spot_img
Home Blog Page 6437

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୪ ଜଣଙ୍କୁ ହାଣିଦେଲା ଦୁର୍ବୃତ୍ତ

ଭୁବନେଶ୍ୱର: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାଲିପାଟଣା ଥାନା ପ୍ରଧାନପାଟଣାରେ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ପ୍ରଧାନପାଟଣାର ସରୋଜ ନାଥ, ରଞ୍ଜନ ସାହୁ, ଦିପକ ନାଥ ଏବଂ ମନୋଜ ସାହୁ । ସେପଟେ ଆକ୍ରମଣକାରୀ ରମାକାନ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ପ୍ରଥମିତ ତଦନ୍ତ ଆରମ୍ଭ କରିଛି । ଫେରାର ହୋଇଥିବା ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ପୋଲିସ ତାର ଜାଲ ବିଛାଇଛି ।

ସୂଚନା ଅନୁଯାୟୀ, ଠିକାଦାର କାର୍ଯ୍ୟକୁ ନେଇ ପ୍ରଧାନପାଟଣା ଗ୍ରାମବାସୀଙ୍କ ସହ ରମାକାନ୍ତଙ୍କ ପୂର୍ବଶତ୍ରୁତା ଥିବା ଜଣାପଡ଼ିଛି । କାର୍ଯ୍ୟକୁ ନେଇ ଅନେକ ବାର ମଧ୍ୟ ଝଗଡ଼ା ହୋଇଛି । କିନ୍ତୁ ବୁଧବାର ରାତିରେ ଝଗଡ଼ା ତାର ସୀମା ଲଙ୍ଘିଥିଲା । ରାତ୍ରି ପ୍ରାୟ ୯ଟାରେ ରଞ୍ଜନ ସାହୁଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା ରମାକାନ୍ତ । ଗ୍ରାମର ଅନ୍ୟମାନେ ଘଟଣା ସ୍ଥଳରେ ପହଁଞ୍ଚିବା ବେଳେ ରମାକାନ୍ତ ଘର ଭିତରୁ ଏକ ଭୁଜାଲି ଆଣି ସରୋଜ, ରଞ୍ଜନ, ଦୀପକ, ମନୋଜଙ୍କୁ ହାଣିଥିଲେ । ଆକ୍ରମଣରେ ସମସ୍ତଙ୍କ ମୁଣ୍ଡ, ହାତ ଓ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବାଲିପାଟଣା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଷ ଝାଡ଼ିବାକୁ ହସପିଟାଲ ପରିସରରେ ଝଡ଼ାଫୁଙ୍କା, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍

ବାଲେଶ୍ୱର: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ । ଖୋଦ ଡାକ୍ତରଖାନାରେ ହେଉଛି ଅନ୍ଧବିଶ୍ୱସରେ ଚିକିତ୍ସା । ଆଉ ଚିକିତ୍ସା କରୁଛନ୍ତି ଗୁଣିଆ ଡାକ୍ତର ବାବୁ । ସାପ ବିଷ ଝାଡ଼ିବାକୁ ହସପିଟାଲ ପରିସରରେ ହେଉଛି ଝଡ଼ାଫୁଙ୍କା । ବାଲେଶ୍ଵର ବାଲିଆପାଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ସବୁଠୁ ବଡ଼ କଥା, ଏଭଳି ଝଡ଼ାଫୁଙ୍କା କରୁଛନ୍ତି ଖୋଦ ସ୍ୱାସ୍ଥ୍ୟ କର୍ମୀ । ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୟାନିଧି ନାୟକ କରୁଛନ୍ତି ଚିକିତ୍ସା ।

ଗତ କିଛି ଦିନ ପୂର୍ବରୁ ବାଲିଆପାଳ ବ୍ଲକ କୁଲହାଚଡ଼ ଗାଁର ଜଣେ ଯୁବକଙ୍କୁ ସାପ କାମୁଡ଼ି ଥିଲା । ଏହାପରେ ପରିବାର ଲୋତେ ତାଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଦେଖିବା ପରେ ରୋଗୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ । ହେଲେ କିଛି ସ୍ୱାସ୍ଥ୍ୟକର୍ମୀ ହସପିଟାଲ ପରିସରରେ ହିଁ ଆରମ୍ଭ କରିଥିଲେ ଝଡ଼ାଫୁଙ୍କା । ସ୍ୱିପର ହାତରେ ଅରଖ ଗଛର କ୍ଷୀର ଲଗାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି ।

