-୨୫ ଡିଗ୍ରୀରେ ବି ହେବ ପନିପରିବା ଚାଷ, ଭାରତୀୟ ସେନାଙ୍କ ପାଇଁ ରହିବନି ଖାଦ୍ୟର ଅଭାବ

1 min read
Dihar Producing Vegetables In Ladakh For Troops Stationed In LAC

ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ପ୍ରବଳ ଥଣ୍ଡାରେ ମୁତୟନ ହୋଇଛନ୍ତି ଭାରତୀୟ ସେନା । ସେମାନଙ୍କ ପାଇଁ ଚାଲିଛି ଏକ ବଡ଼ ପ୍ରୟାସ । ଯବାନ ମାନଙ୍କର ଖାଇବାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ବୈଜ୍ଞାନିକମାନେ ଅହରହ ଚେଷ୍ଟା ଚଳାଇଛନ୍ତ । ସବୁଠୁ ବଡ଼ କଥା ହେଲା -୨୫ ଡିଗ୍ରୀରେ ମଧ୍ୟ କିଭଳି ଫ୍ରେସ୍ ପରିବା ଉତ୍ପାଦନ କରିହେବ ସେନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ଏଲ୍ଟିଟ୍ୟୁଡ୍ ରିସର୍ଚ୍ଚ ପକ୍ଷରୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି ।
ମାଇକ୍ରୋଗ୍ରିନ୍ ଟେକ୍ନୋଲୋଜି ମାଧ୍ୟମରେ ଲେହ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ ପାଇଁ ଅନୁଷ୍ଠାନ ପକ୍ଷରୁ ପରୀକ୍ଷଣ କରାଯାଉଛି । ପନିପରିବା ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରି ଏହି ଅଞ୍ଚଳରେ ଚାଷ କାର୍ଯ୍ୟ କରାଯାଉଛି । କୋବି, ଟମାଟୋ, ଲଙ୍କା, ବାଇଗଣ ସମେତ ବିଭିନ୍ନ ପନିପରିବା ଏଠାରେ ଚାଷ କରାଯାଉଛି ।

DIHAR ବୈଜ୍ଞାନିକ ଡ.ଦୋରଜେଙ୍କର କହିବାନୁଯାୟୀ, ଭାରତୀୟ ସୈନିକମାନେ ଯେଉଁ ଅଞ୍ଚଳରେ ମୁତୟନ ଅଛନ୍ତି ତାହା ବହୁତ ଉଚ୍ଚତାରେ ରହିଛି । ମାଇକ୍ରୋଗ୍ରୀନ୍ ଟେକ୍ନୋଲୋଜି ମାଧ୍ୟମରେ ଉତ୍ପାଦିତ ପନିପରିବା ସେମାନଙ୍କ ପାଖରେ ପହଞ୍ଚାଯାଇ ପାରିବ । ଏହି ପଦ୍ଧତି ଦ୍ୱାରା ବରଫ ଅଞ୍ଚଳରେ ମଧ୍ୟ ଯବାନମାନଙ୍କ ପାଇଁ ଖାଦ୍ୟର ଅଭାବ ରହିବ ନାହିଁ ।
ଅଣ୍ଡରଗ୍ରାଉଣ୍ଡ ଗ୍ରୀନହାଉସରେ ପନିପରିବା ଷ୍ଟୋର କରିବାକୁ ପ୍ରସ୍ତୁତି DIHARର ନିର୍ଦ୍ଦେଶକ ଓପି ଚୌରାସିଆ କହିଛନ୍ତି ଯେ, ଏଠାରେ ଏକ ଅଣ୍ଡରଗ୍ରାଉଣ୍ଡ ଗ୍ରୀନ୍ ହାଉସ ରହିଛି । ତେଣୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ଯେ, ଏଭଳି ଥଣ୍ଡା ପରିବେଶରେ କିଭଳି ଅଧିକରୁ ଅଧିକ ପନିପରିବା ଏହି ଷ୍ଟୋରରେ ଗଚ୍ଛିତ ରଖିହେବ । ସେ ଆହୁରି କହିଛନ୍ତି ଯେ, ଏଭଳି ଏକ ଷ୍ଟୋର ସେ ପ୍ରସ୍ତୁତ କରିଛନ୍ତି ଯେ, ଯେଉଁଠାରେ ଉତ୍ପାଦିତ ପନିପରିବାକୁ ପ୍ରାୟ ୪ରୁ ୫ ମାସ ପର୍ଯ୍ୟନ୍ତ ଗଚ୍ଛିତ ରଖି ହେବ ।
ସୂଚନାଯୋଗ୍ୟ ଯେ, LAC ମୁତୟନ ଭାରତୀୟ ସେନା କୌଣସି ବି ପରିସ୍ଥିତିରେ ପଛକୁ ହଟିବାକୁ ଚାହୁଁନାହିଁ । ଚୀନକୁ ସବୁ କ୍ଷେତ୍ରରେ ଦୃଢ଼ ଜବାବ ଦେବା ପାଇଁ ଭାରତୀୟ ସେନା ଏଲ୍ଏସିରେ ତୟାର ରହିଛନ୍ତି । ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଠାରୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ଏବଂ ଉତ୍ତର ଭାରତର ସମସ୍ତ ଏୟାରବେସ୍ ପର୍ଯ୍ୟନ୍ତ ଚୀନର ପ୍ରତ୍ୟେକ କାର୍ଯ୍ୟକୁ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି । ଯେଉଁ ଅଞ୍ଚଳ ପାଇଁ ଚୀନ୍ ସହିତ ବିବାଦ ଦେଖାଦେଇଛି, ସେହି ଅଞ୍ଚଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଥଣ୍ଡା ଅନୁଭୂତ ହେବ । ଥଣ୍ଡାର ତାପମାତ୍ରା ଏତେ କମ୍ ଯେ, ସେଠାରେ ସାଧାରଣ ମଣିଷର ରକ୍ତ ମଧ୍ୟ ଜମାଟ ବାନ୍ଧି ଯାଏ । ତେବେ ଏଭଳି ପରିସ୍ଥିତିରେ, ଯବାନମାନଙ୍କର ଯେଭଳି କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ସେନା ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି ।

Leave a Reply