ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ

ରାଉରକେଲା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ ।

ସୂଚନା ମୁତାବକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ଏହି ସହକାରୀ ଯନ୍ତ୍ରୀଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ତେବେ ସୁନ୍ଦରଗଡ଼ ସରକାରୀ ବାସଭବନ ଓ ଅଫିସ୍ ସହ ଦେଵଗଡ ତାବଡା ପୈତୃକ ବାସଭବନ ଓ ଦେବଗଡ଼ କେନ୍ଦୁଘାଟ ଫାର୍ମ ହାଉସରେ ଚଢାଉ କରିଛି ଭିଜିଲାନ୍ସ । ଏଥିସହ ଅନୁଗୁଳରେ ଥିବା ଶ୍ୱଶୂର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।

ତେବେ ଏକକାଳୀନ ତାଙ୍କର ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଏଯାବତ୍ ସଂପତ୍ତିର ସଠିକ୍ ଆକଳନ କରାଯାଇନାହିଁ ।

Leave a Reply