spot_img
Home Blog Page 6432

Sushant Singh Rajput Case:ରିୟାଙ୍କ ଜାମିନ ଖାରଜ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଖୋଳତାଡ଼ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାରକୁ ନେଇ ଗୁମର ଖୋଲିଛି । ଯାହାପରେ ତାଙ୍କୁ ଜେଲ ହୋଇଛି । ରିୟାଙ୍କୁ ମୁମ୍ବାଇର ବାୟକୁଲ୍ଲା ଜେଲରେ ରଖାଯାଇଛି । ଗତ ଗୁରୁବାରକୁ ରିୟାଙ୍କ ଜାମିନ୍ ଖାରଜ ହୋଇଥିଲା । ତେବେ ରିୟାଙ୍କୁ ଜେଲ ହେବ ନା ତାଙ୍କୁ ବେଲ ମିଳିବ ଏହାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଶୁକ୍ରବାରକୁ କୋର୍ଟ ଶୁଣାଣି କରିଛନ୍ତି । ସୂଚନା ମୁତାବକ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।


କେବଳ ସେତିକି ନୁହେଁ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ କେବଳ ରିୟା ନୁହଁନ୍ତି ବରଂ ଅନ୍ୟ ମାନଙ୍କର ମଧ୍ୟ ଜାମିନ ଖାରଜ ହୋଇଛି । ଖବର ଅନୁସାରେ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବେ ।

ରାଜ୍ୟରେ ୬ ଶହ ପାର ମୃତ୍ୟୁ ସଂଖ୍ୟା, ନୂଆ ୧୪ କରୋନାରେ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ମୃତ୍ୟୁ ପରେ ରାଜ୍ୟରେ ୬୦୫ରେ ପହଞ୍ଚିଛି ମୋଟ ମୃତ୍ୟୁ ସଂଖ୍ୟା । ୧୪ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ଜିଲ୍ଲାରୁ ୫, କଟକରୁ ୧, କଳାହାଣ୍ଡରୁ ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୨, ପୁରୀରୁ ୩, ସମ୍ବଲପୁରରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାନାଙ୍କ ବୟସ ୫୧ ବର୍ଷରୁ ୭୧ ବର୍ଷ ମଧ୍ୟ ରେ । ତେବେ ସମସ୍ତ ରୋଗୀ ପୂର୍ବରୁ କୌଣସିନା କୌଣସି ରୋଗରେ ଆକ୍ରାନ୍ତ ରହିଛନ୍ତି । ଏହା ପରେ ରହିଛି ପୁରୀ ଜିଲ୍ଲା  । ଯେଉଁଠାରେ ୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କର ବୟସ ୪୩ ବର୍ଷରୁ ୮୬ ବର୍ଷ ମଧ୍ୟରେ । ତେବେ ମୟୂର ଭଞ୍ଜରେ ହୋଇଥିବା ୨ ଜଣଙ୍କର ବୟସ ହେଉଛି ୪୫ ଏବଂ ୬୫ ବର୍ଷ ।

ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୧୬୩୭ ।  ତେବେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ୧ ଳକ୍ଷ ୪୩ ହଜାର ୧୧୭ରେ ପହଞ୍ଚିଛି ମୋଟ କରୋନା ସଂଖ୍ୟା । ୧ ଲକ୍ଷ ୮୦ ହଜାର ରୋଗୀ ସୁସ୍ଥ ହୋଇଥିବା ବେଳେ ୩୪ ହଜାର ୪୫୮ ଜଣେ ଏବେ ସଂକ୍ରିୟ ରହିଛନ୍ତି ।  ରାଜ୍ୟରେ ଏବେ ମୋଟ ୨ ଲ୪ ୨୩ ହଜାର ୬୪୧ କମୁଲେଟିଭ ଟେଷ୍ଟ ହୋଇଛନ୍ତି ।

 

ଖୋର୍ଦ୍ଧା ଜିଲ୍ଲାରେ ଅଣାୟତ ହେଉଛି କରୋନା, ରାଜ୍ୟରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୧୬୩୭ ।  ତେବେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ୧ ଳକ୍ଷ ୪୩ ହଜାର ୧୧୭ରେ ପହଞ୍ଚିଛି ମୋଟ କରୋନା ସଂଖ୍ୟା । ୧ ଲକ୍ଷ ୮୦ ହଜାର ରୋଗୀ ସୁସ୍ଥ ହୋଇଥିବା ବେଳେ ୩୪ ହଜାର ୪୫୮ ଜଣେ ଏବେ ସଂକ୍ରିୟ ରହିଛନ୍ତି । ରାଜ୍ୟରେ ଏବେ ମୋଟ ୨ ଲ୪ ୨୩ ହଜାର ୬୪୧ କମୁଲେଟିଭ ଟେଷ୍ଟ ହୋଇଛନ୍ତି ।

୩୦ ଜିଲ୍ଲାରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩୮, ବାଲେଶ୍ୱରରୁ ୨୦୯, ବରଗଡ଼ରୁ ୯୭, ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୧୨୪, ବୌଦ୍ଧରୁ ୩୯, କଟକରୁ ୩୫୪, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଗଞ୍ଜାମରୁ ୮୯, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଝାରସୁଗୁଡ଼ାରୁ ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୩୦, କେନ୍ଦୁଝରରୁ ୬୦, କୋରାପୁଟରୁ ୯୩, ମାଲକାନାଗିରିରୁ ୪୭, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ନୟାଗଡ଼ରୁ ୭୭, ନୂଆପଡ଼ାରୁ ୧୦୩, ପୁରୀରୁ ୨୭୯, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୯୧, ସାନପୁରରୁ ୯୧, ସୁନ୍ଦରଗଡ଼ରୁ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ପ୍ରକାଶ ପାଇପାରେ JEE ମେନ୍ ପରୀକ୍ଷାଫଳ, ଦେଶର ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଜି ପ୍ରକାଶ ପାଇପାରେ  JEE ମେନ୍ ୨୦୨୦ର ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଭାଗୀୟ ୱେବସାଇଟରେ ଫଳାଫଳ ପ୍ରକାଶ ପାଇପାରେ । ଏନଟିଏ-ଜେଇଇର ୱେବସାଇଟ jeiain.nta.nic.in ଲିଙ୍କରେ ଫଳାଫଳ ଦେଖିବେ । ପରୀକ୍ଷାର୍ଥୀ ୱେବସାଇଟରୁ ପିଡିଏଫ୍ ଫର୍ମାଟରେ ଥିବା ରେଜଲ୍ଟ ଡାଉନଲୋଡ୍ କରିପାରିବେ । ଏଥିସହ JEE ମେନ୍ କଟଅଫ୍ ମାର୍କ ମଧ୍ୟ ଘୋଷଣା କରିବ ଏନଟିଏ । ଗତ ୧ରୁ ୬ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କରୋନା କଟକଣା ମଧ୍ୟରେ ହୋଇଥିଲା ପରୀକ୍ଷା ।

ରାଜ୍ୟରେ ଚଳିତ ବର୍ଷ ମୋଟ ୩୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ହେଇଥିଲେ । ଏଥିପାଇଁ ୭ଟି ପ୍ରମୁଖ ସହରରେ ୨୬ଟି ପରୀକ୍ଷା କେନ୍ଦ୍ରକୁ ପ୍ରସ୍ତତ କରାଯାଇଥିଲା । ଭୁବନେଶ୍ୱରରେ କେବଳ ୬ଟି କେନ୍ଦ୍ରରେ ୧୬ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଜିଲ୍ଲା ପ୍ରଶାସନ ଓ ବିଏମସି ପକ୍ଷରୁ ପରୀକ୍ଷା ପରିଚାଳନା ତଦାରଖ କରାଯାଇଥିବା ବେଳେ ‘ଓଡିଶା ମୋ ପରିବାର’ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇ ସାନିଟାଇଜ଼ର, ଖାଦ୍ୟ ଓ ପାଣିର ବ୍ୟବସ୍ଥା ମଧ୍ୟ କରୋନା ପାଇଁ କରାଯାଇଥିଲା ।

