ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ଭୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ କରୋନା ପରୀକ୍ଷଣ ବଢୁଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରୁଛନ୍ତି । ତେବେ ଏସବୁ ମଧ୍ୟ କରୋନାକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏବଂ  ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନକରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି ।

ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଏନେଇ ସମସ୍ତ ହସପିଟାଲ ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ମୃତଦେହ ପରିବାରକୁ ହସ୍ତାନ୍ତର ବିଳମ୍ବ ହେଉଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ କୁହାଯାଇଛି । ରୋଗୀଙ୍କ ବେଡ୍‌ ହେଡ୍‌ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ ଓ କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରାଯିବ ।

ତେବେ ରୋଗୀଙ୍କର ପୂର୍ବରୁ କେଉଁ ରୋଗ ଥିଲା ଓ ଆଡମିସନ୍ ବେଳେ କେଉଁ ଲକ୍ଷଣ ଥିଲା ସେନେଇ ରାଜ୍ୟସ୍ତରୀୟ ଡେଥ୍ ଅଡିଟ୍ କମିଟି ନିକଟରେ ଦାଖଲ କରିବା ପାଇଁ କୁହାଯାଇଛି । ଫଳରେ ରୋଗୀ କରୋନା କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଛନ୍ତି ସେନେଇ ସ୍ପଷ୍ଟ ହୋଇପାରିବ ।

Leave a Reply