spot_img
Home Blog Page 6417

ନବରଙ୍ଗପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର, ଇନ୍ଦ୍ରାବତୀ ଡ୍ୟାମ ଉପରେ ନିର୍ମାଣ ହେବ ସେତୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଇନ୍ଦ୍ରାବତୀ ଡ୍ୟାମ ଉପରେ ନିର୍ମାଣ ହେବ ସେତୁ । ବ୍ୟୟ ଅଟକଳ ୧୫୦ କୋଟି ଟଙ୍କା । ୭୫୦ ମିଟର ସେତୁ ସହ ୫ କିଲୋମିଟର ରାସ୍ତାକୁ ମଞ୍ଜୁରୀ । ନବରଙ୍ଗପୁର ଠାରୁ ରାୟଗଡା ଯିବାକୁ ହେଲେ କଳାହାଣ୍ଡି କିମ୍ବା କୋରାପୁଟ ଦେଇ ୨୫୦ କିମି ବୁଲି ଯିବାକୁ ପଡୁଥିଲା ।

ଫଳରେ ସରକାରୀ ଯୋଜନା ପାଇଁ ଅଧିକ ନୟାନ୍ତ ହେଉଥିଲେ ତେନ୍ତୁଳିଖୁଣ୍ଟି ବ୍ଲକର ୮ରୁ ଅଧିକ ଗାଁଲୋକେ । ଏବେ ଇନ୍ଦ୍ରାବତୀ ଡ୍ୟାମ ଉପରେ ବ୍ରିଜ ନିର୍ମାଣ ହେଲେ ୧୨୦ କିଲୋମିଟର ରାସ୍ତା କମ ପଡିବ । ଏହାଛଡା ଆଉ ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯିବାକୁ ପଡିବ ନାହିଁ । ସରକାର ପୋଲ ନିର୍ମାକୁ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

ଏହି ରାସ୍ତା ହେବା ଦୁଆର ନବରଙ୍ଗପୁର ଜିଲ୍ଲାର ଗମନାଗମନ ସୁବିଧା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇ ପାରିବ । ୧୫୦ କୋଟି ଟଙ୍କା ଅଟକଳରେ ୭୫୦ମିଟର ଲମ୍ବର ଏହ ସେତୁ ସାଙ୍ଗକୁ ନିର୍ମାଣ ହେବ ଦୀର୍ଘ ୫ କିଲୋମିଟର ରାସ୍ତା । ସାଂସଦ ଏବଂ ବିଧାୟକଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ହର୍ଡ ଇମ୍ୟୁନିଟିକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଭାରତ ଏବେ ବହୁତ ଦୂରରେ

ନୂଆଦିଲ୍ଲୀ: କରୋନା ସହ କେମିତି ଯୁଝିବ ଭାରତ । ଦେଶରେ ତିଆରି ହୋଇ ସାରିଲାଣି କି ହର୍ଡ ଇମ୍ୟୁନିଟି । ICMR ପକ୍ଷରୁ ଦେଶରେ ଦୁଇଥର ସରିଛି ସିରୋ ସର୍ଭେ । ଏହି ସର୍ଭେ କଣ ସଂକେତ ଦେଉଛି ? ଏହା ଉପରେ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଇସିଏମଆରର ଦ୍ୱିତୀୟ ସିରୋ ସର୍ଭେ ଅନୁଯାୟୀ କୋଭିଡ୍-୧୯ ବିପକ୍ଷରେ ଦେଶର ଜନସଂଖ୍ୟା ଏବେ ବି ହର୍ଡ ଇମ୍ୟୁନିଟି ଠାରୁ ବହୁତ ଦୂରରେ ଅଛନ୍ତି । କୋଭିଡ୍ ମୁକାବିଲା ପାଇଁ ଆମେ ସମସ୍ତେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ୍ । ସେ ଆହୁରି କହିଛନ୍ତି । କୋଭିଡ୍ ସଂକ୍ରମିତଙ୍କ ଉପରେ ଜୋରରେ ରିସର୍ଚ୍ଚ ଚାଲିଛି ।

ତେବେ ଏଯାଏଁ ପୁନଃ ସଂକ୍ରମଣ ମାମଲା ବହୁତ କମ୍ ଅଛି । ଏହାକୁ ସରକାର ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ରେମଡିସିଭର ଓ ପ୍ଲାଜମା ଥେରାପିର ବିଶେଷ ଉପଯୋଗ କରାଯାଉ ନାହିଁ । ସରକାର ତାହା ସମ୍ବନ୍ଧରେ ନିୟମିତ ପରାମର୍ଶ ଦେଉଛନ୍ତି । ଘରୋଇ ହସ୍ପିଟାଲ ମଧ୍ୟ ଏହି ପ୍ରକ୍ରିୟା ନିୟମିତ ପାଳନ ନକରିବାକୁ ଉପଦେଶ ଦିଆଯାଇଛି ।

ICMR Says Population Far From Developing Herd Immunity Against Covid 19 Harshvardhan

