ବଇରି ସାଜିଲା ସାବତ ବାପା, ପିଟି ପିଟି ମାରିଦେଲା ୪ ବର୍ଷର ଶିଶୁକନ୍ୟାକୁ

ସୁନ୍ଦରଗଡ଼: ବାପା ସାଜିଲା ବଇରି । ହାତ ଧରି ରାସ୍ତା ଦେଖାଇବା ବଦଳରେ ପାଲଟିଲା ରାକ୍ଷସ । ଯେଉଁ ହାତରେ ଝିଅକୁ ଚାଲିବା ଶିଖାଇଥାନ୍ତା ସେଇ ହାତରେ ମାଡ଼ମାରି ମାରିଦେଲା ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୋଇଡ଼ା ଥାନା ଲାଲହାଟିଙ୍ଗ ଗାଁରେ । ବାପା ହାତରେ ବଳି ପଡ଼ିଗଲା ନିରିହ କୋମଳ ଶିଶୁ କନ୍ୟା । ବାପାର ନୃଶଂସ ତାର ସାୟାରୁ ବଞ୍ଚି ପାରିଲାନି ଶିଶୁକନ୍ୟା । ୪ ବର୍ଷର ଶିଶୁକନ୍ୟାକୁ ପିଟିପିଟି ହତ୍ୟା କଲା ସାବତ ବାପା । ହତ୍ୟା ପରେ ଅଭିଯୁକ୍ତ ସାବତ ବାପା ଅରୁଣ ଲାଖୁଆ ଫେରାର ହୋଇଯାଇଛି । ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶିଶୁକନ୍ୟାର ମୃତଦେହ ରାଉରକେଲା ସରକାରୀ ଚିକିତ୍ସାଳୟର ମର୍ଗ ହାଉସରେ ରଖାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୧ ତାରିଖ ସନ୍ଧ୍ୟାରେ ସାବତ ବାପା ଅରୁଣ ଲାଖୁଆ ଝିଅ ଶିବାନୀ ଲାଖୁଆଙ୍କୁ ଏକ ଲାଠିରେ ମାଡ଼ ମାରିଥିଲେ । ମାଡ଼ରେ ଗୁରୁତର ଆହତ ହୋଇଥିଲା ଝିଅ । ଗରୁତର ଭବେ ଆହତ ପରେ ପ୍ରଥମେ ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ଅଧିକ ଗୁରୁତର ହେବାରୁ କୋଇଡ଼ା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ରାଉରକେଲା ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା । ତେବେ ଡାକ୍ତରଖାନା ଜିବା ବାଟରେହିଁ ଝିଅର ମୃତ୍ୟୁ ହୋଇଥିଲା । ଅରୁଣ ଲାଖୁଆ ଏବେ ଫେରାର ରହିଛି । ମାଡ଼ ମାରିବା ଫଳରେ ଝିଅର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ  ।

Leave a Reply