spot_img
Home Blog Page 7729

ଜଳିଗଲା ୧୮ ବଖରା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେନ୍ଦ୍ରାପଡ଼ା/ଭଦ୍ରକ : ପଟ୍ଟ।ମୁଣ୍ଡାଇ ଘଡିଆମାଳରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୨ ବଖରା ଘର ଜଳିଯିବ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ପର୍ଶୁରାମ ରାଉତ ଏବଂ ପାର୍ଥସାରଥୀଙ୍କ ଘରେ ନିଆଁ ଲାଗି ଆସବାବପତ୍ର ଏବଂ ଧନସମ୍ପତ୍ତି ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

 

ସେହିଭଳି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବରଣ୍ଡୁଆ ଗାଁରେ ଅଗ୍ନିକାଣ ଘଟିଛି । ସେହି ଗାଁର କୈଳାଶ ମହାପାତ୍ରଙ୍କ ୬ ବଖରା ଘର ନିଆଁରେ ପୋଡିଯିବା ସହ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

 

ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଦୋଳବେଦୀ ନିକଟରେ ଉଛେଦ

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠାରୁ ପୁଣିଥରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳବେଦୀ ନିକଟରେ ଉଛେଦ କରୁଛି ଜିଲ୍ଲା ପ୍ରଶାସନ । ସେହିପରି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଛେଦ କରାଯାଉଛି ।

ଗତକାଲି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟସୀମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୭ଦିନ ବୃଦ୍ଧି କରିଥିଲେ । ଡିସେମ୍ବର ୨ରେ ଏହାର ସମୟ ଶେଷ ହେଉଥିଲା । ସ୍ଥାନୀୟ ଲୋକଙ୍କ ଆଗ୍ରହକୁ ଦେଖି ଏହି ସମୟ ସୀମା ଆଉ ୭ ଦିନ, ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

https://nandighoshatv.comland-accuration-date-extented-in-puri/

ଗତକାଲି ସୁଦ୍ଧା ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ୍‌ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ଲୋକମାନେ ସ୍ୱେଚ୍ଛାକୃତ ଭାବେ ବିକ୍ରି କରିଛନ୍ତି ।

୨୦୧୯ରେ ଇଣ୍ଟରନେଟରେ ସଲମାନ୍ ଖାନ୍ ଓ ସନ୍ନି ଲିଓନୀଙ୍କୁ ଅଧିକ ଖୋଜିଛନ୍ତି ଲୋକ : ସର୍ଭେ

ମୁମ୍ବାଇ : ସରିବାକୁ ବସିଲାଣି ବର୍ଷ ୨୦୧୯ । ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆସିବ ୨୦୨୦ । ତେବେ ଚଳିତବର୍ଷ  ଇଣ୍ଟରନେଟରେ ସବୁଠାରୁ କେଉଁ ସେଲିବ୍ରିଟିଙ୍କୁ ଲୋକେ ଅଧିକ ଖୋଜିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ।

ଟାଇଗର୍ ଜିନ୍ଦା ହୈ ଆକ୍ଟଟର ତଥା ବିଗ୍ ବସର ହୋଷ୍ଟ ସଲମାନ୍ ଖାନଙ୍କୁ ବର୍ଷ ୨୦୧୯ରେ ଲୋକେ ଇଣ୍ଟରନେଟରେ ଅଧିକ ସର୍ଚ୍ଚ କରିଛନ୍ତି । ତାଙ୍କ ତଳକୁ ମେଗାଷ୍ଟାର ଅମିତାଭ୍ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଲୋକେ ସର୍ଚ୍ଚ କରିଛନ୍ତି । ଷ୍ଟାଇଲିସ୍ ଆଇକନ୍ ଭାବେ  ହ୍ରିତିକ ରୋସନଙ୍କୁ ଖୋଜିଛନ୍ତି ଲୋକେ ।

ସେହିପରି ଫିମେଲ୍ ସେଲିବ୍ରିଟି ହିସାବରେ ସନ୍ନି ଲିଓନଙ୍କୁ ଲୋକେ ଅଧିକ ସର୍ଚ୍ଚ କରିଛନ୍ତି । ତାଙ୍କ ପଛକୁ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ ସର୍ଚ୍ଚ ଲିଷ୍ଟରେ ଅଛନ୍ତି ।

ୟାହୋ ଇଣ୍ଡିଆ ପକ୍ଷରୁ ଏଭଳି ଏକ ସର୍ଭେ କରାଯାଇଥିଲା । ଏଥିରେ ମେଲ୍ ଓ ଫିମେଲ୍ ସେଲିବ୍ରିଟିଙ୍କୁ ସ୍ଥାନ ଦିଆଯାଇଥିଲା । ସଲମାନ୍ ଓ ସନ୍ନି ଏ ଲିଷ୍ଟରେ ଟପରେ ଥିବା ବେଳେ ଆଗକୁ ଅନ୍ୟ ସଂସ୍ଥାର ସର୍ଭେ ଆସିବାକୁ ଅଛି ।

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଗିରଫ

କନ୍ଧମାଳ/ସୁବର୍ଣ୍ଣପୁର: ଜିଲ୍ଲା ପିରିଙ୍ଗିଆ ଥାନା ସାରଙ୍ଗଡ଼ ରାସ୍ତାରୁ ୭୦ କେଜି ଗଞ୍ଜେଇ ଜବତ । ୨ଟି ଅଟୋରୁ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମାନେ ହେଲେ ସମୁନ୍ତ ମାଝି, ବଳରାମ କହଁର, ପ୍ରତାପ ନାୟକ ଓ ଅନ୍ୟ ଜଣେ ଜୁଭେନିଲ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।  ଅନ୍ୟପଟେ ସୁବର୍ଣ୍ଣପୁର ସଦର ପୋଲିସ ପଟାଭାଡି-ଜନମୁରା ରାସ୍ତାରୁ ୩୩ କେଜି ଗଞ୍ଜେଇ ଜବତ କରିଛି । ଏକ ମାରୁତି କାରରେ ଚାଲାଣ ବେଳେ ପୋଲିସ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ନୂଆ ରଙ୍ଗରେ ସଜେଇ ହେବେ ଶ୍ରୀବିଗ୍ରହ

ପୁରୀ: ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ୟାଏଁ ବନ୍ଦ ରହିବ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।