 

ବାରହା ଶିକାରକୁ ଯାଇ ଚାଲିଗଲା ଜୀବନ, ଶିକାରୀ ଗୁଳିରେ ଶିକାର ହୋଇଗଲେ ସାଥୀ

ରାୟଗଡ଼ା: ଶିକାରୀ ହେଇଗଲା ଶିକାର । ବାରହା ଶିକାର ପାଇଁ ଯାଇଥିବା ବେଳେ ସାଥି ଶିକାରୀ ଗୁଳିରେ ସହଯୋଗୀଙ୍କ ଜୀବନ ଯାଇଛି । ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା କାଳିଆଯୋଡ଼ିର ଏ ଘଟଣା । ମୃତକ ହେଲେ ଖଗେଶ୍ୱର ଝଡ଼ିଆ । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ସହ ଶେଷକୃତ୍ୟ ବେଳେ ପୋଲିସ ପହଞ୍ଚି ଅର୍ଦ୍ଦଦଗ୍ଧ ମୃତଦେହ ଉଦ୍ଧାର କରିଛି । ଘଟଣାରେ ୧୮ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଅଣ୍ଡରାକାଞ୍ଚ ପୋଲିସ ।

ସୂଚନା ଅନୁସାରେ ଗତ କାଲି ରାତିରେ  ଗାଁର କିଛି ଯୁବକ ପାଖ ଜଙ୍ଗଲକୁ ବାରହା ଶିକାର ପାଇଁ ଯାଇଥିଲେ । ତେବେ ଭୁଲବଶତଃ ଖଗେଶ୍ୱରଙ୍କ ଦେହରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଘଟଣାର ଅଧିକ ତଦନ୍ତ କରୁଥିବା କହିଛନ୍ତି ରାୟଗଡ଼ା ପୋଲିସ୍‌ ।

ବଇରି ସାଜିଲା ସାବତ ବାପା, ପିଟି ପିଟି ମାରିଦେଲା ୪ ବର୍ଷର ଶିଶୁକନ୍ୟାକୁ

ସୁନ୍ଦରଗଡ଼: ବାପା ସାଜିଲା ବଇରି । ହାତ ଧରି ରାସ୍ତା ଦେଖାଇବା ବଦଳରେ ପାଲଟିଲା ରାକ୍ଷସ । ଯେଉଁ ହାତରେ ଝିଅକୁ ଚାଲିବା ଶିଖାଇଥାନ୍ତା ସେଇ ହାତରେ ମାଡ଼ମାରି ମାରିଦେଲା ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୋଇଡ଼ା ଥାନା ଲାଲହାଟିଙ୍ଗ ଗାଁରେ । ବାପା ହାତରେ ବଳି ପଡ଼ିଗଲା ନିରିହ କୋମଳ ଶିଶୁ କନ୍ୟା । ବାପାର ନୃଶଂସ ତାର ସାୟାରୁ ବଞ୍ଚି ପାରିଲାନି ଶିଶୁକନ୍ୟା । ୪ ବର୍ଷର ଶିଶୁକନ୍ୟାକୁ ପିଟିପିଟି ହତ୍ୟା କଲା ସାବତ ବାପା । ହତ୍ୟା ପରେ ଅଭିଯୁକ୍ତ ସାବତ ବାପା ଅରୁଣ ଲାଖୁଆ ଫେରାର ହୋଇଯାଇଛି । ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶିଶୁକନ୍ୟାର ମୃତଦେହ ରାଉରକେଲା ସରକାରୀ ଚିକିତ୍ସାଳୟର ମର୍ଗ ହାଉସରେ ରଖାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୧ ତାରିଖ ସନ୍ଧ୍ୟାରେ ସାବତ ବାପା ଅରୁଣ ଲାଖୁଆ ଝିଅ ଶିବାନୀ ଲାଖୁଆଙ୍କୁ ଏକ ଲାଠିରେ ମାଡ଼ ମାରିଥିଲେ । ମାଡ଼ରେ ଗୁରୁତର ଆହତ ହୋଇଥିଲା ଝିଅ । ଗରୁତର ଭବେ ଆହତ ପରେ ପ୍ରଥମେ ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ଅଧିକ ଗୁରୁତର ହେବାରୁ କୋଇଡ଼ା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ରାଉରକେଲା ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା । ତେବେ ଡାକ୍ତରଖାନା ଜିବା ବାଟରେହିଁ ଝିଅର ମୃତ୍ୟୁ ହୋଇଥିଲା । ଅରୁଣ ଲାଖୁଆ ଏବେ ଫେରାର ରହିଛି । ମାଡ଼ ମାରିବା ଫଳରେ ଝିଅର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ  ।

