ବିଷ ଝାଡ଼ିବାକୁ ହସପିଟାଲ ପରିସରରେ ଝଡ଼ାଫୁଙ୍କା, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍

ବାଲେଶ୍ୱର: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ । ଖୋଦ ଡାକ୍ତରଖାନାରେ ହେଉଛି ଅନ୍ଧବିଶ୍ୱସରେ ଚିକିତ୍ସା । ଆଉ ଚିକିତ୍ସା କରୁଛନ୍ତି ଗୁଣିଆ ଡାକ୍ତର ବାବୁ । ସାପ ବିଷ ଝାଡ଼ିବାକୁ ହସପିଟାଲ ପରିସରରେ ହେଉଛି ଝଡ଼ାଫୁଙ୍କା । ବାଲେଶ୍ଵର ବାଲିଆପାଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ସବୁଠୁ ବଡ଼ କଥା, ଏଭଳି ଝଡ଼ାଫୁଙ୍କା କରୁଛନ୍ତି ଖୋଦ ସ୍ୱାସ୍ଥ୍ୟ କର୍ମୀ । ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୟାନିଧି ନାୟକ କରୁଛନ୍ତି ଚିକିତ୍ସା ।

ଗତ କିଛି ଦିନ ପୂର୍ବରୁ ବାଲିଆପାଳ ବ୍ଲକ କୁଲହାଚଡ଼ ଗାଁର ଜଣେ ଯୁବକଙ୍କୁ ସାପ କାମୁଡ଼ି ଥିଲା । ଏହାପରେ ପରିବାର ଲୋତେ ତାଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଦେଖିବା ପରେ ରୋଗୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ । ହେଲେ କିଛି ସ୍ୱାସ୍ଥ୍ୟକର୍ମୀ ହସପିଟାଲ ପରିସରରେ ହିଁ ଆରମ୍ଭ କରିଥିଲେ ଝଡ଼ାଫୁଙ୍କା । ସ୍ୱିପର ହାତରେ ଅରଖ ଗଛର କ୍ଷୀର ଲଗାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି ।

 

Leave a Reply