‘ବାଳିକା ବଧୂ’ ସିରିଏଲର ନିର୍ଦ୍ଦେଶକ ଏବେ ଘର ଘର ବୁଲି ବିକୁଛନ୍ତି ପରିବା

କରୋନା କାଳରେ ଛଟପଟ ପୂରା ଦେଶ । ତା କରାଳ ରୂପରେ ଆମକୁ ଘାଣ୍ଟିଚକଟି ଦେଇଛି କରୋନା । ଏ ଆଖି ଆଗରେ କେତେ ପରିବାର ଭଶୁଡ଼ିଛି ତ ପୁଣି କେତେ ହୃଦୟ ବିଦାରକ ଘଟଣା ଆମ ସାମ୍ନାକୁ ଆସିଛି । କିନ୍ତୁ ମଣିଷ କରୋନା ଯୁଦ୍ଧରେ ହାର୍ ମାନିନାହିଁ । ଯୁଦ୍ଧରେ ଜିତିବା ପାଇଁ ଏବଂ ସମାଜରେ ବଞ୍ଚିବା ପାଇଁ କରୁଛି ଅହରହ ସଂଘର୍ଷ । କରୋନା ସକ୍ଷମର ଅଣ୍ଟା ଭାଙ୍ଗି ଦେଲେ ବି ପୁଣି ଅଣ୍ଟା ସଳଖି ଛିଡ଼ା ହେଉଛି ମଣିଷ । ହାର ନମାନି ଆପଣଉଛି ବିକଳ୍ପ ପନ୍ଥା । କରୋନା ପାଇଁ କଳାକାର ରାସ୍ତାକଡ଼ର ଚା ଦୋକାନୀ ପାଲଟିଛି ତ ପୁଣି ଦହିବରା ବାଲା ପାଲଟିଛି ପରିବା ବେପାରୀ । ଏମାନେ କିନ୍ତୁ ହାର ମାନି ନାହାନ୍ତି  । ଏଭଳି ଆଉ ଏକ ଉଦାହରଣ ଆଜି କରୋନା ସମୟରେ ଯୁଦ୍ଧ କରିବାର ସାମର୍ଥ୍ୟରେ ଇନ୍ଧନ ଭରିଛି । ଯାହାଙ୍କର ନାମ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

କରୋନାର ପ୍ରଭାବ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲ ଉପରେ ମଧ୍ୟ ପଡ଼ିଛି । ଏତେ ପ୍ରଭାବ ପଡ଼ିଛି ଯେ ସିଧା ନିର୍ଦ୍ଦେଶକରୁ ହୋଇଯାଇଛନ୍ତି ପରିବା ବିକାଳି । କାଲି ଯିଏ ପରଦାରେ ନିଜର ଦମଦାର ଅଭିନୟରରେ ସମସ୍ତଙ୍କୁ ହସାଉଥିଲେ ଏବଂ କନ୍ଦାଉ ଥିଲେ । ସେ ଆଜି ପରିବା ବୋଝ ଧରି ଘର ଘର ବୁଲୁଛନ୍ତି ।

ବହୁ ପ୍ରସିଦ୍ଧ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ରାମବ୍ରିକ୍ସ ଗୌଡ଼ ଆଜି ସାଇକେଲ ଚଲାଇ ପନିପରିବା ବିକ୍ରି କରିବାକୁ ବାଧ୍ୟ । ନିର୍ଦ୍ଦେଶନାରେ ଲୋକଙ୍କୁ ହସାନ୍ତି ଏବଂ କନ୍ଦାନ୍ତି । ସିଏ ଆଜି ପରିସ୍ଥିତି ସହ ଲଢ଼ୁଛନ୍ତି । ରିଲ୍ ଲାଇଫରେ ବ୍ୟସ୍ତ ରହୁଥିବା ରାମଭ୍ରିକ୍ସ କରୋନା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି । କରୋନା ଯୋଗୁଁ ସିରିଏଲ ବନ୍ଦ ହୋଇଯାଇଥିବାରୁ ପାଖରେ ଟଙ୍କା ନାହିଁ । ଯାହା ସବୁ ସଞ୍ଚିତ ଅର୍ଥ ଥିଲା ସେ ସବୁ ସରି ଯାଇଛି । ସେଥିପାଇଁ ଏବେ ପରିବା ବେପାର ସାହାଭରସା ।

ସେ କହିଛନ୍ତି ଏଭଳି ପରିସ୍ଥିତିରେ ରିୟଲ ଲାଇଫ ଏବଂ ରିଲ ଲାଇଫ ଦୁଇଟାଯାକ ଚାଲିଛି । କିନ୍ତୁ, ଲକଡାଉନ ସମୟରେ ନିଜ ପିଲାଙ୍କ ପରୀକ୍ଷା ପାଇଁ ଆସିଥିବା ରାମଭ୍ରିକ୍ସ ଆଉ ମୁମ୍ବାଇ ଯାଇପାରୁନାହାନ୍ତି । ଘର କେମିତି ଚଳିବ ଏବେ ସେ ଚିନ୍ତା ରାମଭ୍ରିକ୍ସକୁ ଜାବୁଡ଼ି ଧରିଛି । ପରିବା ବିକିଲେ ଘରକୁ ଆସୁଛି ଟଙ୍କା । ଏତେ ବାଧାବିଘ୍ନ ପରେ ମଧ୍ୟ ମନରେ ଆଶା ତାର ଦୃଢ଼ୀଭୂତ ରହିଛି । ରାମଭ୍ରିକ୍ସ କହିଛନ୍ତି ପରିସ୍ଥିତି ସ୍ୱଭାବିକ ହେବା ପରେ ତାଙ୍କ ସ୍ଥିତି ମଧ୍ୟ ସ୍ୱାଭାବିକ ହୋଇଯିବ ।

ନିର୍ଦ୍ଦେଶକଙ୍କ ପତ୍ନୀ ଅନୀତା ଗୌର କହିଛନ୍ତି ଯେ ଯଦି ଅବସ୍ଥା ଖରାପ ହୋଇଛି ସେଥିପାଇଁ ଦୁଃଖ ନାହିଁ । ଯଦି ଆଜି ନୁହେଁ ତେବେ ଆସନ୍ତାକାଲି ସ୍ଥିତିରେ ସୁଧାର ଆସିବ । ରାମଭ୍ରିକ୍ସଙ୍କ ଝିଅ ନେହା ମଧ୍ୟ କହିଛନ୍ତି ଯେ ସ୍ଥିତି ଠିକ୍ ହେବା ପରେ ସେ ମଧ୍ୟ ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହିତ ସ୍କୁଲ ଯାଇପାରିବେ ।

୨୫ରୁ ଅଧିକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ କାମ କରିଥିବା ରାମଭ୍ରିକ୍ସ କହିଛନ୍ତି ଯେ ଲକଡାଉନ ତାଙ୍କ ଜୀବନର ଗତି ବଦଳାଇ ଦେଇଛି । ଏବେ ସେ ଗାଡ଼ିରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେ ବାଳିକା ବଧୂ, ଜ୍ୟୋତି ଭଳି ସୁପରହିଟ୍ ସିରିଏଲର ନିର୍ଦ୍ଦେଶନା ଦେଇଛନ୍ତି ।

Leave a Reply