ୟୁଏଇରେ ମୁମ୍ବାଇର ପ୍ରଥମ ବିଜୟ, କୋଲକାତାକୁ ୪୯ ରନରେ କଲା ପରାସ୍ତ

1 min read

ଭୁବନେଶ୍ୱର: ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚକୁ ନିଜର ଦମଦାର ପ୍ରଦର୍ଶନ ସହ ହାତେଇ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ୮୦ ରନ୍ ଏବଂ ୟର୍କମ୍ୟାନ୍ ଜସପ୍ରୀତ ବୁମ୍ରାଙ୍କ ଦମଦାର ବୋଲିଂରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ କେକେଆରକୁ ୪୯ ରନ୍ ବ୍ୟବଧାନରେ ପରାସ୍ତ କରିଛି । ମୁମ୍ବାଇ ଇଣ୍ଡିଆନ୍ସ (MI) ୨୦ ଓଭରରେ ୫ ୱିକେଟରେ ୧୯୫ ର ଏକ ଶକ୍ତିଶାଳୀ ସ୍କୋର କରିଥିଲା ​​ଏବଂ ପରେ କୋଲକାତାକୁ ୯ ୱିକେଟ୍ ନେଇ  ରନ୍ କରିଥିଲା ୧୪୬ ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅଧିନାୟକ ତଥା ଓପନର୍ ରୋହିତ ଶର୍ମା ୩୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ୫୪ଟି ବଲରେ ୩ଟି ଚୌକା ଏବଯ ଓ ୬ ଛକା ସହାୟତାରେ ୮୦ ରନ୍ କରି ଆଉଟ୍ ହୋଇଥିଲେ । ୟୁଏଇରେ ଏହା ମୁମ୍ବାଇର ପ୍ରଥମ ବିଜୟ | ଏହାପୂର୍ବରୁ ‘ଆଇପିଏଲ୍ ୨୦୧୪’ର ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ୟୁଏଇରେ ମୋଟ ୫ ଟି ମ୍ୟାଚ୍ ଖେଳିଥିଲା ​​ଏବଂ ସମସ୍ତ ମ୍ୟାଚରେ ହାରିବାକୁ ପଡ଼ିଥିଲା । ଏହା ପରେ, ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ହାତରେ ପରାସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ୟୁଏଇରେ ମୁମ୍ବାଇ ପାଇଁ ଏହା ପ୍ରଥମ ବିଜୟ।

Leave a Reply