ବାମରାରେ ୧୨ ଘଣ୍ଟିଆ ରେଳରୋକ

ବାମରା: ସମ୍ବଲପୁରର ବାମରା ଷ୍ଟେସନରେ ୩ଟି ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାରକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ । ଏପରିକି ଏହାର ବିରୋଧରେ ୧୨ ଘଣ୍ଟିଆ ରେଳରୋକ ଓ ବନ୍ଦ ଡାକରା ଦେଇଛି ରେଳ କ୍ରିୟାନୁଷ୍ଠାନ କମିଟି । ଯାହା ଫଳରେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

କମିଟି ଏହି ରେଳରୋକ ଡାକରା ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଛି। ରାଜେନ୍ଦ୍ରନଗର ଦୁର୍ଗ ସାଉଥ ବିହାର, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଓ ହାୱଡ଼ା ଅହମ୍ମଦବାଦ ଏକ୍ସପ୍ରେସ ଟ୍ରେନ ଆଦି ରହଣି ପ୍ରତ୍ୟାହାର ବିରୋଧରେ ଏହି ରେଳ ରୋକ କରାଯାଇଛି ।

ସୂଚନା ଅନୁଯାୟୀ ଚଳିତ ମାସ ବିନା ସୂଚନାରେ ଏହି ତିନୋଟି ଟ୍ରେନ ରହଣି ପ୍ରତ୍ୟାହାର କରାଯାଇଥିଲା । ଅଞ୍ଚଳବାସୀ ଏହାକୁ ବିରୋଧ କରିବା ସହ ୮ ତାରିଖ ଏହାର ରହଣି ପାଇଁ ଲିଖିତ ଦାବି ଜଣାଇଥିଲେ ମଧ୍ୟ କିଛି ପ୍ରତିଉତ୍ତର ମିଳିନଥିଲା ।

ଯାହାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ କରାଯାଇଥିବା ନେଇ ଜଣାପଡିଛି ।

Leave a Reply