#MeToo: ଯୌନ ଶୋଷଣ ନେଇ ଥାନାରେ ଅନୁରାଗ କଶ୍ୟପଙ୍କ ବିରୋଧରେ ମାମଲା

1 min read
Film Director Anurag Kashyap Sexual Exploitation Allegations Actress Payal Ghosh

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଯୌନ ଶୋଷଣ ମାମଲାରେ ଫସୁଥିବା ନଜର ଆସୁଛି । ତାଙ୍କ ବିରୋଧରେ ମୁମ୍ବାଇର ବର୍ସାବା ଥାନାରେ ମକଦ୍ଦମା ରୁଜୁ ହୋଇଛି । ଅଭିନେତ୍ରୀ ପାୟଲ ଘୋଷ, ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ତେବେ, ପୂର୍ବରୁ ସବୁ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି ସଫେଇ ଦେଇ ସାରିଛନ୍ତି ଅନୁରାଗ ।

Film Director Anurag Kashyap Sexual Exploitation Allegations Actress Payal Ghosh

ଏହି ମାମଲାରେ ପୀଡ଼ିତା ଅଭିନେତ୍ରୀ ବର୍ସାବା ଥାନାରେ ଏଫଆଇଆର ଦେଇଥିଲେ । ଯାହା ଉପରେ ମଙ୍ଗଳବାପ ପୋଲିସ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଆଇପିସି ଧାରା ୩୭୬, ୩୫୪, ୩୪୧ ଓ ୩୪୨ରେ ଏଫଆଇଆର୍ ରୁଜୁ ହୋଇଛି । ଏଥିପାଇଁ ଅନୁରାଗଙ୍କ ଲାଗି ମୁସ୍କିଲ୍ ବଢ଼ିପାରେ ।

Film Director Anurag Kashyap Sexual Exploitation Allegations Actress Payal Ghosh

ବିଶେଷଜ୍ଞଙ୍କ ମତରେ ପୋଲିସ ଛାନଭିନ୍ ବେଳେ ଅଭିଯୋଗ ନେଇ ଟିକିଏ ସତ୍ୟ ପ୍ରମାଣିତ ହେଲେ ଅନୁରାଗ ଗିରଫ ହୋଇ ପାରନ୍ତି । ତେବେ ଏହା ପୂର୍ବରୁ ଅନୁରାଗଙ୍କ ଓକିଲ ପ୍ରିୟଙ୍କା ଖେମାନୀ ଏକ ଷ୍ଟେଟମେଣ୍ଟ ଜାରି କରିଛନ୍ତି । ଅନୁରାଗ ଉକ୍ତ ବୟାନକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଅନୁରାଗଙ୍କ ପକ୍ଷରୁ ପ୍ରିୟଙ୍କା କହିଛନ୍ତି- ମୋ କ୍ଲାଇଣ୍ଟଙ୍କ ଉପରେ ଲାଗିଥିବା ଯୌନ ଶୌଷଣ ଅଭିଯୋଗ ମିଛ । ଅବଶୋଷ ହେଉଛି #MeToo ଭଳି ସୋସିଆଲ୍ ମିଡିଆର ଆନ୍ଦୋଳନର ଭୁଲ ବ୍ୟବହାର କରାଯାଉଛି । କାହାରି ଚରିତ୍ରକୁ କ୍ଷତି ପହଞ୍ଚାଇବା ପାଇଁ ଦୁରୂପଯୋଗ ହେଉଛି । ଏହା ଯୌନ ଶୋଷଣର ପ୍ରକୃତ ପୀଡ଼ିତା ଯନ୍ତ୍ରଣା ଓ ଡ୍ରାମା ।

Payal Ghosh Allegations Against Anurag Kashyap Narrates Full Incident

ଏହା ପୂର୍ବରୁ ପାୟଲ ଘୋଷ ସୋସିଆଲ୍ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ନିବେଦନ କରିଥିଲେ । ପାୟଲ ଘୋଷ କହିଥିଲେ- ଘଟଣା ବେଳେ ଅନୁରାଗ କଶ୍ୟପ ନିଶାରେ ଥିଲେ । ସେ ଏନେଇ ଏଫଆଇଆର୍ ଦେଇଛନ୍ତି । ତେବେ ଅନୁରାଗ ଡ୍ରଗ୍ସ ନେଉଥିଲେ କି ପ୍ରଶ୍ନରେ ତାଙ୍କୁ ଜଣାନଥିବା କହିଛନ୍ତି । ତେବେ ଅନୁରାଗ କିଛି ନିଶା ନେଇଥିବା କହିଛନ୍ତି ପାୟଲ ।

Leave a Reply