ସାରା ରାଜ୍ୟରେ ହେବ କୋଭିଡ୍ ହେଲ୍ପଡେକ୍ସ୍ ଓ କନଫରେନ୍ସ ହଲର ବ୍ୟବସ୍ଥା…

ଭୁବନେଶ୍ୱର: କୋଭିଡ ହସପିଟାଲରେ ହେଲପ ଡେସ୍କ ପ୍ରତିଷ୍ଠା ପାଇଁ ଆଡଭାଇଜରୀ ଜାରି କଲେ ସରକାର । ପ୍ରତି କୋଭିଡ ହସପିଟାଲରେ ରହିବ ୨୪ଘଣ୍ଟିଆ ହେଲପ ଡେସ୍କ । କୋଭିଡ ହସପିଟାଲ ହେଲପ ଡେସ୍କ ନମ୍ବର ଟୋଲ ଫ୍ରି ରହିବ । ସରକାରୀ ଓ ଘରୋଇ କୋଭିଡ ହସପିଟାଲରେ ହେବ ହେଲପ୍ ଡେସ୍କ । ଟୋଲ ଫ୍ରି ନମ୍ବର ସର୍ବସାଧାରଣଙ୍କୁ ଜଣାଇବା ପାଇଁ ବ୍ୟବସ୍ଥା ହେବ । ହେଲପ ଡେସ୍କକୁ ଆସୁଥିବା ଫୋନ ୨୪ ଘଣ୍ଟା ରିସିଭ ହେବ ।

ହସପିଟାଲ କର୍ତ୍ତୃପକ୍ଷ ସିପ୍ଟ ଅନୁଯାୟୀ କର୍ମଚାରୀ ନିଯୁକ୍ତ କରିବେ । କରୋନା ରୋଗୀଙ୍କ ସମ୍ପର୍କରେ ପରିବାରକୁ ସୂଚନା ମିଳିବ । ଟେଲିଫୋନ ମାଧ୍ୟମରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦିଆଯିବ । ହ୍ୱାଟସଆପ ମାଧ୍ୟମରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇପାରିବେ । କୋଭିଡ ହସପିଟାଲରେ କନଫରେନ୍ସ ହଲ୍ ବ୍ୟବସ୍ଥା ରହିବ । ଏଥିରେ ଟିଭି ଓ କ୍ୟାମେରା ଲାଗିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦିନକୁ ଥରେ ତଥ୍ୟ ସଂଗ୍ରହ ହେବ । କଲ୍ ରିସିଭ ହେଉନଥିବା ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି

Leave a Reply