀନ ଏୟାରକ୍ରାଫ୍ଟ ଉଡ଼ି ପାରିବ । ଏୟାରକ୍ରାଫ୍ଟର ଓଜନ ୭୫ କିଲୋଗ୍ରାମ ରହିଛି ।

-୨୫ ଡିଗ୍ରୀରେ ବି ହେବ ପନିପରିବା ଚାଷ, ଭାରତୀୟ ସେନାଙ୍କ ପାଇଁ ରହିବନି ଖାଦ୍ୟର ଅଭାବ

ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ପ୍ରବଳ ଥଣ୍ଡାରେ ମୁତୟନ ହୋଇଛନ୍ତି ଭାରତୀୟ ସେନା । ସେମାନଙ୍କ ପାଇଁ ଚାଲିଛି ଏକ ବଡ଼ ପ୍ରୟାସ । ଯବାନ ମାନଙ୍କର ଖାଇବାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ବୈଜ୍ଞାନିକମାନେ ଅହରହ ଚେଷ୍ଟା ଚଳାଇଛନ୍ତ । ସବୁଠୁ ବଡ଼ କଥା ହେଲା -୨୫ ଡିଗ୍ରୀରେ ମଧ୍ୟ କିଭଳି ଫ୍ରେସ୍ ପରିବା ଉତ୍ପାଦନ କରିହେବ ସେନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ଏଲ୍ଟିଟ୍ୟୁଡ୍ ରିସର୍ଚ୍ଚ ପକ୍ଷରୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି ।
ମାଇକ୍ରୋଗ୍ରିନ୍ ଟେକ୍ନୋଲୋଜି ମାଧ୍ୟମରେ ଲେହ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ ପାଇଁ ଅନୁଷ୍ଠାନ ପକ୍ଷରୁ ପରୀକ୍ଷଣ କରାଯାଉଛି । ପନିପରିବା ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରି ଏହି ଅଞ୍ଚଳରେ ଚାଷ କାର୍ଯ୍ୟ କରାଯାଉଛି । କୋବି, ଟମାଟୋ, ଲଙ୍କା, ବାଇଗଣ ସମେତ ବିଭିନ୍ନ ପନିପରିବା ଏଠାରେ ଚାଷ କରାଯାଉଛି ।

DIHAR ବୈଜ୍ଞାନିକ ଡ.ଦୋରଜେଙ୍କର କହିବାନୁଯାୟୀ, ଭାରତୀୟ ସୈନିକମାନେ ଯେଉଁ ଅଞ୍ଚଳରେ ମୁତୟନ ଅଛନ୍ତି ତାହା ବହୁତ ଉଚ୍ଚତାରେ ରହିଛି । ମାଇକ୍ରୋଗ୍ରୀନ୍ ଟେକ୍ନୋଲୋଜି ମାଧ୍ୟମରେ ଉତ୍ପାଦିତ ପନିପରିବା ସେମାନଙ୍କ ପାଖରେ ପହଞ୍ଚାଯାଇ ପାରିବ । ଏହି ପଦ୍ଧତି ଦ୍ୱାରା ବରଫ ଅଞ୍ଚଳରେ ମଧ୍ୟ ଯବାନମାନଙ୍କ ପାଇଁ ଖାଦ୍ୟର ଅଭାବ ରହିବ ନାହିଁ ।
ଅଣ୍ଡରଗ୍ରାଉଣ୍ଡ ଗ୍ରୀନହାଉସରେ ପନିପରିବା ଷ୍ଟୋର କରିବାକୁ ପ୍ରସ୍ତୁତି DIHARର ନିର୍ଦ୍ଦେଶକ ଓପି ଚୌରାସିଆ କହିଛନ୍ତି ଯେ, ଏଠାରେ ଏକ ଅଣ୍ଡରଗ୍ରାଉଣ୍ଡ ଗ୍ରୀନ୍ ହାଉସ ରହିଛି । ତେଣୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ଯେ, ଏଭଳି ଥଣ୍ଡା ପରିବେଶରେ କିଭଳି ଅଧିକରୁ ଅଧିକ ପନିପରିବା ଏହି ଷ୍ଟୋରରେ ଗଚ୍ଛିତ ରଖିହେବ । ସେ ଆହୁରି କହିଛନ୍ତି ଯେ, ଏଭଳି ଏକ ଷ୍ଟୋର ସେ ପ୍ରସ୍ତୁତ କରିଛନ୍ତି ଯେ, ଯେଉଁଠାରେ ଉତ୍ପାଦିତ ପନିପରିବାକୁ ପ୍ରାୟ ୪ରୁ ୫ ମାସ ପର୍ଯ୍ୟନ୍ତ ଗଚ୍ଛିତ ରଖି ହେବ ।
ସୂଚନାଯୋଗ୍ୟ ଯେ, LAC ମୁତୟନ ଭାରତୀୟ ସେନା କୌଣସି ବି ପରିସ୍ଥିତିରେ ପଛକୁ ହଟିବାକୁ ଚାହୁଁନାହିଁ । ଚୀନକୁ ସବୁ କ୍ଷେତ୍ରରେ ଦୃଢ଼ ଜବାବ ଦେବା ପାଇଁ ଭାରତୀୟ ସେନା ଏଲ୍ଏସିରେ ତୟାର ରହିଛନ୍ତି । ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଠାରୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ଏବଂ ଉତ୍ତର ଭାରତର ସମସ୍ତ ଏୟାରବେସ୍ ପର୍ଯ୍ୟନ୍ତ ଚୀନର ପ୍ରତ୍ୟେକ କାର୍ଯ୍ୟକୁ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି । ଯେଉଁ ଅଞ୍ଚଳ ପାଇଁ ଚୀନ୍ ସହିତ ବିବାଦ ଦେଖାଦେଇଛି, ସେହି ଅଞ୍ଚଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଥଣ୍ଡା ଅନୁଭୂତ ହେବ । ଥଣ୍ଡାର ତାପମାତ୍ରା ଏତେ କମ୍ ଯେ, ସେଠାରେ ସାଧାରଣ ମଣିଷର ରକ୍ତ ମଧ୍ୟ ଜମାଟ ବାନ୍ଧି ଯାଏ । ତେବେ ଏଭଳି ପରିସ୍ଥିତିରେ, ଯବାନମାନଙ୍କର ଯେଭଳି କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ସେନା ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି ।