କ୍ଷତିଗ୍ରସ୍ତ ନଦୀ ବନ୍ଧ ପାଇଁ ୨୮୩ କୋଟି: ଭବିଷ୍ୟତରେ ବନ୍ୟା ମୁକାବିଲା ଲାଗି ମଗାଗଲା ଅତିରିକ୍ତ ଅର୍ଥ

1 min read

ଭୁବନେଶ୍ୱର: ଗତ ଅଗଷ୍ଟ ମାସ ବନ୍ୟାରେ ୨୮୩ କୋଟି ଟଙ୍କାର ନଦୀବନ୍ଧ ଓ କେନାଲ ନଷ୍ଟ ହୋଇଯାଇଛି । ଏହାର ସ୍ଥାୟୀ ଓ ଅସ୍ଥାୟୀ ମରାମତି ପାଇଁ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ପାଖରେ ନିବେଦନ କରିଛି ଜଳ ସଂପଦ ବିଭାଗ । ଏଥିସହ ଭବିଷ୍ୟତର ବନ୍ୟା ନିୟନ୍ତ୍ରଣ ପାଇଁ ମଧ୍ୟ ଅନୁଦାନ ଦାବି କରାଯାଇଛି । ଯେଉଁଥିରେ ୧୧ଟି ଜିଲ୍ଲାର ନଦୀବନ୍ଧ ସୁଦୃଢ କାମ କରାଯିବ ।

ବନ୍ୟା କ୍ଷୟକ୍ଷତି ପାଇଁ ଅନୁଦାନ ଦାବି କରିବେ ରାଜ୍ୟ ସରକାର

ବନ୍ୟା କ୍ଷୟକ୍ଷତି ପାଇଁ ଅନୁଦାନ ଦାବି କରିବେ ରାଜ୍ୟ ସରକାର#NandighoshaTV #Flood #Assistance #Odisha_News

Nandighosha TV यांनी वर पोस्ट केले गुरुवार, २४ सप्टेंबर, २०२०

ଜୁଲାଇ ଯାଏ ନିଷ୍କ୍ରିୟ ହେଉଥିଲା ମୌସୁମୀ । ହେଲେ ଅଗଷ୍ଟରେ ଲଗାତାର ତିନୋଟି ଲଘୁଚାପ ଯୋଗୁ ଧୋଇ ହୋଇଗଲା ୧୫ଟି ଜିଲ୍ଲା । ସୃଷ୍ଟି ହୋଇଛି ୩୮ଟି ଘାଇ । ୯୯୬ କିଲୋମିଟର ନଦୀ ବନ୍ଧ ଆଂଶିକ ନଷ୍ଟ ହୋଇଛି । ଏସବୁର ସ୍ଥାୟୀ ଓ ଅସ୍ଥାୟୀ ମରାମତି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅନୁଦାନ ଦାବି କରିବେ ରାଜ୍ୟ ସରକାର । ଯାହାର ମୂଲ୍ୟ ୨୮୩ କୋଟି ୭୪ ଲକ୍ଷ ଟଙ୍କା । ଏଥିସହ ଅତିରିକ୍ତ ୬୪୮ କୋଟି ୮୯ ଲକ୍ଷ ଟଙ୍କା ଭବିଷ୍ୟତର ବନ୍ୟା ନିୟନ୍ତ୍ରଣ ପାଇଁ ମଗାଯାଇଛି । ଏହି ଅର୍ଥରେ ୧୧ଟି ଜିଲ୍ଲାର ୩୫୧ କିଲୋମିଟର ନଦୀ ବନ୍ଧ ସୁଦୃଢିକରଣ କାମ ହେବ । ଏଥିପାଇଁ ୯୩୨କୋଟି ୬୪ ଲକ୍ଷ ଟଙ୍କାର ସହାୟତା ଦାବି କରିଛି ଜଳ ସଂପଦ ବିଭାଗ । ଗଲା ସପ୍ତାହରେ କେନ୍ଦ୍ରୀୟ ଟିମ ଆସି ୪ଟି ବନ୍ୟା ପ୍ରଭାବିତ ଜିଲ୍ଲାର କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି । ଏହାପୂର୍ବରୁ ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଶହ କୋଟିର ପ୍ୟାକେଜ ଘୋଷଣା କରି ସାରିଛନ୍ତି । ତେବେ କିଛିଦିନ ଭିତରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବେ ।

Leave a Reply