ଗ୍ରାଇଣ୍ଡର ମଗରେ ଫସିଗଲା ଢ଼ମଣା, ଦୀର୍ଘ ଏକ ଘଣ୍ଟାପରେ ଉଦ୍ଧାର କଲା ସ୍ନେକ୍‌ ହେଲ୍ପଲାଇନ୍‌

ଅନୁଗୁଳ: ସଫଳ ହେଲା ଅପରେସନ ଢମଣା । ମିକ୍ସଚର ଗ୍ରାଇଣ୍ଡର ମଗରେ ଫସିଥିବା ଢ଼ମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଦୀର୍ଘ ଏକ ଘଣ୍ଟାର ଅପରେସନ ସଫଳ ହୋଇଛି । ସାପଟିର ଲମ୍ବ ହେଉଛି ୫ ଫୁଟ । ଏକ କଟର ମେସିନ ଦ୍ୱାରା ଗ୍ରାଇଣ୍ଡର ମଗକୁ କଟାଯାଇ ସେଥିରୁ ସାପଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାପ ଦେହରେ ଲାଗିଥିବା ଆଘାତକୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆଜି ସ୍ଥାନୀୟ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ  ଚିକିତ୍ସା ପାଇଁ ନିଆଯିବ । ଏନେଇ ସ୍ଥାନୀୟ ବନ ବିଭାଗକୁ ଆଗୁଆ ସୂଚନା ମଧ୍ୟ ଦିଆ ସରିଛି । ସାପଟି ସୁସ୍ଥ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯିବ । ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବଗଡ଼ିଆ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉକ୍ତ ଗାଁର ନିରାକାର ମହାପାତ୍ରଙ୍କ ଘରେ ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳିଲା । ଶବ୍ଦ ମଝିରେ ମଝିରେ ଶୁଣା ଯାଉଥିଲେ ଏବଂ ପୁଣି ବନ୍ଦ ହେଇଯାଉଥିଲା । ନିରାକାର ଟର୍ଚ୍ଚ ଲାଇଟ ଧରି ଦେଖିବା ପରେ ଜାଣିଥିଲେ ଅଗଣାରେ ଏକ ପରିତ୍ୟକ୍ତ ମିକ୍ସଚର-ଗ୍ରାଇଣ୍ଡର ମଗରେ ଏକ ବଡ଼ ସାପ ଫସି ଯାଇଛି । ତେବେ ଭୟଭୀତ ହୋଇ ନିରାକାର ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସାପ ଢ଼ମଣା ସାପ ବୋଲି ଚିହ୍ନଟ କରିଥିଲେ । ସାପ ଫସିଯିବା ଫଳରେ ତାର ପେଟ ପାଖରେ ଚମଡା ଏବଂ ମାଂସ କଟିଥିବା ଦେଖିଥିଲେ ।

ସାପକୁ କିପରି ବାହର କରାଯିବ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ପରାମର୍ଶ କରି ତାଙ୍କୁ ସାପ ର ଭିଡ଼ିଓ ପଠେଇଥିଲେ । ଷ୍ଟିଲ ପାତ୍ର ଟିକୁ ଯତ୍ନରେ କାଟି ବାହାର କରିବା, ଏବଂ ସାପ ଦେହରେ ଥିବା କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ କରି ଜୀବାଣୁ ସଂକ୍ରମଣ ରୋକିବା ପାଇଁ ବେଟାଡିନ୍ ଲଗେଇବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଏହାପରେ ସାପଟିକୁ ଉଦ୍ଧାର କରାଯାଇଥିଲା ।

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା, କରୋନା ସଂକ୍ରମଣରେ ଏବେ ଲାଗିବ ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ଗଞ୍ଜାମରେ କରୋନା ପ୍ରତିଦିନ ରେକର୍ଡ଼ କରୁଥିଲା । ଏବେ ଗଞ୍ଜାମର ସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ କିଛି ଦିନ ହେବ ଗଞ୍ଜାମକୁ ପଛରେ ପକାଇ ଏବେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଏବେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏବେ ଭୁବନେଶ୍ୱରରେ କରୋନା ସଂକ୍ରମଣରେ ଲାଗିବ ବ୍ରେକ୍ । ନିୟନ୍ତ୍ରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ବିଏମସି ।

ଗଞ୍ଜାମ ଫର୍ମୁଲାକୁ ଭୁବନେଶ୍ୱରରେ ଲାଗୁ କରିବା ସହ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ଓ ୫୬୫ଟି ରାପିଡ୍‌ ରେସ୍‌ପନ୍‌ସ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ବସ୍ତି ଏବଂ ଅନ୍ୟ ଅଞ୍ଚଳରେ ଅଧିକ ହେଲଥ ସ୍କ୍ରିନିଂ କରିବେ । କରୋନା ସନ୍ଦେହ ହେଲେ ରାଜଧାନୀ ଲୋକ ୧୯୨୯କୁ କଲ୍‌ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ । ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କ ଘରୁ ବିଏମ୍‌ସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କୁ ଭିଡିଓ ଜରିଆରେ ପରାମର୍ଶ ଦେବାର ପ୍ରସ୍ତାବ ରହିଛି । ରାଜଧାନୀରେ କରୋନା ରୋଗୀସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ବୃଦ୍ଧି କରାଯିବ ।