ବିଗତ ୨୪ ଘଣ୍ଟାରେ ଦେଶରେ ୯୨ ହଜାର ୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଦେଶରେ ୫୦ ଲକ୍ଷ ପାଖାପାଖି ପହଞ୍ଚିଛି । ଏଥିସହ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଠାରୁ ଅଧିକ ଲୋକ ୩୯ ଲକ୍ଷ ୮୫ ହଜାର ୨୨୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ନରହନ୍ତା ଦନ୍ତାର ବଦଳିଲା ଠିକଣା, ଢେଙ୍କାନାଳ କପିଳାସ ସ୍ୱତନ୍ତ୍ର ଏନ୍‌କ୍ଲୋଜରକୁ ଗଲା ରାକେଶ

ଢ଼େଙ୍କାନାଳ: ନରହନ୍ତା ଦନ୍ତାର ବଦଳିଲା ଠିକଣା । ୮ ମାସ ପରେ ବେଡିରୁ ଖୋଲିବା ଶିକୁଳି । ୧୨ ଲୋକଙ୍କୁ ହତ୍ୟାକରି କାଟୁଥିଲା ବନ୍ଦୀ ଜୀବନ । ସ୍ୱତନ୍ତ୍ର ଏନକ୍ଲୋଜର ହେଲା ରାକେଶର ନୂଆ ଠିକଣା । ଦୀର୍ଘ ୮ ମାସ ପରେ ଦବଙ୍ଗ ଦନ୍ତା ହାତୀ ରାକେଶ ଗୋଡ଼ରୁ ଖୋଲିଛି ଲୁହାର ବେଡି । ଆଉ ତା’ର ସ୍ୱଭାବରେ ପରିବର୍ତ୍ତନ ପାଇଁ ଢେଙ୍କାନାଳର କପିଳାଶ ବନଖଣ୍ଡ କୁତ୍ରିମ ଜଙ୍ଗଲକୁ ପଠାଯାଇଛି । ଯେଉଁଠି ଖୋଲା ଭାବରେ ବୁଲିବା ସହିତ ଖାଇବା ପାଇଁ ରହିଛି ସବୁଜ ଜଙ୍ଗଲ। ତାଳଚେର ପର୍ଯଙ୍ଗ ଅଂଚଳରେ ଆତଙ୍କ ମଚଇ ୧୨ ଜଣଙ୍କ ଜୀବନ ନେଇଥିଲା ଏହି ନରହନ୍ତା ଦନ୍ତା ।

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରତ୍ୟେକ ଦିନ ହାତୀମାନଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ଟେଂପରାରୀ ଟ୍ରାଞ୍ଜିଟି ଫାସିଲିଟିଜ ଫର ଓ୍ୱାଇଲ୍ଡ ଆନିମାଲ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫ ଲକ୍ଷ ଟଙ୍କା ପରେ ଖର୍ଚ୍ଚ ହେବ । ଆଉ ଏହାରି ମାଧ୍ୟମରେ ଉଦ୍ଧାର କରାଯାଇଥିବା ବନ୍ୟାପ୍ରାଣୀମାନଙ୍କୁ କିଛି ଦିନ ରଖିବା ପରେ ପୁଣି ଜଙ୍ଗଲରେ ଛାଡି ଦିଆଯିବ । ଯାହା ଏବେ ନରହନ୍ତା ଦନ୍ତା ରାକେଶ ପକ୍ଷେ କାର୍ଯ୍ୟକାରୀ ହୋଇଥିବା କହିଛନ୍ତି ବନବିଭାଗ କର୍ମଚାରୀ ।

କାଠ ମାଫିଆଙ୍କ ଟାର୍ଗେଟ୍‌ରେ ଉପକୂଳବର୍ତ୍ତୀ ଜଙ୍ଗଲ, ଦିନ ଦ୍ୱିପ୍ରହରରେ ଗଛକାଟି ଜଙ୍ଗଲ କରୁଛନ୍ତି ପଦା

ଜଗତସିଂହପୁର: କାଠ ମାଫିଆଙ୍କ ଟାର୍ଗେଟରେ ସମୂଦ୍ର ଉପକୂଳ । ଅସୁରକ୍ଷିତ ବାଲିକୁଦା ଓ ଏରସମା ଅଞ୍ଚଳ । ବନକର୍ମଚାରୀ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । ପଦା ହେଲାଣି ହେକ୍ଟର ହେକ୍ଟର ଜଙ୍ଗଲ । ରାଜ୍ୟ ସରକାର ସମୁଦ୍ର ଉପକୂଳ ଅଞ୍ଚଳକୁ ସୂରକ୍ଷା ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରୁ ଏରସମା ପର୍ଯ୍ୟନ୍ତ ସମୁଦ୍ର କୂଳରେ ହଜାର ହଜାର ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି । ହେଲେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଏବେ ଉପକୂଳ ଜଙ୍ଗଲ ଉପରେ ପଡିଛି । ଫଳରେ ଦିନଦ୍ୱିପ୍ରହରେ ଗଛକାଟି ଜଙ୍ଗଲକୁ ପଦା କରୁଛନ୍ତି ମାଫିଆ । ଆଉ ଏହି ବେପାର ବନକର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲୁଥିବା ଅଭିଯୋଗ ହୋଇଛି ।