ବ୍ରହ୍ମପୁର ରାଧାକୃଷ୍ଣ ମନ୍ଦିର ମଧ୍ୟରେ ପଥରରେ ଛେଚି ଛେଚି ମାରିଦେଲେ

ଗଞ୍ଜାମ: ବ୍ରହ୍ମପୁର ବଜାର ଥାନା ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ବ୍ୟକ୍ତିଙ୍କୁ ହତ୍ୟା । କେହି ତାଙ୍କୁ ପଥରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ନାଁ କାଳିଆ ବୋଲି ଜଣାପଡ଼ିଛି । ମୃତକ ଜଣକ ମନ୍ଦିର ଜଗୁଆଳି ଭାବେ କାମ କରୁଥିବା ସୂଚନା ମିଳିଛି । ମନ୍ଦିର ପଛପଟ ପାଚେରୀ ଡେଇଁ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ଭିତରକୁ ଆସିଲେ କେମିତି ।

ମନ୍ଦିର ମଧ୍ୟରେ ଦୁର୍ବୃତ୍ତ ମାନେ ତାଙ୍କୁ ହତ୍ୟା କଲେ କାହିଁକି ? ଏଭଳି ଅନେକ ପ୍ରଶ୍ନ ଉପୁଜିଛି । ବଡ଼ବଜାର ଥାନା ଅଧିନରେ ଏଭଳି ଘଟଣା ଘଟିଛି । କିଛି ଦୁର୍ବୃତ୍ତ ଆସି ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା କେଉଁଥି ପାଇଁ ହୋଇଛି ପୋଲିସ ମଧ୍ୟ ତାର ପ୍ରକୃତ କାରଣ ମିଳିପାରିନାହିଁ । ପୋଲିସ ପହଞ୍ଚିଲା ପରେ ଏବେ ସନ୍ଧାନି କୁକୁର ପହଞ୍ଚିଲା ପରେ ଅଧିକ ତଦନ୍ତ ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ମୃତକ କାଳିଆ ସାହୁ ହେଉଛନ୍ତି ଉକ୍ତ ଗାଁର । ସେ ଘରୁ କଳି ଲଗାଇଆ ଆସି ବାହାରେ ରହୁଥିଲେ । ଆଖ ପାଖ ଗାଁରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ତାଙ୍କୁ ଗତ ରାତିରେ ରାଧାକୃଷ୍ଣ ମନ୍ଦିରରେ ହତ୍ୟା କରିଛନ୍ତି । ତେବେ ଏବେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ଚାକିରୀ କରାଇ ଦେବାକୁ କହି ମାଗୁଥିଲେ ୫୦ ହଜାରର ଲାଞ୍ଚ, ଏବେ ଜେଲରେ