ହୋଲଡିଂ ଟ୍ୟାକ୍ସ ଦେବା ପାଇଁ ବ୍ୟସ୍ତ ହୁଅନ୍ତୁନି, ଅକ୍ଟୋବର ୩୧ ଯାଏଁ ବଢିଲା ହୋଲଡିଂ ଟିକସ ରିହାତି ସୀମା

ଭୁବନେଶ୍ୱର: ଅକ୍ଟୋବର ୩୧ ଯାଏଁ ବଢିଲା ହୋଲଡିଂ ଟିକସ ରିହାତି ସୀମା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟିକସ ଉପରେ ରିହାତି ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରିହାତି ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିବା ବେଳେ, ବର୍ତ୍ତମାନ ଏହାକୁ ପୁଣିଥରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ତେବେ ରିହାତି ଶତକଡା ୧୦ ପ୍ରତିଶତରୁ ବୃଦ୍ଧି ନକରିବାକୁ ମଧ୍ୟ ନିର୍ଦେଶ ରହିଛି ।

ସାଧାରଣତଃ ବିଭିନ୍ନ ପୌରସଂସ୍ଥା ଲୋକଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଟିକସ କ୍ଷେତ୍ରରେ ଏହି ରିହାତି ଦେଇଥାନ୍ତି । ଫଳରେ ଏକକାଳୀନ ବାର୍ଷିକ ଟିକସ ପୈଠ କଲେ ଲୋକଙ୍କୁ ଏହି ସୁବିଧା ଉପଲବ୍ଧ ହେବ । ରାଜ୍ୟର ସମସ୍ତ ପୌରସଂସ୍ଥା ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ଏହି ରହାତି ଦେଇଥାନ୍ତି । ଏପ୍ରିଲ ମାସରୁ ଜୁନ୍ ମାସ ମଧ୍ୟରେ ବର୍ଷକର ଟିକସ ପ୍ରଦାନ କଲେ ଏହି ରିହାତି ମିଳିଥାଏ । ଏହି ରିହାତି ଅବଧି ବୃଦ୍ଧି ଫଳରେ ଲୋକେ ଟିକସ ପଇଠ କରିବାକୁ ଆଗେଇ ଆସିବା ସହ ରାଜସ୍ୱ ଆଦାୟ ମଧ୍ୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

କଳାହାଣ୍ଡି ସୀମାରେ ମାଓ ମୁକାବିଲାରେ ସହିଦ୍ ଯବାନଙ୍କୁ ଶେଷ ବିଦାୟ

ବାରିପଦା: ଗାଁ ଖାଲି ଉଠୁଛି ପଡ଼ୁଛି । ଲୋକଙ୍କ ଆଖିରେ ଧାର ଧାର ଲୁହ । ହାତରେ ଜାତୀୟ ପତାକା ଏବଂ ମୁହଁରେ ଅମର ରହେର ସ୍ଳୋଗାନ । କାରଣ ଗାଁକୁ ଲେଉଟିଛି ଗାଁର ବୀର ପୁଅ । ଶତ୍ରୁକୁ ପରାସ୍ତ କରି ଲେଉଟିଛି ଗାଁକୁ । ହେଲେ ସେ ପୁରା ନିସ୍ତବ୍ଦ । ନିସ୍ତବ୍ଦ ଏଥିପାଇଁ ବୀର ପୁଅ ଦେଶ ମାଆ ପାଇଁ ସହିଦ ହୋଇଛି । ଜୀବନ ଦେଇ ଜିତ ହାସଲ କରିଛି  । ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଧୀର କୁମାର ଟୁଡୁଙ୍କ ମରଶରୀର ।