କେବଳ ଗଛ ନୁହେଁ ଟ୍ରିପ୍ ଟ୍ରିପ୍ ବାଲି ମଧ୍ୟ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଉପକୂଳ ଅଞ୍ଚଳରେ ଅଧିକାଂଶ ସମୟରେ ଜୁଆର, ସୁନାମି ଓ ବାତ୍ୟାର ଭୟ ରହିଥାଏ । ୧୯୯୯ର ପ୍ରଳୟଙ୍କାରୀ ବାତ୍ୟା ଜଗତସିଂହପୁରକୁ ଅଧିକ କ୍ଷତି ପହଞ୍ଚାଇଥିଲା । ଏବେ ଉପକୂଳ ଜଙ୍ଗଲ ଦିନକୁଦିନ ଧ୍ୱଶଂ ହେଉଥିବାରୁ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି । ବନବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ବିପଦ ମାଡିଆସିବ ବୋଲି ଆଶଙ୍କା କରିଛନ୍ତି ।

ଜେଡିୟୁରେ ସାମିଲ୍ ହେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପସ୍ଥିତିରେ ଜେଡିୟୁରେ ମିଶିଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁପ୍ତେଶ୍ୱରଙ୍କୁ ଦଳର ସଦ୍ୟସତା ଦେଇଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଶୁକ୍ରବାର ଏନଡିଏ ସହିତ ରହିବା ନେଇ ସ୍ପଷ୍ଟ ସଂକେତ ଦେଇଥିଲେ ।

Ex DGP Gupteshwar Pandey Joins JDU Presence Of Nitish Kumar

ଜେଡିୟୁରେ ସାମିଲ୍ ହେବା ପରେ ଗୁପ୍ତେଶ୍ୱର ପଣ୍ଡା କହିଛନ୍ତି- ମୋତେ ନିଜେ ମୁଖ୍ୟମନ୍ତ୍ରୀ ଡାକିଥିଲେ ଦଳରେ ସାମିଲ୍ ହେବା ପାଇଁ । ଦଳ ମୋତେ ଯାହା କରିବାକୁ କହିବ, କରିବି । ମୋତେ ରାଜନୀତି ଜଣାନାହିଁ । ମୁଁ ଜଣେ ସାଧାରଣ ବ୍ୟକ୍ତି । ଯିଏ ନିଜ ସମୟ ସମାଜର ସେବା ପାଇଁ ବିତାଇଛି ।

ଗୁପ୍ତେଶ୍ୱର କହିଥିଲେ- ଆଜି ସନ୍ଧ୍ୟା ୪ଟାରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ସଦସ୍ୟତା ଦେଇଥିଲେ । ମୁଁ ଆରମ୍ଭରୁ ତାଙ୍କ ଉପରେ ପ୍ରଭାବିତ । ସେ କେବେ ପୋଲିସ କାମରେ ହସ୍ତକ୍ଷେପ କରିନାହାଁନ୍ତି । ନିର୍ବାଚନ ଲଢ଼ିବି କି ନାହିଁ, ତାହା ମୋର ବ୍ୟକ୍ତିଗତ ବିଷୟ ଅଟେ ।

ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁରେ ସାମିଲ୍ ହେବା ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି- ମୁମ୍ବାଇ ପୋଲିସକୁ ଗାଳି ଦେଇ କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଗୋଟିଏ ମୃତ୍ୟୁକୁ ରାଜନୈତିକ ସିଡି କରିଥିଲେ । ଏବେ ଆଶା ବିହାରର ଜନତା ଏସବୁର ହିଶାବ ନିକାଶ କରିବେ ।

ପୂର୍ବତନ ଡିଜିପି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ସେ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ସୁଶାନ୍ତ ସିଂହ ରାଜପୁତ ମାମଲାରେ ବୟାନ ରଖି ସେ ବିଗତ ଦିନରେ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ପୂର୍ବତନ ଡିଜିପି ବିହାରରେ ଉତ୍ତମ ଶାସନ ଚାଲିଥିବା କହି ତାରିଫ୍ ବି କରିଥିଲେ ।

 