ପାରାଦୀପ: ଲାଞ୍ଚ ହେଲା କାଳ । ୩୦ ହଜାର ଲାଞ୍ଚ ନେବା ବେଳେ ଗିରଫ ହେଲେ ପାରାଦୀପ ବନ୍ଦର କୋଷ୍ଟଗାର୍ଡ ଇଲେକ୍ଟ୍ରିକାଲ ଜେଇ ରାଜୀବ ରଂଜନ ରେଡ୍ଡୀ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ରାଜୀବଙ୍କୁ ଗିରଫ କରିଛି ସିବିଆଇ । ଠିକାଦାରଙ୍କ ଅଧିନରେ ୬ଜଣ ପିଲାଙ୍କୁ କାମ କରିବାକୁ ଅନୁମତି ପାଇଁ ୫୦ ହଜାର ଦାବି କରିଥିଲେ ଜେଇ ରାଜୀବ ରଂଜନ ।

ତେବେ ୩୦ ହଜାରରେ କଥା ଛିଣ୍ଡି ଥିବା ବେଳେ, ସିବିଆଇ ଠାରେ ଅଭିଯୋଗ କରିଥିଲେ ଠିକାଦାର ମୋହନ ପରିଡ଼ା ।  ଅଭିଯୋଗ ପରେ ସିବିଆଇର ୧୪ ଜଣିଆ ଟିମ୍ ପାରାଦୀପ ପହଞ୍ଚି ଜେଇ ରାଜୀବ ରେଡ୍ଡୀଙ୍କୁ ଧରିଥିଲା । ଏଥିସହ ଜେଇଙ୍କ ଅଫିସ ଓ ବାସଗୃହରେ ଚଢାଉ କରି ବହୁ ପରିମାଣର କାଗଜପତ୍ର ଜବତ କରାଯାଇଛି ।  ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ୟୁଏଇରେ ମୁମ୍ବାଇର ପ୍ରଥମ ବିଜୟ, କୋଲକାତାକୁ ୪୯ ରନରେ କଲା ପରାସ୍ତ

ଭୁବନେଶ୍ୱର: ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚକୁ ନିଜର ଦମଦାର ପ୍ରଦର୍ଶନ ସହ ହାତେଇ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ୮୦ ରନ୍ ଏବଂ ୟର୍କମ୍ୟାନ୍ ଜସପ୍ରୀତ ବୁମ୍ରାଙ୍କ ଦମଦାର ବୋଲିଂରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ କେକେଆରକୁ ୪୯ ରନ୍ ବ୍ୟବଧାନରେ ପରାସ୍ତ କରିଛି । ମୁମ୍ବାଇ ଇଣ୍ଡିଆନ୍ସ (MI) ୨୦ ଓଭରରେ ୫ ୱିକେଟରେ ୧୯୫ ର ଏକ ଶକ୍ତିଶାଳୀ ସ୍କୋର କରିଥିଲା ​​ଏବଂ ପରେ କୋଲକାତାକୁ ୯ ୱିକେଟ୍ ନେଇ  ରନ୍ କରିଥିଲା ୧୪୬ ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅଧିନାୟକ ତଥା ଓପନର୍ ରୋହିତ ଶର୍ମା ୩୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ୫୪ଟି ବଲରେ ୩ଟି ଚୌକା ଏବଯ ଓ ୬ ଛକା ସହାୟତାରେ ୮୦ ରନ୍ କରି ଆଉଟ୍ ହୋଇଥିଲେ । ୟୁଏଇରେ ଏହା ମୁମ୍ବାଇର ପ୍ରଥମ ବିଜୟ | ଏହାପୂର୍ବରୁ ‘ଆଇପିଏଲ୍ ୨୦୧୪’ର ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ୟୁଏଇରେ ମୋଟ ୫ ଟି ମ୍ୟାଚ୍ ଖେଳିଥିଲା ​​ଏବଂ ସମସ୍ତ ମ୍ୟାଚରେ ହାରିବାକୁ ପଡ଼ିଥିଲା । ଏହା ପରେ, ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ହାତରେ ପରାସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ୟୁଏଇରେ ମୁମ୍ବାଇ ପାଇଁ ଏହା ପ୍ରଥମ ବିଜୟ।

ଖଣି ଅଞ୍ଚଳର ଥିବା ଆଇଟିଆଇଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର କରିବେ ସରକାର, ବଢ଼ିବ ନିଯୁକ୍ତ ସୁଯୋଗ …

