ଏତଲାକୁ ବିତିଲାଣି ୨୫ ଦିନ: ତଦନ୍ତର ମନ୍ଥର ଗତି ସହ ତାଳ ଦେଇ ବଢ଼ୁଛି ଷଡ଼ଯନ୍ତ୍ର

1 min read

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପୋଲିସ୍ କମିଶନର । କହିଛନ୍ତି, ତଦନ୍ତ ଠିକ ଭାବେ କରାଯାଉଛି । ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି । ସତ୍ୟ ଓ ପ୍ରମାଣ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।  ସେପଟେ ଏପ୍ରିଲ ମାସରେ ଇନଫୋସିଟି ଥାନାରେ ଓଟିଭି ଦେଇଥିବା ଏତଲାକୁ ଚ୍ୟାନେଲ କର୍ତ୍ତୃପକ୍ଷ ଅସ୍ତ୍ର କରିଛନ୍ତି । ହେଲେ ଏମ୍‌ଡି କହି ପାରିବେ କି, ଏତଲାରେ ଗଣଦୁଷ୍କର୍ମ କଥାକୁ ଉଲ୍କେଖ ନକରି କେବଳ ବ୍ଲାକ୍‌ମେଲିଂ କଥା କାହିଁକି କହିଥିଲେ ?

ଅଗଷ୍ଟ ୩୦ରୁ ସେପଟେମ୍ବର ୨୪ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ମାଆ ଦେଇଥିବା ଏତଲାକୁ ୨୫ଦିନ ବିତିଲାଣି । ହେଲେ କମିଶନରେଟ୍ ପୋଲିସ୍‌ ମୁହଁରେ ସେହି ପୁରୁଣା ଡାଇଲଗ୍ । ତଦନ୍ତ ସଠିକ୍ ବାଟରେ ଚାଲିଛି । ଆଜି ପ୍ରଥମ ଥର ପାଇଁ ପୋଲିସ୍ କମିଶନର ଏହି ମାମଲାରେ ଗଣମାଧ୍ୟମକୁ ସାମ୍ନା କରିଛନ୍ତି  । ହେଲେ ଏହି ସମ୍ବେଦନଶୀଳ ମାମଲାରେ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି  ।

ଏଠି ପ୍ରଶ୍ନ ଉଠୁଛି, ଏତଲାରେ ଉଲ୍କେଖ ଥିବା ଓଟିଭିର କର୍ମଚାରୀ ପ୍ରତିଦିନ ଅଫିସ ଆସୁଛନ୍ତି । ହେଲେ ୨୫ଦିନ ଧରି ତନାଘନା କରୁଥିବା କମିଶନରେଟ୍ ପୋଲିସ୍ କାହିଁକି ଗିରଫ କରି ପାରୁ ନାହିଁ  । ପୀଡିତାଙ୍କ ୧୬୧ ଷ୍ଟେଟମେଣ୍ଟ କଣ ଯଥେଷ୍ଟ ନୁହେଁ କି ? ପୋଷ୍କୋ ଆକ୍ଟରେ ଦଫା ଲାଗିଛି । ଏଥିରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିୟମ ବି ରହିଛି । ହେଲେ ମିଡିଆ ଓ ପୋଲିସ୍ ବୋଲି କଣ ପୋଲିସ୍ ଡରି ଯାଉଛି କି ?

https://www.facebook.com/NandighoshaTV/videos/634711810562653

ତଦନ୍ତର ଏ ମନ୍ଥର ଗତି ସହ ତାଳ ଦେଇ ବଢୁଛି ଓଟିଭିର ଷଡ଼ଯନ୍ତ୍ର । ନିଜ କର୍ମଚାରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରୁ ଖସାଇ ନେବାକୁ ଚ୍ୟାନେଲରେ ଅଭିଯାନ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ । କାରଣ ଦୁଷ୍କର୍ମକାରୀ ଯେତିକି ଅପରାଧ କରି ନାହାଁନ୍ତି, ତା ଠାରୁ ଅଧିକ ଅପରାଧ କରିଛନ୍ତି ଖୋଦ୍ ଚ୍ୟାନେଲର ମାଲିକାଣି । ଯଦି ଜଣେ ପୂର୍ବତନ କର୍ମଚାରୀ ନିଜ ଝିଅକୁ ଦୁଷ୍କର୍ମ ହୋଇଥିବା କାନ୍ଦି କାନ୍ଦି କହୁଛନ୍ତି, ତାକୁ କେମିତି ହଲ୍‌କା ଭାବେ ନେଲେ । ସେ ଉତ୍ତର ନଦେଇ, ଇନଫୋସିଟି ଥାନାରେ ଦାୟର କରିଥିବା ମାମଲାକୁ ବର୍ତ୍ତମାନ ଅସ୍ତ୍ର କରୁଛନ୍ତି । ସବୁଠାରୁ ବଡ଼ କଥା ହେଲା, ନନ୍ଦିଘୋଷ ଟିଭିରେ ହାତରେ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ମ୍ୟାଡାମ୍ ଓ ମାଆଙ୍କ ଭିତରେ ହୋଇଥିବା ଫୋନ୍ ବାର୍ତ୍ତାଳପ ଥାନାରେ ଦିଆଯାଇଥିବା ଏତଲା ପରେ । ତେଣୁ ସଫା ସଫା ଜଣା ପଡୁଛି, ଗଣଦୁଷ୍କର୍ମ କଥା ଜାଣିବା ପରେ ନିଜକୁ ସୁରକ୍ଷିତ ରଖିବାକୁ ଥାନାରେ ଫେରାଦ୍ ହୋଇଥିଲେ ଓଟିଭି କର୍ତ୍ତୃପକ୍ଷ । ହେଲେ ଦୁଷ୍କର୍ମ କଥା କିନ୍ତୁ ଜଣାଇନଥିଲେ ପୋଲିସକୁ । ନିରାପଦ ଗେମ୍‌ ଖେଳିବାକୁ ଥାନାରେ କେବଳ ଷ୍ଟେସନ୍ ଡାଏରୀ କରି କାମ ସାରି ଦେଇଥିଲେ । ଯାହା ଓଟିଭିର ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି ।

ପୋଲିସ୍ ତଦନ୍ତ କରୁଛି । ଆଜି ନହେଲେ କାଲି ଅଭିଯୁକ୍ତ ଗିରଫ୍ ହେବେ । ହେଲେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ପାରିବେ କି ଓଟିଭିର ପରିଚାଳନା ନିର୍ଦ୍ଦେଶିକା । ଜଣେ ମାଆ ନିଜ ଝିଅକୁ ଗଣଦୁଷ୍କର୍ମ ହୋଇଥିବା କଥା କହିବା ପରେ କାହିଁକି ଏହାକୁ ପ୍ରଘଟ କରି ନଥିଲେ ?

Leave a Reply