ଡ୍ରଗ୍ସ ମାମଲାରେ ଏବେ କରନ ଜୋହରଙ୍କ ନାଁ, ଆଉ ୧୨ ସେଲିବ୍ରିଟିଙ୍କୁ ଜେରା କରିପାରେ NCB

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଏହାର ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି । ଡ୍ରଗ୍ ମାମଲାରେ ଏନସିବିର ତଦନ୍ତ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି । ଗୋଟିଏ ପରେ ଗୋଟିଏ ନୂଆ ପେଡ଼ି ଖୋଲିବାରେ ଲାଗିଛି ଏନ୍‌ସିବି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କ ନାଁ ଏହି ଡ୍ରଗ୍‌ସ ମାମଲାରେ ଯୋଡାଯିବା ପରେ ଏହା ଅଧିକ ଚର୍ଚ୍ଚିତ ହୋଇଛି । ଏହି ସେଲିବ୍ରିଟି ମାନଙ୍କୁ ଜେରା ପରେ ଏବେ କରଣ ଜୋହରଙ୍କ ଦ୍ୱାରା ଅୟୋଜିତ ଏକ ପାର୍ଟି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖାଲି ସେତିକି ନୁହେଁ ଭିଡିଓଟି ସମ୍ପୂର୍ଣ୍ଣ ଅସଲି ଏବଂ ଏଥିରେ କୌଣସି ପ୍ରକାର ଏଡିଟିଂ କରାଯାଇ ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି । ତେବେ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ଏହି ପାର୍ଟିରେ ଷ୍ଟାରମାନେ ଡ୍ରଗ୍ସ ସେବନ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ସୂଚନାନୁସାରେ, ୨୦୧୯ ମସିହାରେ କରଣ ଜୋହରଙ୍କ ଏହି ପାର୍ଟି ଭିଡିଓର ଫୋରେନସିକ୍ ରିପୋର୍ଟ ଆସିଛି ଏବଂ ଏହା ଏନସିବି ଦ୍ୱାରା ଦାଖଲ ମଧ୍ୟ କରାଯାଇଛି । ଫୋରେନସିକ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଭିଡିଓଟି ପ୍ରକୃତ ଏବଂ ଏଥିରେ କୌଣସି ଏଡିଟିଂ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ମଲହୋତ୍ରା ଏବଂ ଡିଡିଜି ଅଶୋକ ଜୈନ ନେତୃତ୍ୱ ନେବେ । ଏଥିରେ, ଏନସିବି ଏବଂ ଡିଜିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଯେ, ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ?

ଅନ୍ୟପଟେ କରନ୍‌ ଜୋହର କହିଛନ୍ତି ଯେ, ମୁଁ ଡ୍ରଗ୍ସ ସେବନ କରେ ନାହିଁ କି ଏହାକୁ ପ୍ରୋତ୍ସାହିତ କରେ ନାହିଁ । ୨୮ ଜୁଲାଇ ୨୦୧୯ ରେ ମୋ’ ଘରେ ଯେଉଁ ପାର୍ଟି ଆୟୋଜନ ହୋଇଥିଲା ସେଥିରେ ଡ୍ରଗ୍ସ ବ୍ୟବହାର କରାଯାଇଥିଲା ବୋଲି ମିଥ୍ୟା ଖବର ପ୍ରଚାର କରାଯାଉଛିଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।’ ସେହିଭଳି କରନ୍‌ ଆହୁରି କହିଛନ୍ତି, ସେ କ୍ଷିତିଜ୍‌ ଏବଂ ଅନୁଭବଙ୍କୁ ଜାଣନ୍ତି ନାହିଁ । ସେମାନେ ଧର୍ମା ପ୍ରଡକ୍ସନ୍ସର ଅଧିକାରୀ ନୁହଁନ୍ତି । ନଭେମ୍ବର ୨୦୧୯ ରେ କ୍ଷୀତିଜ କେବଳ ଏକ ଚୁକ୍ତିରେ କାମ କରୁଥିଲେ । ଆଉ ଅନୁଭବ ଧର୍ମା ପ୍ରଡକ୍ସନ୍ସ ସହିତ ମାତ୍ର ଦୁଇମାସ କାମ କରିଥିଲେ । ତେବେ ଏଭଳି ମିଥ୍ୟା ପ୍ରଚାର ବିରୋଧରେ କରନ୍‌ ଜୋହର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

୧୨ ଜଣ ତାରକାଙ୍କୁ ଜେରା କରିବ ଏନ୍‌ସିବି

ଡ୍ରଗ୍ସ ମାମଲାରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । କ୍ଷୀତିଜ୍‌ ପ୍ରସାଦଙ୍କ ଓକିଲ ସତୀଶ ମନେଶିନ୍ଦେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମହକିଲକୁ କଷ୍ଟଡିରେ ନର୍ଯାତନା ଦିଆଯାଉଛି ଏବଂ କରନ୍‌ ଜୋହରଙ୍କ ନାଁ ନେଇ ତାଙ୍କୁ ଫସାଇବାକୁ ବାଧ୍ୟ କରାଯାଉଛି । ସିଗାରେଟ୍‌ ବର୍ଡକୁ ଡ୍ରଗ୍ସ ବୋଲି କହି ଅଭିଯୋଗ କରାଯାଉଛି । ତେବେ ଆଗାମୀ ଦିନରେ କରନ ଜୋହରଙ୍କ ସହ କ’ଣ କରିବ ଏନ୍‌ସିବି, ତାହା ତ ପଛ କଥା । ହେଲେ କରୋନ ଜୋହରଙ୍କ ପାର୍ଟି ଭିଡିଓ ଯୋଗୁଁ ଆଉ ୧୨ ଜଣଙ୍କୁ ଜେରା କରିବା ପାଇଁ ଏନ୍‌ସିବି ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି ।

ମୋଦି ପ୍ରଧାନମନ୍ତ୍ରୀ ଥିଲା ଯାଏ ସମ୍ଭବ ନୁହେଁ: ଆଫ୍ରିଦ୍

ନୂଆଦିଲ୍ଲୀ: ଭାରତୀୟ ଉପମହାଦେଶରେ କ୍ରିକେଟରେ କ୍ରେଜ୍ ବେଶ ନିଆରା । ବିଶେଷ କରି ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କାରେ କୋଟି କୋଟି କ୍ରିକେଟ ପ୍ରଂଶସକ ଦେଖିବାକୁ ମିଳିଥାଏ । ସେଥିପାଇଁ ତ କୁହାଯାଇଥାଏ “ମନୋରଞ୍ଜନ କା ବାପ୍ , ଇଣ୍ଡିଆ ଭର୍ସେସ ପାକ୍’’ । ହେଲେ ଭାରତ କିମ୍ବା ପାକିସ୍ତାନ ମାଟିରେ ଉଭୟ ଦେଶ ପରସ୍ପରକୁ ଭେଟିବା ସମ୍ଭବ ହେଉ ନାହିଁ । ଦୁଇ ଦଳ ପରସ୍ପର ସହ ମୁହାଁମୁହିଁ ହେଉଛନ୍ତି ହେଲେ ବିଦେଶ ମାଟିରେ । ତାହା ପୁଣି କୌଣସି ଆଇସିସି ଇଭେଣ୍ଟରେ ।

Former Pakistan Cricketer Shahid Afridi Says no Chance Of India Pakistan Bilateral Series Till Modi Is In Power

ଏହି ସମୟରେ ଫଟାଫଟ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍) ଜାରି ରହିଛି । ଏଥିରେ କ୍ରିକେଟ ଖେଳୁଥିବା ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଳିଙ୍କ ଉପସ୍ଥିତି ରହିଛି । ହେଲେ ପଡୋଶୀ ପାକିସ୍ତାନ ଖେଳାଳି ଏଥିରେ ଅଂଶଗ୍ରହଣ କରୁ ନାହାନ୍ତି । ୨୦୦୮ର ମୁମ୍ବାଇ ଆକ୍ରମଣ ଏବଂ ଏହା ପରେ ସୀମା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କାରଣରୁ ପାକ୍ ଦଳକୁ ବର୍ଜନ କରାଯାଇଛି । ହେଲେ ଏହି ସମୟରେ ଉଭୟ ଦେଶର କ୍ରିକେଟ ସମ୍ପର୍କ ନେଇ ପୂର୍ବତନ ପାକ କ୍ରିକେଟର ଶାହିଦ ଆଫ୍ରିଦଙ୍କୁ ପକ୍ଷରୁ ବଡ଼ ବୟାନ ଆସିଛି ।

Former Pakistan Cricketer Shahid Afridi Says no Chance Of India Pakistan Bilateral Series Till Modi Is In Power

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଫ୍ରିଦ୍ଏ ହି ବିବାଦକୁ ଟାଣି ଆଣିଛନ୍ତି । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ପଦରେ ଥିବେ, ସେ ପର୍ଯ୍ୟନ୍ତ ଭାରତ-ପାକ୍ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ସମ୍ଭବ ହେବ ନାହିଁ । ସେହିପରି ପାକିସ୍ତାନ ଖେଳାଳିମାନେ ଆଇପିଏଲକୁ ମିସ୍ କରୁଛନ୍ତି । ଏହି ପ୍ରତିଯୋଗିତା ପାକିସ୍ତାନର ଯୁବ କ୍ରିକେଟଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଆନ୍ତା ବୋଲି ଶାହିଦ କହିଛନ୍ତି ।
ଆରବ ନିଉଜ ଚ୍ୟାନେଲକୁ ଦେଉଥିବା ଏକ ସାକ୍ଷାତକାରରେ ଆଫ୍ରିଦି ଏହି ସବୁ ମନ୍ତବ୍ୟ ଦେଇଛନ୍ତି । ଶାହିଦ କହିଥିଲେ ଯେ, ପାକିସ୍ତାନ ସରକାର ଭାରତ ସହ କ୍ରିକେଟ ଖେଳିବା ପ୍ରସଙ୍ଗକୁ ନେଇ ସବୁବେଳେ ପ୍ରସ୍ତୁତ । ହେଲେ ଭାରତରେ କ୍ଷମତାସୀନ ବର୍ତ୍ତମାନର ସରକାର ଏହା କରାଇ ଦେବେ ନାହିଁ । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହା ସମ୍ଭବ ନୁହେଁ । ଅନୁରୂପଭାବେ ଆଇପିଏଲ ନ ଖେଳିବା ଦ୍ୱାରା ପାକ ଖେଳାଳିଙ୍କ କ୍ଷତି ସହୁଥିବା ବୁମବୁମ୍ ପ୍ଲେୟାର ସ୍ୱୀକାର କରିଛନ୍ତି ।

‘ବାଳିକା ବଧୂ’ ସିରିଏଲର ନିର୍ଦ୍ଦେଶକ ଏବେ ଘର ଘର ବୁଲି ବିକୁଛନ୍ତି ପରିବା

କରୋନା କାଳରେ ଛଟପଟ ପୂରା ଦେଶ । ତା କରାଳ ରୂପରେ ଆମକୁ ଘାଣ୍ଟିଚକଟି ଦେଇଛି କରୋନା । ଏ ଆଖି ଆଗରେ କେତେ ପରିବାର ଭଶୁଡ଼ିଛି ତ ପୁଣି କେତେ ହୃଦୟ ବିଦାରକ ଘଟଣା ଆମ ସାମ୍ନାକୁ ଆସିଛି । କିନ୍ତୁ ମଣିଷ କରୋନା ଯୁଦ୍ଧରେ ହାର୍ ମାନିନାହିଁ । ଯୁଦ୍ଧରେ ଜିତିବା ପାଇଁ ଏବଂ ସମାଜରେ ବଞ୍ଚିବା ପାଇଁ କରୁଛି ଅହରହ ସଂଘର୍ଷ । କରୋନା ସକ୍ଷମର ଅଣ୍ଟା ଭାଙ୍ଗି ଦେଲେ ବି ପୁଣି ଅଣ୍ଟା ସଳଖି ଛିଡ଼ା ହେଉଛି ମଣିଷ । ହାର ନମାନି ଆପଣଉଛି ବିକଳ୍ପ ପନ୍ଥା । କରୋନା ପାଇଁ କଳାକାର ରାସ୍ତାକଡ଼ର ଚା ଦୋକାନୀ ପାଲଟିଛି ତ ପୁଣି ଦହିବରା ବାଲା ପାଲଟିଛି ପରିବା ବେପାରୀ । ଏମାନେ କିନ୍ତୁ ହାର ମାନି ନାହାନ୍ତି  । ଏଭଳି ଆଉ ଏକ ଉଦାହରଣ ଆଜି କରୋନା ସମୟରେ ଯୁଦ୍ଧ କରିବାର ସାମର୍ଥ୍ୟରେ ଇନ୍ଧନ ଭରିଛି । ଯାହାଙ୍କର ନାମ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

କରୋନାର ପ୍ରଭାବ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲ ଉପରେ ମଧ୍ୟ ପଡ଼ିଛି । ଏତେ ପ୍ରଭାବ ପଡ଼ିଛି ଯେ ସିଧା ନିର୍ଦ୍ଦେଶକରୁ ହୋଇଯାଇଛନ୍ତି ପରିବା ବିକାଳି । କାଲି ଯିଏ ପରଦାରେ ନିଜର ଦମଦାର ଅଭିନୟରରେ ସମସ୍ତଙ୍କୁ ହସାଉଥିଲେ ଏବଂ କନ୍ଦାଉ ଥିଲେ । ସେ ଆଜି ପରିବା ବୋଝ ଧରି ଘର ଘର ବୁଲୁଛନ୍ତି ।

ବହୁ ପ୍ରସିଦ୍ଧ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ରାମବ୍ରିକ୍ସ ଗୌଡ଼ ଆଜି ସାଇକେଲ ଚଲାଇ ପନିପରିବା ବିକ୍ରି କରିବାକୁ ବାଧ୍ୟ । ନିର୍ଦ୍ଦେଶନାରେ ଲୋକଙ୍କୁ ହସାନ୍ତି ଏବଂ କନ୍ଦାନ୍ତି । ସିଏ ଆଜି ପରିସ୍ଥିତି ସହ ଲଢ଼ୁଛନ୍ତି । ରିଲ୍ ଲାଇଫରେ ବ୍ୟସ୍ତ ରହୁଥିବା ରାମଭ୍ରିକ୍ସ କରୋନା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି । କରୋନା ଯୋଗୁଁ ସିରିଏଲ ବନ୍ଦ ହୋଇଯାଇଥିବାରୁ ପାଖରେ ଟଙ୍କା ନାହିଁ । ଯାହା ସବୁ ସଞ୍ଚିତ ଅର୍ଥ ଥିଲା ସେ ସବୁ ସରି ଯାଇଛି । ସେଥିପାଇଁ ଏବେ ପରିବା ବେପାର ସାହାଭରସା ।

ସେ କହିଛନ୍ତି ଏଭଳି ପରିସ୍ଥିତିରେ ରିୟଲ ଲାଇଫ ଏବଂ ରିଲ ଲାଇଫ ଦୁଇଟାଯାକ ଚାଲିଛି । କିନ୍ତୁ, ଲକଡାଉନ ସମୟରେ ନିଜ ପିଲାଙ୍କ ପରୀକ୍ଷା ପାଇଁ ଆସିଥିବା ରାମଭ୍ରିକ୍ସ ଆଉ ମୁମ୍ବାଇ ଯାଇପାରୁନାହାନ୍ତି । ଘର କେମିତି ଚଳିବ ଏବେ ସେ ଚିନ୍ତା ରାମଭ୍ରିକ୍ସକୁ ଜାବୁଡ଼ି ଧରିଛି । ପରିବା ବିକିଲେ ଘରକୁ ଆସୁଛି ଟଙ୍କା । ଏତେ ବାଧାବିଘ୍ନ ପରେ ମଧ୍ୟ ମନରେ ଆଶା ତାର ଦୃଢ଼ୀଭୂତ ରହିଛି । ରାମଭ୍ରିକ୍ସ କହିଛନ୍ତି ପରିସ୍ଥିତି ସ୍ୱଭାବିକ ହେବା ପରେ ତାଙ୍କ ସ୍ଥିତି ମଧ୍ୟ ସ୍ୱାଭାବିକ ହୋଇଯିବ ।

ନିର୍ଦ୍ଦେଶକଙ୍କ ପତ୍ନୀ ଅନୀତା ଗୌର କହିଛନ୍ତି ଯେ ଯଦି ଅବସ୍ଥା ଖରାପ ହୋଇଛି ସେଥିପାଇଁ ଦୁଃଖ ନାହିଁ । ଯଦି ଆଜି ନୁହେଁ ତେବେ ଆସନ୍ତାକାଲି ସ୍ଥିତିରେ ସୁଧାର ଆସିବ । ରାମଭ୍ରିକ୍ସଙ୍କ ଝିଅ ନେହା ମଧ୍ୟ କହିଛନ୍ତି ଯେ ସ୍ଥିତି ଠିକ୍ ହେବା ପରେ ସେ ମଧ୍ୟ ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହିତ ସ୍କୁଲ ଯାଇପାରିବେ ।