ଭୁବନେଶ୍ୱର: ସରକାରୀ ଆଇଟିଆଇରେ ଶତ ପ୍ରତିଶତ ନିଯୁକ୍ତି ରହୁଛି । ହେଲେ ଏହାର ପାଠ୍ୟକ୍ରମ ସିମୀତ ରହିବାରୁ, ଶିକ୍ଷାର ବିକାଶ ଅଟକି ଯାଉଛି । ବିଶେଷ କରି ଖଣି ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକନିକ୍ କଲେଜରେ ଏପରି ଲକ୍ଷ୍ୟ କରାଯାଉଛି । ହେଲେ ଏଣିକି ଖଣି ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜ ଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର କରିବେ ରାଜ୍ୟ ସରକାର ।

ଏଥିରେ ବଡ଼ବିଲ ଓ ଯାଜପୁର ପଲିଟେକନିକ୍, ଆଇଟିଆଇ ବଡ଼ବିଲ, ମାଇନିଂ ଇଂଜିନିୟରିଂ କଲେଜ କେନ୍ଦୁଝର, ଆଇଟିଆଇ ରାଉରକେଲା, ୟୁଜିଆଇଇ ରାଉରେକଲା ସାମିଲ ହେବ । ଯେଉଁଥିରେ ଆଇଟି ଲାବରୋଟରିର ଆଧୁନିକିକରଣ, ଦକ୍ଷତା ବିକାଶ କ୍ଲାସ୍, କର୍ମଶାଳା, ଆଧୁନିକ କ୍ଲାସରୁମ୍ ଓ ହଷ୍ଟେଲ ସୁବିଧାର ଉନ୍ନତି କରାଯିବ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଓମବାଡସ୍ । ଉତ୍କର୍ଷ କେନ୍ଦ୍ର ହେଲେ ଡ୍ରୋନ ପାଇଲଟିଂ, ସୋଲାର ଟେକନୋଲୋଜି, ସ୍କାର୍ଟ ଏଗ୍ରିକଲଚର, ସ୍ମାର୍ଟ ହର୍ଟିକଲଚର, ରୋବୋଟିକ୍ ଟେକନୋଲୋଜି, ମେକାଟ୍ରୋନିକସ୍, ଆଡିଟିଭ୍ ମ୍ୟାନୁଫାଚରିଂ ଟେକନୋଲେଜି ପରି ନୂଆ ପାଠ୍ୟକ୍ରମ ଆରମ୍ଭ ହେବ ।

ଏହି କ୍ରମରେ ବଡ଼ବିଲ ଆଇଟିଆଇକୁ ଦେଶର ମଡେଲ ଆଇଟିଆଇ ଭାବେ ଚିହ୍ନଟ କରାଯାଇଛି । କଟକ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ୱର ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର କରାଯାଇଛି । ଏଠାରେ ମାରୁତି ସୁଜୁକି, ଆଇପିଏସସି, ଏଚଏସଆଇଏଲ୍ ଓ ସେନିଡର ଇଲେକଟ୍ରିକ୍ ପରି କଂପାନୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେଉଛନ୍ତି ।

ଡ୍ରଗ୍ସ ଜବତ ହୋଇନାହିଁ କି ମେଡିକାଲ ଟେଷ୍ଟ ବି ହୋଇନି ! ତେବେ କାହିଁକି ଛାନିଆ ହେଉଛନ୍ତି ସେଲିବ୍ରିଟି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ‌ ତଦନ୍ତ ପରେ ଏବେ ପୂରା ବଲିଉଡ୍‌ ଥରହର ହୋଇଉଠିଛି । ଡ୍ରଗ୍ସ ଲିଙ୍କ୍‌  ନେଇ ଏନ୍‌ସିବି ଜୋରଦାର ଖୋଳତାଡ଼ ଚଳାଇଛି । ଏନ୍‌ସିବି ପକ୍ଷରୁ ତଦନ୍ତକୁ ଯେତିକି ଜୋର୍‌ ଦିଆଯାଉଛି ବଲିଉଡ୍‌ରେ ଡ୍ରଗ୍ସ ଗୁମର ପେଡ଼ି ସେତିକି ଖୋଲିବାରେ ଲାଗିଛି । ଅନ୍ୟପଟେ ଡ୍ରଗ୍ସ କାରବାର ନେଇ ସୁଶାନ୍ତ ସିଂହଙ୍କ ଗାର୍ଲ ଫ୍ରେଣ୍ଡ ରିୟା ଏବେ ଜେଲ୍‌ରେ । ରିୟାଙ୍କୁ ଜେରା ପରେ ମିଳିଥିବା ତଥ୍ୟକୁ ଆଧାର କରି ଏନ୍‌ସିବି ବଲିଉଡ୍‌ରେ ଡ୍ରଗ୍ସର ଖିଅ ଖୋଜିବାରେ ଲାଗିଛି ।