ମୟୂରଭଞ୍ଜ ସାନଭାଦୁଅରେ ସହିଦଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ ସ୍ୱାଗତ କରିଛନ୍ତି ସ୍ଥାନୀୟଲୋକେ । ଗାଁ ଶ୍ମଶାନରେ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ କରାଯିବ । ସୋରଡ଼ା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ଵୁଢାନ ମୁର୍ମୁ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେପଟେ ଅନୁଗୁଳର ସହିଦ ଯବାନ ଦେବାଶିଷ ସେଠୀଙ୍କ ସରିଛି ଶେଷକୃତ୍ୟ । ଜନ୍ମମାଟି ରାଜକିଶୋରନଗର ବ୍ଲକର ଅଙ୍ଗପଡା ଠାରେ ଗାର୍ଡ ଅଫ୍ ଅନର ଦେବା ସହ ଶେଷକୃତ୍ୟ କରାଯାଇଛି । ବୀରପୁତ୍ରକୁ ହରାଇ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ଦେଶମାତୃକାର ସେବା ପାଇଁ ଗର୍ବ ଅନୁଭବ କରୁଛି ଜନ୍ମମାଟି । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ଗୁଳିବିନିମୟରେ ୫ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨ଜଣ ଏସ୍ଓଜି ଯବାନ ସହିଦ ହୋଇଥିଲେ । ସହିଦ ହୋଇଥିବା ୨ ଜଣ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁ ଓ ଅନୁଗୁଳର ଦେବାଶିଷ ସେଠୀ ।

ICMRର ସେରୋ ସର୍ଭେରେ ବଡ଼ ଖୁଲାସା, ମେ ସୁଦ୍ଧା ୬୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । କରୋନା ମହାମାରୀ ପ୍ରତିଦିନ ଏକ ନୂଆ ରେକର୍ଡ ସୃଷ୍ଟି କରିବା ବ୍ୟସ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ୯୬,୦୦୦ ରୁ ଅଧିକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ କରୋନା ମାମଲାର ମୋଟ ସଂଖ୍ୟା ଦେଶରେ ୪୫ ଲକ୍ଷ ଅତିକ୍ରମ କରିଛି । ଏହି ସମୟରେ, ସେପଟେ କରୋନା ପାଇଁ ୭୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଭାରତରେ ପ୍ରାୟ ୯.୪ ଲକ୍ଷ କରୋନା ମାମଲା ସକ୍ରିୟ ଅଛି ଏବଂ ୩୫.୩ ଲକ୍ଷ କରୋନା ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇଛନ୍ତି । ସେହିଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଥମିବାର ନାମ ନେଉନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ କେସ୍ ରାଜଧାନୀର ସମସ୍ତ ରେକର୍ଡ ଭାଙ୍ଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୩୦୮ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଦିଲ୍ଲୀରେ ଏତେଗୁଡ଼ିଏ ମାମଲା ଆସିଛି । ଏହା ସହ ଦିଲ୍ଲୀର ମୋଟ କରୋନା ମାମଲା ୨.୦୫ ଲକ୍ଷ ଅତିକ୍ରମ କରିଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ ୨୫ ହଜାର ମାମଲା ସକ୍ରିୟ ଅଛି ।

ମେ ମାସ ସୁଦ୍ଧା ୬୪ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିଲେ !

ଆଇସିଏମଆର କିଛି ଦିନ ପୂର୍ବରୁ ଏକ ଜାତୀୟ ସେରୋଲୋଜିକାଲ୍ ସର୍ଭେ କରିଥିଲା । ଯାହାର ଫଳାଫଳ  ଏବେ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ ପାଇଛି । ଯେ ମେ ମାସ ଆରମ୍ଭ ସୁଦ୍ଧା ୬୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଦ୍ୱାରା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପ୍ରତିଶତରେ ଏହାକୁ ଦେଖିଲେ ଏହା ୦.୭୩ ପ୍ରତିଶତ ବୟସ୍କଙ୍କ କରୋନା ଦ୍ୱାରା ସଂକ୍ରମିତ ହେବାର ବିଷୟ । ଯଦି ଏହା ଅନ୍ୟ କଥାରେ କୁହାଯାଏ, CERO ସର୍ଭେ ଅନୁଯାୟୀ ଆରଟି- PCR ରୁ ଏକ ନିଶ୍ଚିତ କରୋନା ମାମଲା ବାହାରୁଥିଲାବେଳେ ସେହି ସମୟରେ ମେ ମାସରେ ୮୨ ରୁ ୧୩୦ ଟି କରୋନା ସଂକ୍ରମଣ ମାମଲା ଆସୁଥିଲା ।