୨୫ରୁ ଅଧିକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ କାମ କରିଥିବା ରାମଭ୍ରିକ୍ସ କହିଛନ୍ତି ଯେ ଲକଡାଉନ ତାଙ୍କ ଜୀବନର ଗତି ବଦଳାଇ ଦେଇଛି । ଏବେ ସେ ଗାଡ଼ିରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେ ବାଳିକା ବଧୂ, ଜ୍ୟୋତି ଭଳି ସୁପରହିଟ୍ ସିରିଏଲର ନିର୍ଦ୍ଦେଶନା ଦେଇଛନ୍ତି ।

ଚାକିରି ଛାଡ଼ି ଆରମ୍ଭ ଘରେ କରିଥିଲେ ପାଉଁରୁଟି ଫ୍ୟାକ୍ଟ୍ରି, ଏବେ ଦିନକୁ ରୋଜଗାର କରୁଛନ୍ତି ୧୦ ହଜାର ଟଙ୍କା

ନୂଆଦିଲ୍ଲୀ: ସମସ୍ତେ ଜୀବନରେ ଚାହାଁନ୍ତି ବଡ଼ କିଛି କରିବାକୁ, ନିଜର ବ୍ୟବସାୟ କରିବାକୁ । ସମସ୍ତଙ୍କ ପାଖେ କିଛି ନା କିଛି ଭିନ୍ନ ଚିନ୍ତାଧାରା ମଧ୍ୟ ଥାଏ । କିନ୍ତୁ, ନୂତନ ଚିନ୍ତାଧାରାରେ କାମ ନକରି ଲୋକ କେବଳ କଥା କୁହନ୍ତି । ତେବେ, ଏମିତି କିଛି କଥା ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହୁଏନି । ଏମିତି ଏକ କାହାଣୀ ହେଉଛି ଇଲାଙ୍କର । ଗୁରୁଗ୍ରାମର ଇଲା ପ୍ରଥମେ ଚାକିରି କରୁଥିଲେ । ପରେ ଚାକିରି ଛାଡ଼ି ଘରୁ ଆରମ୍ଭ କରିଥିଲେ ନିଜର ବ୍ୟବସାୟ । ଏବେ ଏହି ବ୍ୟବସାୟରୁ ଲକ୍ଷେ ଟଙ୍କାରୁ ଅଧିକ ଆୟ କରୁଛନ୍ତି ।

Gurugram woman Ila Home Baker Who Earns Lakhs Per Month From Online Order

ଇଲା ୱେଲକମ୍ ଗ୍ରୁପ୍ ଗ୍ରାଜୁଏଟ୍ ଅଫ୍ ହୋଟେଲ ଆଡମିନଷ୍ଟ୍ରେସନରୁ ଗ୍ରାଜୁଏସନ୍ କରିଥିଲେ । ୨୦୦୭ ମସିହାରେ ଆରମ୍ଭ କରିଥିଲେ ବ୍ୟବସାୟ । ଘରୁ ପାଉଁରୁଟି ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ ।

Gurugram woman Ila Home Baker Who Earns Lakhs Per Month From Online Order

୫ ହଜାର ଟଙ୍କା ଖଟାଇ ଇଲା ନିଜ ବ୍ୟବସାୟ ଆରମ୍ଭ କରିଥିଲେ । ଆଜିର ଦିନରେ ସେ ବ୍ୟବସାୟରୁ ଦୈନିକ ୧୦ ହଜାର ଟଙ୍କା ଆୟ କରୁଛନ୍ତି । ବେକରିରେ ସେ କେକ୍, ବ୍ରେଡ୍, କୁକିଜ୍, ଚକଲେଟ୍ସ ଭଳି ଖାଦ୍ୟ ସାମଗ୍ରୀ ତିଆରି କରୁଛନ୍ତି । ୪୦ରୁ ଅଧିକ ଖାଦ୍ୟ ପେଟିସ୍, ଷ୍ଟଫଡ୍ ବନ୍ସ, ପିଜ୍ଜା ଓ ଗିଫ୍ଟ ହ୍ୟାମ୍ପର ପୂରା ଏନସିଆରରେ ବିତରଣ କରୁଛନ୍ତି ।

Gurugram woman Ila Home Baker Who Earns Lakhs Per Month From Online Order

ଗ୍ରାଜୁଏସନ ପରେ କେତେ ବର୍ଷ ଯାଏଁ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀରେ ସେ ଚାକିରି କରିଥିଲେ । ଏହା ପରେ ଦୁଇ ବର୍ଷ ଚେନ୍ନାଇର ଚୋଲ ରୋଟେସନରେ କାମ କରିଥିଲେ । ପରେ କୋଲକାତା ତାଜ ବଙ୍ଗାଳରେ ସେଲ୍ସ ମାର୍କେଟିଂ ଡିଭିଜନରେ ୫ ବର୍ଷ । ପରେ ବାହାଘର ହୋଇ ଯାଇଥିଲା । ସ୍ୱାମୀଙ୍କ ସହ ଗୁରୁଗ୍ରାମ ପଳାଇ ଯାଇଥିଲେ । ପରିବାର ସମ୍ଭାଳିବା ସହ ଅଢ଼େଇ ବର୍ଷ ଯାଏଁ ଛୁଆଙ୍କ ଧ୍ୟାନ ରଖିଥିଲେ ।

ଇଚ୍ଛା ଥିଲା କରିବାକୁ କିଛି ନୂଆ

ସେ ତାଙ୍କର ଜଣେ ସାଙ୍ଗକୁ କିଛି ନୂଆ କରିବାକୁ ଚାହୁଁଥିବା କହିଥିଲେ । ତାପରେ ଆରମ୍ଭ ହୋଇଥିଲା ବେକରି କାମ । କୌଣସି ମେନ୍ୟୁ ତିଆରି ନକରି ନିଜେ କାମ ଆରମ୍ଭ କରିଥିଲେ । ବିଜ୍ଞାପନ ଦେଇଥିଲେ । ଧିରେ ଧିରେ ତାଙ୍କୁ ଜନ୍ମଦିନ ଉତ୍ସବ ପାଇଁ ଅର୍ଡର ମିଳିବା ଆରମ୍ଭ ହୋଇଥିଲା । ସେହି ସମୟରେ ସୋସିଆଲ୍ ମିଡିଆର ଏତେ ବ୍ୟବହାର ନଥିଲା । ତେଣୁ, ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା ।

Gurugram woman Ila Home Baker Who Earns Lakhs Per Month From Online Order

ତେବେ, ସେହି ସମୟରେ ସହରରେ ଭଲ ପେଷ୍ଟ୍ରି ମିଳୁଥିବା ଦୋକାନ ନଥିଲା । ଲୋକଙ୍କୁ ଇଲାଙ୍କ ଚକଲେଟ୍ ଟ୍ରଫଲ ପସନ୍ଦ ଆସିଥିଲା । ଏହା ପରେ ସେ ବେକିଂ କାମ ଆରମ୍ଭ କରିଥିଲେ । ଏହାପରେ ସେ ଖାଦ୍ୟ ମେଳାରେ ଷ୍ଟଲ୍ ଲଗାଇବା ଆରମ୍ଭ କରିଥିଲେ । ଲୋକ ଜାଣିଲେ, ସୋସିଆଲ୍ ମିଡିଆ ମଧ୍ୟ ଆସିଥିଲା । ବ୍ୟବସାୟ ବଢ଼ିବା ସହ ଘରୁ ବେକରି ଆରମ୍ଭ କରିଥିଲେ । କାରଣ ଏହାଦ୍ୱାରା ସେ ତାଙ୍କୁ ଛୁଆଙ୍କୁ ସମୟ ଦେଇ ପାରୁଥିଲେ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସ୍ୱାମୀ । ସେ ନିଜ ଡେଲିଭରି ଦେବାକୁ ଯାଉଥିଲେ । ଫଳରେ ବ୍ୟବସାୟ ବଢ଼ିବା ସହ ଆୟ ବଢ଼ିଥିଲା ।

ଦୁଇ ଛାମୁଆ ସଙ୍ଗଠନର ସଭାପତି ନିଯୁକ୍ତ କଲା ବିଜେଡି, ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ର ଦାୟିତ୍ୱ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନର ମୁଖ୍ୟଙ୍କୁ ନିଯୁକ୍ତି କରାଯାଇଛି । ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ(ବାପି)ଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନୂତନ ଦାୟିତ୍ୱ ମିଳିଛି । ସେହିଭଳି କଟକ ଜିଲା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଛାତ୍ର ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏକ ବିଜ୍ଞପ୍ତି ମାଧ୍ୟମରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।

କିଛିଦିନ ତଳେ ଯୁବ ଏବଂ ଛାତ୍ର  ବିଜେଡି ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇସାରିଛି । ଏହି କମିଟିରେ ସମଗ୍ର ଓଡ଼ିଶାର ସମସ୍ତ ଜିଲା, ସମସ୍ତ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି ।ବିଶେଷ କରି ଉଭୟ କମିଟିରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ଛାତ୍ର ରାଜନୀତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଯୁବବର୍ଗ ରାଜ୍ୟସ୍ତରୀୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅମରେଶ ପତ୍ରୀ ଯୁବ ବିଜେଡି ଏବଂ ରାଣାପ୍ରତାପ ପାତ୍ର ଛାତ୍ର ବିଜେଡି ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ରାଣାପ୍ରତାପଙ୍କୁ ନିକଟରେ ଯୁବ ଜନତା ଦଳରେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା ଅମରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା ।  ଉଭୟ ବ୍ୟୋମକେଶ ଏବଂ ଦେବୀ ରଞ୍ଜନ ଏହି ଦଳୀୟ ନିଯୁକ୍ତି ପରେ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଥିସହିତ ପୂର୍ବରୁ ବ୍ୟୋମକେଶ ରାୟଙ୍କୁ  ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର) ଭାବେ ଦିଆଯାଇଥିବା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।