Sara Riya Rakul

ତେବେ ରିୟାଙ୍କୁ ଜେରା ପରେ କିଛି ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନ୍‌ସିବି ପକ୍ଷରୁ ରକୁଲ ପ୍ରୀତ୍‌ ସିଂହ, ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କାପୁରଙ୍କ ଭଳି ପ୍ରାୟ ୭ ଜଣଙ୍କୁ ସମନ କରାଯାଇଛି । ୨୫ ତାରିଖରେ ଦିପିକା ପାଦୁକୋନ୍‌ଙ୍କୁ ଜେରା ପାଇଁ ଡକାଯାଇଥିବା ବେଳେ ୨୬ରେ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ଜେରା କରିବ ଏନ୍‌ସିବି । ଏହା ପରେ ରାକୁଲ ପ୍ରୀତ୍‌ ସିଂହ ଓ ସିମୋନ ଖମ୍ବାଟାଙ୍କ ପାଳି ପଡ଼ିବ ବୋଲି ସୂଚନା ମିଳିଛି ।

ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି, ଯେଉଁ ସବୁ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ଡ୍ରଗ୍ସ କନେକ୍ସନ୍‌ ନେଇ ସାମ୍ନାକୁ ଆସିଛି ସେମାନଙ୍କଠାରୁ ଏନ୍‌ସିବି ନା ତ ଡ୍ରଗ୍ସ ଜବତ କରିଛି ନା ସେମାନଙ୍କ ମେଡିକାଲ ଟେଷ୍ଟ କରାଯାଇଛି । ତେବେ ସେମାନେ କାହିଁକି ଏନ୍‌ସିବି ଜାଲରେ ଫସୁଛନ୍ତି ?

ସୂଚନା ଅନୁଯାୟୀ, ଏବେ ଏନ୍‌ସିବି କେବଳ ଜଣେ ବ୍ୟକ୍ତିକୁ ଆଧାର କରି ତଦନ୍ତ କରୁ ନାହିଁ । ବରଂ ଛୋଟ ଛୋଟ ଡ୍ରଗ୍ସ ରାକେଟ୍‌ ସମେତ ବଡ଼ ଡ୍ରଗ୍ସ କାରବାର କରୁଥିବା ସିଣ୍ଡିକେଟ୍‌ ଉପରେ ନଜର ରଖିଛି । ଯେଉଁମାନେ ଡ୍ରଗ୍ସ ଆମଦାନୀ କରୁଛନ୍ତି ବା ଏକ ବଡ଼ ସିଣ୍ଡିକେଟ୍‌ ଚଳାଉଛନ୍ତି ସେମାନଙ୍କୁ ଧରିବା ପାଇଁ ଏନ୍‌ସିବି ଜାଲ ବିଛାଇଛି । ଏହି ଉଦ୍ଦେଶ୍ୟ ରଖି ଏନ୍‌ସିବି ପ୍ରଥମେ ରିୟାଙ୍କୁ ଗିରଫ କରିନଥିଲା ବରଂ ତାଙ୍କ ସହ ଯୋଗାଯୋଗରେ ଥିବା ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଥିଲା ।

