ବାରହା ଶିକାରକୁ ଯାଇ ଚାଲିଗଲା ଜୀବନ, ଶିକାରୀ ଗୁଳିରେ ଶିକାର ହୋଇଗଲେ ସାଥୀ

ରାୟଗଡ଼ା: ଶିକାରୀ ହେଇଗଲା ଶିକାର । ବାରହା ଶିକାର ପାଇଁ ଯାଇଥିବା ବେଳେ ସାଥି ଶିକାରୀ ଗୁଳିରେ ସହଯୋଗୀଙ୍କ ଜୀବନ ଯାଇଛି । ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା କାଳିଆଯୋଡ଼ିର ଏ ଘଟଣା । ମୃତକ ହେଲେ ଖଗେଶ୍ୱର ଝଡ଼ିଆ । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ସହ ଶେଷକୃତ୍ୟ ବେଳେ ପୋଲିସ ପହଞ୍ଚି ଅର୍ଦ୍ଦଦଗ୍ଧ ମୃତଦେହ ଉଦ୍ଧାର କରିଛି । ଘଟଣାରେ ୧୮ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଅଣ୍ଡରାକାଞ୍ଚ ପୋଲିସ ।

ସୂଚନା ଅନୁସାରେ ଗତ କାଲି ରାତିରେ  ଗାଁର କିଛି ଯୁବକ ପାଖ ଜଙ୍ଗଲକୁ ବାରହା ଶିକାର ପାଇଁ ଯାଇଥିଲେ । ତେବେ ଭୁଲବଶତଃ ଖଗେଶ୍ୱରଙ୍କ ଦେହରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଘଟଣାର ଅଧିକ ତଦନ୍ତ କରୁଥିବା କହିଛନ୍ତି ରାୟଗଡ଼ା ପୋଲିସ୍‌ ।

Leave a Reply