ଜାତୀୟ ରାଜପଥର ଲୁଟେରାଙ୍କ ଆତଙ୍କ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ…

1 min read

ଖୋର୍ଦ୍ଧା: ମାତିଛନ୍ତି ଲୁଟେରା । ରାତିର ଅନ୍ଧାରରେ ଲୁଟିବାରେ ସଫଳ ହେଉଛନ୍ତି ଦୁର୍ବୃତ୍ତମାନେ । କେଉଁଠି ଦୋକାନ ତାଲା ଭାଙ୍ଗି ଲୁଟୁଛନ୍ତି ତ କେଉଁଠି  ମାରଣାସ୍ତ୍ର ଦେଖାଇ ଲୁଟିନେଉଛନ୍ତି ଟଙ୍କା ସହ ଅନ୍ୟ ମୁଲ୍ୟବାନ ଜିନିଷ । ଖୋର୍ଦ୍ଧା-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ଲୁଟେରାଙ୍କ ଆତଙ୍କ ଏବେ ନିଦ ହଜାଇଛି । ଗତକାଲି ଏକ ଦୋକାନର ତାଲା ଭାଙ୍ଗି ହେଲମେଟ ପିନ୍ଧା ଲୁଟେରା ଲୁଟିଥିବା ବେଳେ ଆଜି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟିଛନ୍ତି ।

ଗାଡ଼ି ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟିନେଇଛନ୍ତି ଟଙ୍କା ଓ ମୋବାଇଲ । ଗତକାଲି ବିଳମ୍ବିତ ରାତିର ଏ ଘଟଣା ସାମ୍ନାକୁ ଆସିଛି ।  ଗଙ୍ଗପଡ଼ା ଛକରେ ଏକ କ୍ୟାଣ୍ଟର ଗାଡି  ଓ ଯାଆଁଳା ଓଭରବ୍ରିଜରେ କୁକୁଡ଼ା ଚିଆଁ ବୋଝେଇ ଗାଡିକୁ ଅଟକାଇବା ସହ ଡ୍ରାଇଭରଙ୍କୁ ହାଣି ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୨ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି ଜାଆଁଳା ପୋଲିସ ।

Leave a Reply