ସେହି ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରି ଜେରା କରିଥିଲା ଏନ୍‌ସିବି । ସେମାନଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତକୁ ତୀବ୍ର କରିଥିଲା । ଏହି ଜେରା ବେଳେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା । ସେହି ନାଁ ଗୁଡ଼ିକୁ ନେଇ ଏନ୍‌ସିବି କୋର୍ଟରେ ହାଜର ହୋଇଥିଲା । କୋର୍ଟରେ ଏନ୍‌ସିବି ନିଜର ପକ୍ଷ ରଖିବା ପରେ ସେଲିବ୍ରିଟିଙ୍କୁ ସମନ କରିଛି ଏବଂ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଫଳରେ ଅନେକ ନୂଆ ନୂଆ ନାଁ ଏହି ତାଲିକାରେ ଯୋଡ଼ି ହୋଇଛି ।

Deepika Padukone Depression Jaya Saha Karisma Interrogation NCB

ତେବେ ଏନ୍‌ସିବି ପାଇଁ ସବୁଠାରୁ ବଡ଼ ପ୍ରମାଣ ଭାବେ ଉଭା ହୋଇଛି ହ୍ୱାଟ୍‌ସଆପ୍‌ ମେସେଜ୍‌ । ଏଥିରୁ ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବି ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ହ୍ୱାଟ୍‌ସଆପ୍‌ରୁ ପ୍ରମାଣ ମିଳିଥିବାରୁ ଏନ୍‌ସିବି ପାଇଁ ଡ୍ରଗ୍ସ ଜବତ କରିବା କିମ୍ବା ସିଲିବ୍ରିଟିଙ୍କ ମେଡିକାଲ୍‌ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଉଛି । ବରଂ ଏହି ଡ୍ରଗ୍ସ ସିଣ୍ଡିକେଟ୍‌ରେ ସାମିଲ ଥିବା ସମସ୍ତ ଚେହେରାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଳାଇଛି ଏନ୍‌ସିବି ।

ମାନସିକ ବିକାରଗ୍ରସ୍ତ ଯୁବତୀ ଗର୍ଭଧାରଣ ପ୍ରସଙ୍ଗ: ତୁରନ୍ତ କ୍ଷତିପୂରଣ ପାଇଁ ହାଇକୋର୍ଟର ରାୟ

କଟକ: କୁଜଙ୍ଗ ଭିନ୍ନକ୍ଷମ ମାନସିକ ବିକାରଗ୍ରସ୍ତ ଯୁବତୀ ଗର୍ଭଧାରଣ ପ୍ରସଙ୍ଗ ଉପରେ ଓଡିଶା ହାଇକୋର୍ଟ ଐତିହାସିକ ରାୟ ଦେଇଛନ୍ତି । ଅବିବାହିତ ପୀଡିତା ଅନୈତିକ ଗର୍ଭଧାରଣ କରିବା ପରେ ତାଙ୍କ ମାଆ ଗର୍ଭ ନଷ୍ଟ ପାଇଁ ହାଇକୋର୍ଟ ରେ ଆବେଦନ କରିଥିଲେ । ତେବେ ହାଇକୋର୍ଟ ପୀଡିତା ଗର୍ଭଧାରଣକୁ ୧୬ ସପ୍ତାହ ଅତିକ୍ରମ କରି ଯାଇ ଥିବାରୁ ଗର୍ଭ ନଷ୍ଟ ପାଇଁ ମନା କରିଛନ୍ତି ।

ଅନ୍ୟ ପକ୍ଷରେ ତୁରନ୍ତ ପୀଡିତାଙ୍କୁ  ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ପ୍ରସବ ପରେ ପୁଅ ହେଲେ ୩ ଲକ୍ଷ ଓ  ଝିଅ ହେଲେ ୫ ଲକ୍ଷ କ୍ଷତିପୂରଣ ପିଲାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ପୀଡିତାଙ୍କୁ ୭ ଦିନ ମଧ୍ୟରେ କ୍ଷତିପୂରଣ ଓ ପ୍ରସବର ୧୦ ଦିନ ମଧ୍ୟରେ ପିଲାକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରସବ ପର୍ଯ୍ୟନ୍ତ ଚିକିତ୍ସା ଓ ପ୍ରସବ ଦାୟିତ୍ୱ  ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । ଚିକିତ୍ସା ଓ ପ୍ରସବ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ଏସସିବିରେ କରିବାକୁ  ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି ।